ବିବାହ ସମୟ ଜାଣି କରନ୍ତୁ ବିବାହ, ଶୁଭ ଫଳ ପାଇଁ
ଆପଣ ପ୍ରାୟତଃ ନିଜର ମାତା-ପିତା କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କୁ ଜ୍ଯୋତିଷଙ୍କୁ ବିବାହର ସମୟ ଓ ବିବାହର ଗୁଣବତ୍ତା ବିଷୟରେ ପ୍ରଶ୍ନ କରୁଥିବା ଶୁଣିଥିବେ। ଭାରତରେ ଏବେ ମଧ୍ୟ ବିବାହକୁ ଏକ ପବିତ୍ର ବନ୍ଧନ କୁହାଯାଏ ଓ ଏହା ଜୀବନର ଏକ ମହତ୍ୱପୂର୍ଣ ଭାଗ କାରଣ ଏହା ବ୍ୟକ୍ତିର ବ୍ୟକ୍ତିଗତ ଜୀବନର ମୂଳଦୁଆ। ଭାରତୀୟ ଜ୍ଯୋତିଷ ଓ ଭାରତୀୟ ସମାଜରେ ବିବାହକୁ ଏକ ମହତ୍ୱପୂର୍ଣ ଘଟଣା ରୂପରେ ଦେଖାଯାଏ ଓ ଏପରି କୁହାଯାଏ ଜେ ଜ୍ୟୋତିଷର ବିଭିନ୍ନ କ୍ଷେତ୍ର ବିବାହ ସମୟ ଓ ସଫଳତାକୁ ପ୍ରଭାବିତ କରେ। ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଆଜି ଆଷ୍ଟ୍ରୋଶେଯ ଏଆଇର ଏହି ବିଶେଷ ଲେଖା ମାଧ୍ୟମରେ ଏହି ବିଷୟରେ ଆମେ ଚର୍ଚ୍ଚା କରିବା ଜେ କୌଣସି ବ୍ୟକ୍ତିର କୁଣ୍ଡଳୀ ଓ ତାଙ୍କର ପୂର୍ବ ଜନ୍ମର କର୍ମ ଆଧାରରେ ଗ୍ରହଙ୍କର ସ୍ଥିତି ବିବାହର ସମୟକୁ କିପରି ପ୍ରଭାବିତ କରେ।
କୁଣ୍ଡଳୀରେ ଥିବା ବିବାହ ଯୋଗର ଗଣନା
ବିବାହ ସମୟକୁ ସ୍ପଷ୍ଟ ଭାବରେ ଜାଣିବା ଓ ତାହାର ସଠିକ ପୂର୍ବାନୁମାନ କରିବାା ପାଇଁ କିଛି ବିଶେଷ ଉପାୟ ଓ ସ୍ଥିତିକୁ ବୁଝିବାକୁ ହେବ। ଆସନ୍ତୁ ଜାଣିବା ଜଣେ ବ୍ୟକ୍ତିଙ୍କ ବିବାହ ସମୟ ଜାଣିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ଏବଂ ପରିସ୍ଥିତି କ’ଣ।
ଦଶା ଓ ଭୁକ୍ତି
ଜଣେ ଲୋକରକୁଣ୍ଡଳୀରେ ବିବାହର ସମ୍ଭାବନା ପାଇଁ ନିମ୍ନଲିଖିତ ସର୍ତ୍ତଗୁଡ଼ିକ ଆବଶ୍ୟକ:
- ସେହି ସମୟରେ ଜାତକର ସପ୍ତମ ଘରର ସ୍ବାମୀଙ୍କର ବିଶୋତ୍ତରୀ ଦଶା, ସପ୍ତମ ଘରେ ଗ୍ରହ, ସପ୍ତମ ଘର ଉପରେ ଗ୍ରହଙ୍କର ଦୃଷ୍ଟି ରହିବା ଉଚିତ।
- ନବମାଂଶଙ୍କର ସପ୍ତମ ଘରେ ଗ୍ରହ କିମ୍ବା ନବମାଂଶଙ୍କର ସପ୍ତମ ଘରର ସ୍ବାମୀଙ୍କର ମହାଦଶା, ଅନ୍ତର କିମ୍ବା ପ୍ରତ୍ୟାନ୍ତର ଦଶା ଚାଲୁଥିବା ଉଚିତ।
- ବିବାହର କାରକ ଗ୍ରହ ଶୁକ୍ର, ବୃହସ୍ପତି କିମ୍ବା ରାହୁଙ୍କର ଦଶା ଚାଲୁଥିବା ଉଚିତ। (ରାହୁଙ୍କୁ ବିବାହର ଫଳଦାତା କୁହାଯାଏ।)
- ଲଗ୍ନେଶଙ୍କର ଦଶା ଓ ଏକାଦଶ ଘରର ସ୍ବାମୀଙ୍କର ଭୁକ୍ତି।
- ଦ୍ଵିତୀୟ କିମ୍ବା ଅଷ୍ଟମ ଘରର ସ୍ବାମୀଙ୍କର ଦଶା/ଭୁକ୍ତି।
- ସପ୍ତମେଶଙ୍କ ଉପରେ ଦୃଷ୍ଟି ପକାଉଥିବା ଗ୍ରହଙ୍କର ଦଶା।
ଗୋଚର
- ଲଗ୍ନଶ ଏବଂ ସପ୍ତମେଶଙ୍କର ଦ୍ରାଘିମା ଯୋଡନ୍ତୁ | ଯେତେବେଳେ ବୃହସ୍ପତି ଏହି ବିନ୍ଦୁ/ତାଙ୍କର ତ୍ରିକୋଣ/ସପ୍ତମ ଘରେ ଗୋଚର କରନ୍ତି, ସେତେବେଳେ ବିବାହର ସମ୍ଭାବନା ଥାଏ।
- ଜନ୍ମ ନକ୍ଷତ୍ରର ସ୍ବାମୀ ଏବଂ ସପ୍ତମ ଘରର ସ୍ବାମୀଙ୍କ ଦ୍ରାଘିମା ଯୋଗ କରନ୍ତୁ। ଯେତେବେଳେ ବୃହସ୍ପତି ଏହି ବିନ୍ଦୁ/ତାଙ୍କର ତ୍ରିକୋଣ ଦେଇ ଗତି କରନ୍ତି, ସେତେବେଳେ ବିବାହର ସମ୍ଭାବନା ଥାଏ
- ବୃହସ୍ପତିଙ୍କ ଗୋଚର/ଦୃଶ୍ୟ ନବମାଂଶରେ ଅବସ୍ଥିତ ରାଶି ଉପରେ, ଲଗ୍ନର ସ୍ବାମୀଙ୍କ ନବମାଂଶ ରାଶିର ସ୍ବାମୀ ଉପରେ ରହିବା ଉଚିତ।
- ସପ୍ତମ ଘରେ ଲଗ୍ନେଶଙ୍କର ଗୋଚର।
- ଯେତେବେଳେବୃହସ୍ପତିଶୁକ୍ର କିମ୍ବା ତାଙ୍କର କର୍ତ୍ତା କିମ୍ବା ଜନ୍ମରୁ ତାଙ୍କର ତ୍ରିକୋଣରେ ଗୋଚର କରନ୍ତି, ସେତେବେଳେ ପୁରୁଷମାନଙ୍କର ବିବାହର ସମ୍ଭାବନା ସୃଷ୍ଟି ହୁଏ।
- ଯେତେବେଳେ ଶୁକ୍ର ଜନ୍ମ ସମୟରୁ ମଙ୍ଗଳ, ଏହାର କର୍ତ୍ତା କିମ୍ବା ମଙ୍ଗଳ/ଶୁକ୍ରର ତ୍ରିକୋଣ ରାଶିରେ ଗୋଚର କରନ୍ତି, ସେତେବେଳେ ମହିଳାଙ୍କ ପାଇଁ ବିବାହର ସମ୍ଭାବନା ସୃଷ୍ଟି ହୁଏ।
- ବିବାହର କାରକ ଗ୍ରହଙ୍କର ଗୋଚର ଶୁଭ ଘରେ ହେବା ଉଚିତ ଏବଂ ଅଷ୍ଟକବର୍ଗରେ ଅଧିକ ବିନ୍ଦୁ ସୂଚାଇବା ଉଚିତ।
ଡବଲ ଗୋଚରର ବେଳେ ସ୍ଥିତି
ଅନେକ ଆଧୁନିକ ଜ୍ଯୋତିଷଅଧ୍ୟୟନ ଓ ବିଶ୍ଳେଷଣ ଆଧାରରେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଜେ ଦୁଇଟି ପ୍ରମୁଖ ଗ୍ରହ ଶନି ଓ ବୃହସ୍ପତିଙ୍କର ଡବଲ ଗୋଚର ଦ୍ବାରା ବିବାହର ଭବିଷ୍ୟବାଣୀ କରାଯାଇ ପାରିବ। ଏହା ବ୍ଯତୀତ ମଙ୍ଗଳ ଓ ଚନ୍ଦ୍ରଙ୍କର ଗୋଚର ଦ୍ବାରା ବିବାହର ସମୟ ଆହୁରି ସଙ୍କୁଚିତ ହୋଇପାରିବ। ଆମେ ସମସ୍ତେ ଜାଣୁ ଜେ ଜୀବନରେ ବୃହସ୍ପତି ଓ ଶନିଙ୍କର ଆଶୀର୍ବାଦ ବିନା କିଛି ମଧ୍ୟ ଭଲ ହୁଏ ନାହିଁ ଓ ବିବାହ ଏପରି ଏକ ଘଟଣା। ସେଥିପାଇଁ ନିମ୍ନଲିଖିତ ସ୍ଥିତିଗୁଡ଼ିକ ଅଛି:
- ଗୋଚର ବେଳେ ଶନିଙ୍କର ଲଗ୍ନେଶ କିମ୍ବା ସପ୍ତମ ଘର ଉପରେ ଦୃଷ୍ଟି ରହିବା ଉଚିତ।
- ଗୋଚର ବେଳେ ବୃହସ୍ପତିଙ୍କର ଦୃଷ୍ଟି ସପ୍ତମ ଘରେ ରହିବା ଆବଶ୍ୟକ।
- ଶନି ଓ ବୃହସ୍ପତି ପରସ୍ପର ମଧ୍ଯରେ ନିଜର ଭୂମିକା ମଧ୍ୟ ବଦଳାଇ ପାରନ୍ତି।
- ଚନ୍ଦ୍ରମା ଓ ମଙ୍ଗଳ ଉପରୋକ୍ତ ସ୍ଥିତି ଅନୁସାରେ ଗୋଚର କରିଲେ ବିବାହର ସମୟ ମାସେ ଦୀମାସ ପର୍ଯ୍ୟନ୍ତ ସୀମିତ ହୋଇଯାଏ।
- ବିବାହ ପାଇଁ ଅଧିକାଂଶ ସ୍ଥିତି ସମ୍ପୂର୍ଣ ହେବା ଉଚିତ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ବିବାହର ବିଶ୍ଳେଷଣ କରିବା ବେଳେ ଧ୍ୟାନ ରଖନ୍ତୁ ଏହି କଥା:
ଭାରତୀୟ ଜ୍ୟୋତିଷଶାସ୍ତ୍ରରେ ବିବାହକୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ବିବେଚନା କରାଯାଏ ଏବଂ ଜ୍ୟୋତିଷଶାସ୍ତ୍ରର ବିଭିନ୍ନ ଦିଗ ବିବାହର ସମୟ ଏବଂ ସଫଳତାକୁ ପ୍ରଭାବିତ କରେ। ଭାରତୀୟ ଜ୍ଯୋତିଷରେ ବିବାହ ସମ୍ବନ୍ଧିତ କିଛି ପ୍ରମୁଖ କଥା କୁହାଯାଇଛି:
- କୁଣ୍ଡଳୀର ସପ୍ତମ ଘରର ବିଶେଷ ରୂପରେ ବିବାହ, ପାର୍ଟନର୍ଶିପ ଓ ସମ୍ପର୍କ ସହିତ ସମ୍ବନ୍ଧ ଅଛି। ସପ୍ତମ ଘରେ ଦୃଢ଼ ଓ ଶୁଭ ଗ୍ରହଙ୍କର ଉପସ୍ଥିତି ବିବାହକୁ ସୁଖମୟ ଓ ସଫଳ କରିଥାଏ। ଯଦି ସପ୍ତମ ଘର ପୀଡ଼ିତ ତେବେ ବିବାହରେ ଡେରି କିମ୍ବା ସମସ୍ଯା ଆସିପାରେ।
- ଶୁକ୍ର ପ୍ରେମ, ସୌନ୍ଦର୍ଜ୍ୟ ଓ ସମ୍ପର୍କର କାରକ ଏବଂ ସେ ବୈବାହିକ ଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। କୁଣ୍ଡଳୀରେ ଶୁକ୍ରଙ୍କର ସ୍ଥିତି ଓ ଦୃଢ଼ତାରୁ ଜଣା ପଡ଼େ ଜେ ଲୋକଙ୍କୁ କେଉଁ ପ୍ରକାରର ସାଥୀ ପସନ୍ଦ ଆସିବ ଓ ତାଙ୍କର ବୈବାହିକ ଜୀବନ କିପରି ରହିବ। ଏପରି ବିଶ୍ବାସ କରାଯାଏ ଜେ ଦୃଢ଼ ଶୁକ୍ର ବିବାହିତ ଜୀବନରେ ସୁଖ-ଶାନ୍ତି ପ୍ରଦାନ କରନ୍ତି ଓ ଏହି ଗ୍ରହ ଦୁର୍ବଳ କିମ୍ବା ପୀଡ଼ିତ ହେଲେ ସମ୍ପର୍କରେ ସମସ୍ଯା ଆସେ।
- ଚନ୍ଦ୍ରଙ୍କର ଭୂମିକା
ଚନ୍ଦ୍ରଙ୍କ ସମ୍ବନ୍ଧ ଭାବନା ସହିତ ଅଛି ଓ କୁଣ୍ଡଳୀରେ ଚନ୍ଦ୍ରଙ୍କର ସ୍ଥିତି ରୁ ଜଣା ପଡ଼େ ଜେ ବୈବାହିକ ସମ୍ବନ୍ଧରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ଭାବନାତ୍ମକ ସ୍ଥିରତା କେତେ ଓ କିପରି ଅଛି। ଚନ୍ଦ୍ରଙ୍କର ଦୃଢ଼ ହେବା ଦ୍ବାରା ସମ୍ପର୍କରେ ଭାବାତ୍ମକ ସନ୍ତୋଷ ମିଳିଥାଏ।
- ବିଂଶତ୍ତରୀ ଦଶା
ବୈଦିକ ଜ୍ଯୋତିଷରେ ବିବାହର ସମୟ ଗଣନା କରିବାରେ ଦଶା ପ୍ରଣାଳୀ ଅର୍ଥାତ ଗ୍ରହଙ୍କର ଅବଧି ମୁଖ୍ୟ ଭୂମିକା ଗ୍ରହଣ କରେ। କୌଣସି ବିଶେଷ ଗ୍ରହର ମହାଦଶା ଓ ଅନ୍ତର୍ଦଶା ଦ୍ବାରା ବିବାହର ଠିକ ସମୟର ସୂଚନା ମିଳିପାରିବ। ଉଦାହରଣ ସ୍ଵରୂପ ପୁରୁଷ ଓ ମହିଳା ଦୁଇ ଜଣଙ୍କର କୁଣ୍ଡଳୀରେ ଶୁକ୍ରଙ୍କର ଦଶାକୁ ବିବାହ ପାଇଁ ଅନୁକୂଳ କୁହାଯାଏ।
- ନବମାଂଶକୁଣ୍ଡଳୀ
ନବମାଂଶକୁଣ୍ଡଳୀର ଉପଯୋଗ ବିବାହ ଓ ସମ୍ପର୍କର ଗୁଣବତ୍ତା ଆକଳନ କରିବା ପାଇଁ କରାଯାଏ। ଏହା ଜୀବନସାଥୀର ବ୍ୟବହାର ଏବଂ ବିଶେଷ ଗୁଣକୁ ବୁଝିବା ପାଇଁ ଓ ବୈବାହିକ ବନ୍ଧନର ଦୃଢ଼ତା ଜାଣିବା ପାଇଁ ମହତ୍ୱପୂର୍ଣ ଅଟେ। ବିବାହ ବିଷୟରେ ଗମ୍ଭୀରତାର ସହିତ ଜାଣିବା ପାଇଁ ନବମାଂଶକୁଣ୍ଡଳୀରେ ସପ୍ତମ ଘର ଓ ତାହାର ସ୍ବାମୀଙ୍କର ବିଶ୍ଳେଷଣ କରାଯାଏ।
- ମାଙ୍ଗଳିକ ଦୋଷ
ବିବାହ ସମ୍ବନ୍ଧିତ ସବୁଠାରୁ ପ୍ରଚଳିତ କିମ୍ବା ଲୋକପ୍ରିୟ ଧାରଣା ମଧ୍ଯରେ ମାଙ୍ଗଳିକ ଦୋଷର ନାମ ସବୁଠାରୁ ଉପରେ ଆସେ। ଯେବେ ମଙ୍ଗଳ ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ କିମ୍ବା ଦ୍ଵାଦଶ ଘରେ ଥାଆନ୍ତି, ତେବେ ଏହାକୁ ମାଙ୍ଗଳିକ ଦୋଷ କୁହାଯାଏ। ଏହି ଦୋଷ ଯୋଗୁଁ ବିବାହରେ ସମସ୍ଯା ଆସିପାରେ ଯେପରିକି ବିବାହରେ ଡେରି, କିମ୍ବା ବୈବାହିକ ସୁଖରେ ଅଭାବ ଆସିଥାଏ। ବିଶେଷ ଉପାୟ ଦ୍ବାରା ଏହାର ପ୍ରଭାକୁ କମ କରାଯାଇ ପାରିବ।
- କମ୍ପାଟିବିଲିଟି
ପ୍ରାୟତଃ ବିବାହ ପୂର୍ବରୁ ପରିବାରର ଲୋକ ପୁଅ ଓ ଝିଅର କୁଣ୍ଡଳୀ ମିଶାନ୍ତି। ଏହା ଦ୍ବାରା ଜଣା ପଡ଼େ ଜେ ପୁଅ-ଝିଅ ଜ୍ୟୋତିଷୀୟ ଦୃଷ୍ଟିରୁ ପରସ୍ପର ପାଇଁ ଅନୁକୂଳ ନା ନାହିଁ। ରାଶିଫଳ ମିଶାଇବା ବେଳେ ନିମ୍ନଲିଖିତ ଦିଗଗୁଡ଼ିକୁ ବିଚାରକୁ ନିଆଯାଏ:
- ଗୁଣ ମିଶାଇବା: ଏହା ଏକ ସଂଖ୍ୟା ଭିତ୍ତିକ ପ୍ରଣାଳୀ ଯେଉଁଥିରେ ପୁଅ ଏବଂ ଝିଅର ଶାରୀରିକ, ମାନସିକ ଏବଂ ଭାବପ୍ରବଣ ସୁସଙ୍ଗତତା ମୂଲ୍ୟାଙ୍କନ କରାଯାଏ।
- ଦୋଷ ବିଶ୍ଳେଷଣ: ବିବାହକୁ ପ୍ରଭାବିତ କରିବା ବାଲା କୌଣସି ଦୋଷକୁ ଦେଖାଯାଏ।
- ନାଡ଼ି ଦୋଷ: ଏଥିରେ ଦେଖାଯାଏ ଯେ ପୁଅ ଏବଂ ଝିଅଙ୍କ କୁଣ୍ଡଳୀରେ ନାଡ଼ି ଦୋଷ ଅଛି କି ନାହିଁ।
- ଚନ୍ଦ୍ର ନୋଡ, ରାହୁ ଓ କେତୁ ମଧ୍ୟ ବିବାହକୁ ପ୍ରଭାବିତ କରନ୍ତି। ଦକ୍ଷିଣ ନୋଡ ଉପରେ କେତୁ ପୂର୍ବ କର୍ମକୁ ଦର୍ଶାନ୍ତି ଯେତେବେଳେ କି ରାହୁ ଇଚ୍ଛା ଓ ଭବିଷ୍ୟର ସମ୍ଭାବନାକୁ ଦର୍ଶାନ୍ତି। ବିବାହ କେବେ ହେବ, ଏହା ଉପରେ ରାହୁ ଓ କେତୁଙ୍କର ସ୍ଥିତିର ପ୍ରଭାବ ପଡ଼ିପାରେ। ଯଦି ଏହି ଦୁଇଟି ଗ୍ରହ ଅଶୁଭ ଘରେ ଥାଆନ୍ତି, ତେବେ ବିବାହରେ ଡେରି କିମ୍ବା ସମସ୍ଯା ଆସିପାରେ।
- ବିବାହର ସମୟ
ପ୍ରାୟତଃ ଜ୍ୟୋତିଷମାନେ ବିବାହର ସଠିକ୍ ସମୟ ଜାଣିବା ପାଇଁ ବିଭିନ୍ନ ପଦ୍ଧତି ବ୍ୟବହାର କରନ୍ତି, ଯେପରିକି:
- ବୃହସ୍ପତି ଓ ଶନିଙ୍କର ଗୋଚର: ବୃହସ୍ପତିଙ୍କୁ ଏକ ଶୁଭ ଗ୍ରହ କୁହାଯାଇଛି ଓ ସେ ସପ୍ତମ ଘରେ ଗୋଚର କରନ୍ତି ସେଥିପାଇଁ ଏହି ଗୋଚର ବିବାହ ପାଇଁ ଅନୁକୂଳ ସମୟ ହୋଇଥାଏ। ଶନି କାଳ ଅଟନ୍ତି ସେଥିପାଇଁ ଶନି ବୃହସ୍ପତିଙ୍କ ସହିତ ଗୋଚର କରିବା ଯୋଗୁଁ କୌଣସି ଘରକୁ ସକ୍ରିୟ କରନ୍ତି, ସେହି ଘରୁ ଫଳ ମିଳିପାରି ଥାଏ।
- ସପ୍ତମେଶଙ୍କର ଦଶା ଓ ଅନ୍ତର୍ଦଶା: ଯେବେ ସପ୍ତମେଶଙ୍କର ଦଶା ଚାଲିଥାଏ ତେବେ ସେହି ସମୟ ବିବାହ ପାଇଁ ଶୁଭ କୁହାଯାଏ।
- ଗ୍ରହଙ୍କର ଅସ୍ତ ଓ ବକ୍ରୀ ହେବା ଯେବେ ଶୁକ୍ର, ବୃହସ୍ପତି କିମ୍ବା ବୁଧଙ୍କ ପରି ଗ୍ରହ ଅସ୍ତ କିମ୍ବା ବକ୍ରୀ ହୁଅନ୍ତି, ତାଙ୍କର ପ୍ରଭାବ ସମ୍ପର୍କ ଓ ବିବାହ ଉପରେ ପଡ଼ିପାରେ। ଏହାର ପ୍ରଭାବକୁ କମ କରିବା ପାଇଁ କିଛି ବିଶେଷ ଉପାୟ କରିବା କିମ୍ବା ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।ଏବେ ଆମେ କିଛି ପ୍ରସିଦ୍ଧ ଲୋକଙ୍କ କୁଣ୍ଡଳୀର ବିଶ୍ଳେଷଣ କରି ବୁଝିବା ଜେ କୁଣ୍ଡଳୀର ସପ୍ତମ ଘରର ସ୍ଥିତି ଓ ଅନ୍ୟ ଗ୍ରହଙ୍କର ଦଶାର ବିବାହ ସମୟ ଓ ତାହା ଗୁଣ ଉପରେ କି ପ୍ରଭାବ ପକାଏ।
ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ରେଖା ଓ ତାଙ୍କର ମୁକେଶ ଅଗ୍ରୱାଲଙ୍କ ସହିତ ବିବାହର କାହାଣୀ
ଏହା ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କର କୁଣ୍ଡଳୀ। ରେଖା ଆଜି ମଧ୍ୟ ନିଜର ସୌନ୍ଦର୍ଯ୍ୟ ଏବଂ ଶୈଳୀରେ ହଜାର ହଜାର ହୃଦୟରେ ରାଜ କରନ୍ତି। ରେଖା ପରଦାରେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ରେଖା ତାଙ୍କ ସମୟର ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏ କୌଣସି ନା କୌଣସି କାରଣରୁ ଖବରରେ ରହୁଥିଲେ କିନ୍ତୁ ସେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚିତ ରହୁଥିଲେ।
ଅମିତାଭ ବଚ୍ଚନଙ୍କ ସହିତ ତାଙ୍କର ଅଫେୟରର ଚର୍ଚ୍ଚା ଆଜି ମଧ୍ୟ ହୁଏ ଓ ବଲୀଵୁଡ୍ର ଇତିହାସରେ ଏହା ଚର୍ଚ୍ଚିତ। ସେହି ସମୟରେ ଅମିତାଭ ବିବାହିତ ଥିଲେ ଓ ତାଙ୍କର ଦୁଇଟି ସନ୍ତାନ ଥିଲେ ସେଥିପାଇଁ ତାଙ୍କର ଏହି ପ୍ରେମ କାହାଣୀ ଅଧିକ ଆଗକୁ ବଢ଼ି ପାରି ନଥିଲା।
ରେଖା ବିଜନେସମ୍ୟାନ ମୁକେଶ ଅଗ୍ରୱାଲଙ୍କ ସହିତ ବିବାହ କରିଲେ ଓ ଏହା ମଧ୍ୟ ଚର୍ଚାର ବିଷୟ ଥିଲା:
- ରେଖାଙ୍କର ଜନ୍ମକୁଣ୍ଡଳୀ dଏକହିଲେ, ସେ ଧନୁ ଲଗ୍ନର ଓ ତାଙ୍କର ଲଗ୍ନ ଘରେ ରାହୁ ଓ ମଙ୍ଗଳ ବସିଛନ୍ତି।
- ସପ୍ତମ ଘରର ଅଧିପତି ବୁଧ ଏକାଦଶ ଘରେ ଉଚ୍ଚ ଶନିଙ୍କ ସହିତ ବସିଛନ୍ତି। ଯଦିଓ ଶନି ଏକ ଶକ୍ତିଶାଳୀ ଧନ ଯୋଗ ସୃଷ୍ଟି କରୁଛନ୍ତି, ଏହା ବୁଧ ଗ୍ରହଙ୍କୁ ଏତେ ପ୍ରଭାବିତ କରିଛନ୍ତି ଯେ ଏହା ବିବାହ ସମ୍ବନ୍ଧୀୟ ଭଲ ଫଳାଫଳ ଦେଇପାରୁନାହାନ୍ତି।
- ଶୁକ୍ର ଗ୍ରହ ବିବାହର ସୂଚକ ଏବଂ ରେଖାଙ୍କ କୁଣ୍ଡଳୀରେ ଏହା ଦ୍ୱାଦଶ ଘରେ ଅବସ୍ଥିତ ଏବଂ ପାପକର୍ତରୀ ଯୋଗରେ ଅଛନ୍ତି। ସେ ବିଶାଖା ନକ୍ଷତ୍ରରେ ଅଛନ୍ତି, ଯାହାକୁ ପ୍ରାୟତଃ ପତନର ନକ୍ଷତ୍ର ଭାବରେ ବିବେଚନା କରାଯାଏ।
- କେତୁ ସପ୍ତମ ଘରେ ଅଛନ୍ତି ଏବଂ ମଙ୍ଗଳ ଗ୍ରହର ଏହା ଉପରେ ପୂର୍ଣ୍ଣ ଦୃଷ୍ଟି ଅଛି। ଏଠାରେ ସପ୍ତମ ଘରଟି ବହୁତ ପୀଡ଼ିତ। ରେଖା ମାର୍ଚ୍ଚ ୧୯୯୦ରେ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ ଏବଂ ସେହି ସମୟରେ ବୁଧ-ସୂର୍ଯ୍ୟ-କେତୁ-ମଙ୍ଗଳ ଗ୍ରହଙ୍କର ଦଶା ଚାଲିଥିଲା।
- ବୁଧ ଗ୍ରହ, ସପ୍ତମ ଘରର ଅଧିପତି ହୋଇଥିବାରୁ, ବିବାହ ସମ୍ବନ୍ଧୀୟ ଫଳାଫଳ ଦେଇଥିଲେ କିନ୍ତୁ ଯଦି ଆମେ ଏହାକୁ ଅଧିକ ନିକଟରୁ ଦେଖିବା, ତେବେ ତାଙ୍କର ଦ୍ୱିତୀୟ ଏବଂ ଅଷ୍ଟମ ଘର ମଧ୍ୟ ଶନି ଏବଂ ବୃହସ୍ପତିଙ୍କ ଦୁଇଥର ଗୋଚର ଦ୍ୱାରା ସକ୍ରିୟ ହୋଇଥିଲା। କୁଣ୍ଡଳୀର ଦ୍ୱିତୀୟ ଘର ପରିବାର ପାଇଁ ଦାୟୀ ଏବଂ ଅଷ୍ଟମ ଘର ହଠାତ ଘଟଣା ପାଇଁ ଦାୟୀ।
- ସେହି ସମୟରେ ଶନି ମକର ରାଶିରେ ଥିଲେ ଓ ବୃହସ୍ପତିକର୍କଟ ରାଶିରେ ଗୋଚର କରୁଥିଲେ।
- ବିବାହ ଦିନ ରେଖାଙ୍କର ସପ୍ତମ, ନବମ, ଅଷ୍ଟମ ଓ ଲଗ୍ନ ଓ ପଞ୍ଚମ ଘର ସକ୍ରିୟ ଥିଲା।
- କିନ୍ତୁ ସପ୍ତମ ଘର ବହୁତ ଅଧିକ କ୍ଷତିଗ୍ରସ୍ତ ଥିଲା ସେଥିପାଇଁ ବିବାହର କିଛି ମାସ ପରେ ତାଙ୍କର ସ୍ବାମୀଙ୍କର ଆତ୍ମହତ୍ୟାରେ ମୃତ୍ଯୁ ହୋଇଗଲା।
- ସପ୍ତମ ଘର ପରେ ମଙ୍ଗଳଙ୍କର ସମ୍ପୂର୍ଣ ଦୃଷ୍ଟି ରହିବ ଓ ରାହୁଙ୍କ ସହିତ କେତୁଙ୍କ ସ୍ଥିତି ଦର୍ଶାଏ ଜେ ତାଙ୍କର ଜୀବନସାଥୀରେ ଅଧିକ କ୍ରୋଧ ଗୁଣ ରହିପାରେ। ଏହା ପରେ ରେଖା କେବେ ପୁନର୍ବାର ବିବାହ କରିଲେ ନାହିଁ ଓ ନିଜର କ୍ୟାରିଅର ଉପରେ ଫୋକସ କରିଲେ।
ଏବେ ଆସନ୍ତୁ ନବମାଂଶକୁଣ୍ଡଳୀ ଉପରେ ନଜର ପକାଇବା କାରଣ ନବମାଂଶମୁଖ୍ୟତଃ ବିବାହ ଏବଂ ବିବାହ ପରେ ଜୀବନକୁ ସୂଚିତ କରେ।
- ଯଦି ଆମେ ରେଖାଙ୍କର ନବମାଂଶକୁଣ୍ଡଳୀ ଦେଖିବା ତେବେ ତାଙ୍କର ଲଗ୍ନ କୁଣ୍ଡଳୀର ସପ୍ତମେଶ ବୁଧ ଦ୍ଵାଦଶ ଘରେ ବସିଛନ୍ତି ଯାହା ଭାବାତ ଭାବମ ସିଦ୍ଧାନ୍ତ ଅନୁସାରେ ନିଜ ଘର ଠାରୁ ଷଷ୍ଠ ସ୍ଥାନରେ ଆସେ। ଏହା ହଠାତ ବିବାହ ସମାପ୍ତକୁ ଦର୍ଶାଏ।
- ନବମାଂଶର ସପ୍ତମ ଘରର ଅଧିପତି ଶୁକ୍ର ଚତୁର୍ଥ ଘରେ ସୂର୍ଯ୍ୟଙ୍କ ସହିତ ବସିଥିଲେ ଏବଂ ମଙ୍ଗଳଙ୍କ ଉପରେ ତାଙ୍କର ପୂର୍ଣ୍ଣ ଦୃଷ୍ଟି ଥିଲା ଯାହା ପୁଣି ଥରେ ବିଳମ୍ବରେ ବିବାହ ଏବଂ ବୈବାହିକ ସମ୍ପର୍କରେ ଅସନ୍ତୋଷକୁ ସୂଚିତ କରେ।
ଶାହରୁଖ ଖାନଙ୍କର ବିବାହ
ଆସନ୍ତୁ ଏବେ ଏପରି ଏକ ଅଭିନେତାଙ୍କର ଉଦାହରଣ ନେବା ଯାହାର ବିବାହ ବଲୀଵୁଡ୍ରେ ଏକ ଉଦାହରଣ ରୂପରେ ପ୍ରସିଦ୍ଧ ଓ ସେ ହେଉଛନ୍ତିଶାହରୁଖ ଖାନ ।
ଶାହରୁଖ ଖାନ ବଲୀଵୁଡ୍ର ବାଦଶାହ ଅଟନ୍ତି ଓ ତାଙ୍କୁ ଫିଲ୍ମ ଇନଡସ୍ଟ୍ରିର ସବୁଠାରୁ ପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଗଣାଯାଏ। ବଲୀଵୁଡ୍ରେ ତାଙ୍କ ବିବାହ ସବୁଠାରୁ ଭଲ ବୋଲି ବିବେଚନା କରାଯାଏ। ତେବେ ଚାଲନ୍ତୁ ଏବେ ଥରେ ଶାହରୁଖ ଖାନଙ୍କର କୁଣ୍ଡଳୀରେ ଦେଖିବା କି କେଉଁ ଗ୍ରହଙ୍କ ଯୋଗୁଁ ତାଙ୍କର ବିବାହ ଏତେ ଲାମ୍ବା ଚାଲିଛି ଓ ତାଙ୍କୁ ବୈବାହିକ ସୁଖ ମିଳୁଛି।
- ଶାହରୁଖ ସିଂହ ଲଗ୍ନର ଏବଂ ସୂର୍ଯ୍ୟ ତାଙ୍କ ତୃତୀୟ ଘରେ ନିଚ୍ଚ ଅଛନ୍ତି। ଏହା ନକରାତ୍ମକ ଲାଗୁଛି କିନ୍ତୁ ଏଠାରେ ସୂର୍ଯ୍ୟ ବହୁତ ଅଧିକ ଦୃଢ଼ ଥିବାରୁ ଶାହରୁଖ ନିଜର କଳା ବଳରେ ନାମ ଓ ଯଶ ଅର୍ଜନ କରି ପାରିଛନ୍ତି।
- ସପ୍ତମ ଘରର କର୍ତ୍ତା ଶନି, ସପ୍ତମ ଘରେ ହିଁ ଏକ ଭଲ ସ୍ଥିତିରେ ଅଛନ୍ତି। ଶନି ନିଜ ରାଶିରେ ବକ୍ରୀ କରୁଛନ୍ତି ଯାହା ବିବାହ ପାଇଁ ଅଶୁଭ ସଙ୍କେତ ନୁହେଁ।
- ତାଙ୍କର କୁଣ୍ଡଳୀରେ ଶୁକ୍ର ପ୍ରେମ, ରୋମାନ୍ସ ଓ ରଚନାତ୍ମକତାର ପଞ୍ଚମ ଘରେ ବସିଛନ୍ତି। ଏହି କାରଣରୁ ଶାହରୁଖଙ୍କୁ କିଂ ଅଫ ରୋମାନ୍ସ କୁହାଯାଏ।
- ତାଙ୍କର ପଞ୍ଚମ ଓ ସପ୍ତମ ଘର ଉପରେ ବୃହସ୍ପତିଙ୍କର ଦୃଷ୍ଟି ଅଛି ଯାହା ଏକ ଶୁଭ ଗ୍ରହ ଅଟନ୍ତି ଓ ତାଙ୍କର ଯାହା ଉପରେ ଦୃଷ୍ଟି ଥାଏ, ସେ ତାହାର ରକ୍ଷା କରନ୍ତି।
- ଶାହରୁଖ ତାଙ୍କ ପତ୍ନୀ ଗୌରୀ ଖାନଙ୍କୁ ୨୫ ଅକ୍ଟୋବର ୧୯୯୧ରେ ବିବାହ କରିଥିଲେ। ବିବାହ ଦିନ ତାଙ୍କର ରାହୁ-ଶୁକ୍ର-ଶୁକ୍ର-ଚନ୍ଦ୍ର ଦଶା ଚାଲିଥିଲା। ତାଙ୍କର ତୃତୀୟ, ଚତୁର୍ଥ ଓ ଷଷ୍ଠ, ଏକାଦଶ, ସପ୍ତମ, ଅଷ୍ଟମ ଓ ଦ୍ଵାଦଶ ଘର ମଧ୍ୟ ସକ୍ରିୟ ଥିଲା। ଏଠାରେ ଅଧିକାଂଶ ଘର ବିବାହକୁ ଦର୍ଶାଏ।
- ଶନି ଏବଂ ବୃହସ୍ପତିଙ୍କ ଯୁଗଳ ଗୋଚର ଯୋଗୁଁ ଅଷ୍ଟମ ଘର ସକ୍ରିୟ ହୋଇଥିଲା। ଏହା ବିବାହ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘର।
- ସପ୍ତମ ଘରେ କୌଣସି ଅଶୁଭ ଗ୍ରହର ଦିଗ ନାହିଁ।
ଏବେ ଶାହରୁଖ ଖାନଙ୍କରନବମାଂଶ କୁଣ୍ଡଳୀ ଦେଖିନେବା ଯେ ଏହା ତାଙ୍କର ବୈବାହିକ ଜୀବନ ବିଷୟରେ କ’ଣ କହୁଛି।
- ତାଙ୍କ ନବମାଂଶ କୁଣ୍ଡଳୀରେ, ସପ୍ତମ ଘର ରାହୁ-କେତୁ ଅକ୍ଷରେ ଅଛି, ବୃହସ୍ପତି ତୃତୀୟ ଘରରୁ ସପ୍ତମ ଘରକୁ ଦେଖୁଛନ୍ତି ଯାହା ବିବାହ ଏବଂ ସପ୍ତମ ଘର ସହିତ ଜଡ଼ିତ ଅନ୍ୟାନ୍ୟ ଦିଗକୁ ସୁରକ୍ଷା ଦିଏ।
- ଲଗ୍ନ କୁଣ୍ଡଳୀରେ ସପ୍ତମ ଘରର କର୍ତ୍ତା ଶନି ଏବଂ ନବମାଂଶ କୁଣ୍ଡଳୀରେ ସପ୍ତମ ଘରର କର୍ତ୍ତା ମଙ୍ଗଳ ଯାହା ସୂଚାଇଥାଏ ଯେ ଜୀବନସାଥୀଙ୍କର ବ୍ୟକ୍ତି ଉପରେ ଗଭୀର ପ୍ରଭାବ ପଡ଼ିବ। ଜୀବନସାଥୀ ତାଙ୍କ ବିବାହକୁ ସଫଳ କରିବା ପାଇଁ ଏବଂ କଷ୍ଟକର ସମୟରେ ଏହାକୁ ରକ୍ଷା କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବେ ଏବଂ ଯଦି କୌଣସି ତୃତୀୟ ବ୍ୟକ୍ତି ସେମାନଙ୍କ ସମ୍ପର୍କରେ ଆସିଯାଏ, ତେବେ ସେ ସାହସର ସହିତ ଏହାର ସାମ୍ନା କରିବେ।
ସେଥିପାଇଁ ବିବାହ ସମୟ ଓ ତାଙ୍କର ଗୁଣବତ୍ତାର ବାଖ୍ଯା କରି ସମୟ ଉପରୋକ୍ତ କ୍ଷେତ୍ର ଉପରେ ଧ୍ୟାନ ଦେବା ଉଚିତ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବିବାହର ସମୟ ଏବଂ ଏହାର ଗୁଣବତ୍ତା କେଉଁ କାରଣ ଉପରେ ନିର୍ଭର କରେ?
ସେହି ସମୟରେ କେଉଁ ମହାଦଶା ଚାଲିଛି, ସପ୍ତମ ଘର କିପରି ଏବଂ ଏହାର ସ୍ବାମୀ କିଏ ଇତ୍ୟାଦି ଉପରେ ନିର୍ଭର କରେ।
2. ବିବାହ ପାଇଁ କେଉଁ ଗ୍ରହ କାରକ?
ଶୁକ୍ର ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ବିବାହର କାରକ।
3. ମହିଳାଙ୍କ କୁଣ୍ଡଳୀର କେଉଁ ଗ୍ରହ ତାଙ୍କ ସାଥୀର ସ୍ୱଭାବ ନିର୍ଣ୍ଣୟ କରେ?
ବୃହସ୍ପତି ଏବଂ ମଙ୍ଗଳ
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






