ଦେବଶୟନୀ ଏକାଦଶୀ 2025
ସନାତନ ଧର୍ମରେ ଏକାଦଶୀ ତିଥିର ବିଶେଷ ମହତ୍ଵ ଥାଏ ଓ ଏହା ମଧ୍ୟରୁ ଦେବଶୟନୀ ଏକାଦଶୀର ସ୍ଥାନ ସର୍ବୋଚ୍ଚ ବିବେଚନା କରାଯାଏ। ଏହି ଏକାଦଶୀ ଆଷାଢ଼ ଶୁକ୍ଳ ପକ୍ଷ ତିଥିରେ ପଡ଼େ ଓ ଏହାକୁ ହରି ଶୟନୀ ଏକାଦଶୀ ମଧ୍ୟ କୁହାଯାଏ କିମ୍ବା ଯୋଗନିଦ୍ରା ଏକାଦଶୀ ମଧ୍ୟ କୁହାଯାଏ। ଏହି ଦିନରୁ ଚତୁର୍ମାସ ଆରମ୍ଭ ହୁଏ। ଭଗବାନ ବିଷ୍ଣୁ କ୍ଷୀର ସାଗରରେ ଯୋଗନିଦ୍ରାରେ ରୁହନ୍ତି ଓ ଚାରି ମାସ ପର୍ଯ୍ୟନ୍ତ ବିଶ୍ରାମ କରନ୍ତି। ଏହି ସମୟରେ ପୂଜା ଓ ଭକରି ଦ୍ବାରା ନା କେବଳ ପାପରୁ ମୁକ୍ତି ମିଳେ ବରଂ ମୋକ୍ଷର ମାର୍ଗ ପ୍ରଶସ୍ତ ହୋଇଯାଏ। ଏହି ଉପବାସ ବ୍ୟକ୍ତିକୁ ସଂଯମ, ବିଶ୍ୱାସ ଏବଂ ସେବାର ଶିକ୍ଷା ଦିଏ। ଏହା ସହିତ, ଏହା ଆଧ୍ୟାତ୍ମିକ ସାଧନା, ଧର୍ମ, ଉପବାସ ଏବଂ ଧାର୍ମିକ କାର୍ଯ୍ୟର ସମୟ।
ଆଷ୍ଟ୍ରୋସେଜ ଏଆଇର ଏହି ବିଶେଷ ଲେଖାରେ ଆମେ ଦେବଶୟନୀ 2025 ବ୍ରତ ବିଷୟରେ ସବୁ କିଛି ଜାଣିବା, ସାଙ୍ଗରେ ଏହାର ମହତ୍ଵ, ବ୍ରତ କଥା, ପୂଜା ବିଧି ଓ କିଛି ଉପାୟ ବିଷୟରେ ଜାଣିବା। ତେବେ ଚାଲନ୍ତୁ ଡେରି ନ କରି ନିଜର ଲେଖା ଆରମ୍ଭ କରିବା।
କେବେ ପଡ଼ୁଛି ହରି ଶୟନୀ ଏକାଦଶୀ 2025 ବ୍ରତ
ବୈଦିକ ପଞ୍ଚାଙ୍ଗ ଅନୁସାରେ ଆଷାଢ଼ ମାସର ଶୁକ୍ଳ ପକ୍ଷର ଏକାଦଶୀ ତିଥିର ଆରମ୍ଭ 05 ଜୁଲାଇ ସନ୍ଧ୍ୟା 07:01 ରେ ହେବ ଓ ପରଦିନ 06 ଜୁଲାଇ ସନ୍ଧ୍ୟା 09:17 ରେ ଶେଷ ହେବ। ସନାତନ ଧର୍ମରେ ସୂର୍ଯ୍ୟୋଦୟ ତିଥିର ବିଶେଷ ମହତ୍ଵ ଅଛି। ଏପରି ସ୍ଥିତିରେ ହରିଶୟନୀ ଏକାଦଶୀ ବ୍ରତ 06 ଜୁଲାଇରେ ପାଳନ ହେବ। ଏହି ଦିନ ଚତୁର୍ମାସର ଆରମ୍ଭ ହେବ।
ଆଶାଢ଼ୀ ଏକାଦଶୀ ପାରଣ ମୂହୁର୍ତ୍ତ: 07 ଜୁଲାଇ ସକାଳ 05:28 ମିନିଟ ରୁ 08:15 ମିନିଟ ପର୍ଯ୍ୟନ୍ତ।
ଅବଧି: 2 ଘଣ୍ଟା 46 ମିନିଟ
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
କେବେ ପର୍ଯ୍ୟନ୍ତ ରହିବ ଚତୁର୍ମାସ
ଧାର୍ମିକ ମାନ୍ୟତା ଅନୁସାରେ, ଆଷାଢ଼ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରୁ ଭଗବାନ ବିଷ୍ଣୁ କ୍ଷୀର ସାଗରରେ ଶୟନ କରିବା ପାଇଁ ଯାଆନ୍ତି। ଏହା ସହିତ ଚତୁର୍ମାସ ଆରମ୍ଭ ହୁଏ ଓ କାର୍ତିକ ମାସର ଶୁକ୍ଳ ପକ୍ଷ ଏକାଦଶୀ ଦିନ ଶ୍ରୀ ହରି କ୍ଷୀର ସାଗରରୁ ଜାଗୃତ ହୁଅନ୍ତି। ଏହି ତିଥିରେ ଦେବଉଠାଣି ଏକାଦଶୀ ପାଳନ ହୁଏ। ଏହି ଥର ଚତୁର୍ମାସ 06 ଜୁଲାଇ ରେ ଆରମ୍ଭ ହେବ ଓ 01 ନଭେମ୍ବରରେ ଶେଷ ହେବ।
ହରି ଶୟନୀ ଏକାଦଶୀର ମହତ୍ଵ
ଦେବଶୟନୀ ଏକାଦଶୀର ସନାତନ ଧର୍ମରେ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଧାର୍ମିକ ମହତ୍ବ ଅଛି। ଏହି ଦିନ ଭଗବାନ ବିଷ୍ଣୁ କ୍ଷୀର ସାଗରରେ ଯୋଗନିଦ୍ରାରେ ରୁହନ୍ତି ଓ ଚାରି ମାସ ପର୍ଯ୍ୟନ୍ତ ବିଶ୍ରାମ କରନ୍ତି, ଯାହାକୁ ଚତୁର୍ମାସ କୁହାଯାଏ। ଏହି ସମୟ ସାଧନା, ତପସ୍ୟା ଓ ଧାର୍ମିକ ଅନୁଶାସନର ପ୍ରତିକ ଅଟେ। ଏହି ଦିନ ବ୍ରତ କରିବା ଓ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଦ୍ବାରା ସାଧକଙ୍କୁ ପାପରୁ ମୁକ୍ତି, କର୍ମର ଶୁଦ୍ଧିକରଣ ଓ ମୋକ୍ଷ ପ୍ରାପ୍ତି ହୁଏ। ଏହି ଦିନ ସେହି ଭକ୍ତଙ୍କ ପାଇଁ ବିଶେଷ ହୋଇଥାଏ, ଯିଏ ନିଜର ସାଂସାରିକ ଇଚ୍ଛାକୁ ତ୍ୟାଗ କରି ଆତ୍ମକଲ୍ୟାଣର ଦିଗରେ ଆଗକୁ ବଢ଼ିବାକୁ ଚାହାନ୍ତି।
ହରିଶୟନୀ ଏକାଦଶୀ ରୁ ବିବାହ, ଗୃହ ପ୍ରବେଶ, ମୁଣ୍ଡନ ଇତ୍ୟାଦି କାର୍ଯ୍ୟ ଚାରି ମାସ ପର୍ଯ୍ୟନ୍ତ ବନ୍ଦ ରଖାଯାଏ। ଏହି କାଳ ଅଧ୍ୟାତ୍ମ, ଭକ୍ତି ଓ ଆତ୍ମସଂଯମ ପାଇଁ ଉତ୍ତମ ଅଟେ। ଏହି ବ୍ରତ କରିବା ଦ୍ବାରା ବ୍ୟକ୍ତିର ଜୀବନ ସନ୍ତୁଳିତ, ଶାନ୍ତ ଓ ପୁଣ୍ୟକାରୀ ହୋଇଥାଏ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା
ହରି ଶୟନୀ ଏକାଦଶୀର ଧାର୍ମିକ ମହତ୍ଵ
ହରିଶୟନୀ ଏକାଦଶୀ, ଯାହାକୁ ଆଷାଢ଼ ଶୁକ୍ଳ ଏକାଦଶୀ ମଧ୍ୟ କୁହାଯାଏମ ସନାତନ ଧର୍ମରେ ଅତ୍ୟନ୍ତ ପବିତ୍ର ଓ ମହତ୍ୱପୂର୍ଣ ବିବେଚନା କରାଯାଏ। ଏହି ଦିନ ଭଗବାନ ଶ୍ରୀ ବିଷ୍ଣୁ ଯୋଗନିଦ୍ରାରେ ଯାଆନ୍ତି। ସେ ଚାରି ମାସ ପର୍ଯ୍ୟନ୍ତ ନିଦ୍ରାରେ ରୁହନ୍ତି ଓ କାର୍ତିକ ଶୁକ୍ଳ ଏକାଦଶୀ ଦିନ ତାଙ୍କର ନିଦ୍ରା ଭଙ୍ଗ ହୁଏ। ଚତୁର୍ମାସ ସାଧନା, ବ୍ରତ, ସେବା ଓ ତପସ୍ୟାର ସମୟ ଅଟେ। ଏହି ସମୟରେ ବିବାହ, ଗୃହ ପ୍ରବେଶ, ମୁଣ୍ଡନ ଇତ୍ୟାଦି ଶୁଭ କାର୍ଯ୍ୟ କରାଯାଏ ନାହିଁ।
ଶାସ୍ତ୍ର ଅନୁସାରେ, ଏହି ଏକାଦଶୀ ବ୍ରତ କରିବା ଓ ଭଗବାନ ବିଷ୍ଣୁଙ୍କର ପୂଜା-ଅର୍ଚନା କରିବା ଦ୍ବାରା ପାପ ନାଶ ହୋଇଥାଏ ଓ ମୋକ୍ଷ ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୋଇଥାଏ। ପୁରାଣ ଅନୁସାରେ ହରିଶୟନୀ ଏକାଦଶୀ ବ୍ରତ କରିବା ଦ୍ବାରା ବ୍ୟକ୍ତିକୁ ବେଦାଧ୍ୟୟନ, ଯଜ୍ଞ ଓ ତୀର୍ଥ ସ୍ନାନ ପରି ପୂଣ୍ୟ ପ୍ରାପ୍ତ ହୋଇଥାଏ।
ଦେବଶୟନୀ ବ୍ରତ ପୂଜା
ଦେବଶୟନୀ ଏକାଦଶୀର ବ୍ରତ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ହୋଇଥାଏ। ଏହି ଦିନ ଭକ୍ତ ସମ୍ପୂର୍ଣ ଶ୍ରଦ୍ଧା ଓ ନିୟମ ସହିତ ବ୍ରତ ରଖନ୍ତି ଓ ଭଗବାନ ବିଷ୍ଣୁଣଙ୍କୁ ଶୟନ କରାନ୍ତି। ଆସନ୍ତୁ ଜାଣିବା ହରିଶୟନୀ ଏକାଦଶୀର ପୂଜା ବିଧି।
ଦଶମୀରୁ ସାତ୍ତ୍ୱିକ ଖାଦ୍ୟ ଖାଆନ୍ତୁ ଏବଂ ରାତିରେ କେବଳ ଥରେ ଖାଆନ୍ତୁ। ରାତିରେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ ଏବଂ ମନରେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରନ୍ତୁ।
ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରନ୍ତୁ ଏବଂ ସଫା ପୋଷାକ ପିନ୍ଧନ୍ତୁ। ଘରର ପୂଜା ସ୍ଥାନକୁ ଗଙ୍ଗାଜଳ କିମ୍ବା ଶୁଦ୍ଧ ଜଳରେ ସ୍ବଚ୍ଛ କରନ୍ତୁ।
ଏହା ପରେ ବ୍ରତର ସଂକଳ୍ପ କରନ୍ତୁ। ବିଷ୍ଣୁ ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋକୁ ଜଳରେ ସ୍ନାନ କରାନ୍ତୁ। ସେମାନଙ୍କୁ ହଳଦିଆ ବସ୍ତ୍ର, ଫୁଲ, ତୁଳସୀ ପତ୍ର, ଚନ୍ଦନ, ଧୂପ ଏବଂ ଦୀପ ଅର୍ପଣ କରନ୍ତୁ।
ବିଷ୍ଣୁ ସହସ୍ରନାମ କିମ୍ବା ବିଷ୍ଣୁ ଚାଳିସା, ଶ୍ରୀ ହରି ସ୍ତୋତ୍ର, ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ରାତ୍ରିରେ ଭଗବାନଙ୍କର କଥା ଶୁଣନ୍ତୁ, ଭଜନ-କୀର୍ତ୍ତନ କରନ୍ତୁ।
ପର ଦିନ ଦ୍ବାଦଶୀ ତିଥି ଦିନ ବ୍ରାହ୍ମଣଙ୍କୁ ଭୋଜନ କରାଇ ଓ ଦକ୍ଷିଣା ଦେଇ ବ୍ରତ ସମପାନ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ଦେବଶୟନୀ ଉପବାସ କଥା
ହରିଶୟନୀ ଏକାଦଶୀ ବ୍ରତ କଥା ବହୁତ ପବିତ୍ର ଓ ଶିକ୍ଷାପ୍ରଦ ଅଟେ। ପୌରଣିକ କଥା ଅନୁସାରେ, ପ୍ରାଚୀନ କାଳରେ ରାଜା ମାନ୍ଧାତା ନାମକ ଏକ ପ୍ରତାପୀ ଓ ଧର୍ମନିଷ୍ଠ ରାଜା ରାଜୁତି କରୁଥିଲେ। ତାଙ୍କର ରାଜ୍ୟରେ ପ୍ରଜା ଶୁଖି ଓ ସନ୍ତୁଷ୍ଟ ଥିଲେ, କିନ୍ତୁ ଥରେ ରାଜ୍ୟରେ ଭୟଙ୍କର ଅକାଳ ପଢ଼ିଲା। ଅନେକ ବର୍ଷ ପର୍ଯ୍ୟନ୍ତ ବର୍ଷା ନ ହେବା ଯୋଗୁଁ ଲୋକ ଭୋକ ଶୋଷରେ ପୀଡ଼ିତ ହେଲେ। ରାଜା ଅନେକ ପ୍ରୟାସ କରିଲେ, ଯଜ୍ଞ କରିଲେ, କିନ୍ତୁ କୌଣସି ଲାଭ ହେଲା ନାହିଁ। ତେବେ ମହର୍ଷି ଅଙ୍ଗିରାଙ୍କ ପାଖରେ ପହଁଚିଲେ ଓ ନିଜର ଚିନ୍ତା ଜଣାଇଲେ। ମହର୍ଷି ତାଙ୍କୁ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ଦେବଶୟନୀ ଏକାଦଶୀ ବ୍ରତ ରଖିବାକୁ କହିଲେ। ରାଜା ପୂର୍ଣ୍ଣ ରୀତିନୀତି ସହିତ ଏହି ଉପବାସ ପାଳନ କଲେ, ସାରା ରାତି ଜାଗ୍ରତ ରହି ଭଗବାନ ବିଷ୍ଣୁଙ୍କ ଭକ୍ତିରେ ନିଜକୁ ବୁଡ଼ାଇ ଦେଲେ। ଫଳସ୍ୱରୂପ, ତାଙ୍କ ରାଜ୍ୟରେ ମୁଷଳ ବୃଷ୍ଟି ହେଲା ଏବଂ ଦୁର୍ଭିକ୍ଷ ସମାପ୍ତ ହେଲା।
ଏହି ବ୍ରତ ଦ୍ବାରା ନା କେବଳ ପ୍ରାକୃତିକ ବିପତ୍ତି ଦୂର ହୁଏ, ବରଂ ପାପ ନାଶ ମଧ୍ୟ ହଉ ଓ ଜୀବନରେ ସୁଖ-ଶାନ୍ତି ଓ ସମୃଦ୍ଧିର ଆଗମନ ହୋଇଥାଏ। ଏହି ଦିନରୁ ଭଗବାନ ବିଷ୍ଣୁ ଚାରି ମାସ ପାଇଁ ଯୋଗନିଦ୍ରାରେ ରୁହନ୍ତି, ଯାହାକୁ ଚତୁର୍ମାସ କୁହାଯାଏ। ସେଥିପାଇଁ ଏହି ଏକାଦଶୀ ଅତ୍ୟନ୍ତ ପୁଣ୍ୟଦାୟୀ ଅଟେ।
ଏହି ଦିନ କ’ଣ କରିବେ ଓ କ’ଣ ନାହିଁ
ଏହି ଦିନ ଶୁଭ ଫଳ ପାଇବା ପାଇଁ ଓ ଭଗବାନ ବିଷ୍ଣୁଙ୍କର କୃପା ପାଇବା ପାଇଁ କିଛି କାର୍ଯ୍ୟ କରିବା ଆବଶ୍ୟକ। ସେହି ଭଳି କିଛି କାର୍ଯ୍ୟ ନ କରିବା ମଧ୍ୟ ଉଚିତ। ଆସନ୍ତୁ ଜାଣିବା ଏହି ଦିନ କ’ଣ କରିବେ ଓ କ’ଣ ନାହିଁ।
କ’ଣ କରିବେ
ଏହି ଦିନ ସକାଳେ ସ୍ନାନ କରନ୍ତୁ, ସଫା ପୋଷାକ ପିନ୍ଧନ୍ତୁ ଏବଂ ରୀତିନୀତି ଅନୁସାରେ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ।
ଜଳ କିମ୍ବା ଫଳ ଉପରେ ନିର୍ଭର କରି ଉପବାସ ରଖନ୍ତୁ।
ତୁଳସୀ ପୂଜା କରନ୍ତୁ ଏବଂ ତୁଳସୀ ପତ୍ର ଅର୍ପଣ କରନ୍ତୁ।
ରାତିରେ ଭକ୍ତି ସହିତ ଜାଗ୍ରତ ରହିବା ପୁଣ୍ୟ ବୋଲି ବିବେଚନା କରାଯାଏ।
ବ୍ରାହ୍ମଣ ଏବଂ ଅଭାବୀମାନଙ୍କୁ ଖାଦ୍ୟ, ପୋଷାକ କିମ୍ବା ଟଙ୍କା ଦାନ କରନ୍ତୁ।
କ’ଣ କରିବେ ନାହିଁ
ଏହି ଦିନ ଭାତ କିମ୍ବା ଶସ୍ୟ ଖାଇବା ନିଷେଧ।
ମନକୁ ଶାନ୍ତ ରଖନ୍ତୁ ଏବଂ ନକାରାତ୍ମକ ଚିନ୍ତାଧାରାରୁ ଦୂରରେ ରୁହନ୍ତୁ।
ଏହି ଦିନ ମାଂସ ଏବଂ ମଦ୍ୟପାନ କରନ୍ତୁ ନାହିଁ। ଏଗୁଡ଼ିକ ଖାଇବା ପାପର କାରଣ ହେବ।
ମିଛ କୁହନ୍ତୁ ନାହିଁ ଏବଂ ଏହି ଦିନ ସତ୍ୟ କହିବା ଏବଂ ଶୁଦ୍ଧ ଚିନ୍ତାଧାରା ରଖିବା ଆବଶ୍ୟକ।
ଏହି ଦିନ ରାତିରେ ତୁଳସୀକୁ ସ୍ପର୍ଶ କରନ୍ତୁ ନାହିଁ।
ଏହି ବ୍ରତ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପ୍ରେରଣା ଦିଏ।
ନିନ୍ଦନିୟ କିମ୍ବା ଅପବିତ୍ର କାର୍ଯ୍ୟ କରନ୍ତୁ ନାହିଁ, ଯେପରି କି ଅପଶବ୍ଦ କହିବ, ଚୋରୀ କରିବା।
ଏହି ଦିନ ରାଶି ଅନୁସାରେ ଉପାୟ
ଏହି ଦିନ ରାଶି ଅନୁସାରେ ଉପାୟ କରିବା ଦ୍ବାରା ବିଶେଷ ଲାଭ ପ୍ରାପ୍ତ ହେବ। ଆସନ୍ତୁ ଜାଣିବା ରାଶି ଅନୁସାରେ ବିଶେଷ ଉପାୟ।
ମେଷ ରାଶି
ଏହି ଦିନ ଭାଗବୟାନ ବିଷ୍ଣୁଙ୍କୁ ନାଲି ଚନ୍ଦନରେ ତିଳକ କରନ୍ତୁ ଓ ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ। ଏପରି କରିବା ଦ୍ବାରା ମାନସିକ ଚାପରୁ ମୁକ୍ତି ଓ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ।
ବୃଷ ରାଶି
ବୃଷ ରାଶିର ଲୋକ ଏହି ଦିନ ଗାଈକୁ ସବୁଜ ଚାରା ଖୁଆନ୍ତୁ ଓ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ଏପରି କରିବା ଦ୍ବାରା ପାରିବାରିକ ସୁଖ ଓ ଧନ ଲାଭର ଯୋଗ ଅଛି।
ମିଥୁନ ରାଶି
ଏହି ଦିନ ମିଥୁନ ରାଶିର ଲୋକ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ ଓ ତୁଳସୀ ସାମ୍ନାରେ ଦୀପ ଜାଳନ୍ତୁ। କଥାରେ ମଧୁରତା ଓ ସଞ୍ଚାର ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ।
କର୍କଟ ରାଶି
କର୍କଟ ରାଶିର ଲୋକଙ୍କୁ ଏହି ଦିନ ଚାଉଳ ଓ କ୍ଷୀର ଦାନ କରିବା ଉଚିତ। ସାଙ୍ଗରେ, ବିଷ୍ଣୁଙ୍କୁ କ୍ଷୀରରେ ଅଭିଷେକ କରନ୍ତୁ। ଏପରି କରିବା ଦ୍ବାରା ମାନସିକ ଶାନ୍ତି ଓ ଲାଭ ପ୍ରାପ୍ତ ହେବ।
ସିଂହ ରାଶି
ଏହି ଦିନ ଭଗବାନ ବିଷ୍ଣୁଙ୍କୁ କେସ ମିଶ୍ରିତ ଜଳ ଅର୍ପଣ କରନ୍ତୁ ଓ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ମାନ-ସମ୍ମାନ ବୃଦ୍ଧି ହେବ ଓ ନୂଆ ଯୋଜନାରେ ସଫଳତା ପ୍ରାପ୍ତ ହେବ।
ଅନଲାଇନ ସଫ୍ଟୱେୟାର୍ର ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ
କନ୍ୟା ରାଶି
ଏହି ଦିନ ଭୋକିଲାଙ୍କୁ ଭୋଜନ କରାନ୍ତୁ ଓ ଓଁ ନାରାୟଣ ନମଃ ମନ୍ତ୍ର ଜପ କରନ୍ତୁ। ଏପରି କରିବା ଦ୍ବାରା କ୍ୟାରିଅରରେ ସୁଧାର ଆସିବ ଓ ପାରିବାରିକ ତାଳମେଳ ରହିବ।
ତୁଳା ରାଶି
ଏହି ଦିନ ଗାଈ ଘିଅରେ ଦୀପ ଜାଳନ୍ତୁ ଓ ବିଷ୍ଣୁଙ୍କୁ ଧଳା ଫୂଳ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ବୈବାହିକ ଜୀବନରେ ମଧୁରତା ଆସିବ ଓ ମାନସିକ ସନ୍ତୁଳନ ରହିବ।
ବିଛା ରାଶି
ବିଛା ରାଶିର ଲୋକ ଏହି ଦିନ ଅଭାବିଙ୍କୁ ବସ୍ତ୍ର ଦାନ କରନ୍ତୁ ଓ ବିଷ୍ଣୁଙ୍କୁ ଗୁଡ଼ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ପୁରୁଣା ରୋଗରୁ ଆରାମ ମିଳିବ ଓ ଅଟକି ଥିବା କାମ ଶେଷ ହେବ।
ଧନୁ ରାଶି
ଦେବଶୟନୀ ଏକାଦଶୀ ଦିନ ହଳଦିଆ ବସ୍ତ୍ର ଧରଣ କରନ୍ତୁ ଓ କୌଣସି ମନ୍ଦିରରେ କଦଳୀ ଦାନ କରାନ୍ତୁ। ଏପରି କରିବା ଦ୍ବାରା ଗୁରୁ କୃପା ପ୍ରାପ୍ତ ହେବ ଓ ଭାଗ୍ଯରେ ବୃଦ୍ଧି ଘଟିବ।
ମକର ରାଶି
ମକର ରାଶିର ଲୋକଙ୍କୁ ଏହି ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଅନ୍ନ ଓ ଦକ୍ଷିଣା ଦିଅନ୍ତୁ। ସାଙ୍ଗରେ, ବିଷ୍ଣୁ ଚାଳିସା ପାଠ କରନ୍ତୁ। ଏପରି କରିବା ଦ୍ବାରା କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ପ୍ରାପ୍ତ ହେବ ଓ ଲୋକଙ୍କୁ ଋଣରୁ ମୁକ୍ତି ମିଳିବ।
କୁମ୍ଭ ରାଶି
ଏହି ଦିନ ଗରିବ ପିଲାଙ୍କୁ ଶିକ୍ଷା ସାମଗ୍ରୀ ଦାନ କରନ୍ତୁ ଓ ବିଷ୍ଣୁଙ୍କୁ ପଞ୍ଚାମୃତ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ଶିକ୍ଷା ଓ ବୁଦ୍ଧି ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ମିଳିବ।
ମୀନ ରାଶି
ମୀନ ରାଶିର ଲୋକଙ୍କୁ ଏହି ଦିନ ଜଳରେ ଗଙ୍ଗାଜଳ ମିଶାଇ ସ୍ନାନ କରିବା ଉଚିତ ଓ ପୀତାମ୍ବର ବସ୍ତ୍ର ପିନ୍ଧି ପୂଜା କରନ୍ତୁ। ଏପରି କରିବା ଦ୍ବାରା ଆଧ୍ୟାତ୍ମିକ ଉନ୍ନତି ଓ ପାରିବାରିକ ସମୃଦ୍ଧି ରହିବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଦେବଶୟନୀ ଏକାଦଶୀ 2025 ବ୍ରତ କେବେ?
ଦେବଶୟନୀ ବ୍ରତ 06 ଜୁଲାଇରେ କରାଯାଏ ।
2. ହରିଶୟନୀ ଏକାଦଶୀ କାହିଁକି ପାଳନ କରାଯାଏ?
ଏହି ଏକାଦଶୀ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ସମର୍ପିତ।
3. ଚାରୋଟି ବଡ଼ ଏକାଦଶୀ କ’ଣ କ’ଣ?
ଚାରୋଟି ପ୍ରମୁଖ ଏକାଦଶୀ ଅଛି: ନିର୍ଜଳା ଏକାଦଶୀ, ମୋକ୍ଷଦା ଏକାଦଶୀ, କମିକା ଏକାଦଶୀ, ଓ ଦେବଉଠାଣି ଏକାଦଶୀ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






