ନବବର୍ଷ 2025
ନବ ବର୍ଷର ଆରମ୍ଭ ବିଷୟରେ ଭାବିଲେ ମନରେ ନୂଆ ନୂଆ asହା ବଢ଼ିବାକୁ ଲାଗେ। ନବବର୍ଷ 2025 ସହିତ ନୂଆ ଆଶା ଓ ଇଚ୍ଛା ମଧ୍ୟ ଆସିବ ବୋଲି ଆଶା ଅଛି।
ଯେବେ ମଧ୍ୟ ନୂଆବର୍ଷ ବିଷୟରେ କଥା ଉଠେ, ତେବେ ମନରେ ଆଶା ରୁହେ ଯେ ଆସନ୍ତା ବର୍ଷ କିଛି ନୂଆ ଜିନିଷ ନେଇ ଆସୁ। ଆମେ ନିଜର ସ୍ବପ୍ନ ପୂରଣ କରିପାରୁ ଓ ନିଜର ଲକ୍ଷ ପ୍ରାପ୍ତ କରିପାରୁ। ଏହି ଆଶା ସହିତ ଲୋକ ବଡ଼ ଧୂମଧାମ ଓ ଜୋଶରେ ନୂଆ ବର୍ଷର ସ୍ବାଗତ କରି ଥାଆନ୍ତି।
ଆପଣ ମଧ୍ୟ ନବବର୍ଷ କୁ ନେଇ କିଛି ସ୍ବପ୍ନ ରଖିଥିବେ ଓ ଭାବିଥିବେ ଯେ ଏହି ବର୍ଷ କୌଣସି ବିଶେଷ ଭାବରେ ନବବର୍ଷ ପାଳନ କରିବେ ବୋଲି। ଦେଶ ବିଦେଶରେ ନୂଆ ବର୍ଷ ପାଳନ କରିବାର ଅଲଗା ଅଲଗା ପ୍ରକ୍ରିୟା ରହିଛି ଓ ପ୍ରତ୍ଯେକ ଧର୍ମରେ ନିଉ ଇୟର ପାଳନ କରିବାର ପ୍ରକ୍ରିୟା ମଧ୍ୟ ଭିନ୍ନ ହୋଇଥାଏ। କିଛି ଲୋକ ନୂଆ ବର୍ଷର ଆରମ୍ଭ ମନ୍ଦିର ଯାଇ କରନ୍ତି, କିଛି ଲୋକ ଘରେ ପୂଜା ପାଠ କରନ୍ତି ଓ କିଛି ଲୋକ ବୁଲାବୁଲି ଓ ପାର୍ଟୀ କରିବାକୁ ଯାଆନ୍ତି। ଏହି ଦିନରେ ବନ୍ଧୁ, ସମ୍ପର୍କୀୟଙ୍କୁ ନିଉ ଇୟର ସନ୍ଦେଶ ମଧ୍ୟ ପଠା ଯାଏ। ଏହି ବିଧି ବହୁତ ପୁରାତନ ସମୟରୁ ଚାଲି ଆସୁଛି।
ଆଷ୍ଟ୍ରୋସେଜର ଏହି ବିଶେଷ ଲେଖାରେ ଆମେ ଆପଣଙ୍କୁ ନବବର୍ଷ 2025 (2025 Happy New Year Wishes) ର ଶୁଭକାମନା ଓ ଭାରତରେ ପାଳନ ହେଉଥିବା ଅଲଗା ଅଲଗା ନବବର୍ଷ ବିଷୟରେ କହିବୁ। ତେବେ ଆସନ୍ତୁ ଡେରି ନ କରି ଆଗକୁ ବଢ଼ିବା।
हिंदी में पढ़ने के लिए यहाँ क्लिक करें: नववर्ष 2025
ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ନବବର୍ଷ କ’ଣ
ଆଜିର ସମୟରେ, ସମଗ୍ର ବିଶ୍ୱ ଗ୍ରେଗୋରିଆନ୍ କ୍ୟାଲେଣ୍ଡରକୁ ଅନୁସରଣ କରେ ଏବଂ ଏହା ଅନୁଯାୟୀ, ଗୋଟିଏ ବର୍ଷ 31 ଡିସେମ୍ବରରେ ଶେଷ ହୁଏ ଏବଂ ନୂତନ ବର୍ଷ 01 ଜାନୁୟାରୀରୁ ଆରମ୍ଭ ହୁଏ। ଜାନୁଆରୀ 1 ରୁ ନୂତନ ବର୍ଷର ଆରମ୍ଭକୁ ନୂଆ ବର୍ଷ କୁହାଯାଏ | ଏହି ଦିନ ସାରା ବିଶ୍ୱରେ ଛୁଟିଦିନ ପାଳନ ହୁଏ। କିଛି ଦେଶରେ ଯେପରି ଚାଇନାର ନିଜର ଅଲଗା କୈଲନ୍ଡର୍ ଅଛି ଓ ସେହି କୈଲନ୍ଡର୍ ଅନୁସାରେ ଚାଇନାର ଲୋକ 01 ଜାନୁଆରୀରେ ନୂଆ ବର୍ଷ ପାଳନ କରନ୍ତି ନାହିଁ।
ନୂଆ ବର୍ଷର ଇତିହାସ କ’ଣ
ଦଶନ୍ଧି ଧରି ସାରା ବିଶ୍ୱରେ ନୂଆ ବର୍ଷ ପାଳନ କରା ଯାଉଅଛି। ପ୍ରାୟ ଚାରି ହଜାର ବର୍ଷ ପୂର୍ବେ ପ୍ରାଚୀନ ମେସୋପୋଟାମିଆର ବାବିଲୋନ ସହରରେ ନବ ବର୍ଷ ପାଳନ କରାଯାଇଥିଲା। ନବ ବର୍ଷ ଉତ୍ସବର ଉତ୍ପତ୍ତି ରୋମ ରୁ ହୋଇଥିଲା ବୋଲି ବିଶ୍ୱାସ କରାଯାଏ।
ରୋମାନ ରାଜ ନୁମା ପୋପିଲିଊଶ ପାଖାପାଖି 715 ରୁ 673 AD ରୋମାନ ରିପବ୍ଲିକ୍ କୈଲନ୍ଡର୍କୁ ସଂଶୋଧିତ କରିଥିଲେ ଯାହାଫଳରେ ନବ ବର୍ଷ ମାର୍ଚ୍ଚ ମାସ ପରିବର୍ତ୍ତେ ଜାନୁଆରୀ ମାସରେ ପାଳନ ହୁଏ। ଏହା ପଡ଼େ 46 AD ରେ ଜୁଲିଅଶ ସିଜର କୈଲନ୍ଡର୍ରେ ପରିବର୍ତ୍ତନ କରିଲେ। ଏହି ଜୁଲିଆନ କୈଲନ୍ଡର୍ରେ 01 ଜାନୁଆରୀକୁ ବର୍ଷର ଆରମ୍ଭ ଭାବରେ ଗଣତି କରାଗଲା
ଏପରି କୁହଯାଏ ଯେ ନବବର୍ଷ 2025ରେ ଉପହାର ଦେବା-ନେବାର ପ୍ରଥା ସପ୍ତମ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ଧୀରେ ଧୀର ଇସାଇ ଧର୍ମର ଲୋକ ମଧ୍ୟ ଗ୍ରିଗୋରିୟାନ କୈଲନ୍ଡର୍ କୁ ଆପଣାଇବା ଆରମ୍ଭ କରିଲେ। ଚୀନ ଏପରି ଏକ ଦେଶ ଯାହା ଆଜି ମଧ୍ୟ ନିଜର ଚନ୍ଦ୍ର ମାସ ଅନୁସାରେ ଚୀନୀ ନବବର୍ଷ ପାଳନ କରେ।
ଏଠାରେ କୁହାଯାଇଥିବା ଦେଶମାନଙ୍କରେ ଗ୍ରିଗୋରିୟାନ କୈଲନ୍ଡର୍ ବ୍ୟତୀତ ପାରମ୍ପରିକ କିମ୍ବା ଧାର୍ମିକ caleନଦର ମଧ୍ୟ ପ୍ରୟୋଗ ହୁଏ। କିଛି ଦେଶରେ ଗ୍ରିଗୋରିୟାନ କୈଲନ୍ଡର୍କୁ ଆପଣା ଯାଏ ନାହିଁ ଓ ନୂଆ ବର୍ଷ 01 ଜାନୁଆରୀରେ ପାଳନ ହୁଏ ନାହିଁ। ଏହି ଲିଷ୍ଟରେ ଇଥିୟୋପିୟାର ନାମ ମଧ୍ୟ ଆସେ ଯିଏ ନିଜର ନୂଆ ବର୍ଷ ସେପ୍ଟେମ୍ବରରେ ପାଳନ କରେ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ସୂଚନା
Read in English: 2025 Happy New Year Wishes
କେଉଁ ଦେଶରେ 2025 ରେ ନବବର୍ଷ ସର୍ବପ୍ରଥମେ ପାଳନ ହେବ
ସର୍ବ ପ୍ରଥମେ ଓସେନିଆରେ ନୂଆ ବର୍ଷ ପାଳନ ହୁଏ। ନୂଆ ବର୍ଷର କାର୍ଯ୍ୟକ୍ରମ ସର୍ବ ପ୍ରଥମେ ଛୋଟ ପ୍ରଶାନ୍ତ ଦ୍ବୀପର ତୋଙ୍ଗା , ସାମୋଆ, ପୁଣି ଅସ୍ଟ୍ରେଲିୟା, ଜାପାନ ଓ ଦକ୍ଷିଣ କୋରେଆରେ ପାନ ହୁଏ। ସର୍ବଶେଷରେ ବେକର୍ଷ ଦ୍ବୀପରେ ନୂଆ ବର୍ଷ ପାଳନ ନୁହେ ଜହ ଆକେନ୍ଦ୍ରିୟ ପ୍ରଶାନ୍ତ ଦ୍ବୀପରେ ସ୍ଥିତ ଅଟେ।
ଭାରତରେ ନବବର୍ଷର ପ୍ରସ୍ତୁତି
ଭାରତରେ ନୂଆ ବର୍ଷ 01 ଜାନୁଆରୀରେ ପାଳନ ହୁଏ ଓ ଏହି ଦିନ ସରକାରୀ ଓ ଅଧିକାଂଶ ବ୍ୟବସାୟ ଖୋଲା ରୁହେ ଓ ସାର୍ବଜନୀକ ପରିବହନ ମଧ୍ୟ ଉପଲବ୍ଧ ରହିଥାଏ। ଡେରି ରାତି ପର୍ଯ୍ୟନ୍ତ ଉତ୍ସବ ପାଳନ ହେବା ଯୋଗୁଁ କିଛି ଲୋକ ଡେରି ଯାଏଁ କାମ କରନ୍ତି ଓ ଏହି ଦିନ ଦୁର୍ଘଟଣାରୁ ବଞ୍ଚିବା ପାଇଁ କଡ଼ା ସୁରକ୍ଷା ହୋଇଥାଏ। ଏହି ସମୟରେ ଭାରତରେ ପର୍ଯ୍ୟଟକଙ୍କର ସଂଖ୍ୟା ମଧ୍ୟ ବହୁତ ବଢ଼ିଯାଏ।
କ’ଣ ନୂଆ ବର୍ଷ ଦିନ ପବ୍ଲିକ୍ ହଲିଡେ ଅଛି
ନୂଆ ବର୍ଷରେ ବୈକଳ୍ପିକ ଛୁଟି ଥାଏ। ବୈକଳ୍ପିକ ଛୁଟିର ସୂଚୀରେ କର୍ମଚାରିମାନେ କିଛି ସୀମିତ ସଂଖ୍ୟାରେ ଛୁଟି ନେଇ ପାରନ୍ତି ଓ ଏହି ଛୁଟିରେ ନୂଆ ବର୍ଷ 2025 ମଧ୍ୟ ଗଣତି ହୁଏ। କିଛି କର୍ମଚାରୀ ନୂଆ ବର୍ଷରେ ଛୁଟି ନେଇ ପାରନ୍ତି। ଅଧିକାଂଶ କାର୍ଯ୍ୟାଳୟ ଓ ଦୋକାନ ଖୋଲା ରୁହେ।
ଶନି ରିପୋର୍ଟ୍ ମାଧ୍ୟମରେ ଜାଣନ୍ତୁ ଜୀବନରେ ଶନିଙ୍କର ପ୍ରଭାବ
ନୂଆ ବର୍ଷ ଦିନ ଜନଜୀବନ
ଗ୍ରିଗୋରିୟାନ କୈଲନ୍ଡର୍ ଅନୁସାରେ 01 ଜାନୁଆରୀରେ ଭାରତରେ ଛୁଟି ହୋଇଥାଏ କିନ୍ତୁ ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟ ଖୋଲା ରୁହେ। ଏହି ଦିନ ଭାରତର ରାସ୍ତାରେ ପରିବହନର ଯିବାଆସିବା ଲାଗି ରହିଥାଏ। ଲୋକ ଏହି ଦିନକୁ ବହୁ ଆଡ଼ମ୍ବରରେ ପାଳନ କରନ୍ତି। ବହୁ ସଂଖ୍ୟାରେ ଲୋକ ଘରୁ ବାହାରକୁ ବାହାରନ୍ତି ସେଥିପାଇଁ ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ପରି ପ୍ରମୁଖ ସହରରେ କଡ଼ା ସୁରକ୍ଷା ରଖାଯାଏ। ଏହି ସମୟରେ ଗୋଆ ପରି ପର୍ଯ୍ୟଟନ ସ୍ଥଳରେ ଭାରି ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି।
ନବବର୍ଷ ପାଇଁ ଶୁଭକାମନା
ବରଷ ଆସିବ ଓ ଯିବ |
କିନ୍ତୁ ବନ୍ଧୁତା ଆମର ରହିବ ଚିର ସବୁଜ।
ଆମ ବନ୍ଧୁତାରେ ଅଛି ସୁଖ
ଓ ଏକ ଅଦ୍ଭୁତ ପ୍ରେମର ଝଙ୍କାର।
ନୂତନ ବର୍ଷର ଶୁଭେଚ୍ଛା।।
ଆପଣଙ୍କୁ ମିଳୁ ଶୁଭ ସନ୍ଦେଶ
ଧରି ଆସୁ ନୂଆ ବେଶ
ପୁରୁଣା ବର୍ଷକୁ ବିଦାୟ ଦେଇ
ଆସନ୍ତା ବର୍ଷ ପାଇଁ କରନ୍ତୁ ଶୁଭକାମନା ।।
ହ୍ଯାପି ନିଉ ଇୟର ।
ପ୍ରତ୍ଯେକ ବର୍ଷ କିଛି ଦେଇ କରି ଯାଏ
ପ୍ରତ୍ଯେକ ବର୍ଷ କିଛି ନେଇ କରି ଆସେ
ଚାଲନ୍ତୁ ଏହି ବର୍ଷ କିଛି ଭଲ କରିବା
ଓ ନବବର୍ଷ ପାଳିବା ।।
ହ୍ଯାପି ନିଉ ଇୟର।
ନୂଆ ବର୍ଷ ହୋଇ ଆସିଲା ଆଲୋକ
ଖୋଲିଯିବ ଅପଣାଙ୍କର ଭାଗ୍ୟ
ଆପଣଙ୍କଊ ସର୍ବଦା ଚାହିଁଥାଉ ଉପରବାଲା
ଏତିକି ଆମର କାମନା।।
ହ୍ଯାପି ନିଉ ଇୟର ।
ଏହି ବର୍ଷ ଆପଣଙ୍କ ଘରେ ହେଉ ଖୁସିର କମାଲ
ଆପଣ ରୁହନ୍ତୁ ମାଲାମାଲ
ହସନ୍ତୁ ଖୁସି ରୁହନ୍ତୁ ପୁରା ପରିବାର
ହୃଦୟରୁ ଆପଣଙ୍କୁ ଅଭିନନ୍ଦନ ନବବର୍ଷର।।
ହ୍ଯାପି ନିଉ ଇୟର।
ମୁ ତୁମକୁ ବହୁତ ଭଲ ପାଏ
ଫରକ ପଡ଼େନି ନୂଆ ଦିନ ହେଉ କିମ୍ବା ନୂଆ ବର୍ଷ ।।
ହ୍ଯାପି ନିଉ ଇୟର।
ନୂଆ ବର୍ଷ ସହିତ ଆସୁ ବହୁତ ଖୁସି
ଏହା ଆମର ଆପଣଙ୍କ ପାଇଁ ଅଭିନନ୍ଦନ ।।
ହ୍ଯାପି ନିଉ ଇୟର।
ପୁଣି ହସି ହସି ଆସୁଛି ନୂଆ ବର୍ଷ
ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ।।
ହ୍ଯାପି ନିଉ ଇୟର।
ନୂଆ ବର୍ଷ ସହିତ ଆସିଛି ନୂଆ ଆଶା, ନୂଆ ବିଚାର
ନୂଆ ଉତ୍ସାହ ସହିତ ଆରମ୍ଭ ହେଉଛି ନବବର୍ଷ
ଭଗବାନ ଆପଣଙ୍କର ସମସ୍ତ ଆଶା ପୂରଣ କରନ୍ତୁ।
ହ୍ଯାପି ନିଉ ଇୟର।।
ନୂଆ ବର୍ଷ ସହିତ ନୂଆ ସ୍ବପ୍ନ ଓ ଆଶାର
ଆପଣଙ୍କୁ ବହୁତ ବହୁତ ଶୁଭକାମନା।।
ହ୍ଯାପି ନିଉ ଇୟର।
କ୍ୟାରୀଅରର ହେଉଛି ଟେନ୍ସନ! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ଭାରତରେ ପାଳନ ହେଉଥିବା ଅଲଗା ଅଲଗା ନବବର୍ଷ
ଭାରତ ବିଭିଧତାର ରାଜ୍ୟ ଓ ଏଠାରେ ଅନେକ ଧର୍ମର ଲୋକ ଏକାଠି ରୁହନ୍ତି। ପ୍ରତ୍ଯେକ ଧର୍ମ ଓ ସ୍ଥାନରେ ନବ ବର୍ଷର ପରିଭାଷା ଏବଂ ତିଥି ଅଲଗା ଅଲଗା ଅଛି। ଏଠାରେ ଆମେ ଆପଣଙ୍କୁ ଭାରତର ଅଲଗା ଅଲଗା ରାଜ୍ୟରେ କେଉଁ ଇଥିରେ କିପରି ନବବର୍ଷ ପାଳନ ହୁଏ ତାହା କହିଛୁ।
- ଉଗାଦି: ତେଲୁଗୁ ନବବର୍ଷ ଅନୁସାରେ ଉଗାଦି ରୁ ନୂଆ ବର୍ଷ ଆରମ୍ଭ ହୁଏ। ଏହି ପର୍ବ କର୍ଣାଟକ ଓ ଆନ୍ଧ୍ରା ପ୍ରଦେଶରେ ପାଳନ ହୁଏ ଓ ଏହା ମାର୍ଚ୍ଚ କିମ୍ବା ଅପ୍ରିଲରେ ପଡ଼େ। ଏହି ଦିନରୁ ଚୈତ୍ର ମାସ ଆରମ୍ଭ ହୁଏ ଓ ଏହି ଦିନ ଲୋକମାନେ ନୂଆ ବସ୍ତ୍ର ପିଁଧାନ୍ତି। ଉଗାଦିରୁ ହିନ୍ଦୁ ଚନ୍ଦ୍ର ସୌର କୈଲନ୍ଡର୍ର ଆରମ୍ଭ ହୁଏ।
- ଗୁଡ଼ୀ ପଡ଼ୱା: ଏହି ଦିନରୁ ମରାଠୀ ନବବର୍ଷ ଆରମ୍ଭ ହୁଏ। ଏହା ଉଗାଦି ଦିନ ପଡ଼େ। ଛତ୍ରପତି ଶିବାଜୀଙ୍କ ଦ୍ବାରା ଶତ୍ରୁଙ୍କର ପରାସ୍ତ ହୋଇଥିବା ଉପଲକ୍ଷେ ଏହି ପର୍ବ ପାଳନ ହୁଏ।
- ବୈଶାଖୀ: ଏହି ଦିନରୁ ପଞ୍ଜାବୀ ଲୋକଙ୍କର ନୂଆ ବର୍ଷ ଆରମ୍ଭ ହୁଏ। ଏହାକୁ ପଞ୍ଜାବର ଫସଲ ଉତ୍ସବ ମଧ୍ୟ କୁହଯାଏ। ସାଧାରଣତଃ ଏହି ପର୍ବ 13 କିମ୍ବା 14 ଅପ୍ରିଲରେ ପଡ଼େ। ଏହି ଦିନ ପଞ୍ଜାବରେ ଲୋକ ପାରମ୍ପରିକ ଗୀତରେ ନୃତ୍ୟ କରନ୍ତି।
- ପୁଥାଣ୍ଡୁ : 13 କିମ୍ବା 14 ଅପ୍ରିକରେ ଆସିବାକୁ ଥିବା ପୁଥାଣ୍ଡୁ ରୁ ତାମିଲ ନବବର୍ଷ 2025 ଆରମ୍ଭ ହେବ ଓ ଏହା ତାମିଲ ମାସର ପ୍ରଥମ ଦିନ ଅଟେ। ଏହି ଦିନ ଲୋକ ମଂଗଇ ପଚଡ଼ି ନାମକ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି ଯାହା କଞ୍ଚା ଆମ୍ବ, ଗୁଡ଼ ଓ ନିମ୍ବ କଢ଼ରୁ ତିଆରି ହୁଏ।
- ବୋହାଗ ବିହୂ: ଏହି ପର୍ବରୁ ଆସାମ ନବବର୍ଷ ଆରମ୍ଭ ହୁଏ। ଏହାକୁ କୃଷିଙ୍କର ଋତୁ ମଧ୍ୟ କୁହଯାଏ। ଆସାମର ଲୋକ ଏହି ପର୍ବକୁ ବହୁତ ଉତ୍ସାହ ସହିତ ପାଳନ କରନ୍ତି।
- ପହିଲି ବୈଶାଖ: ଏହି ଦିନ ବଙ୍ଗାଳୀ ନବ ବର୍ଷ ଆରମ୍ଭ ହୁଏ। ବେଙ୍ଗଲରେ ପହେଲା କୁ ବଡ଼ ଧୁମଧାମରେ ପାଳନ କରାଯାଏ। ଏହି ଦିନ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜା ପାଠ କରାଯାଏ। ବିବାହ ପାଇଁ ଏହା ବହୁତ ଶୁଭ ଦିନ।
- ବେସ୍ତ ବରାସ : ଏହି ପର୍ବରୁ ଗୁଜରାତୀ ନବବର୍ଷ ଆରମ୍ଭ ହୁଏ। ଏହି ପର୍ବ ମୁଖ୍ୟ ରୂପରେ ଗୁଜରାଟରେ ପାଳନ ହୁଏ ଓ ଏହି ଦିନରୁ ଫସଲର ଋତୁ ଆରମ୍ଭ ହୁଏ। ଏହା ଦୀପାବଳିର ପରଦିନ ପଡ଼େ।
- ବିଶୁ: ଏହା ମଳୟାଳି ନବବର୍ଷ ଓ ଏହାକୁ କେରଳରେ ବଡ଼ ଧୁମଧାମରେ ପାଳନ କରାଯାଏ।
- ଲୂସୋଙ୍ଗ: ଏହି ଦିନରୁ ସିକ୍କିମରେ ନୂଆ ବର୍ଷ ଆରମ୍ଭ ହୁଏ। ଏହି ପର୍ବ ଡିସେମ୍ବର ମାସରେ ପଡ଼େ ଓ ଏହାକୁ ସୋନମ ଲୋସର ନାମରେ ଜଣାଯାଏ। ଏହା କୃଷିଙ୍କର ନବବର୍ଷ ମଧ୍ୟ।
- ନବରେହ: କାଶ୍ମୀରରେ ନବବର୍ଷ ବହୁତ ଧୁମଧାମରେ ପାଳନ ହୁଏ। ଏହି ପର୍ବ ଚୈତ୍ର ନବରାତ୍ରିର ପ୍ରଥମ ଦିନ ପଡ଼େ। ଏହି ପର୍ବକୁ ମଧ୍ୟ ନୂଆ ବର୍ଷ ପରି ପାଳନ କରାଯାଏ।
- ହିଜ୍ରୀ : ମୋହରମର ପ୍ରଥମ ଦିନ ହିଜ୍ରୀ ପଡ଼େ ଓ ଏହି ଦିନରୁ ଇସ୍ଲାମ୍ ଧର୍ମର ଲୋକଙ୍କର ନବ ବର୍ଷ ଆରମ୍ଭ ହୁଏ। ଇସ୍ଲାମିକ୍ ନବବର୍ଷ ଦିନ ଚନ୍ଦ୍ର କୈଲନ୍ଡର୍ ଅନୁସାରେ ଗଣନା କରାଯାଏ।
ହିନ୍ଦୁ ନବବର୍ଷ କେବେ ପଡ଼େ
ଚୈତ୍ର ମାସରେ ଶୁକ୍ଳ ପକ୍ଷର ପ୍ରତିପଦା ତିଥିରେ ହିନ୍ଦୁ ନବବର୍ଷ ପାଳନ ହୁଏ। ଏହି ବର୍ଷକୁ ବିକ୍ରମ ସବନ୍ତ ମଧ୍ୟ କୁହଯାଏ। ଏହି ଦିନରୁ ହିନ୍ଦୁ ନବବର୍ଷ ଆରମ୍ଭ ହୁଏ ଓ ନବରାତ୍ରିର ନଅ ଦିନ ଦିନ ଆରମ୍ଭ ହୁଏ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. କ’ଣ ହୋଇଥାଏ ନବବର୍ଷ?
ନବବର୍ଷ 2025 ଅନୁସାରେ, ଏକ ନୂଆ ବର୍ଷର ପ୍ରଥମ ଦିନକୁ ନବବର୍ଷ କୁହଯାଏ।
2. ନୂଆ ବର୍ଷ ସର୍ବପ୍ରଥମେ କେଉଁ ଦେଶରେ ପାଳନ ହୁଏ?
ଓସେନିଆରେ ନୂଆ ବର୍ଷ ସର୍ବପ୍ରଥମେ ପାଳନ ହୁଏ।
3. କ’ଣ ଚୀନର ନବବର୍ଷ 01 ଜାନୁଆରୀରେ ପାଳନ ହୁଏ?
ନାହିଁ, ଏହି ଦିନ ଚୀନୀ ନବବର୍ଷ ଆରମ୍ଭ ହୁଏ ନାହିଁ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






