ମହାଶିବରାତ୍ରୀ 2025 - ତିଥି ଓ ସମୟ
ମହାଶିବରାତ୍ରୀ 2025 ଭୋଳାଶଙ୍କରଙ୍କର ଭକ୍ତଙ୍କ ପାଇଁ ଭକ୍ତିର ମହାପର୍ବ ଅଟେ ଯାହାର ଅପେକ୍ଷା ତାଙ୍କୁ ବର୍ଷ ସାରା ଥାଏ। ଏହି ଦିନ ଶିବଙ୍କର ଭକ୍ତ ସମ୍ପୂର୍ଣ ଶ୍ରଦ୍ଧା ଓ ବିଶ୍ବାସ ସହିତ ବ୍ରତ କରନ୍ତି ଓ ଶିବ-ଗୌରିଙ୍କର ବିଧି-ବିଧାନ ସହିତ ଆରାଧନା କରନ୍ତି। ଏପରି ବିଶ୍ବାସ ଅଛି ଯେ ମହାଦେବ ମହାଶିବରାତ୍ରୀ ଦିନ ପୃଥିବୀରେ ଅବତରଣ କରନ୍ତି ଓ ସମସ୍ତ ଶିବଲିଙ୍ଗରେ ବାସ କରନ୍ତି। ସେଥିପାଇଁ ମହାଶିବରାତ୍ରୀ ଦିନ ଶିବ ପୂଜା ଦ୍ବାରା ଅଧିକ ଶୁଭ ଫଳ ପ୍ରାପ୍ତ ହୁଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଆଷ୍ଟ୍ରୋସେଜର ଏହି ବିଶେଷ ଲେଖା ଆପଣଙ୍କୁ ମହାଶିବରାତ୍ରି 2025 ବିଷୟରେ ବିସ୍ତୃତରେ ସୂଚନା ପ୍ରଦାନ କରିବ ଯେପରିକି ତିଥି ଏବଂ ସମୟ ଇତ୍ୟାଦି। କେଉଁ ସମୟ ଶିବ ପୂଜା ପାଇଁ ଶ୍ରେଷ୍ଠ ହେବ ଓ କିପରି ତାଙ୍କର ପୂଜା କରିବେ? କେଉଁ କାମ ମହାଶିବରାତ୍ରି ଦିନ କରିବା କଥା ନୁହେଁ? ଏହି ସବୁ ବିଷୟରେ ଆମେ ଏହି ଲେଖାରେ ବିସ୍ତୃତରେ କଥା ହେବୁ। ଏହା ବ୍ଯତୀତ, ମହାଶିବରାତ୍ରୀ ଦିନ କରାଯାଇଥିବା ପ୍ରତିକାର ବିଷୟରେ ମଧ୍ୟ ଅବଗତ କରାଇବୁ। ତେବେ ଚାଲନ୍ତୁ ଆରମ୍ଭ କରିବା ମହାଶିବରାତ୍ରୀ ସ୍ପେଶାଲ ଏହି ଲେଖା।
ମହାଶିବରାତ୍ରୀ: ତିଥି ଏବଂ ସମୟ
ସନାତନ ଧର୍ମର ପ୍ରମୁଖ ପର୍ବ ପର୍ବାଣି ମଧ୍ୟରୁ ଗୋଟିଏ ହେଉଛି ମହାଶିବରାତ୍ରୀ। ଏହି ମାସର କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥି ରେ ମାସିକ ଶିବରାତ୍ରି ପଡ଼ୁଛି, କିନ୍ତୁ ଫାଲଗୁନ ମାସର ଚତୁର୍ଦଶୀ ତିଥିରେ ମହାଶିବରାତ୍ରୀ ପାଳନ ହେବ। ମହାଶିବରାତ୍ରୀର ମହତ୍ଵ ବର୍ଷ ସାରା ପଡ଼ୁଥିବା ସମସ୍ତ ମାସିକ ଶିବରାତ୍ରି ତିଥି ଠାରୁ ବହୁ ଅଧିକ। ଏହା ଭଗବାନ ଶଙ୍କର ଓ ଆଦିଶକ୍ତି ମାତା ପାର୍ବତୀଙ୍କର ବିବାହର ଶୁଭ ରାତ୍ରି ଅଟେ। ବର୍ଷ 2025 ରେ ମହାଶିବରାତ୍ରୀ 26 ଫେବ୍ରୁୟାରୀ 2025ରେ ପାଳନ ହେବ ଓ ଏହି ଥର ମହାଶିବରାତ୍ରୀ ବହୁତ ବିଶେଷ ହେବ। ଆସନ୍ତୁ ନଜର ପକାଇବା ମହାଶିବରାତ୍ରିର ପୂଜା ମୂହୁର୍ତ୍ତ ଉପରେ।
ମହାଶିବରାତ୍ରୀ ତିଥି: 26 ଫେବ୍ରୁୟାରୀ 2025, ବୁଧବାର
ଚତୁରଦର୍ଶୀ ତିଥିର ଆରମ୍ଭ: 26 ଫେବ୍ରୁୟାରୀ 2025 ସକାଳ 11ଟା ରେ
ଚତୁର୍ଦଶୀ ତିଥିର ସମାପ୍ତି: 27 ଫେବ୍ରୁୟାରୀ 2025 ସକାଳ 08:57 ମିନିଟ ପର୍ଯ୍ୟନ୍ତ
ନିଶୀଥ କାଳ ପୂଜା ମୁହୂର୍ତ: ରାତି 12:08 ମିନିଟ ଋ ରାତି 12:58 ମିନିଟ ପର୍ଯ୍ୟନ୍ତ
ଅବଧି: 0 ଘଣ୍ଟା 50 ମିନିଟ
ମହାଶିବରାତ୍ରୀ ଉଜେଇଁବା ମୁହୂର୍ତ: ସକାଳ 06:49 ମିନିଟ ରୁ 08:57 ମିନିଟ ପର୍ଯ୍ୟନ୍ତ, 27 ଫେବ୍ରୁୟାରୀ ଦିନ
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ମହାଶିବରାତ୍ରୀ ଦିନ ସୃଷ୍ଟି ହେଉଥିବା ଦୁର୍ଲଭ ସଂଯୋଗ
ବର୍ଷ 2025ର ମହାଶିବରାତ୍ରୀ ବହୁତ ଶୁଭ ହେବାକୁ ଯାଉଛି କାରଣ ଏହି ଦିନ ବହୁ ବର୍ଷ ପରେ ଏକ ଦୁର୍ଲଭ ଯୋଗ ସୃଷ୍ଟି ହେଉଛି। ଆମେ ସମସ୍ତେ ଜାଣୁ ଯେ 144 ବର୍ଷ ପରେ ପ୍ରୟାଗରାଜରେ ମହାକୁମ୍ଭ ଚାଲିଛି ଓ ଏବେ ମହାଶିବରାତ୍ରୀ ଦିନ 26 ଫେବ୍ରୁୟାରୀ 2025 ଦିନ ମହାକୁମ୍ଭର ଶେଷ ରାଜକୀୟ ସ୍ନାନ କରାଯିବ। ଆପଣଙ୍କୁ କହି ରଖୁଛୁ ଯେ ମହାଶିବରାତ୍ରିରେ ମହାକୁମ୍ଭ ଏବଂ ରାଜକୀୟ ସ୍ନାନର ସଂଯୋଗ ପ୍ରୟାଗରାଜରେ ବହୁ ବର୍ଷ ପରେ ଘଟୁଛି, ତେଣୁ ଏହି ଦିନର ଗୁରୁତ୍ୱ ବହୁ ଗୁଣରେ ବୃଦ୍ଧି ପାଏ।
ମହାଶିବରାତ୍ରୀର ଧର୍ମିକ ମହତ୍ଵ
ମହାଶିବରାତ୍ରୀ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ସମର୍ପିତ ଏକ ପବିତ୍ର ହିନ୍ଦୁ ପର୍ବ। ଏହି ଦିନ ଶିବଙ୍କର ଭକ୍ତ ଭଗବାନ ଶିବଙ୍କର ବିଧି-ବିଧାନ ସହିତ ପୂଜା-ଅର୍ଚନା କରାଯାଏ। ମହାଶିବରାତ୍ରି ଦିନ ଦେଶ ସାରା ଶିବ ମନ୍ଦିରରେ ଭକ୍ତଙ୍କୁ ଭିଡ଼ ଲାଗେ। ଯଦି ଆମେ ମହାଶିବରାତ୍ରିର ଧାର୍ମିକ ମହତ୍ତ୍ୱ ବିଷୟରେ କଥା ହେବା, ତେବେ ଏହି ପର୍ବ ସହିତ ଅନେକ ବିଶ୍ୱାସ ଜଡ଼ିତ, ଯେଉଁଥିରୁ ଗୋଟିଏ ହେଉଛି ଯେ ମହାଶିବରାତ୍ରିରେ ଭଗବାନ ଶିବ ପ୍ରଥମ ଥର ପାଇଁ ଶିବଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ଅନ୍ୟ ଏକ ବିଶ୍ୱାସ ଅନୁସାରେ, ମହାଦେବ ଏବଂ ଦେବୀ ପାର୍ବତୀଙ୍କ ବିବାହ ମହାଶିବରାତ୍ରିରେ ହୋଇଥିଲା।
ଆଧ୍ୟାତ୍ମିକ ରୂପରେ ଶିବ ପୂଜା ଦ୍ବାରା ଭକ୍ତଙ୍କର ଜୀବନରେ ଆଧ୍ୟାତ୍ମିକ ଊର୍ଜାର ସଞ୍ଚାର ହୁଏ। ଏପରି କୁହାଯାଏ ଯେ ଭକ୍ତ ମହାଶିବରାତ୍ରି ଦିନ ସଚ୍ଚା ମନରେ ଶିବ ପୂଜା କରନ୍ତି ତେବେ ତାଙ୍କର ସମସ୍ତ ମନୋକମାନ ପୂର୍ଣ ହୁଏ। ଏହି ବ୍ରତର ପ୍ରଭାବ ଦ୍ବାରା ବିବାହିତ ଲୋକଙ୍କୁ ଖୁସି-ସୌଭାଗ୍ୟ ପ୍ରାପ୍ତ ହୁଏ। ଯେଉଁ ଲୋକ ଅବିବାହିତ ଥାଆନ୍ତି, ତାଙ୍କର ଶୀଘ୍ର ବିବାହ ଯୋଗ ଆସେ। ଘର-ପରିବାରରେ ମଧ୍ୟ ସୁଖ-ସମୃଦ୍ଧି ଆସେ ଓ ସବୁବେଳେ ରୁହେ। ଚାଲନ୍ତୁ ଏବେ ଜାଣିବା ଯେ ମହାଶିବରାତ୍ରୀ 2025 ର ଜ୍ୟୋତିଷୀୟ ମହତ୍ଵ।
ଜ୍ୟୋତିଷୀୟ ଦୃଷ୍ଟିରୁ ମହାଶିବରାତ୍ରୀ
କହି ରଖୁଛୁ ଯେ ଶିବ ହି ଚତୁର୍ଦଶୀ ତିଥିର ସ୍ବାମୀ ସେଥିପାଇଁ ପ୍ରତି ମାସର କୃଷ୍ଣ ପାଖର ଚତୁର୍ଦଶି ଦିନ ମାସିକ ଶିବରାତ୍ରୀ ବ୍ରତ ରଖା ଯାଏ। ଜ୍ଯୋତିଷଶାସ୍ତ୍ରରେ ମଧ୍ୟ ଏହି ତିଥି ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଏହି ସମୟରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି ଓ ଋତୁ ମଧ୍ୟ ପରିବର୍ତ୍ତନ ହୁଏ। ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମହାଶିବରାତ୍ରୀ ଅବସରରେ ଅର୍ଥାତ୍ ଚତୁର୍ଦ୍ଦଶୀ ତିଥିରେ, ଚନ୍ଦ୍ର ଦୁର୍ବଳ ସ୍ଥିତିରେ ଥାଆନ୍ତି। ଆମେ ସମସ୍ତେ ଜାଣୁ ଯେ ଭଗବାନ ଶିବ ତାଙ୍କ ମସ୍ତକରେ ଚନ୍ଦ୍ର ଧାରଣ କରନ୍ତି, ତେଣୁ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିର ଚନ୍ଦ୍ର ଶକ୍ତିଶାଳୀ ହୁଅନ୍ତି ଯାହାକୁ ମନର କାରକ କୁହାଯାଏ। ସରଳ ଶବ୍ଦରେ କହିଲେ, ଶିବ ଔଜୟା ଦ୍ବାରା ବ୍ୟକ୍ତିର ଇଚ୍ଛା-ଶକ୍ତି ଦୃଢ଼ ହୁଏ।
ମହାଶିବରାତ୍ରୀ ଦିନ ଏହି ବିଧିରେ କରନ୍ତୁ ଶିବ ପୂଜା
- ମହାଶିବରାତ୍ରୀ ଦିନ ଭକ୍ତ ପରତଃ କାଳ ଉଠି ସ୍ନାନ କରନ୍ତୁ ଓ ଭଗବାନ ଶୀବଙ୍କ ସାମ୍ନାରେ ବ୍ରତର ସଂକଳ୍ପ ନିଅନ୍ତୁ।
- ସର୍ବପ୍ରତମ ପୂଜା ପାଇଁ ଏକ ଚୌକି ସ୍ଥାପନା କରନ୍ତୁ ଓ ତାହା ଉପରେ ହଳଦିଆ କିମ୍ବା ନାଲି ରଙ୍ଗର ବସ୍ତ୍ର ରଖନ୍ତୁ। ଏହା ଉପରେ କିଛି ଚାଉଳ ରଖନ୍ତୁ ଏବଂ ତା’ପରେ ଭଗବାନ ଶିବଙ୍କ ମୂର୍ତ୍ତି କିମ୍ବା ପ୍ରତିମା ରଖନ୍ତୁ।
- ଏବେ ଏକ ମାଟି କିମ୍ବା ତମ୍ବା କଳସ ନିଅନ୍ତୁ ଏବଂ ଏକ ସ୍ୱସ୍ତିକ ତିଆରି କରନ୍ତୁ ଏବଂ ଏହି କଳସରେ କିଛି ଗଙ୍ଗାଜଳ ଏବଂ ପାଣି ମିଶାଇବା ପରେ ଏଥିରେ ସୁପାରୀ, ମୁଦ୍ରା ଏବଂ ହଳଦୀ ଗୁଣ୍ଡ ରଖନ୍ତୁ।
- ଏହା ପରେ, ଭଗବାନ ଶିବଙ୍କ ସମ୍ମୁଖରେ ଏକ ଦୀପ ଜଳାନ୍ତୁ ଏବଂ ଏକ ଛୋଟ ଶିବଲିଙ୍ଗ ସ୍ଥାପନ କରନ୍ତୁ।
- ଏବେ ଶିବଲିଙ୍ଗକୁ ଜଳରେ ଅଭିଷେକ କରନ୍ତୁ ଏବଂ ତା’ପରେ କ୍ଷୀର ଏବଂ ପଞ୍ଚାମୃତ ସହିତ ଅଭିଷେକ କରନ୍ତୁ।
- ଏହା ପରେ ଶିବଲିଙ୍ଗକୁ ସଫା କରି ଏଥିରେ ବେଲପତ୍ର, ଧତୁରା, ଫଳ ଏବଂ ଫୁଲ ଇତ୍ୟାଦି ଅର୍ପଣ କରନ୍ତୁ।
- ଏବେ ଶିବ କଥା ପଢ଼ନ୍ତୁ ଏବଂ କର୍ପୂର ସହିତ ଭଗବାନ ଶିବଙ୍କ ଆରତୀ କରନ୍ତୁ। ଏହା ସହିତ, ପ୍ରସାଦ ଅର୍ପଣ କରନ୍ତୁ।
- ଶେଷରେ, ଆପଣଙ୍କର ଇଚ୍ଛା ପାଇଁ ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତୁ।
ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ ନିଜର କୁଣ୍ଡଳୀର ସମ୍ପୂର୍ଣ ସୂଚନା
ଏହି ଜିନିଷ ବିନା ମହାଶିବରାତ୍ରୀ ଦିନ ଅସମ୍ପୂର୍ଣ ରହିବ ଭଗବାନ ଶିବଙ୍କର ପୂଜା
ହିନ୍ଦୁ ଧର୍ମର ସମସ୍ତ ଦେବ-ଦେବୀଙ୍କ ମଧ୍ୟରେ ମହାଦେବଙ୍କୁ ସବୁଠାରୁ ଶୀଘ୍ର ପ୍ରସନ୍ନ ହେବାର ଦେବତା ବୋଲି କୁହାଯାଏ। ଭକ୍ତ ସତ୍ୟ ହୃଦୟରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କଲେ ସେ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି। କିନ୍ତୁ, ଏଠାରେ ଆମେ ଆପଣଙ୍କୁ ସେହି ଜିନିଷଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ମହାଶିବରାତ୍ରିର ପୂଜାରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ।
ବେଲପତ୍ର: ମାହାଦେବଙ୍କୁ ବେଲପତ୍ର ବହୁତ ପସନ୍ଦ। କୁହାଯାଏ ଯେ ବେଲପତ୍ରରେ ଶିବ, ମାତା ପାର୍ବତୀ ଓ ମାତା ଲକ୍ଷ୍ମୀ ବାସ କରନ୍ତି। ସେଥିପାଇଁ ଶିବଲିଙ୍ଗରେ ବେଲପତ୍ର ଚଢ଼ାଇବା ଦ୍ବାରା ଭଗବାନ ଶିବ ପ୍ରସନ୍ନ ହୁଅନ୍ତି ଓ ଭକ୍ତର ଡାକ ଶୁଣନ୍ତି।
ଧତୁରା: ମହାଶିବରାତ୍ରୀରେ ଶିବଙ୍କୁ ପୂଜା କରିବା ସମୟରେ, ଭୋଲେନାଥଙ୍କୁ ନିଶ୍ଚିତ ଭାବରେ ଧତୁରା ଅର୍ପଣ କରନ୍ତୁ କାରଣ ଭଗବାନ ଶିବଙ୍କୁ ଧତୁରା ବହୁତ ପସନ୍ଦ। ଏପରି କରିବା ଦ୍ବାରା ମହାଦେବ ଆପଣଙ୍କର ଡାକ ଶୁଣିବେ।
କେସର: ଭଗବାନ ଶିବଙ୍କୁ ମହାଶିବରାତ୍ରୀ 2025 ଦିନ ନାଲି କେସର ଚଢ଼ାନ୍ତୁ। ମହାଶିବରାତ୍ରୀ ଦିନ ଭୋଳାବାବାଙ୍କୁ ନାଲି କେସର ଅରପଣ କରିବା ଦ୍ବାରା ଇଚ୍ଛା ପୂରଣ ହୁଏ।
ଶମୀର ଫୂଳ: ମହାଶିବରାତ୍ରିରେ ଶିବଲିଙ୍ଗ ପୂଜା କରିବା ସମୟରେ, ଭଗବାନ ଶିବଙ୍କୁ ଶମି ପତ୍ର ଏବଂ ଫୁଲ ଅର୍ପଣ କରିବା ଉଚିତ। ବିଶ୍ୱାସ କରାଯାଏ ଯେ ଶିବଲିଙ୍ଗରେ ଶମି ଫୁଲ ଚଢ଼ାଇବା ଦ୍ୱାରା, ଭୋଲେନାଥ ଆପଣଙ୍କୁ ଇଚ୍ଛିତ ବରଦାନ ଦିଅନ୍ତି।
ମହୁ: ମହାଶିବରାତ୍ରିରେ, ମହାଦେବଙ୍କ ପୂଜାରେ ମହୁ ସାମିଲ କରନ୍ତୁ ଏବଂ ତାଙ୍କୁ ଅର୍ପଣ କରନ୍ତୁ। ମହୁର ମିଠାରେ ପ୍ରସନ୍ନ ହୋଇ, ମହାଦେବ ଆପଣଙ୍କ ଜୀବନକୁ ଖୁସିରେ ପରିପୂର୍ଣ୍ଣ କରିବେ ଏବଂ ଆପଣଙ୍କୁ ସୁଖ ଏବଂ ସମୃଦ୍ଧିର ଆଶୀର୍ବାଦ ଦେବେ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମହାଶିବରାତ୍ରୀ ଦିନ ଶିବଙ୍କୁ ନିଶ୍ଚିତ ଭାବରେ ଲଗାନ୍ତୁ ଏହି 5ଟି ଜିନିଷର ଭୋଗ
- ସରବତ: ଭଗବାନ ଶିବଙ୍କୁ ସରବତ ଓ ଭାଙ୍ଗ ବହୁତ ପ୍ରିୟ ସେଥିପାଇଁ ମହାଶିବରାତ୍ରୀ ଦିନ ଶିବଙ୍କୁ ସରବତରେ ଭାଙ୍ଗ ମିଶାଇ ଭୋଗ ଲଗାନ୍ତୁ। ଏପରି କରିଲେ ଭଗବାନ ଶିବ ପ୍ରସନ୍ନ ହେବେ।
- ମଖାନା ଖିରୀ: ମହାଶିବରାତ୍ରିରେ, ଭଗବାନ ଶିବଙ୍କୁ ପ୍ରସାଦ ଭାବରେ ପଦ୍ମ ମଞ୍ଜିର ଖିରୀ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଆପଣ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବେ।
- ହାଲ୍ୱା: ମହାଶିବରାତ୍ରୀ ଦିନ ଶିବଙ୍କର ଆଶୀର୍ବାଦ ପାଇବା ପାଇଁ ତାଙ୍କୁ ହାଲ୍ୱା ତିଆରି ଅର୍ପଣ କରନ୍ତୁ।
- ମାଲପୁଆ: ମାଲପୁଆ ମଧ୍ୟ ଶିବ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ଅଟେ ସେଥିପାଇଁ ମହାଶିବରାତ୍ରି ଦିନ ମାଲପୁଆରେ ଟିକେ ଭାଙ୍ଗ ମିଶାଇ ଶିବଙ୍କୁ ପ୍ରସାଦ ରୂପରେ ଚଢ଼ାନ୍ତୁ।
- ଲସି: ମହାଶିବରାତ୍ରୀ ଦିନ ଶିବଙ୍କୁ ଲସି ଭୋଗ ଲଗାଇବା ଦ୍ବାରା ଆପଣଙ୍କୁ ମହାଦେବଙ୍କର ଆଶୀର୍ବାଦ ମିଳିବ। ମିଠା ଲସି ରେ ଟିକେ ଭାଙ୍ଗ ମିଶାଇ ଭଗବାନ ଶଙ୍କରଙ୍କୁ ଭୋଗ ଲଗାନ୍ତୁ।
ମହାଶିବରାତ୍ରୀ ଦିନ କ’ଣ କରିବେ?
- ଶିବଲିଙ୍ଗ ଉପରେ ଗୋଟିଏ ଗୋଟିଏ କରି ଜଳ କିମ୍ବା କ୍ଷୀର ଚଢ଼ାନ୍ତୁ ଓ କେବେ ଏକା ସହିତ ଅନେକ ଜିନିଷ ଚଢ଼ାନ୍ତୁ ନାହିଁ।
- ଶିବଲିଙ୍ଗରେ ଜଳ ଅର୍ପଣ କରିବା ସମୟରେ, ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ଧ୍ୟାନ କରନ୍ତୁ।।
- ଶିବଲିଂର ଅଭିଷେକ କରିବା ପାଇଁ ସର୍ବଦା ଢାଳର ବ୍ୟବହାର କରନ୍ତୁ।
- ଶିବଙ୍କର ଅଭିଷେକ କରିବା ସମୟରେ ଶିବ ମନ୍ତ୍ର ଜପ କରିବା ଉଚିତ।
- ଅଭିଷେକ ପରେ ଧତୁରା, ଭାଙ୍ଗ, ବେଲପତ୍ର, ଗଙ୍ଗା ଜଳ, କ୍ଷୀର, ମହୁ ଏବଂ ଦହି ଶିବଲିଙ୍ଗ ଉପରେ ଅର୍ପଣ କରିବା ଉଚିତ।
ମହାଶିବରାତ୍ରୀ ଦିନ କ’ଣ କରିବେ ନାହିଁ ?
- ମହାଶିବରାତ୍ରୀ 2025 ଦିନ ଘରେ ଶାନ୍ତି ରଖନ୍ତୁ କିମ୍ବା କୌଣସି ପ୍ରକାର ବିବାଦରୁ ଦୂରେଇ ରୁହନ୍ତୁ।
- ଶିବଲିଙ୍ଗରେ ଜଳ ଅର୍ପଣ କରିବା ସମୟରେ, କନିଆରୀ, ପଦ୍ମ ଫୁଲ ଅର୍ପଣ କରିବାରୁ ନିବୃତ୍ତ ରୁହନ୍ତୁ।
- ସିନ୍ଦୁର କିମ୍ବା ଶୃଙ୍ଗାର ସାମଗ୍ରୀ ଶିବଲିଙ୍ଗ ଉପରେ ଚଢ଼ାନ୍ତୁ ନାହିଁ।
- ମହାଶିବରାତ୍ରି ଦିନ, ନିରାମିଷ ଖାଦ୍ୟ ଖାଆନ୍ତୁ ନାହିନ ଏବଂ ମଦ୍ୟପାନ କରନ୍ତୁ ନାହିଁ।
- ଧ୍ୟାନ ରଖନ୍ତୁ ଯେ ଶିବଲିଂ ଉପରେ ଭୁଲରେ ଶଂଖରେ ପାଣି ଚଢ଼ାନ୍ତୁ ନାହିଁ।
- ମହାଶିବରାତ୍ରିରେ ବ୍ରତ ରଖୁଥିବା ଲୋକମାନେ ଏହି ଦିନ ଶୋଇବା ଉଚିତ ନୁହେଁ।
- ଶିବଲିଙ୍ଗ ଉପରେ କଳା ସୋରିଷ କିମ୍ବା ଭଙ୍ଗା ଚାଉଳ ଅର୍ପଣ କରନ୍ତୁ ନାହିଁ।
ମହାଶିବରାତ୍ରୀ ସହିତ ଜଡ଼ିତ ପୌରଣିକ କଥା
ଧର୍ମଗ୍ରନ୍ଥରେ ବର୍ଣନା ହୋଇଥିବା କଥା ଅନୁସାରେ, ଥରେ ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ନିଷାଦରାଜ ତାଙ୍କ କୁକୁର ସହିତ ଶିକାର ପାଇଁ ବାହାରକୁ ଯାଇଥିଲେ। କିନ୍ତୁ, ସେଦିନ କୌଣସି ଶିକାର ନପାଇବାରୁ ସେ ନିରାଶ ହୋଇଥିଲେ। କ୍ଳାନ୍ତ ଏବଂ ଭୋକିଲା ହୋଇ ସେ ଏକ ପୋଖରୀ କୂଳରେ ବସିଲେ ଯେଉଁଠାରେ ଏକ ବେଲ ଗଛ ତଳେ ଏକ ଶିବଲିଙ୍ଗ ରଖାଯାଇଥିଲା। ନିଶାଦରାଜ ନିଜର ଶରୀରକୁ ଟିକେ ଆରାମ ଦେବା ପାଇଁ କିଛି ବେଲପତ୍ର ତୋଳିଲେ ଯାହା ଶିବଲିଙ୍ଗ ଉପରେ ମଧ୍ୟ ପଡ଼ିଲା। ଏହା ପରେ, ସେ ତାଙ୍କ ହାତ ସଫା କରିବା ପାଇଁ ଜଳ ଛିଞ୍ଚିଲେ ଯାହାର କିଛି ବିନ୍ଦୁ ଶିବଲିଙ୍ଗ ଉପରେ ପଡ଼ିଲା।
ଏହି ସମୟରେ ତାଙ୍କ ଧନୁରୁ ଏକ ତୀର ତଳେ ପଡ଼ିଗଲା ଏବଂ ଯେତେବେଳେ ସେ ତାହାକୁ ଉଠାଇବା ପାଇଁ ନଇଁ ପଡ଼ିଲେ, ସେ ମଧ୍ୟ ଶିବଲିଙ୍ଗ ସମ୍ମୁଖରେ ପ୍ରଣାମ କଲେ। ଏହିପରି, ନିଷାଦରାଜ ଜାଣତରେ କିମ୍ବା ଅଜାଣତରେ ଶିବରାତ୍ରିରେ ଶିବ ପୂଜା ସମାପ୍ତ କରିଥିଲେ। ମୃତ୍ୟୁ ପରେ ଯେତେବେଳେ ଯମରାଜଙ୍କ ଦୂତମାନେ ନିଷାଦରାଜଙ୍କୁ ନେବାକୁ ଆସିଲେ, ଶିବ ଗଣ ତାଙ୍କୁ ମୃତ୍ୟୁରୁ ରକ୍ଷା କରି ଘଉଡ଼ାଇ ଦେଲେ। ମହାଶିବରାତ୍ରୀ ଦିନ ଶିବ ପୂଜାର ନିଶାଦରାଜଙ୍କୁ ଶୁଭ ଫଳ ମିଳିଲା ଓ ତେବେ ସେ ଶିବରାତ୍ରୀରେ ଶିବ ପୂଜା କରିବାକୁ ଲାଗିଲେ।
ମହାଶିବରାତ୍ରୀ ଦିନ ରାଶି ଅନୁସାରେ କରନ୍ତୁ ଏହି ଉପାୟ, ମିଳିବ ଶିବଙ୍କର କୃପା
ମେଷ ରାଶି: ମେଶ ରାଶିର ଲୋକ ଭଗବାନ ଶିବଙ୍କୁ କଞ୍ଚା କ୍ଷୀର, ଚନ୍ଦନ ଓ ମହୁ ଅର୍ପଣ କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।
ବୃଷ ରାଶି: ମହାଶିବରାତ୍ରୀ ଦିନ ଶିବଙ୍କୁ ଚାମେଲି ଫୁଲ ଓ ବେଲ ପତ୍ର ଚଢ଼ାନ୍ତୁ। ଆପଣ ଓଁ ନାଗେଶ୍ଵରାୟ ନମଃ ମନ୍ତ୍ର ଜପ କରନ୍ତୁ।
ମିଥୁନ ରାଶି: ଏହି ରାଶିର ଲୋକ ଶିବ ପୂଜାରେ ମହାଦେବଙ୍କୁ ଆଖୁ ରସ ଅର୍ପଣ କରନ୍ତୁ।
କର୍କଟ ରାଶି: କର୍କଟ ରାଶି ମହାଶିବରାତ୍ରିରେ ଆପଣ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ସିଂହ ରାଶି: ମହାଶିବରାତ୍ରି ଦିନ ଆପଣ ଶିବଲିଂ ଉପରେ କନିଆରୀ ଫୁଲ ଚଢ଼ନ୍ତୁ। ସାଙ୍ଗରେ ଶିବ ଚାଳିସା ପଢ଼ନ୍ତୁ।
କନ୍ୟା ରାଶି: କନ୍ୟା ରାଶିର ଲୋକ ମହାଶିବରାତ୍ରିଦିନ ଶିବଶଙ୍କରଙ୍କର ଜରୂପା ପାଇବା ପାଇଁ ବେଲ ପତ୍ର ସହିତ ପଞ୍ଚାକ୍ଷରୀ ମନ୍ତ୍ର ଜପ କରନ୍ତୁ।
ତଉଲା ରାଶି: ଆପଣମହାଶିବରାତ୍ରି ଦିନ ଭୋଳାବାବାଙ୍କୁ ଦହି, ଘିଅ ଓ ମହୁ ସହିତ କେସର ଅର୍ପଣ କରନ୍ତୁ।
ବିଛା ରାଶି: ମହାଶିବରାତ୍ରି ଦିନ ଆପଣ ରୁଦ୍ରାଷ୍ଟକମ ଜପ କରନ୍ତୁ।
ଧନୁ ରାଶି: ଧନୁ ରାଶିର ଲୋକ ଏହି ଦିନ ଶିବ ପଞ୍ଚାକ୍ଷର ସ୍ତୋତ୍ର ଓ ଶିବାଷ୍ଟକମ ପାଠ କରନ୍ତୁ।
ମକର ରାଶି: ଶିବଙ୍କର ଆଶୀର୍ବାଦ ପାଇବା ପାଇଁ ଆପଣ ଶିବଲିଂ ଉପରେ ସୋରିଷ ତେଲ ଓ ବେଲ ପତ୍ର ଚଢ଼ାନ୍ତୁ।
କୁମ୍ଭ ରାଶି: କୁମ୍ଭ ରାଶିର ଲୋକ ମହାଶିବରାତ୍ରି ଦିନ ଶିବଲିଂ ର ରୁଦ୍ରାଭିଷେକ କରନ୍ତୁ। ସମ୍ଭବ ହେଲେ, ଆପଣ ଏକାଦଶ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ।
ମୀନ ରାଶି: ମୀନ ରାଶିର ଲୋକ ମହାଶିବରାତ୍ରି ଦଇବ ଶିବଙ୍କୁ କେତକୀ ଫୂଳ ଅର୍ପଣ କରନ୍ତୁ। ମନ୍ଦିରରେ ଧଳା ବସ୍ତ୍ର ଦାନ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. 2025 ରେ ମହାଶିବରାତ୍ରୀ କେବେ ଅଛି?
ଏହି ବର୍ଷ ମହାଶିବରାତ୍ରୀ ପର୍ବ 26 ଫେବ୍ରୁୟାରୀ 2025ରେ ପାଳନ ହେବ।
2. ମହାଶିବରାତ୍ରୀ କେବେ ପାଳନ ହୁଏ?
ପାଞ୍ଜି ଅନୁସାରେ ମହାଶିବରାତ୍ରୀ ପାର୍ଟି ବର୍ଷ ଫାଲଗୁନ ମାସରେ କୃଷ୍ଣ ପକ୍ଷର ଚତୁର୍ଦଶିରେ ପାଳନ ହୁଏ।
3. ମହାଶିବରାତ୍ରୀ ଦିନ କ’ଣ କରିବେ?
ମହାଶିବରାତ୍ରୀ ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ପୂଜା କରିବାର ବିଧି ଅଛି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






