ନିର୍ଜଳା ଏକାଦଶୀ 2025
ସନାତନ ଧର୍ମରେ ନିର୍ଜଳା ଏକାଦଶୀ 2025 ଏକ ବିଶେଷ ଓ ପୁଣ୍ୟଦାୟୀ ବ୍ରତ ବୋଲି ବିବେଚନା କରାଯାଏ। ଏହାକୁ ଭୀମସେନୀ ଏକାଦଶୀ ମଧ୍ୟ କୁହାଯାଏ କାରଣ ଭୀମ ଏହି ବ୍ରତ କରିଥିଲେ। ଏହି ବ୍ରତ ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷର ଏକାଦଶୀ ତିଥିରେ ରଖାଯାଏ ଓ ଏହି ବ୍ରତର ବିଶେଷ କଥା ଏହା ଯେ ଏହି ବ୍ରତକୁ ବିନା ଜଳ ଗ୍ରହଣ କରି ରଖାଯାଏ ସେଥିପାଇଁ ଏହାକୁ ନିର୍ଜଳା ଏକାଦଶୀ କୁହାଯାଏ। ବିଶ୍ବାସ ଅଛି ଯେ ଏହି ବ୍ରତକୂ କରିଲେ ବର୍ଷ ସାରା ସମସ୍ତ ଏକାଦଶୀର ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ଏହି ବ୍ରତ କେବଳ ଧର୍ମିକ ଦୃଷ୍ଟିରୁ ନୁହେଁ ବରଂ ସ୍ବାସ୍ଥ୍ୟ ଓ ଆତ୍ମଶୁଦ୍ଧି ଦୃଷ୍ଟିରୁ ମଧ୍ୟ ମହତ୍ୱପୂର୍ଣ କୁହାଯାଏ।
ଆଷ୍ଟ୍ରୋସେଜ ଏଆଇର ଏହି ଲେଖାରେ ଆମେ ନିର୍ଜଳା ଏକାଦଶୀ 2025 ବ୍ରତ ବିଷୟରେ ସବୁ କିଛି ଜାଣିବା, ସାଙ୍ଗରେ ଏହାର ମତ୍ଵ, ବ୍ରତ କଥା, ପୂଜା ବିଧି ଓ କିଛି ଉପାୟ ବିଷୟରେ ମଧ୍ୟ ଜାଣିବା। ତେବେ ଚାଲନ୍ତୁ ଡେରି ନ କରି ଏହି ଲେଖା ଆରମ୍ଭ କରିବା।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ନିର୍ଜଳା ଏକାଦଶୀ: ତିଥି ଓ ଉପାୟ
06 ଜୁନ ଡେରି ରାତି 02:18 ରେ ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷର ଏକାଦଶୀ ତଇଠୁ ଆରମ୍ଭ ହେବ। 07 ଜୁନ ସକାଳ 04:50 ରେ ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥି ସମାପ୍ତ ହେବ। ସନାତନ ଧର୍ମରେ ସୂର୍ଯ୍ୟଦୟ ତିଥିର ଗଣନା ହୋଇଥାଏ। ଏହା ଅନୁସାରେ ନିର୍ଜଳା ଏକାଦଶୀ ବ୍ରତ 06 ଜୁନ 2025 ରେ ରଖାଯିବ।
ଏକାଦଶୀ ଆରମ୍ଭ: 06 ଜୁଏନ ଡେରି ରାତି 02:18
ଏକାଦଶୀ ସମାପ୍ତ: 07 ଜୁନ ସକାଳ 04:50 ମିନିଟ ରେ
ନିର୍ଜଳା ଏକାଦଶୀ ପାରଣ ମୂହୁର୍ତ୍ତ: 07 ଜୁନ ଦ୍ଵିପ୍ରହର 01:43 ରୁ 04:30 ପର୍ଯ୍ୟନ୍ତ।
ଅବଧି: 2 ଘଣ୍ଟା 46 ମିନିଟ
ହରି ବାସର ସମାପ୍ତ ହେବାର ସମୟ : 07 ଜୁନ ସକାଳ 11:28 ପର୍ଯ୍ୟନ୍ତ तक
ନିର୍ଜଳା ଏକାଦଶୀରେ ତିଆରି ହେଉଛି ଏହି ବିଶେଷ ଯୋଗ
ଜ୍ଯୋତିଷଶାସ୍ତ୍ର ଅନୁସାରେ, ଏହି ଥର ନିର୍ଜଳା ଏକାଦଶୀ ଦିନ ବିଶେଷ ଯୋଗ ତିଆରି ହେଉଛି। ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଭାଦ୍ରବାସ ଯୋଗର ଦୁର୍ଲଭ ସଂଯୋଗ ତିଆରି ହେଉଛି। ଏହି ଶୁଭ ଦିନ ଭଦ୍ରା ପାତାଳରେ ରହିବେ। ଭଦ୍ରା ପାତାଳ ରେ ରହିବା ଶୁଭ କୁହାଯିବ। ଭଦ୍ରା ଦ୍ଵିପ୍ରହର 03:31 ରୁ ନେଇ ପର ଦିନ ସକାଳ 04:47 ପର୍ଯ୍ୟନ୍ତ ଭଦ୍ରା ପାତାଳରେ ରହିବେ।
ଏହା ବ୍ଯତୀତ ନିର୍ଜଳା ଏକାଦଶୀ ଦିନ ବରୀୟାନ ଯୋଗ ମଧ୍ୟ ସୃଷ୍ଟି ହେଉଛି। ବରୀୟାନ ଯୋଗର ଶୁଭ ସଂଯୋଗ ସକାଳ 10:14 ରୁ ହେଉଛି। ଏହି ଯୋଗ ବହୁତ ଶୁଭ ଯୋଗ ଅଟେ। ଏହି ଯୋଗରେ ଭଗବାନ ବିଷ୍ଣୁଙ୍କର ପୂଜା କରିଲେ ଶୁଭ କାମରେ ସଫଳତା ପ୍ରାପ୍ତ ହୁଏ।
ନିର୍ଜଳା ଏକାଦଶୀର ମହତ୍ଵ
ସନାତନ ଧର୍ମରେ ନିର୍ଜଳା ଏକାଦଶୀ ବ୍ରତର ଉଚ୍ଚ ସ୍ଥାନ ଅଛି। ଏହି ଏକାଦଶୀ ବ୍ରତର ଫଳ ସମସ୍ତ 24 ଏକାଦଶୀର ଫଳ ପ୍ରାପ୍ତ ହୋଇଥାଏ। ଏହି ଦିନ ଅନ୍ନ ଓ ଜଳ ଗ୍ରହଣ ନ କରି ବ୍ରତ ରଖିବାର ବିଶେଷ ନିୟମ ଅଛି, ସେଥିପାଇଁ ଏହାକୁ ନିର୍ଜଳା ଏକାଦଶୀ କୁହଜାଇଛି। ବିଶ୍ବାସ ଅଛି ଯେଉଁ ବ୍ୟକ୍ତି କୌଣସି କାରଣରୁ ଏକାଦଶୀ ବ୍ରତ କରି ପାରୁ ନାହିଁ, ସେ କେବଳ ନିର୍ଜଳା ଏକାଦଶୀ ବ୍ରତ କରିଲେ ବର୍ଷ ସାରା ଏକାଦଶୀର ଅଉଣୀ ଫଳ ତାକୁ ପ୍ରାପ୍ତ ହେବ।
ଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ଦିନ ବ୍ରତ କରିବାରୁ ପାପର ନାଶ ହୁଏ ଓ ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତ ହୁଏ। ଏହି ବ୍ରତ ଭଗବାନ ବିଷ୍ଣୁକୁ ସମର୍ପିତ ଅଟେ ଓ ଏହି ଦିନ ଜଳ ଦାନ, ଅନ୍ନ ଦାନ ଓ ଗରିବଙ୍କର ସେବା କରିବାରୁ ବିଶେଷ ଫଳ ପ୍ରାପ୍ତ ହୁଏ। ନିର୍ଜଳା ଏକାଦଶୀ ଆତ୍ମସଂଯମ, ଆତ୍ମଶୁଦ୍ଧି ଓ ଧାର୍ଯ୍ୟର ମଧ୍ୟ ପ୍ରତିକ, ଯିଏ ବ୍ୟକ୍ତିକୁ ମାନସିକ ଓ ଆଧ୍ୟାତ୍ମିକ ବଳ ପ୍ରଦାନ କରେ।
ନିର୍ଜଳା ଏକାଦଶୀର ପୂଜା ବିଧି
ଏହି ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ଗଙ୍ଗା ଜଳ କିମ୍ବା ପରିଷ୍କାର ଜଳରେ ସ୍ନାନ କରନ୍ତୁ ଏବଂ ସଫା ପୋଷାକ ପିନ୍ଧନ୍ତୁ।
ଏହା ପରେ, ଭଗବାନ ବିଷ୍ଣୁଙ୍କ ଧ୍ୟାନ କରିବା ସମୟରେ, ନିର୍ଜଳା ବ୍ରତର ପ୍ରତିଜ୍ଞା ନିଅନ୍ତୁ ଯେ ଆପଣ ଆଜି ଖାଦ୍ୟ ଏବଂ ଜଳ ତ୍ୟାଗ କରିବେ।
ପୁଣି ଘରେ ପୂଜା ସ୍ଥାନକୁ ସଫା କରନ୍ତୁ ଓ ସେଠାରେ ଭାଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ଚିତ୍ର କିମ୍ବା ମୂର୍ତି ସ୍ଥାପନ କରନ୍ତୁ।
ହଳଦିଆ ବସ୍ତ୍ରରେ ମାଉଲି ବାନ୍ଧି ତମ୍ବା କିମ୍ବା ପିତ୍ତଳ କଳସ ରଖନ୍ତୁ, ସେଥିରେ ପାଣି, ସୁପାରୀ, ଅକ୍ଷତ, ଏକ ମୁଦ୍ରା ଏବଂ ଆମ୍ବ ପତ୍ର ରଖନ୍ତୁ।
ଏହା ପରେ ହଳଦିଆ ଫୁଲ, ତୁଳସୀ ପତ୍ର, ଧୂପ, ଦୀପ, ଚନ୍ଦନ, ଅକ୍ଷତ ଓ ଫଳ, ମିଠା ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ।
ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ କିମ୍ବା "ଓମ୍ ନମୋ ଭଗବତେ ବାସୁଦେବୟ" ମନ୍ତ୍ର ଜପ କରନ୍ତୁ।
ଏହି ଦିନ ସାରା ଦିନ ଖାଦ୍ୟ ଏବଂ ଜଳ ବିନା ରୁହନ୍ତୁ। ଯଦି ସ୍ୱାସ୍ଥ୍ୟ କାରଣରୁ ସମ୍ଭବ ନହୁଏ, ତେବେ ଆପଣ ଫଳ କିମ୍ବା ଜଳ ନେଇପାରିବେ।
ନିର୍ଜଳା ଏକାଦଶୀ ଦିନ ଦାନ କରିବା ବହୁତ ଅଧିକ ଲାଭ ଦିଏ। ଏହି ଦିନ ଜଳରେ ଭର୍ତି କଳଶ, ବସ୍ତ୍ରମ ଛତା, ଫଳ ଇତ୍ୟାଦି ବ୍ରାହ୍ମଣ କିମ୍ବା ଗରିବ ଲୋକଙ୍କୁ ଦାନ କରନ୍ତୁ।
ଏହି ବ୍ରତ ଦିନ ରାତିରେ ନ ସ୍ଓଈ ଉଜାଗର ରୁହନ୍ତୁ। ଭାଗବାନ ବିଷ୍ଣୁଙ୍କର ଭଜନ-କୀର୍ତ୍ତନ କରନ୍ତୁ।
ପରଦିନ ସକାଳେ ପୂଜା କରି ଉପବାସ ଭାଙ୍ଗିବା ଉଚିତ୍। ପ୍ରଥମେ ଜଣେ ବ୍ରାହ୍ମଣ କିମ୍ବା ଗରିବଙ୍କୁ ଖାଦ୍ୟ ଦିଅନ୍ତୁ, ତା'ପରେ ନିଜେ ପାଣି ପିଅନ୍ତୁ ଏବଂ ଖାଦ୍ୟ ଖାଆନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ନିର୍ଜଳା ଏକାଦଶୀ ବ୍ରତ କଥା
ପୌରଣିକ କଥା ଅନୁସାରେ, ଠାରେ ପାଣ୍ଡବମାନେ ମହର୍ଷି ବେଦବ୍ୟାସଙ୍କୁ ପଚାରିଲେ ଏକାଦଶୀ ବ୍ରତ ପାଳନ କିପରି କରାଯାଏ ଓ ଏହାର କି ଲାଭ ଅଛି। ତେବେ ବ୍ୟାସ କହିଲେ ବର୍ଷରେ 24ଟି ଏକାଦଶୀ ପଡ଼େ ଓ ସମସ୍ତ ଏକାଦଶୀର ବିଶେଷ ମହତ୍ଵ ଅଛି। ପ୍ରତ୍ଯେକ ବ୍ରତ କରିବା ଦ୍ବାର ପାପ ନଷ୍ଟ ହୁଏ ଓ ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ।
ଏହି ଶୁଣି ଭୀମସେନ ଚିନ୍ତା ପ୍ରକାଶ କରିଲେ। ସେ କହିଲେ, ମୁଁ ବହୁତ ବଳବାନ, କିନ୍ତୁ ଭୋଜନ ବୀଣା ରହିବା ମୋ ପାଇଁ ଅସମ୍ଭବ। ମୁଁ ସମସ୍ତ ନିୟମ ପାଳନ କରି ପଡ଼ିବି କିନ୍ତୁ ଉପବାସ କରି ପାରିବି ନାହିଁ। କ’ଣ ଏପରି କୌଣସି ଉପାୟ ଅଛି ଯାହା ଦ୍ୱାରା ମୁଁ ଗୋଟିଏ ଦିନ ଉପବାସ କରିପାରିବି ଏବଂ ବର୍ଷର ସମସ୍ତ ଏକାଦଶୀର ଲାଭ ପାଇପାରିବି? ତେବେ ମହର୍ଷି ବେଦବ୍ୟାସ କହିଲେ, ହେ ଭୀମ! ତୁମ ପାଇଁ ଗୋଟିଏ ଉପାୟ ଅଛି ଯେ ତୁମେ ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ଏକାଦଶୀ ଦିନ ଉପବାସ କର, ଯାହାକୁ ନିର୍ଜଳା ଉପବାସ କୁହାଯାଏ। ଏହି ଦିନ ଅନ୍ନ ଓ ଜଳ ତ୍ୟାଗ କରି ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ବାରା ବର୍ଷ ସାରା ସମସ୍ତ ଏକାଦଶୀର ପୂଣ୍ୟ ପ୍ରାପ୍ତ ହୋଇଥାଏ।
ଏହି ବ୍ରତରେ ବିନା ଜଳ ଗ୍ରହଣ କରି ଉପବାସ କରାଯାଏ, ସେଥିପାଇଁ ଏହାକୁ ନିର୍ଜଳା କୁହାଯାଏ। ଏହି ବ୍ରତ କଠିନ ନିଶ୍ଚିତ ଭାବରେ, କିନ୍ତୁ ଏହାର ଫଳ ଅପାର ଅଟେ। ଏହି ବ୍ରତ ପାପ ନାଶ କରେ ଓ ମୋକ୍ଷ ପ୍ରଦାନ କରେ। ଭୀମସେନ ବ୍ୟାସଙ୍କ କଥା ମାନି ନିର୍ଜଳା ଏକାଦଶୀ ବ୍ରତ କରିଥିଲେ। ସେ ଦିନସାରା ଜଳ ନ ପୀ ଓ ଅନ୍ନ ଗ୍ରହଣ ନ କରି ରହିଥିଲେ। ଶେଷରେ ବିଷ୍ଣୁଙ୍କର କୃପାରୁ ଭୀମସେନଙ୍କୁ ଅକ୍ଷୟ ପୂଣ୍ୟ ଓ ମୋକ୍ଷ ପ୍ରାପ୍ତ ହୋଇଥିଲା। କୁହାଯାଏ ଏହି ବ୍ରତ କରିଲେ ବ୍ୟକ୍ତିକୁ ଜନ୍ମ-ଜନ୍ମର ପାପରୁ ମୁକ୍ତି ମିଳେ ଓ ବିଷ୍ଣୁଲୋକ ପ୍ରାପ୍ତ ହୁଏ।
ନିର୍ଜଳା ଏକାଦଶୀ ଦିନ କରନ୍ତୁ ରାଶି ଅନୁସାରେ ଉପାୟ
ମେଷ ରାଶି
ଏହି ଦିନ ଭଗବାନ ବିଷ୍ଣୁଙ୍କୁ କେସର ମିଶ୍ରିତ ଜଳ ଅର୍ପଣ କରନ୍ତୁ ଓ ନମୋ ଭଗବତେ ବସୁଦେବାୟ ଜପ କରନ୍ତୁ। ଏହା ଦ୍ବାରା ମସନିକ ଶାନ୍ତି ଓ କାର୍ଯ୍ୟରେ ସଫଳତା ମିଳିବ।
ବୃଷ ରାଶି
ନିର୍ଜଳା ଏକାଦଶୀ 2025 ଦିନ ଧଳା ବସ୍ତ୍ର ଦାନ କରନ୍ତୁ ଓ ତୁଳସୀ ଗଛରେ ଜଳ ଚଢ଼ାନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ମିଥୁନ ରାଶି
ଏହି ଦିନ ଗରିବ ପିଲାଙ୍କୁ ଫଳ ଓ ମିଠା ବାଣ୍ଟନ୍ତୁ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ଏହା ଦ୍ବାରା ସନ୍ତାନ ସୁଖ ଓ ଶିକ୍ଷାରେ ଲାଭ ମିଳିବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
କର୍କଟ ରାଶି
ନିର୍ଜଳା ଏକାଦଶୀ ଦିନ ଚାଉଳ ଓ କ୍ଷୀର ଦାନ କରନ୍ତୁ। ସାଙ୍ଗରେ ଘରର ଉତ୍ତର ଦିଗରେ ଦୀପ ଜାଳନ୍ତୁ। ପାରିବାରିକ ସୁଖ ବଢ଼ିବ।
ସିଂହ ରାଶି
ହଳଦିଆ ବସ୍ତୁ ଦାନ କରନ୍ତୁ, ଯେପରି କି ଚଣା ଡାଲି କିମ୍ବା ହଳଦୀ। ସୂର୍ଯ୍ୟ ଦେବଙ୍କ ଧ୍ୟାନ କରନ୍ତୁ ଓ ଗୁଡ଼ ଭୋଗ କରନ୍ତୁ।
କନ୍ୟା ରାଶି
ନିର୍ଜଳା ଏକାଦଶୀ ଦିନ ଦୂବ ଘାସ ଓ ତୁଳସୀ ପତ୍ର ରେ ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ। ସ୍ବାସ୍ଥ୍ୟ ଓ ଋଣରୁ ଆରାମ ମିଳିବ।
ତୁଳା ରାଶି
କପଡ଼ା ଓ ଇତର ଦାନ କରନ୍ତୁ। ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀ ପୂଜା କରନ୍ତୁ। ବୈବାହିକ ଜୀବନରେ ସୁଖ ମିଳିବ।
ବିଛା ରାଶି
ଲାଲ ବସ୍ତ୍ରରେ ମସୁର ଡାଲି ବାନ୍ଧି ମନ୍ଦିରରେ ଦାନ କରନ୍ତୁ। ସାଙ୍ଗରେ ହନୁମାନ ଚାଳିସା ପାଠ କରନ୍ତୁ। ଏହା ଦ୍ବାରା ରୋଗ-ଶତ୍ରୁ ନାଶ ହେବ।
ଧନୁ ରାଶି
ହଳଦିଆ ଫଳ ଯେପରି ଆମ୍ବ, କଦଳୀ ଦାନ କରନ୍ତୁ ଓ ବିଷ୍ଣୁ ମନ୍ଦିରରେ ଦୀପ ଜାଳନ୍ତୁ। ଭାଗ୍ଯ ଦୃଢ଼ ହେବ ଓ ଯାତ୍ରାରେ ସଫଳତା ମିଳିବ।
ମକର ରାଶି
ନିର୍ଜଳା ଏକାଦଶୀ 2025 ଦିନ ସୋରିଷ ଓ କଳା ବସ୍ତ୍ର ଦାନ କରନ୍ତୁ। ଶନି ମନ୍ତ୍ର ଜପ କରନ୍ତୁ। ଚାକିରି ଓ କ୍ୟାରିଅରରେ ଉନ୍ନତି ହେବ।
କୁମ୍ଭ ରାଶି
ନୀଳ ବସ୍ତ୍ର ଓ ଚପଲ ଦାନ କରନ୍ତୁ। ଗରିବ ଲୋକଙ୍କୁ ପାଣି ଓ ସରବତ ବାଣ୍ଟନ୍ତୁ। ଏହା ଦ୍ବାରା ରୋଗ ଓ ଆର୍ଥିକ କଷ୍ଟ ଦୂର ହେବ।
ମୀନ ରାଶି
ଭଗବାନ ବିଷ୍ଣୁଙ୍କୁ କଦଳୀ ଓ ନଡ଼ିଆ ଭୋଗ କରନ୍ତୁ ଓ ଜଳରେ ତୁଳସୀ ପକାଇ ଅର୍ପଣ କରନ୍ତୁ। ଏହା ଦ୍ବାରା ପାରିବାରିକ ସୁଖ ଓ ମାନସିକ ଶାନ୍ତି ମିଳିବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ୨୦୨୫ ମସିହାର ନିର୍ଜଳା ଏକାଦଶୀ କେବେ ପାଳନ ହେବ?
ନିର୍ଜଳା ଏକାଦଶୀ ଉପବାସ 07 ଜୁନ୍ 2025 ରେ ପାଳନ କରାଯିବ।
2. ନିର୍ଜଳା ଏକାଦଶୀର ନିୟମ କ’ଣ?
ନିର୍ଜଳା ଏକାଦଶୀ ଉପବାସରେ, ଖାଦ୍ୟ ଏବଂ ଜଳ ଉଭୟ ପରିତ୍ୟାଗ କରାଯାଏ।
3. ନିର୍ଜଳା ଏକାଦଶୀ ଉପବାସରେ କେତେବେଳେ ପାଣି ପିଇବା ଉଚିତ?
ନିର୍ଜନା ଏକାଦଶୀ ଉପବାସରେ, ସୂର୍ଯ୍ୟୋଦୟଠାରୁ ପରଦିନ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ପାଣି ପିଇବା ଉଚିତ୍ ନୁହେଁ, ତାହା ପରେ ପିଇ ପାରିବେ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






