ବୃହସ୍ପତିଙ୍କର ମିଥୁନ ରାଶିରେ ଗୋଚର
ଆଷ୍ଟ୍ରୋସେଜ ଏଆଇ ପ୍ରତ୍ଯେକ ନୂଆ ଲେଖାରେ ଆପଣଙ୍କୁ ଜ୍ଯୋତିଷ ସହତ ଜଡ଼ିତ ନୁ ଓ ଜରୁରୀ ସୂଚନା ଦେବାକୁ ଚେଷ୍ଟା କରେ, ଯାହା ଫଳରେ ଆପଣ ସବୁବେଳେ ଅପଡେଟ ରହିବେ। ଆଜି ଏହି ବିଶେଷ ଲେଖାରେ ଆପଣଙ୍କୁ ବୃହସ୍ପତିଙ୍କର ମିଥୁନ ରାଶିରେ ଗୋଚର ବିଷୟରେ ବିସ୍ତୃତre ସୂଚନା ପରଦାନ କରିବୁ। ସାଙ୍ଗରେ, ଏହା ମଧ୍ୟ କହିବୁ ଯେ ବୃହସ୍ପତିଙ୍କର ଗୋଚରର ପ୍ରଭାବ ସମସ୍ତ 12ଟି ରାଶି ଉପରେ କି ପ୍ରକାର ପଡ଼ିବ। କହି ରଖୁଛୁ ଯେ କିଛି ରାଶିର ଲୋକଙ୍କୁ ବୃହସ୍ପତିଙ୍କ ଗୋଚରରୁ ଅଧିକ ଲାଭ ହେବ ଓ କିଛି ଲୋକଙ୍କୁ ଏହି ସମୟରେ ସାବଧାନ ହୋଇ ଆଗକୁ ବଢ଼ିବାକୁ ପଡ଼ିବ। ଏହା ବ୍ଯତୀତ, ଏହି ଲେଖାରେ ବୃହସ୍ପତିଙ୍କୁ ଦୃଢ଼ କରିବା ପାଇଁ କିଛି ସହଜ ଓ ସରଳ ଉପାୟ ବିଷୟରେ କହିବୁ ଓ ଦେଶ-ବିଦେଶ ଉପରେ ଏହାର ପ୍ରଭାବ ବିଷୟରେ କହିବୁ।
ବୃହସ୍ପତି 15 ମଈ 2025ରେ ମିଥୁନ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ତେବେ ଆସନ୍ତୁ ଆଗକୁ ବଢ଼ିବା ଓ ଜାଣିବା କେଉଁ ରାଶିର ଲୋକଙ୍କୁ ଏହି ସମୟରେ ଶୁଭ ପରିଣାମ ମିଳିବ ଓ କାହାକୁ ଅଶୁଭ।
ବୃହସ୍ପତିଙ୍କୁ ଏକ ଶୁଭ ଗ୍ରହ କୁହାଯାଏ। ଯିଏ ହ=ଜ୍ଞାନ, ବୁଦ୍ଧି, ପ୍ରଚୁରତା ଓ ସୌଭାଗ୍ୟର ପ୍ରତିନିଧିତ୍ବ କରନ୍ତି। ବୃହସ୍ପତିଙ୍କୁ ରାଶି ଚକ୍ର ସମ୍ପୂର୍ଣ କରିବାକୁ 12 ବର୍ଷ ଲାଗିଯାଏ, ଅର୍ଥାତ ପାଖାପାଖୀ 1 ବର୍ଷ ଗୋଟିଏ ରାଶିରେ ରୁହନ୍ତି। ଯେବେ ଗୁରୁ କୌଣସି ବିଶେଷ ଘରେ କିମ୍ବା ଗ୍ରହ ଦେଇ ଗତି କରନ୍ତି, ସେ ଏହି କ୍ଷେତ୍ରରେ ବିକାଶ, ଭାଗ୍ଯ ଓ ନୂଆ ଚିନ୍ତାଧାରାର ସଙ୍କେତ ଦିଅନ୍ତି।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ମିଥୁନ ରାଶିରେ ବୃହସ୍ପତିଙ୍କର ଗୋଚର: ସମୟ
ବୃହସ୍ପତି ମିଥୁନ ରାଶିରେ 15 ମଈ 2025 ଦ୍ଵିପ୍ରହର 02:30 ରେ ଗୋଚରେ କରିବେ।
ମିଥୁନ ରାଶିରେ ବୃହସ୍ପତିଙ୍କର ଗୋଚର: ବିଶେଷ କଥା
ଯେବେ ବୃହସ୍ପତି ମିଥୁନ ରାଶିରେ ରୁହନ୍ତି, ତେବେ ସେ ଜିଜ୍ଞାସୁ, ବୁଦ୍ଧିମାନ, ମେଳାପୀ ଏବଂ ଶୀଘ୍ର କଥାବାର୍ତ୍ତା କରୁଥିବା ସ୍ୱଭାବକୁ ସୂଚିତ କରନ୍ତି। ଏହି ଲୋକଙ୍କ ପାଇଁ ଗୋଟିଏ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା କଷ୍ଟକର ହୋଇଯାଏ। ଏହି ଲୋକ ଅନେକ କଥାରେ ରୁଚି ରଖନ୍ତି ଓ ଅଲଗା ଅଲଗା ବିଚାର ରଖନ୍ତି। ଏହି ଲୋକ ସାଧାରଣତଃ ମେଳାପ, ବିଶ୍ବାସୀ ଓ ବିନମ୍ର ସ୍ଵଭାବର ହୋଇଥାଆନ୍ତି। ତାଙ୍କ ଭିତରେ ନୂଆ ଓ ମୌଳିକ ଭାବନା ରହିପାରେ।
ବୃହସ୍ପତି ମିଥୁନ ରାଶିରେ ରହିଲେ, ବ୍ୟକ୍ତି ଭିତରେ ଜିଜ୍ଞାସା, ଅନୁକୂଳତା ଓ ସମ୍ବାଦ କଳା ପ୍ରବଳ ଥାଏ। ଏହି ଲୋକ ଜୀବନରେ ଶିଖିବାକୁ ବହୁତ ମହତ୍ଵ ଦିଅନ୍ତି। ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ଯା ଆସିପାରେ କିମ୍ବା ସୂଚନା ଅଧିକ ଥିବା ଦ୍ବାରା ଭ୍ରମ ହୋଇପାରେ। କିନ୍ତୁ ତଥାପି ଏପରି ଲୋକ ନିଜର ବୁଦ୍ଧି ଓ ସାମାଜିକ କନେକଶନରୁ ଅନେକ ସୁଜ ଓ ସଫଳତା ପାଇ ପାରନ୍ତି।
ମିଥୁନ ରାଶିରେ ବୃହସ୍ପତିଙ୍କର ଗୋଚର : ଏହି ରାଶି ଉପରେ ପଡ଼ିବ ନକରାତ୍ମକ ପ୍ରଭାବ
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ ବୃହସ୍ପତି ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ। 2025 ରେ ବୃହସ୍ପତିଙ୍କର ଗୋଚର ଆପଣଙ୍କର ଅଷ୍ଟମ ଘରେ ହେବାକୁ ଯାଉଛି। ଏପରି ସ୍ଥିତିରେ ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ଅଛି କାରଣ ଏହି ଗୋଚର ଆପଣଙ୍କ ପାଇଁ ଶୁଭ ପ୍ରତୀତ ହେଉ ନାହିଁ। ଆପଣଙ୍କ କାମରେ ବାଧା ଆସିବ ଯାହାକୁ ଆପଣ ଦୂର କରିବାକୁ ଚାହୁଁଥିଲେ। ଆପଣଙ୍କର ଚାଲିଥିବା କାମ ଅଟକି ଯାଇପାରେ। ଯଦିଓ ଆପଣ ଧାର୍ମିକ କାର୍ଯ୍ୟକଳାପକୁ ପସନ୍ଦ କରନ୍ତି ଏବଂ ଭଲ ଆଧ୍ୟାତ୍ମିକ ଅଭିଜ୍ଞତା ପାଆନ୍ତି, ତଥାପି ଆପଣ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ ରାଶିରେ ବୃହସ୍ପତିଙ୍କର ଗୋଚର: ଏହି ରାଶିର ଲୋକଙ୍କ ଉପରେ ପଡ଼ିବ ସକାରାତ୍ମକ ପ୍ରଭାବ
କ୍ୟାରୀଅରର ହେଉଛି ଟେନ୍ସନ! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ବୃଷ ରାଶି
ବୃହସ୍ପତି ବୃଷ ରାଶିର ଲୋକଙ୍କ ପାଇଁ ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ ଯିଏ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବେ। ବୃହସ୍ପତିଙ୍କର ଏହି ଗୋଚରର ପ୍ରଭାବ ଦ୍ବାରା ଆପଣଙ୍କର ବାଣୀରେ ଗମ୍ଭୀରତା ରହିବ। ଲୋକ ଆପଣଙ୍କର କଥାକୁ ଧ୍ୟାନ ଦେଇ ଶୁଣିବେ ଓ ପ୍ରଶଂସା କରିବେ। ଲୋକ ଆପଣଙ୍କୁ ପରାମର୍ଶ ମାଗିବେ।
ଧନ ସମ୍ବନ୍ଧିତ ମାମଲାରେ କିଛି ସମସ୍ଯା ଆସିପାରେ, କିନ୍ତୁ ପାରିବାରିକ ଜୀବନରେ ସୁଖ ଓ ଆରାମ ରହିବ। ଆପଣ ନିଜର ରୋଜଗାରର କିଛି ବହାଫ ସଞ୍ଚୟ କରିପାରିବେ। ବୃହସ୍ପତିଙ୍କର ଦୃଷ୍ଟି ଷଷ୍ଠ ଘରେ, ଅଷ୍ଟମ ଘରେ ଓ ଦଶମ ଘରେ ରହିବ ଯାହା ଦ୍ବାରା ପୈତୃକ ବ୍ୟବସାୟରେ ଉନ୍ନତି ହେବ। ଯଦି ଆପଣ ନିଜର ପରିବାର ସହିତ ବ୍ୟବସାୟ କରନ୍ତି ତେବେ ବିଶେଷ ଉନ୍ନତି ପ୍ରାପ୍ତ ହେବ। ଆପଣ ନିଜର ପରିବାର ସହିତ ବ୍ୟବସାୟ କରନ୍ତି ତେବେ ବିଶେଷ ଉନ୍ନତି ହେବାର ଯୋଗ ଅଛି। ଚାକିରି କରୁଥିବା ଲୋକଙ୍କୁ ମଧ୍ୟ ଉତ୍ତମ ଲାଭ ମିଳିବ। ଆପଣ ଧର୍ମ-କର୍ମ କରିବେ, ଶାଶୁ ଘର ପକ୍ଷ ଲୋକଙ୍କ ସହିତ ସମ୍ବନ୍ଧ धଦୃଢ଼ ହେବ ଓ ତାଙ୍କ ଠାରୁ ଧନ ଲାଭ ଓ ଅନେକ ପ୍ରକାର ସାହାଜ୍ୟ ମିଳିବ।
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ଗୁରୁ ଦେବ ବୃହସ୍ପତି ସପ୍ତମ ଘରର ସ୍ବାମୀ। ମିଥୁନ ରାଶିରେ ଗୋଚର ଆପଣଙ୍କ ପାଇଁ ବିଶେଷ ରୂପରେ ପ୍ରଭାବଶାଳୀ ହେବ କାରଣ ସେ ଆପଣଙ୍କର ରାଶିରେ ଗୋଚର କରିବେ। ଏଠାରେ ଉପସ୍ଥିତ ଦେବଗୁରୁ ବୃହସ୍ପତିଙ୍କ ଦୃଷ୍ଟି ଆପଣଙ୍କର ପଞ୍ଚମ ଘରେ, ସପ୍ତମ ଘରେ ଓ ନବମ ଘର ଉପରେ ରହିବ ଯାହା ଦ୍ବାରା ସନ୍ତାନ ସମ୍ବନ୍ଧିତ ସୁଖ ସମାଚାର ପ୍ରାପ୍ତ ହେବ। ଯଦି ଆପଣ ସନ୍ତାନ ପ୍ରାପ୍ତ କରିବା ପାଇଁ ଉଚ୍ଛା ରଖିଛନ୍ତି ତେବେ ତାହା ପୁରୁଣ ହେବ। ପାଠ ପଢ଼ିବାରେ ସଫଳତା ମିଳିବ। ଆପଣ ନୂଆ ନୂଆ ଜିନିଷ ଶିଖବାକୁ ଉତ୍ସାହିତ ହେବେ। ବିବାହର ଯୋଗ ତିଆରି ହେବ। ଜାଡିଆ ପାନ ଅବିବାହିତ ତେବେ ଆପଣଙ୍କର ବିବାହ ହୋଇପାରେ। ବିବାହିତ ଲୋକଙ୍କର ଜୀବନରେ ସମସ୍ଯା କମ ହେବ ଓ ପାରସ୍ପରିକ ସାମଞ୍ଜସ୍ୟ ଭଲ ରହିବ। ବ୍ୟବସାୟରେ ଉନ୍ନତିର ଯୋଗ ଅଛି।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ଗୁରୁ ମହରଃ ଷଷ୍ଠ ଘର ଓ ନବମ ଘରର ସ୍ବାମୀ। ବୃହସ୍ପତିଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କର ଦ୍ଵାଦଶ ଘରେ ହେବ। ଏହି ପ୍ରକାର ବୃହସ୍ପତିଙ୍କର ଦ୍ଵାଦଶ ଘରେ ଗୋଚର ଯୋଗୁଁ ଭଲ କାର୍ଯ୍ୟରେ ଧନ ଖର୍ଚ୍ଚ କରିବାର ଆଗ୍ରହ ବଢ଼ିବ। ଆପଣ ପୂଜା-ପାଠ, ଧର୍ମ, ଆଧ୍ୟାତ୍ମିକ ତୀର୍ଥ ଯାତ୍ରା ଓ ଭଲ କାର୍ଯ୍ୟରେ ତଥା ସମାଜର ହୀତରେ ଅନେକ କାର୍ଯ୍ୟ କରିବେ ଓ ଧନ ଖର୍ଚ୍ଚ କରିବେ। ଏହା ଆପଣଙ୍କୁ କେବଳ ମାନସିକ ସନ୍ତୋଷ ଦେବ ନାହିଁ ବରଂ ସମାଜରେ ଆପଣଙ୍କୁ ସମ୍ମାନ ମଧ୍ୟ ମିଳିବ।
ଧାର୍ମିକ ଯାତ୍ରା ଏବଂ ଲମ୍ବା ଯାତ୍ରାର ପ୍ରବଳ ସମ୍ଭାବନା ରହିବ। ଯଦି ଆପଣ ସମ୍ପୂର୍ଣ୍ଣ ହୃଦୟ ସହିତ ଚେଷ୍ଟା କରୁଛନ୍ତି, ତେବେ ଆପଣ ବିଦେଶ ଯିବାରେ ସଫଳତା ପାଇବେ ଏବଂ ଆପଣ ବିଦେଶ ଯାଇପାରିବେ। ଏହି ସମୟରେ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ପେଟ ରୋଗ ଏବଂ ଚର୍ବି ସମ୍ବନ୍ଧୀୟ ସମସ୍ୟା ଆପଣଙ୍କୁ ହଇରାଣ କରିପାରେ। ବୃହସ୍ପତି ମହାରାଜଙ୍କ ଦୃଷ୍ଟି ଆପଣଙ୍କ ଚତୁର୍ଥ ଘର, ଷଷ୍ଠ ଘର ଏବଂ ଅଷ୍ଟମ ଘର ଉପରେ ରହିବ ଯାହା ଫଳରେ କିଛି ଖର୍ଚ୍ଚ ବୃଦ୍ଧି ପାଇବ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ବୃହସ୍ପତି ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ଓ ବୃହସ୍ପତିଙ୍କର ମିଥୁନ ରାଶିରେ ଗୋଚର ଏକାଦଶ ଘରେ ହେବ। ଏହା ଅପଣନଙ୍କ ପାଇଁ ସଫଳତାର ସମୟ ହେବ। ଆର୍ଥିକ ସମସ୍ଯା ସମାପ୍ତ ହେବ ଓ ଧନ ପ୍ରାପ୍ତ ହେବ। ଆପଣଙ୍କ ପାଖରେ ଭଲ ରୋଜାଗାର ହେବ। ଧନ ସହିତ ଜଡ଼ିତ ସମସ୍ଯା ଦୂର ହେବ। ବୃହସ୍ପତି ମହାରାଜଙ୍କର ଦୃଷ୍ଟି ଆପଣଙ୍କର ତୃତୀୟ ଘର, ପଞ୍ଚମ ଘର ଓ ସପ୍ତମ ଘର ଉପରେ ରହିବ ଯାହା ଦ୍ବାରା ଅବିବାହିତ ଲୋକଙ୍କର ବିବାହ ଯୋଗ ତିଆରି ହେବ। ପ୍ରେମ ସମ୍ବନ୍ଧରେ ପ୍ରଗଢ଼ତା ବଢ଼ିବ। ସନ୍ତାନର ପ୍ରଗତି ହେବ। ଯଦି ଆପଣ ସନ୍ତାନ ପ୍ରାପ୍ତିର ଇଚ୍ଛା କରନ୍ତି ତେବେ ସନ୍ତାନ ପ୍ରାପ୍ତି ହୋଇପାରେ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ବହୁତ ସଫଳତା ମିଳିବ। ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ରହିବ। ଆପଣ ଉତ୍ତରାଧିକାରୀ ଭାବରେ ପାଇଥିବା କିଛି ସମ୍ପତ୍ତି ପାଇପାରନ୍ତି। ଆପଣ ଗୁପ୍ତ ଧନ ପାଇପାରନ୍ତି। ଏହି ସମୟ ଆପଣଙ୍କ ଭାଇ ଭଉଣୀମାନଙ୍କ ପାଇଁ ମଧ୍ୟ ଅନୁକୂଳ ରହିବ ଏବଂ ସେମାନଙ୍କ ସହିତ ଆପଣଙ୍କ ସମ୍ପର୍କ ମଧୁର ହେବ।
ଜୀବନର ଯେ କୌଣସି ସମସ୍ଯାର ସମାଧାନ ପାଇଁ ପ୍ରଶ୍ନ ପଚାରନ୍ତୁ
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ବୃହସ୍ପତି ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ଓ ବୃହସ୍ପତିଙ୍କର ଗୋଚର ନବମ ଘରେ ହେବ। ନବମ ଘରେ ବୃହସ୍ପତିଙ୍କର ଗୋଚର ଆପଣଙ୍କର ଧର ବିଶ୍ବାସ ବଢ଼ାଇବ। ଆଓନ ଧର୍ମ-କର୍ମ କାର୍ଯ୍ୟ କରିବେ। ଧାର୍ମିକ ଯାତ୍ରା ଓ ତୀର୍ଥ ଯାତ୍ରା କରିବେ। ଆପଣଙ୍କୁ ସଂଘର୍ଷ କରିବା ପରେ ସଫଳତା ମିଳିବ। ଆପଣ ଯେତେ ଅଧିକ ପରିଶ୍ରମ କରିବେ, ସେତେ ଅଧିକ ଫଳାଫଳ ପାଇବେ। ଭାଇଭଉଣୀମାନଙ୍କ ଠାରୁ ସମର୍ଥନ ପାଇବା ପରେ ଆପଣଙ୍କ କାମ ଗତି ପାଇବ। ଏଠାରେ ଉପସ୍ଥିତ ବୃହସ୍ପତି ମହାରାଜ ଆପଣଙ୍କ ରାଶି ଅର୍ଥାତ୍ ଆପଣଙ୍କ ପ୍ରଥମ ଘର, ତୃତୀୟ ଘର ଏବଂ ପଞ୍ଚମ ଘରକୁ ଦେଖିବେ ଯାହା ଫଳରେ ଆପଣ ଶିକ୍ଷା ଏବଂ ଉଚ୍ଚଶିକ୍ଷାରେ ଭଲ ଫଳାଫଳ ପାଇବେ। ଆପଣଙ୍କୁ ସନ୍ତାନମାନଙ୍କର ଖୁସି ମିଳିପାରେ। ସନ୍ତାନ ଜନ୍ମ ହେବାର ସମ୍ଭାବନା ଥାଇପାରେ।
ଧନୁ ରାଶି
ଧନୁ ରାଶିର ଲୋକଙ୍କ ପାଇଁ ଗୁରୁ ମହାରାଜ ବହୁତ ମହତ୍ଵପୂରଣ କାରଣ କାରଣ ଏହା ଆପଣଙ୍କର ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଚତୁର୍ଥ ଘର ଅର୍ଥାତ ଆପଣଙ୍କର ସୁଖ ଘର ସ୍ବାମୀ ମଧ୍ୟ ଓ ବୃହସ୍ପତିଙ୍କର ଗୋଚର ଆପଣଙ୍କର ରାଶିର ସପ୍ତମ ଘରେ ହେବ। ଏହି ଗୋଚର ଆପଣଙ୍କର ବୈବାହିକ ଜୀବନରେ ମଧୁରତା ଆଣିବ। ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ କଷ୍ଟ ହ୍ରାସ ହେବ ଓ ପ୍ରେମ ବଢ଼ିବ। ପରସ୍ପର ପ୍ରତି ଦାୟିତ୍ବ ଭାବ ଓ ସମର୍ପଣ ବଢ଼ିବ।
ଯଦି ଆପଣ କୌଣସି ବ୍ୟବସାୟ କରନ୍ତି ତେବେ ସେଥିରେ ଆପଣଙ୍କୁ ଭଲ ସଫଳତା ପ୍ରପତ୍ର ହେବ। ଜମି ସହିତ ଜଡ଼ିତ ମାମଲାରେ ଇଚ୍ଛା ପୁରୁଣ ହେବ। ଆପଣ ସମ୍ପତି ଅର୍ଜନ କରି ପାରିବେ। ବୃହସ୍ପତି ମହାରାଜ ଆପଣଙ୍କର ଏକାଦଶ ଘର, ପ୍ରଥମ ଘର ଓ ତୃତୀୟ ଘରକୁ ଦେଖିବେ ଯାହା ଦ୍ବାରା ଯାତ୍ରାରୁ ଲାଭ ହେବ, ଆପଣଙ୍କର ରୋଜଗାର ବଢ଼ିବ, ଆପଣଙ୍କର ନିଷ୍ପତି ନେବାର କ୍ଷମତା ବଢ଼ିବ ଯାହା ଫଳରେ ଆପଣଙ୍କର ଲାଭ ହେବ। ଅକ୍ଟୋବରରେ ଯେବେ ବୃହସ୍ପତି ଅଷ୍ଟମ ଘରକୁ ଯିବେ ତେବେ ଆଧ୍ୟାତ୍ମିକ ଅନୁଭବ ମିଳିପାରେ।
ମିଥୁନ ରାଶିରେ ବୃହସ୍ପତିଙ୍କର ଗୋଚର : ଉପାୟ
ପ୍ରତିଦିନ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ଗୁରୁବାର ଦିନ ବ୍ରତ ରଖନ୍ତୁ ଓ ପ୍ରସାଦ ରୂପରେ ଗୁଡ଼ ଓ ଚଣା ଡାଲି ବାଣ୍ଟନ୍ତୁ।
ସକାରାତ୍ମକ ପରିଣାମ ପାଇଁ ଗାଈର ସେବା କରନ୍ତୁ।
ଭଲ ପରିଣାମ ଓ ସକରତ୍ମକତା ପାଇଁ ଗୁରୁବାର ଦିନ ହୋମ କରନ୍ତୁ।
ଓଁ ନମୋ ଭାଗବତେ ବାସୁଦେବାୟ ନମଃ ମନ୍ତ୍ର ଜପ କରନ୍ତୁ।
ମିଥୁନ ରାଶିରେ ବୃହସ୍ପତିଙ୍କର ଗୋଚର : ବିଶ୍ବବ୍ଯାପୀ ପ୍ରଭାବ
ଆଧ୍ୟାତ୍ମିକ ଓ ଧାର୍ମିକ ଗତିବିଧି
ବୃହସ୍ପତିଙ୍କର ମିଥୁନ ରାଶିରେ ଗୋଚର ଲୋକଙ୍କର ଆଗ୍ରହ ଅଧ୍ୟାୟମିକତା ଆଡ଼କୁ ବଢ଼ାଇବ। ଲୋକ ଶାନ୍ତି ଓ ଅଧ୍ୟାତ୍ମରେ ଅଧିକ ଆଗ୍ରହ ରଖିବେ।
ଏହି ସମୟ ମଧ୍ୟରେ, ଅଧିକରୁ ଅଧିକ ଲୋକ ଆଧ୍ୟାତ୍ମିକ ଗ୍ରନ୍ଥ ଅଧ୍ୟୟନ କରିବେ ଏବଂ ନିଜକୁ ସଚେତନ ଏବଂ ଜ୍ଞାନୀ କରିବା ପାଇଁ ଗୁପ୍ତ ବିଦ୍ୟାରେ ନାମ ଲେଖାଇବାକୁ ପସନ୍ଦ କରିବେ।
ତେଲ, ଘିଅ, ସୁଗନ୍ଧିତ ତେଲ ଇତ୍ୟାଦିର ମୂଲ୍ୟ ହ୍ରାସ ହୋଇପାରେ, ଯାହା ଦ୍ଵାରା ଲୋକମାନଙ୍କୁ କିଛିଟା ଆଶ୍ୱସ୍ତି ମିଳିବାର ସମ୍ଭାବନା ଅଛି।
ସରକାରୀ ଅଧିକାରୀ ଓ ନ୍ୟାୟପାଳିକା
ସରକାରରେ ଉଚ୍ଚ ପଦରେ ବସିଥିବା ମନ୍ତ୍ରୀ ଦେଶର ଆବଶ୍ୟକତାକୁ ହିସାବ କରି ନିୟମ ତିଆରି କରିବେ କିମ୍ବା ଲେଖିବେ।
ଏହି ସମୟ ମଧ୍ୟରେ ନ୍ୟାୟପାଳିକା ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରୁଥିବା ଦେଖାଯାଇପାରନ୍ତି ଏବଂ ଜନସାଧାରଣ ଏବଂ ଦେଶର ସ୍ୱାର୍ଥ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ।
ବିଶ୍ୱର ଯୁଦ୍ଧଗ୍ରସ୍ତ ଦେଶଗୁଡ଼ିକ ଏବେ କିଛି ଆଶ୍ୱସ୍ତି ପାଇପାରିବେ ଏବଂ ଅନେକ ଯୁଦ୍ଧ ସମାପ୍ତ ହୋଇପାରେ, କାରଣ ଏବେ ନ୍ୟାୟ ସଠିକ୍ ଭାବରେ କରାଯିବ।
ମନ୍ତ୍ରୀ ଓ ସରକାରୀ ଅଧିକାରୀ ଏବେ କୌଣସି ମତ ଦେବା ପୂର୍ବରୁ ସାବଧାନ ହୋଇ ଭାବିବେ ଓ ପରିପକ୍ଵତା ସହିତ କଥା ହେବେ କାରଣ ମିଥୁନ ରାଶିରେ ବୃହସ୍ପତି ବ୍ୟକ୍ତିକୁ ପରିପକବା କରନ୍ତି।
ଶିକ୍ଷା ଓ ଅନ୍ୟ ସମ୍ବନ୍ଧିତ କ୍ଷେତ୍ର
ଶିକ୍ଷା କ୍ଷେତ୍ର ସହିତ ଜଡ଼ିତ ବ୍ୟକ୍ତି ଯେପରିକି ପରାମର୍ଶଦାତା, ଶିକ୍ଷକ, ପ୍ରଶିକ୍ଷକ, ପ୍ରଫେସର ଇତ୍ୟାଦି ଏହି ଗୋଚରରୁ ଲାଭବାନ ହେବେ, କିନ୍ତୁ ସେମାନଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ କିଛି ଅନିଶ୍ଚିତ କିମ୍ବା ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଏହି ଗୋଚର ସମୟରେ, ଲେଖକ ଏବଂ ଦାର୍ଶନିକମାନେ ସେମାନଙ୍କର ଗବେଷଣା, ଥିସିସ୍, କାହାଣୀ ଏବଂ ଅନ୍ୟାନ୍ୟ ପ୍ରକାଶିତ କୃତିଗୁଡ଼ିକୁ ପୁନଃକାର୍ଯ୍ୟ କିମ୍ବା ପୁନର୍ଗଠନ କରୁଥିବାର ଦେଖାଯାଇପାରେ।
ଏହି ଗୋଚର ସମୟରେ ବିଶ୍ୱର ଗବେଷକ, ସରକାରୀ ପରାମର୍ଶଦାତା ଏବଂ ବୈଜ୍ଞାନିକମାନେ ଉପକୃତ ହେବେ କାରଣ ସେମାନେ ବିଭିନ୍ନ ସମସ୍ୟାର ନୂତନ ଏବଂ ଅନନ୍ୟ ସମାଧାନ ଖୋଜିପାରିବେ ଏବଂ ଜିନିଷଗୁଡ଼ିକୁ ଏକ ସମ୍ପୂର୍ଣ୍ଣ ନୂତନ ଦୃଷ୍ଟିକୋଣରୁ ଦେଖିପାରିବେ।
ଏହି ସମୟରେ ଚିକିତ୍ସା କ୍ଷେତ୍ରରେ କିଛି ବଡ଼ ସୁଧାର ଦେଖିବାକୁ ମିଳିବ।
ମିଥୁନ ରାଶିରେ ବୃହସ୍ପତିଙ୍କର ଗୋଚର: ଶେୟାର ବଜାର ରିପୋର୍ଟ୍
ବୃହସ୍ପତିଙ୍କର ଗୋଚର ସବୁଠାରୁ ମହତ୍ୱପୂର୍ଣ ଗୋଚର ମଧ୍ୟରୁ ଗୋଟିଏ। ଏହାର ପ୍ରଭାବ ଶେୟାର ବଜାର ଉପରେ ମଧ୍ୟ ପଡ଼ିବ। ଆସନ୍ତୁ ଦେଖିବା ଶେୟାର ବଜାରର ଭବିଷ୍ୟବାଣୀ କ’ଣ କହୁଛି।
ସାର୍ବଜନୀକ କ୍ଷେତ୍ର, ସିମେନ୍ଟ, ଉଦ୍ଯୋଗ, ଓଲ କଳରେ ବୃଦ୍ଧି ଦେଖାଯିବ।
ଫାର୍ମା କ୍ଷେତ୍ର, ଅଟୋମୋବାଇଲ, ଟ୍ର୍ଯାକ୍ଟର ଉଦ୍ଯୋଗ, ବୀମା, ସୌନ୍ଦର୍ଯ୍ୟ ପ୍ରସାଦନ, ଯାନ ଫର୍ମ, କପାସ କଳ, ଫିଲ୍ମ ଉଦ୍ଯୋଗ, ମୁଦ୍ରଣ ଇତ୍ୟାଦି ରେ ମଧ୍ୟ ବୃଦ୍ଧି ଆଶା ଅଛି।
ଚିକିତ୍ସା ଓ ଆଇନ କମ୍ପାନୀ ମଧ୍ୟ ଧନ ରୋଜଗାର କରିବାର ଆଶା ଅଛି।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. କେଉଁ ଦୁଇଟି ରାଶିର ଅଧିପତି ବୃହସ୍ପତି?
ବୃହସ୍ପତି ଧନୁ ଏବଂ ମୀନ ରାଶିର ଅଧିପତି ଅଟନ୍ତି।
2. ବୃହସ୍ପତି କେଉଁ ନକ୍ଷତ୍ର ସ୍ବାମୀ?
ଜ୍ୟୋତିଷ ଶାସ୍ତ୍ରରେ, ବୃହସ୍ପତି ଗ୍ରହ ପୁନର୍ବାସୁ, ବିଶାଖା ଏବଂ ପୂର୍ବ ଭାଦ୍ରପଦ ଭଳି ୨୭ଟି ନକ୍ଷତ୍ରର ଅଧିପତି।
3. ବୃହସ୍ପତିବାରଦିନ କାହାର ପୂଜା କରାଯାଏ?
ଗୁରୁବାର ଶ୍ରୀ ହରି ଭଗବାନ ବିଷ୍ଣୁ ଏବଂ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ସମର୍ପିତ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






