ବୁଧଙ୍କର ମିଥୁନ ରାଶିରେ ଉଦୟ
ଆଷ୍ଟ୍ରୋସେଜ ଏଆଇର ଏହି ଲେଖା ବିଶେଷ ଭାବରେ ଆମର ପାଠକଙ୍କ ପାଇଁ ପ୍ରସ୍ତୁତ ହୋଇଛି ଯାହା ମାଧ୍ୟମରେ ଆପଣଙ୍କୁ ବୁଧଙ୍କର ମିଥୁନ ରାଶିରେ ଉଦୟ ବିଷୟରେ ସମସ୍ତ ସୂଚନା ପ୍ରାପ୍ତ ହେବ। ଆମେ ସମସ୍ତ ଭଲ ଭାବରେ ଜାଣୁ ଯେ ବୁଧ ଦ୍ରୁତ ଗତିରେ ଚାଲୁଥିବା ଗ୍ରହ ସେଥିପାଇଁ ବାରମ୍ବାର ତାଙ୍କର ଚଳନ, ଦଶା ଓ ସ୍ଥିତିରେ ପରିବର୍ତ୍ତନ ହୋଇଥାଏ। ଏବେ ବୁଧ ମହାରାଜ ନିଜର ଅସ୍ତ ଅବସ୍ଥାରୁ ବାହାରି ମିଥୁନ ରାଶିରେ ଉଦୟ ହେଉଛନ୍ତି। କହି ରଖୁଛୁ ଯେ ମିଥୁନ ରାଶିରେ ବୁଧଙ୍କର ଉଦୟ 11 ଜୁନ 2025ରେ ହେବ ଯାହାର ପ୍ରଭାବ ସମସ୍ତ ରାଶି ସହିତ ସଂସାର ଉପରେ ମଧ୍ୟ ପଡ଼ିବ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ପୌରଣିକ କଥା ଅନୁସାରେ ବୁଧ ଗ୍ରହଙ୍କୁ ଦେବତାଙ୍କର ଦୁତ କୁହାଯାଏ ଯିଏ ନିଜର ଦ୍ରୁତ ଗତି ଓ ଚଞ୍ଚଳତା ପାଇଁ ପ୍ରସିଦ୍ଧ। ଜ୍ଯୋତିଷରେ ବୁଧ ଦେବ ବୁଦ୍ଧି, ମାନସିକତା, ସଞ୍ଚାର କୌଶଳ, ତର୍କ ଓ ଗ୍ରହଣ ଏବଂ ଶିଖିବାର କ୍ଷମତାର ପ୍ରତିନିଧିତ୍ବ କରନ୍ତି ଓ ଏହା ସୂର୍ଯ୍ୟଙ୍କର ସବୁଠାରୁ ନିକଟତର। ଅନେକ ବିଦ୍ବାନ ଓ ଅନୁଭବି ଜ୍ଯୋତିଷ ଜ୍ଯୋତିଷଶାସ୍ତ୍ରରେ ବୁଧ ଗ୍ରହଙ୍କର ମହତ୍ଵକୁ ଜାଣିବା ପାଇଁ ରୁଚି ରଖନ୍ତି। ଦେବତା ରୂପରେ ପୃଥିବୀ ସହିତ ସମ୍ବନ୍ଧିତ ହେବା ଯୋଗୁଁ ତାଙ୍କୁ ଭଗ୍ୟର କାରକ କୁହାଯାଏ। ବୁଧଙ୍କ ଆଶୀର୍ବାଦ ଯୋଗୁଁ ହିଁ ବ୍ୟକ୍ତି ତୀକ୍ଷ୍ଣ ବୁଦ୍ଧି, ସୌନ୍ଦର୍ଯ୍ୟ ଏବଂ ଉତ୍ତମ ଶିକ୍ଷା ପାଆନ୍ତି।
କିନ୍ତୁ ଗୋଟିଏ କଥା ଉପରେ ଧ୍ୟାନ ରଖିବାକୁ ହେବ ଯେ ଏହି ରାଶିରେ ବୁଧ ଗ୍ରହ ଗୁରୁ ଓ ସୂର୍ଯ୍ୟ ଦେବଙ୍କ ସହିତ ସଂଯୋଗ ନିର୍ମାଣ କରିବେ। ଏପରି ସ୍ଥିତିରେ ଆପଣଙ୍କୁ ନିମ୍ନରେ ପ୍ରଦାନ କରାଯାଇଥିବା ଭବିଷ୍ୟବାଣୀ ସମ୍ପୂର୍ଣ ଭାବରେ ବୁଧ ଉଦୟ ଉପରେ ଆଧାରିତ ସେଥିପାଇଁ ପରିଣାମରେ ଅଳ୍ପ ଅନ୍ତର ଦେଖାଯିବ।
ମିଥୁନ ରାଶିରେ ବୁଧ ଉଦୟ: ସମୟ
ବୁଧ ମହାରାଜ ନିଜର ରାଶି ମିଥୁନରେ ଗୋଚର ଅସ୍ତ ଅବସ୍ଥାରେ କରିଥିଲେ, କିନ୍ତୁ ଏବେ ସେ ସମ୍ପୂର୍ଣ ଭାବରେ ଉଦୟ ହେବା ପାଇଁ ପ୍ରସ୍ତୁତ। ବର୍ତ୍ତମାନ ସମୟରେ ବୁଧ ଦେବ ସୂର୍ଯ୍ୟଙ୍କ ଠାରୁ ଏକ ନିଶ୍ଚିତ ଦୂରତାରେ ଥିବା ଯୋଗୁଁ ଉଦୟ ହେବେ। ବୁଧ ଗ୍ରହ 11 ଜୁନ 2025 ସକାଳ 11:57 ରେ ମିଥୁନ ରାଶିରେ ଉଦୟ ହେବେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା
ମିଥୁନ ରାଶିରେ ବୁଧ ଉଦୟ : ବିଶ୍ବ ସ୍ତରୀୟ ପ୍ରଭାବ
ସରକାର ଓ ରାଜନୀତି
ଏହି ସମୟରେ ସରକାର ବିଭିନ୍ନ ଯୋଜନା ଓ ନୀତି ମାଧ୍ୟମରେ ଜନତାର ସାହାଜ୍ୟ କରିପାରନ୍ତି।
ବଡ଼ ରାଜନେତା ଓ ଉଚ୍ଚ ପଦରେ ଥିବା ଅଧିକାରୀ ବୁଧ ଉଦୟ ସମୟରେ ଦାୟିତ୍ବ ବହନ କରିବେ। ଲୋକମାନେ ତାଙ୍କ କଥା ଶୁଣିବେ ଓ ତାଙ୍କ ସହିତ ଜଡ଼ିତ ହେବାକୁ ପସନ୍ଦ କରିବେ।
ବ୍ୟବସାୟ ଓ କୃଷି
ବୁଧଙ୍କୁ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ଏପରି ପରିସ୍ଥିତିରେ, ଏହି ସମୟ ମଧ୍ୟରେ, ସାରା ବିଶ୍ୱରେ ହ୍ରାସ ପରେ ହଠାତ୍ ବୃଦ୍ଧି ହୋଇପାରେ।
ବୁଧଙ୍କ ଉଦୟ ପୂର୍ବରୁ, ସାର୍ବଜନୀନ କ୍ଷେତ୍ର, ଔଷଧ କ୍ଷେତ୍ର ଏବଂ ସଫ୍ଟୱେର୍ ଶିଳ୍ପ ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରିପାରନ୍ତି ଏବଂ ତା’ପରେ ଏହି କ୍ଷେତ୍ରଗୁଡ଼ିକରେ ବୃଦ୍ଧି ହୋଇପାରେ।
ଗତ କିଛି ମାସ ମଧ୍ୟରେ ଉତ୍ତମ ପ୍ରଦର୍ଶନ ଦେବା ପରେ, ପରିବହନ, ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭଳି କ୍ଷେତ୍ରଗୁଡ଼ିକ ପୁଣି ଥରେ ପ୍ରଗତି ପଥରେ ଆଗକୁ ବଢ଼ିବେ।
ମିଥୁନ ରାଶିରେ ବୁଧଙ୍କ ଉଦୟ ସମୟରେ, ଭାରତରେ କୃଷି ଏବଂ ପଶୁପାଳନ ଭଳି କ୍ଷେତ୍ରରେ ଚାହିଦା ବୃଦ୍ଧି ପାଇପାରେ।
ଏହି ସମୟରେ ସ୍ଟକ ମାର୍କେଟରେ ଅସ୍ଥିରତା ଦେଖାଯିବ।
ଦେଶର ଲୋକଙ୍କର ରୁଚି ଧର୍ମ-କର୍ମ କାର୍ଯ୍ୟରେ ବଢ଼ିବ।
ସାଙ୍ଗରେ, ପବ୍ଲିକ୍ ସେକ୍ଟରରେ କାମ କରୁଥିବା ଲୋକଙ୍କୁ ଏହି ସମୟରେ ଲାଭ ପ୍ରାପ୍ତ ହେବ।
ମିଡିଆ ଓ ପତ୍ରକାରିତା
ମିଡିଆରେ କାମ କରୁଥିବା ଲୋକ ନିଜର ଶର୍ତ ପୁରୁଣ କରିବାକୁ ସକ୍ଷମ ହେବେ ଓ ଆପଣ ନିଜର କାମର ବୋଝ ବଢ଼ାଇ ପାରନ୍ତି।
ଲେଖକ। ପତ୍ରକାର, କନ୍ଟେନ୍ଟ କ୍ରିୟେଟର ଇତ୍ୟାଦି ବୁଧଙ୍କର ମିଥୁନ ରାଶିରେ ଉଦୟ ବେଳେ ଲାଭ ପ୍ରାପ୍ତ କରିବେ।
ମିଥୁନ ରାଶିରେ ବୁଧ ଉଦୟ : ଏହି ରାଶିର ଲୋକଙ୍କ ପାଇଁ ଶୁଭ ହେବ
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ବୁଧ ଅମହାରାଜ ଆପଣଙ୍କର ପଞ୍ଚମ ଓ ଦ୍ଵିତୀୟ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦ୍ଵିତୀୟ ଘରେ ଉଦୟ ହେବାକୁ ଯାଉଛନ୍ତି। ଏହା ଆପଣଙ୍କୁ ଶୁଭ ପରିଣାମ ଦେବ ଯେପରି କି ଆପଣଙ୍କର ସମ୍ପର୍କ ପ୍ରିୟଜନଙ୍କ ସହିତ ଆଗ ଅପେକ୍ଷା ଭଲ ହେବ। ସେ ଆପଣଙ୍କର ସମସ୍ଯା ସମାଧାନ କରିବାକୁ ସାହାଜ୍ୟ କରିବେ। ଆପଣ ତାଙ୍କ ସହିତ ନିଶ୍ଚିନ୍ତ ହୋଇ କଥା ହେବେ। ଆପଣ ଲୋକଙ୍କ ସହିତ ଏତେ ମଧୁର ଭାବରେ କଥା ହେବେ ଯେ ସେ ଆପଣଙ୍କୁ ନିଜର ବୋଲି ଭାବିବେ।
ଏହି ସମୟରେ ଘର-ପରିବାରରେ ଚାଲିଥିବା ମତଭେଦ ମଧ୍ୟ ଦୂର ହେବ ଓ ଆପଣଙ୍କୁ ସ୍ଵାଦିଷ୍ଟ ଭୋଜନ କହିବାକୁ ସୁଯୋଗ ମିଳିବ। ବୁଧ ଉଦୟ ହେବା ଦ୍ବାରା ଆପଣଙ୍କୁ ଲାଭ ହେବ ଓ ଆପଣ ପଢ଼ାରେ ଭଲ ପ୍ରଦର୍ଶନ କରିବେ। ଧନ ଲାଭ ହେବା ସହିତ ଆପଣଙ୍କର ବୁଦ୍ଧି ମଧ୍ୟ ବଢ଼ିବ। ଏହା ଦ୍ବାରା ଆପଣଙ୍କର ଆତ୍ମବିଶ୍ଵାସ ମଧ୍ୟ ବଢ଼ିବ।
ଅନଲାଇନ ସଫ୍ଟୱେୟାର୍ର ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ବୁଧ ଦେବ ଆପଣଙ୍କର ଲଗ୍ନ/ପ୍ରଥମ ଓ ଚତୁର୍ଥ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଲଗ୍ନ ଘରେ ଉଦୟ ହେବାକୁ ଯାଉଛନ୍ତି। କୁଣ୍ଡଳୀର ପ୍ରଥମ ଘରେ ବୁଧ ଗ୍ରହଙ୍କୁ ଦିଗ୍ବଳ ପ୍ରାପ୍ତ ହେବ ଯାହା ଫଳରେ ଲୋକ ଅତ୍ୟନ୍ତ ବୁଦ୍ଧିମାନ କରିଥାଏ। ଏହା ଆପଣଙ୍କୁ ନିଷ୍ପତି ହେବା ସମ୍ବନ୍ଧରେ ସକାରାତ୍ମକ ପରିଣାମ ଦେବ। ବୁଧଙ୍କର ମିଥୁନ ରାଶିରେ ଉଦୟ ହେବା ସମୟରେ ଚାକିରିରେ ପରିବର୍ତ୍ତନ ହେବ କିମ୍ବା ନୂଆ ଚାକିରି ଖୋଜିବା ପାଇଁ ଭଲ କୁହାଯିବ।
ଲଗ୍ନ ଘରେ ବୁଧଙ୍କର ଉଦୟ ଅବସ୍ଥା ଏଥ୍ଲୀଟ କିମ୍ବା ଖେଳାଳିଙ୍କ ପାଇଁ ଅନୁକୂଳ ରହିବ। ଏହି ସମୟ ମିଥୁନ ରାଶିର ଲୋକଙ୍କ ପାଇଁ ଶୁଭ ରହିବ, ବିଶେଷ କରଇ ଯିଏ ନୂଆ ନୂଆ ଜିନିଷ ଶିଖିବାକୁ ଇଚ୍ଛା ରଖନ୍ତି। ଆର୍ଥିକ ଜୀବନ ପାଇଁ ମଧ୍ୟ ସ୍ଥିତି ସୁଧୁରିବ। ଧନର କାରକ ଗ୍ରହ ଭାବରେ ବୁଧ ମହାରାଜ ଆପଣଙ୍କର ଅଧିକରୁ ଅଧିକ ସଞ୍ଚୟ କରିବାରେ ସାହାଜ୍ୟ କରିବେ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ଘର ଓ ଏକାଦଶ ଘରର ସ୍ବାମୀ ଯିଏ ଏବେ ଏକାଦଶ ଘରେ ଉଦୟ ହେବାକୁ ଯାଉଛି। ବୁଧଙ୍କର ଏହି ସ୍ଥିତି ଆପଣଙ୍କର ସଞ୍ଚାର କୌଶଳକୁ ପ୍ରଭାବଶୀଳ କାରୋ ଓ ଆପଣ ନିଜର ବନ୍ଧୁଙ୍କ ମଧ୍ୟରେ ଲୋକପ୍ରିୟ ହେବେ। ଏହି ସମୟରେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ ଓ ସମ୍ଭାବନା ଅଛି ଯେ ବୁଧ ଉଦୟ ସମୟରେ ଆପଣଙ୍କୁ ନିଜର ପରିଶ୍ରମର ଫଳ ଅନୁସାରେ ଦରମା ବୃଦ୍ଧି କିମ୍ବା ବୋନସ ପ୍ରାପ୍ତ ହୋଇପାରେ। ଏକାଦଶ ଘରର ସ୍ବାମୀ ଭାବରେ ଆପଣଙ୍କର ସାମାଜିକ ଜୀବନ ଭଲ ହେବ ଓ ଆପଣଙ୍କୁ ନିଜର ନେଟୱାର୍କ୍ ମାଧ୍ୟମରେ ଲାଭ ପ୍ରାପ୍ତ ହେବ। ମିଡିଆ ଓ ଲେଖା ସହିତ ଜଡ଼ିତ ଲୋକଙ୍କୁ ସଫଳତା ପ୍ରାପ୍ତ ହେବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ କୁଣ୍ଡଳୀରେ ବୁଧ ଦେବ ଦଶମ ଘରେ ବିରାଜମାନ ଅଛନ୍ତି ଯିଏ ଆପଣଙ୍କର କର୍ମ ଘରର ମଧ୍ୟ ସ୍ବାମୀ। ଏପରି ବିଶ୍ବାସ ଅଛି ଯେ ବୁଧ ଗ୍ରହଙ୍କର ଉପସ୍ଥିତି ସମାନତାକୁ ପ୍ରୋତ୍ସାହନ ଦେଇଥାଏ। ସାଙ୍ଗରେ ବୁଧ ଗ୍ରହ ଏହି ସମୟରେ ନିଜର ରାଶି ମିଥୁନରେ ବସିଛନ୍ତି। ସାମାନ୍ଯ ଭାବରେ ଲଗ୍ନ ଘରର ସ୍ବାମୀଙ୍କର ଦଶମ ଘରେ ଓ ନିଜର ରାଶିରେ ଗୋଚର ଆପଣଙ୍କର କ୍ୟାରିଅର ପାଇଁ ଫଳଦାୟୀ ପ୍ରମାଣିତ ହେବ।
ବୁଧଙ୍କର ମିଥୁନ ରାଶିରେ ଉଦୟ ସମୟରେ ବ୍ୟବସାୟ କରୁଥିବା ଲୋକ ନିଜର ସମସ୍ତ କାମକୁ ଠିକ ଭାବରେ କରିବାକୁ ସକ୍ଷମ ହେବେ। ଆପଣ ଭଲ ଲାଭ ପ୍ରାପ୍ତ କରିପାରିବେ। ବୁଧଙ୍କର ଏହି ସ୍ଥିତି ସାମାଜିକ ଜୀବନ ପାଇଁ ଅନୁକୂଳ କୁହାଯିବ କାରଣ ଏହି ସମୟରେ ଆପଣ ଚାକିରିରେ ଉନ୍ନତି ପ୍ରାପ୍ତ କରି ପାରିବେ। ଏହି ସମୟରେ ଆପଣ ନିଜର ପ୍ରତିଦ୍ଵନ୍ଦୀଙ୍କୁ ପଛରେ ପକାଇ ଆଗକୁ ବଢ଼ିବେ। ବୁଧ ଆପଣଙ୍କୁ କ୍ୟାରିଅର ଓ ବ୍ୟବସାୟରେ ପଇସା ରୋଜଗାର ସହିତ ଆପଣଙ୍କୁ ଲୋକପ୍ରିୟ କରିବାର କାମ କରିବ।
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ବୁଧ ଦେବ ଆପଣଙ୍କର ଅଷ୍ଟମ ଘରେ ଉଦୟ ହେବାକୁ ଯାଉଛନ୍ତି। କହି ରଖୁଛୁ ଯେ ଆପଣଙ୍କର କୁଣ୍ଡଳୀରେ ବୁଧ ଗ୍ରହ ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ। ବୁଧଙ୍କର ଅଷ୍ଟମ ଘରେ ଉଦୟ ହେବା ଆପଣଙ୍କ ପାଇଁ ସକାରାତ୍ମକ ପରିଣାମ ଆଣିବ। କିନ୍ତୁ ଅଷ୍ଟମ ଘରେ ଅଧିକାଂଶ ଗ୍ରହଙ୍କର ଗୋଚର କୁ ଭଲ କୁହାଯାଏ ନାହିଁ। ବୁଧ ଦେବ ନିଜର ରାଶିରେ ବିରାଜମାନ ହେବ ଓ ସେ ଆପଣଙ୍କର ଧନ ଘରର ସ୍ବାମୀ। ଏହାର ପରିଣାମସ୍ଵରୂପମ ବୁଧଙ୍କର ମୀନ ରାଶିରେ ଉଦୟ ଆପଣଙ୍କ ପାଇଁ ହଠାତ ଆର୍ଥିକ ଲାଭ ଆଣିବ। କ୍ୟାରିଅର କ୍ଷେତ୍ରରେ ଆପଣଙ୍କୁ କାର୍ଯ୍ୟରେ ସଫଳତା ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହେବ।
ସୋଶଲ ମିଡିଆରେ ନିଜର ବିଚାର ଶେୟାର କରଇ ଆପଣ ମାନ-ସାମ୍ନାନ ପ୍ରାପ୍ତ କରିବାକୁ ସକ୍ଷମ ହେବେ। ଆପଣଙ୍କ ପାଖରେ ଭଲ ଚାକିରି ହେବା ସତ୍ବେ ଆପଣଙ୍କୁ ନିଜର ବାଣୀକୁ ନିୟନ୍ତ୍ରିତ କରିବାକୁ ପରାମର୍ଶ ଦିଆଯାଇଛି କାରଣ ଆପଣଙ୍କର ବାଣୀର ଘର ଶନି ଗ୍ରହଙ୍କ ଦ୍ବାରା ପ୍ରଭାବିତ ରହିବ। ପରେ ବୁଧ ଓ ଗୁରୁଙ୍କର ସଂଯୋଗ ଆପଣଙ୍କୁ ନିଜର ବାଣୀ ନିୟନ୍ତ୍ରିତ କରିବାରେ ସାହାଜ୍ୟ କରିବ। ଏପରି ସ୍ଥିତିରେ ଆପଣଙ୍କୁ ମଧୁର ଓ ଉଚିତ ଶବ୍ଦ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ମକର ରାଶି
ମକର ରାଶିର ଲୋକଙ୍କ ପାଇଁ ବୁଧ ଦେବ ଆପଣଙ୍କର ଷଷ୍ଠ ଓ ନବମ ଘରର ସ୍ବାମୀ। ବର୍ତ୍ତମାନ ସମୟରେ ସେ ଆପଣଙ୍କର ଷଷ୍ଠ ଘରେ ଉଦୟ ହେବାକୁ ଯାଉଛନ୍ତି। ସାମାନ୍ଯ ଭାବରେ ବୁଧଙ୍କର ଷଷ୍ଠ ଘରେ ଗୋଚରକୁ ଅନୁକୂଳ କୁହାଯାଏ। ଏହାର ପରିଣାମସ୍ଵରୂପ, ବୁଧ ମହାରାଜ ନିଜର ଷଷ୍ଠ ଘରେ ଓ ନିଜର ରାଶିରେ ବସି ଭଲ ପରିଣାମ ଦେବେ। ଆର୍ଥିକ ଜୀବନରେ ଆପଣଙ୍କୁ ମିଳିବାକୁ ଥିବା ପରିଣାମ ସକାରାତ୍ମକ ହେବ। ବୁଧ ଓ ଗୁରୁଙ୍କ ସଂଯୋଗ ଯୋଗୁଁ ଆପଣଙ୍କ ସାମ୍ନାରେ କିଛି ଖର୍ଚ୍ଚ ଆସିପାରେ। ବୁଧ ଗ୍ରହ ବ୍ଯତୀତ ଦ୍ଵାଦଶ ଘରେ ବସି ଗୁରୁଙ୍କର ପ୍ରଭାବ ଆପଣଙ୍କ ଦ୍ଵିତୀୟ ଘରେ ଉପରେ ଦେଖାଯିବ। ଆପଣ ଅଯଥା ଜିନିଷ ଉପରେ ଧନ ଖର୍ଚ୍ଚ କରୁଥିବା ନଜର ଆସିବେ।
ମିଥୁନ ରାଶିରେ ବୁଧ ଉଦୟ : ଏହି ରାଶିର ଲୋକଙ୍କୁ ମିଳିବ ନକରାତ୍ମକ ପରିଣାମ
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ କୁଣ୍ଡଳୀରେ ବୁଧ ଦେବ ଆପଣଙ୍କର ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ଯିଏ ବେ ଦ୍ଵାଦଶ ଘରେ ଉଦୟ ହେବାକୁ ଯାଉଛନ୍ତି । ଏହି ସମୟରେ ଆପଣ ଠିକ ଭାବରେ କାର୍ଯ୍ୟ କରିପାରିବେ କାରଣ ଆପଣଙ୍କ ଭିତରେ ସଚ୍ଚୋଟତାର ଅଭାବ ରହିବ (ଏପରି ତେବେ ହୁଏ ଜେବ କୁଣ୍ଡଳୀରେ ବୁଧ ପୀଡ଼ିତ ଥାଆନ୍ତି)। କହଈ ରଖୁଛୁ ଜେ ଯଦି ଆପଣ ସଚ୍ଚୋଟତା ସହିତ କାମ କରିବେ ଓ ଧର୍ମରେ ବିଶ୍ବାସ କରନ୍ତି ତେବେ ଆପଣ ବୁଧ ଗ୍ରହଙ୍କ ଠାରୁ ମିଳିବାକୁ ଥିବା ଅଶୁଭ ପରିଣାମକୁ ଅଟକାଇବାକୁ ସକ୍ଷମ ହେବେ।
ବୁଧଙ୍କର ପ୍ରଭାବ ଧନର ଠିକ ପ୍ରବନ୍ଧନ ନ ହେବା ଭଳିଆ ସମସ୍ଯା ଯେପରି ଧନର ଅଭାବ, ଆର୍ଥିକ ସଙ୍କଟ ଆଡ଼କୁ ଆପଣଙ୍କୁ ନେଇ ଯାଇପାରେ। ଆପଣ ଶାରୀରିକ ସହିତ ମାନସିକ ସମସ୍ୟା ଦ୍ବାରା ଚିନ୍ତିତ ରହି ପାରନ୍ତି ସେଥିପାଇଁ ଆପଣଙ୍କୁ ଯୋଗ ଓ ଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ମିଥୁନ ରାଶିରେ ବୁଧ ଉଦୟ : ସରଳ ଏବଂ ପ୍ରଭାବୀ ଉପାୟ
ମସ୍ତକ ଉପରେ କେସର ର ତିଳକ ଲଗାନ୍ତୁ।
ପ୍ରତ୍ଯେକ ବୁଧବାର ଦିନ ବୁଧ ଦେବଙ୍କର ମନ୍ତ୍ର ଓଁ ବୁଧାୟ ନମଃ ଜପ କରନ୍ତୁ। बु
ପ୍ରତିଦିନ ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ।
ଗରିବ ଓ ଅସହାୟଙ୍କୁ ପସବୁଜ ଫଳ ଓ ପରିବା ଦାନ କରନ୍ତୁ।
ସମ୍ଭବ ହେଲେ, ଗରିବ ଲୋକଙ୍କ ପାଇଁ ଖାଇବା ଆୟୋଜନ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ବୁଧ ଗ୍ରହଙ୍କର ଶତ୍ରୁ କିଏ?
ବୁଧ ଦେବଙ୍କର ଶତ୍ରୁ ହେଉଛନ୍ତି ମଙ୍ଗଳ ଗ୍ରହ।
2. କ’ଣ ବୁଧ ଓ ଚନ୍ଦ୍ରମା ପରସ୍ପରର ମିତ୍ର?
ନାହିଁ, ଚନ୍ଦ୍ରଙ୍କୁ ବୁଧଙ୍କର ମିତ୍ର କୁହାଯାଏ କିନ୍ତୁ ବୁଧ ଚନ୍ଦ୍ରଙ୍କୁ ନିଜର ଶତ୍ରୁ ଭାବନ୍ତି।
3. କ’ଣ ବୁଧ ଓ ଗୁରୁ ଗ୍ରହ ମିତ୍ର ଅଟନ୍ତି?
ନାହିଁ, ଗୁରୁ ଓ ବୁଧ ଗ୍ରହ ପରସ୍ପର ପ୍ରତି ନିରପେକ୍ଷ ସମ୍ବନ୍ଧ ରଖନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






