ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର
ଅଷ୍ଟ୍ରୋସେଜର ଏହି ଲେଖା ଆପଣଙ୍କୁ ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର ବିଷୟରେ କହିବାକୁ ଯାଉଛି। ନବଗ୍ରହଙ୍କର ଜନକ କୁହା ଯାଉଥିବା ସୁର୍ଯ୍ୟ ଦେବ 14 ମଈ 2025 ରାତି 11: 51 ରେ ବୃଷ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ବୈଦିକ ଜ୍ୟୋତିଷରେ ସୁର୍ଯ୍ୟ ଦେବଙ୍କୁ ଆତ୍ମାର କାରକ କୁହାଯାଇଛି ଯିଏ ଅଧିକାର, ଜୀବନ ଶକ୍ତି, ଆତ୍ମ ଅଭିବ୍ୟକ୍ତି ଓ ଅହଙ୍କାରର ପ୍ରତିନିଧିତ୍ଵ କରେ। ସୁର୍ଯ୍ୟ ସୌରମଣ୍ଡଳର ରାଜା ଯିଏ ନେତୃତ୍ୱ, ଶକ୍ତି ଓ ଆକାଂକ୍ଷାr ପ୍ରତୀକ l ଯଦି ରାଶିଫଳରେ ସୂର୍ଯ୍ୟ ଗ୍ରହର ସ୍ଥିତି ଦୃଢ଼ ହୁଏ, ତେବେ ବ୍ୟକ୍ତି ଆତ୍ମବିଶ୍ୱାସ, ଖ୍ୟାତି ଏବଂ ସଫଳତା ପାଇଥାଏ, ଯଦି ସୂର୍ଯ୍ୟ ରାଶିରେ ଦୁର୍ବଳ ହୁଅନ୍ତି, ତେବେ ବ୍ୟକ୍ତିଙ୍କୁ ଆତ୍ମ-ସନ୍ଦେହ, ସରକାରଙ୍କ ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ |
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
हिंदी में पढ़ने के लिए यहां क्लिक करें: सूर्य का वृषभ राशि में गोचर
ରାଶିଚକ୍ରରେ, ଭଗବାନ ସୂର୍ଯ୍ୟଙ୍କର ସିଂହ ରାଶିର ସ୍ବାମୀ ଏବଂ ତାଙ୍କର ଉଚ୍ଚ ରାଶି ହେଉଛି ମେଷ ଯେଉଁଠାରେ ସେ ଦିଗବଲ ପାଆନ୍ତି। ଏହା ପିତା, ସରକାର ଏବଂ ଜୀବନର ଉଦ୍ଦେଶ୍ୟକୁ ମଧ୍ୟ ନିୟନ୍ତ୍ରଣ କରନ୍ତି l ଏବେ ସୂର୍ଯ୍ୟ ବୃଷ ରାଶିରେ ଗୋଚର କରିବାକୁ ଯାଉଛନ୍ତି ଏବଂ ଏପରି ପରିସ୍ଥିତିରେ, ଏହା ସମସ୍ତ ୧୨ଟି ରାଶିକୁ କିପରି ପ୍ରଭାବିତ କରିବ? ଆସନ୍ତୁ ଜାଣିବା
To Read in English Click Here: Sun Transit in Taurus
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବୃଷ ରାଶିରେ ସୂର୍ଯ୍ୟଙ୍କର ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ବୃଷ ରାଶିରେ ସୂର୍ଯ୍ୟଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର ମେଷ ରାଶିର ଲୋକଙ୍କର ସଞ୍ଚାର କୌଶଳ ଓ ହ୍ୟୁମରକୁ ଭଲ କରିବ। ଏହିପରି ଭାବରେ, ଆପଣ ନିଜକୁ ଅନ୍ୟମାନଙ୍କ ସମ୍ମୁଖରେ ଏକ ମଜାଦାର ଉପାୟରେ ଉପସ୍ଥାପନ କରିପାରିବେ। ବୃଷ ରାଶିରେ ସୂର୍ଯ୍ୟଙ୍କ ଗୋଚର ବିଶେଷ ଭାବରେ ଯୋଗାଯୋଗ କ୍ଷେତ୍ର ସହିତ ଜଡ଼ିତ ଲୋକଙ୍କୁ ଲାଭଦାୟକ ହେବ ଯେପରିକି ଡବିଂ କଳାକାର, ଭଏସ୍ ଓଭର କଳାକାର, ଷ୍ଟାଣ୍ଡ-ଅପ୍ ହାସ୍ୟ ଅଭିନେତା, ସାମ୍ବାଦିକ କିମ୍ବା ବକ୍ତା ଇତ୍ୟାଦି। ଏହା ବ୍ୟତୀତ, ସୂର୍ଯ୍ୟଙ୍କ ଏହି ଗୋଚର ଆପଣଙ୍କୁ ସତ୍ୟ କହିବାକୁ ଉତ୍ସାହିତ କରିବ ଯାହା ଆପଣଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ କିନ୍ତୁ ଆପଣଙ୍କୁ ସଶକ୍ତ ମଧ୍ୟ କରିବ।
ସୂର୍ଯ୍ୟଙ୍କ ଏହି ଗୋଚର ଓଜନ, ଏବଂ ଖାଦ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ମଧ୍ୟ ଲାଭଦାୟକ ହେବ। ଏହି ସମୟ ଏକ ନୂତନ ଖାଦ୍ୟ ଆରମ୍ଭ କରିବା, ଆପଣଙ୍କ ଖାଦ୍ୟ ଅଭ୍ୟାସ ଉପରେ ନଜର ରଖିବା ଏବଂ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ପାଇଁ ଉପଯୁକ୍ତ ହେବ। ତଥାପି, ଏହି ଲୋକମାନଙ୍କୁ କାହା ସହିତ କଥା ହେବା ସମୟରେ ଭାବିଚିନ୍ତି କଥା ହେବାକୁ ପରାମର୍ଶ ଦିଆଯାଏ। ଏପରି କିଛି କୁହନ୍ତୁ ନାହିଁ ଯାହା କାହାକୁ ଆଘାତ ଦେଇପାରେ। ଏହି ସମୟରେ, ଆପଣଙ୍କର କଥା ଟିକେ କଠୋର ହୋଇପାରେ, ଯାହାକୁ ଆପଣଙ୍କୁ ନିୟନ୍ତ୍ରଣ କରିବାକୁ ପଡ଼ିବ, ନଚେତ୍ ଏହା ଆପଣଙ୍କ ସମ୍ପର୍କରେ ଉତ୍ତେଜନା ସୃଷ୍ଟି କରିପାରେ। ଏପରି ପରିସ୍ଥିତିରେ, ଆପଣ ଆପଣଙ୍କର ନିକଟତମ ଏବଂ ପ୍ରିୟଜନଙ୍କ ସହିତ କିପରି କଥାବାର୍ତ୍ତା କରନ୍ତି ଏବଂ ସେମାନଙ୍କ ସହିତ କିପରି ବ୍ୟବହାର କରନ୍ତି ସେ ବିଷୟରେ ସତର୍କ ରହିବାକୁ ପଡ଼ିବ।
ଆର୍ଥିକ ଦୃଷ୍ଟିରୁ, ସୂର୍ଯ୍ୟ ଗୋଚର ସମୟ ଆପଣଙ୍କ ଆର୍ଥିକ ଜୀବନରେ ଉନ୍ନତି ଆଣିବ। ମେଷ ରାଶିର ଦ୍ୱିତୀୟ ଘରେ ବସି ସୂର୍ଯ୍ୟ ମହାରାଜ ଆପଣଙ୍କର ଅଷ୍ଟମ ଘରକୁ ଚାହିଁବେ। ଏପରି ପରିସ୍ଥିତିରେ ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ। ଯଦି ଆପଣ କିଛି ନିବେଶରୁ ଲାଭ ଆଶା କରୁଛନ୍ତି କିମ୍ବା ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ବିବାଦର ସମ୍ମୁଖୀନ ହେଉଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଲାଭ ଆଣିପାରେ। ତଥାପି, ଆପଣଙ୍କୁ ବୁଦ୍ଧିମାନ ଭାବରେ ନିବେଶ କରିବାକୁ ପଡ଼ିବ
ଉପାୟ: ଆଦିତ୍ୟ ହୃଦୟମ୍ ସ୍ତୋତ୍ର ପାଠ କରନ୍ତୁ।
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ, ସୂର୍ଯ୍ୟ ଦେବତା ଆପଣଙ୍କ ଚତୁର୍ଥ ଘରର ଅଧିପତି, ଯିଏ ଏବେ ଆପଣଙ୍କ ଲଗ୍ନ ଘରେ ଗୋଚର କରିବାକୁ ଯାଉଛନ୍ତି। ଫଳସ୍ୱରୂପ, ବୃଷ ରାଶିରେ ସୂର୍ଯ୍ୟଙ୍କ ଗୋଚର ଆପଣଙ୍କୁ ସୁଖ, ଶାନ୍ତି ଏବଂ ପ୍ରେମ ଆଣିଦେବ।ତଥାପି, ଏହା ଆପଣଙ୍କୁ ଜୀବନର ଲଗାମ ନିଜ ହାତରେ ନେଇ ଆଗକୁ ବଢ଼ିବାକୁ ପ୍ରେରଣା ଦେବ ଏବଂ ଏହିପରି ଭାବରେ, ଆପଣ ସଫଳତାର ସିଡ଼ି ଚଢ଼ିବେ।
ଆପଣଙ୍କ ଲଗ୍ନରେ ସୂର୍ଯ୍ୟଙ୍କ ଉପସ୍ଥିତି ଆପଣଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବ ଏବଂ ଫଳସ୍ୱରୂପ, ଆପଣଙ୍କ ବ୍ୟକ୍ତିତ୍ୱ ସକାରାତ୍ମକ ହୋଇଯିବ। ଆପଣ ଏହି ସମୟରେ ପୁଷ୍ଟିକର ଖାଇବା ଖାଆନ୍ତୁ, ଯୋଗ କରନ୍ତୁ ଓ ପ୍ରାତଃ କାଳ ଶୀଘ୍ର ଉଠି ଜଳ ଚଢ଼ାନ୍ତୁ। ଆପଣଙ୍କର ମାତାଙ୍କର ସ୍ବାସ୍ଥ୍ୟରେ ସୁଧାର ଆସିବ କିମ୍ବା ଘରେ ଚାଲିଥିବା ଚାପକୁ ଦୂର କରିବା ପାଇଁ ଚେଷ୍ଟା କରିବାକୁ ହେବ।
ଏହି ଗୋଚର ଆପଣଙ୍କର ବ୍ଯକ୍ତିତ୍ବକୀ ଆକର୍ଷକ କରିବ। ଆପଣ ନିଜର ନିଷ୍ପତିକୁ ବୁଷିନେଶ ପାର୍ଟନର କିମ୍ବା ଜୀବନସାଥୀ ଉପରେ ଥାପନ୍ତୁ ନାହିଁ। ଏହି ସମୟରେ ଆପଣ ଟୀମର ନେତୃତ୍ବ କରୁଥିବା ଦେଖାଯିବେ, ଓ ଟୀମ ସହିତ ମିଶି କାମ କରିବେ। ଯଦି ଆପଣ ସନ୍ତୁଳନ ରଖି ଚାଲିବେ ତେବେ ଏହି ଗୋଚରର ଅଧିକ ଲାଭ ହେବ।
ଉପାୟ: ପ୍ରତିଦିନ ନିଶ୍ଚିତ ଭାବରେ ସୁର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ତୃତୀୟ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବେ। ସୂର୍ଯ୍ୟଙ୍କର ଦ୍ଵାଦଶ ଘରେ ଉପସ୍ଥିତିକୁ ଅଧିକ ଭଲ କୁହାଯିବ ନାହିଁ କାରଣ ଯେବେ ତୃତୀୟ ଘରର ସ୍ବାମୀ ଦ୍ଵାଦଶ ଘରେ ବସିଥାନ୍ତି, ତେବେ ଆପଣଙ୍କର ବାଣୀ, ନିଜର ବିଚାର ଓ ନିଜର ଶକ୍ତିକୁ ଅନ୍ୟ ସାମ୍ନାରେ ବ୍ୟକ୍ତ କରିବା ବେଳେ ସାବଧାନ ରହିବା ଆବଶ୍ୟକ।
ଏହି ଗୋଚର ସମଯରେ ଆପଣ କରିଥିବା ପ୍ରୟାସ ମାଧ୍ୟମରେ ଜୀବନକୁ ସୁରକ୍ଷିତ କରିବାକୁ ଚେଷ୍ଟା କରିବେ। ଏହି ସମୟରେ ଭାବି-ଚିନ୍ତି ନିଷ୍ପତି ନିଅନ୍ତୁ। ଅପନଙ୍କଯ ଭାଇ-ଭଉଣୀଙ୍କ ସହିତ ସମ୍ବନ୍ଧକୁ ନେଇ ସାବଧାନ ରହିବାକୁ ପଡ଼ିବ। ବିବାଦ କିମ୍ବା ସମସ୍ଯାର ସାମ୍ନା କରିବା ପାଇଁ ଆପଣଙ୍କୁ ଅହଂକାର ଓ ଆତ୍ମସମ୍ମାନ ମଧ୍ଯରେ ସଂତୁଳନ ରଖିବାକୁ ହେବ। ଯେଉଁ ଲୋକ ବିଦେଶ ଯିବାର ଯୋଜନା କରିବେ ତାହା ସଫଳ ହେବ।
ଆପଣଙ୍କର ଷଷ୍ଠ ଘର ଉପରେ ସୂର୍ଯ୍ୟଙ୍କର ଦୃଷ୍ଟି ପଡ଼ୁଥିବାରୁ ପାଖାପାଖି ଲୋକଙ୍କର ସୁସ୍ଥ ରହିବାରେ ସାହାଜ୍ୟ କରିବାକୁ ପଡ଼ିବ। ଆପଣଙ୍କୁ କଷ୍ଟକର ସମସ୍ଯାର ସାମ୍ନା କରିବା ପାଇଁ ଏହି ସମୟ ଭଲ ହେବ। ଯେବେ ସୂର୍ଯ୍ୟ ଦେବ ଆପଣଙ୍କର ଲଗ୍ନ ଘରେ ଆସିବେ, ସେ ଆପଣଙ୍କର ବିଚାରକୁ ସ୍ପଷ୍ଟ କରିବେ।
ଉପାୟ: ପ୍ରତିଦିନ ସକାଳେ ସୂର୍ଯ୍ୟ ନମସ୍କାର କରନ୍ତୁ। ପ୍ରତିଦିନ ଅତି କମରେ 10 ମିନିଟ ସୂର୍ଯ୍ୟଙ୍କr କିରଣରେ ବସନ୍ତୁ।
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର ଶୁଭ କୁହାଯିବ କାରଣ ଦ୍ଵିତୀୟ ଘରର ସ୍ବାମୀ ଆପଣଙ୍କର ଏକାଦଶ ଘରକୁ ଯିବେ। ଏହି ସମୟରେ ଆପଣଙ୍କର ଇଚ୍ଛା ପୂରଣ ହେବ ଓ ପରିବାରର ସଦସ୍ୟଙ୍କ ସହିତ ସମ୍ପର୍କ ଦୃଢ଼ ହେବ। ଆପଣଙ୍କର ଦୂର ସମ୍ପର୍କୀୟଙ୍କ ସହିତ ମିଶି ଆନନ୍ଦଦାୟକ ସମୟ କାଟିବେ। ଆର୍ଥିକ ରୂପରେ ସୂର୍ଯ୍ୟଙ୍କର ଗୋଚର ଆପଣଙ୍କ ପାଇଁ ଲାଭଦାୟକ ହେବ କାରଣ ଆପଣଙ୍କର ଧନ ଘରର ସ୍ବାମୀ ଲାଭ ଘରକୁ ଯାଉଛନ୍ତି। ଧନ-ସମ୍ପତି ବୃଦ୍ଧି ହେବ।
ଏହା ବ୍ୟତୀତ, ଦ୍ଵିତୀୟ ଘରେ ଥିବା ସୂର୍ଯ୍ୟ ଦେବଙ୍କର ଦୃଷ୍ଟି ଆପଣଙ୍କର ପଞ୍ଚମ ଘରେ ରହିବ। ଏହା ଆପଣଙ୍କର କାର୍ଯ୍ୟ କ୍ଷମତା ବଢ଼ାଇବ ଓ ଆପଣଙ୍କର ଟୈଲେନ୍ଟ୍ ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ ପାଇବ। ଏହି ଲୋକ ନିଜର କ୍ଷମତା ଓ ଯୋଗ୍ୟତା ବଳରେ ପ୍ରସିଦ୍ଧ ହେବେ। ସୂର୍ଯ୍ୟ ଗୋଚର ସମୟରେ ମାସ କମ୍ଯୁନିକେଶନ, ଜର୍ନାଲିଜମ ପଢ଼ୁଥିବା ଛାତ୍ର ଓ ଥିୟେଟର କିମ୍ବା ଏକ୍ଟିଂ ସହିତ ଜଡ଼ିତ ଲୋକଙ୍କ ପାଇଁ ଅନୁକୂଳ ହେବ। ଏହି ରାଶିର ମାତା-ପିତାଙ୍କ ପାଇଁ ସୂର୍ଯ୍ୟ ଗୋଚର ସନ୍ତାନ ସମ୍ବନ୍ଧିତ କୌଣସି ଶୁଭ ସମାଚାର ଆଣିବ। ଯେଉଁ ଲୋକ ସମ୍ପର୍କରେ ଅଛନ୍ତି, ତାଙ୍କ ସମ୍ପର୍କରେ ଅହଂକାରରୁ ଦୂରେଇ ରହିବା ଭଲ ହେବ ଓ ଯଦି ଆପଣ ସମ୍ପର୍କକୁ ମଧୁର କରିବାକୁ ଚାହୁଁଛନ୍ତି ଆପଣଙ୍କ ସାଥୀକୁ ପ୍ରାଥମିକତା ଦିଅନ୍ତୁ।
ଉପାୟ: ଆପଣଙ୍କ ପକେଟରେ ଏକ ଲାଲ ରୁମାଲ ରଖନ୍ତୁ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଗ୍ରହ ଆପଣଙ୍କର ଲଗ୍ନ ଘରର ସ୍ବାମୀ ଓ ଏବେ ଏହି ଗୋଚର କରି ଆପଣଙ୍କର ଦଶମ ଘରକୁ ଯିବେ। ଏପରି ସ୍ଥିତିରେ ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର କ୍ୟାରିଅରରେ ପ୍ରଗତି ପାଇବା ପାଇଁ ଭଲ ସୁଯୋଗ ଆଣି ଆସିବ। ଏହି ସମୟରେ ଆପଣଙ୍କୁ ପଦୋନ୍ନତି, ସମର୍ଥନ କିମ୍ବା ଏପରି କୌଣସି ପଦ ମିଳିପାରେ ଯାହା ଦ୍ବାରା ଆପଣଙ୍କର ଅଧିକାରୀ ଆପଣଙ୍କର ପ୍ରଶଂସା କରିବେ। ଏହାର ପରିଣାମସ୍ଵରୂପ, ବୃତ୍ତିଗତ ଜୀବନରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ଅଛି।
ଏହି ରାଶିର ଯେଉଁ ଲୋକ ସରକାରୀ କ୍ଷେତ୍ରରେ ଚାକିରି କରିଛନ୍ତି ତାଙ୍କୁ ଏହି ଗୋଚର ବେଳେ ଅପାର ଉନ୍ନତି ମିଳିବ। ଏହି ଲାଭ ଆପଣଙ୍କୁ ସରକାରୀ ଯୋଜନା ଓ ନୀତି ମାଧ୍ୟମରେ ମିଳିପାରେ। ଅନ୍ୟ ପଟେ, ଯେଉଁ ଲୋକ ସରକାରୀ ଚାକିରି ପାଇଁ ଇଚ୍ଛା କରୁଛନ୍ତି ତାଙ୍କୁ ଏହି ସମୟରେ ପ୍ରଗତି ଦେଖିବାକୁ ମିଳିବ। ଏହା ବ୍ଯତୀତ ଆପଣଙ୍କର ଧ୍ୟାନ ଓ ଏକାଗ୍ରତା ଦୃଢ଼ ହେବ ଯାହାର ସକାରାତ୍ମକ ପ୍ରଭାବ ଆପଣଙ୍କର ପଢ଼ାରେ ପଡ଼ିବ। କର୍ପୋରେଟ କ୍ଷେତ୍ରରେ ଏହି ସମୟରେ ଆପଣଙ୍କୁ ଅଧିକ ପରିଶ୍ରମ ଓ ସମର୍ପିତ ହୋଇ କାମ କରିବାକୁ ହେବ।
ନିଜର ପରିବାର ଓ ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ସମ୍ଭାବନା ଅଛି ଯେ ସୂର୍ଯ୍ୟ ଗୋଚର ସମୟରେ ନିଜର ଘର ପରିବାର ସହିତ ଅଧିକ ସମୟ ନ କାଟି ପାରନ୍ତି। ଏହାର ପ୍ରଭାବ ଆପଣଙ୍କର [ଆରିବାରିକ ଜୀବନ ଉପରେ ପଡ଼ିବ। ସନ୍ତୁଳନ ରଖିବା ଆବଶ୍ୟକ ହେବ। ଚତୁର୍ଥ ଘରେ ସୂର୍ଯ୍ୟଙ୍କ ଦୃଷ୍ଟି ଆପଣଙ୍କୁ ତାଙ୍କର ଦେଖା ଚାହାଁ କରିବା ପାଇଁ ପ୍ରୋତ୍ସାହିତ କରିବ।
ଉପାୟ: ଅଭିଜ୍ଞ ଜ୍ୟୋତିଷଙ୍କର ପରାମର୍ଶ ନେଇ ସୁନା ମୁଦିରେ ଏକ ଭଲ ଗୁଣବତ୍ତାର ମାଣିକ ପିନ୍ଧନ୍ତୁ।
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ଦ୍ଵାଦଶ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ନବମ ଘରକୁ ଯାଉଛନ୍ତି। ଏହାର ପରିଣାମସ୍ଵରୂପ, ବୃଷ ରାଶିରେ ସୂର୍ଯ୍ୟଙ୍କର ଗୋଚର ସେହି ଲୋକଙ୍କ ପାଇଁ ଭଲ ହେବ ଯାହାର ରୁଚି ଯାତ୍ରାରେ ଅଛି, ବିଶେଷ ରୂପରେ ବିଦେଶ ଯାତ୍ରାରେ। ଏହି ସମୟରେ କ୍ୟାରିଅରରେ ଉନ୍ନତି ମିଳିବ। ସାଙ୍ଗରେ, ଆପଣଙ୍କର ଏହି କ୍ଷେତ୍ର ପ୍ରତି ରୁଚି ବଢ଼ିବ।
ଅନ୍ୟ ପଟେ,, ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଆପଣଙ୍କର ଖର୍ଚ୍ଚ ବଢ଼ାଇବାର କାମ କରିବ କାରଣ ଦ୍ଵାଦଶ ଘରର ସ୍ବାମୀ ଭାବରେ ସୂର୍ଯ୍ୟ ଆପଣଙ୍କର ନବମ ଘରକୁ ଯାଉଛନ୍ତି। ଆପଣ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରିବେ। ବିଶେଷ ଭାବରେ ତୀର୍ଥ ସ୍ଥାନରେ। ଏହି ସମୟରେ ଜ୍ୟୋତିର୍ଲିଙ୍ଗ ପରି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି।
ଆପଣଙ୍କର ପିତାଙ୍କର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଚିନ୍ତାର କୌଣସି ବିଷୟ ନାହିଁ, କିନ୍ତୁ ତଥାପି ସାବଧାନ ରହିବାକୁ ହେବ। କହି ରଖୁଛୁ ଯେ ଆପଣଙ୍କର ନବମ ଘରେ ବସିଥିବା ସୂର୍ଯ୍ୟଙ୍କର ଦୃଷ୍ଟି ଆପଣଙ୍କର ତୃତୀୟ ଘର ଉପରେ ରହିବ ଯାହା ଫଳରେ ଆପଣଙ୍କର ସଞ୍ଚାର କୌଶଳ ଓ ଭାଇ-ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। କାହା ସହିତ କଥା ହେବା ବେଳେ ସାବଧାନ ରୁହନ୍ତୁ।
ଉପାୟ: ପିତାଙ୍କୁ ସମ୍ମାନ କରନ୍ତୁ ଏବଂ ତାଙ୍କ ଆଶୀର୍ବାଦ ନେଇ ଘରୁ ବାହାରକୁ ଯାଆନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ, ସୂର୍ଯ୍ୟ ଏକାଦଶ ଘରର ସ୍ୱାମୀ ଏବଂ ଏବେ ସେ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିବାକୁ ଯାଉଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଏକାଦଶ ଘର ଲାଭକୁ ପ୍ରତିନିଧିତ୍ୱ କରେ ଏବଂ ଏପରି ପରିସ୍ଥିତିରେ, ଅଷ୍ଟମ ଘରେ ସୂର୍ଯ୍ୟଙ୍କ ଗୋଚର ଆର୍ଥିକ ଜୀବନରେ ହଠାତ ପରିବର୍ତ୍ତନ ଆଣିପାରେ। ଯଦି ଆପଣଙ୍କର କୁଣ୍ଡଳୀରେ ପ୍ରତିକୂଳ ଦଶା ଚାଲିଛି ତେବେ ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର ଆପଣଙ୍କୁ ହଠାତ କ୍ଷତି କରାଇପାରେ।
ଆପଣଙ୍କୁ କହି ରଖୁଛୁ ଯେ ଅଷ୍ଟମ ଘରେ ଉପସ୍ଥିତ ସୂର୍ଯ୍ୟ ଜଣେ ରାଜା ପରି ବ୍ୟବହାର କରିବେ ଏବଂ ଏପରି ପରିସ୍ଥିତିରେ ଏହା ଆପଣଙ୍କ ଜୀବନରେ ହଠାତ ଘଟଣା ଏବଂ ସମସ୍ୟା ଆଣିପାରନ୍ତି। ଏହି ଘର ଅନୁମାନ, ସନ୍ଦେହ ଏବଂ ଗୁପ୍ତ ଜ୍ଞାନ ସହିତ ଜଡ଼ିତ ଏବଂ ଏହି ଘରେ ସୂର୍ଯ୍ୟ ଦେବଙ୍କ ଉପସ୍ଥିତି ଜୀବନର ଏହି କ୍ଷେତ୍ରଗୁଡ଼ିକୁ ଆଲୋକିତ କରିବା ପାଇଁ କାମ କରିବ। ଏହି ସମୟ ମଧ୍ୟରେ, ଗୁପ୍ତ ରହସ୍ୟଗୁଡ଼ିକ ସମସ୍ତଙ୍କ ସମ୍ମୁଖରେ ପ୍ରକାଶିତ ହେବ। ଆର୍ଥିକ ଜୀବନରେ ଆପଣଙ୍କୁ ମାର୍ଗଦର୍ଶନ ମିଳିବ। ଅନ୍ୟ ଲୋକଙ୍କ ମାଧ୍ୟମରେ ଆପଣଙ୍କୁ ଲାଭ ମିଳିବ।
ଅନ୍ୟପକ୍ଷରେ, ସୂର୍ଯ୍ୟ ଗୋଚରର ପ୍ରଭାବ ଯୋଗୁଁ, ଆପଣଙ୍କୁ ଆପଣଙ୍କ ବ୍ୟବସାୟିକ ସାଥୀ କିମ୍ବା ଶ୍ୱଶୁର ଘର ଲୋକଙ୍କ ସହିତ ସମ୍ପର୍କରେ ଉତ୍ଥାନ-ପତନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କୁ ଟଙ୍କା ସମ୍ବନ୍ଧୀୟ ମାମଲାରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି କାରଣ ଅଷ୍ଟମ ଘରେ ସୂର୍ଯ୍ୟଙ୍କ ପ୍ରବଳ ପ୍ରଭାବ ଆପଣଙ୍କ ଆର୍ଥିକ ଜୀବନକୁ ନକାରାତ୍ମକ ଭାବରେ ପ୍ରଭାବିତ କରିପାରେ। ଧନ ସଞ୍ଚୟ ଠିକ ଭାବରେ ନ କରିଲେ, ଆପଣଙ୍କୁ ଆର୍ଥିକ ଅସ୍ଥିରତା ଦେଖିବାକୁ ମିଳିପାରେ। ଅଧ୍ୟାତ୍ମକ ଭାବରେ ଏହି ଗୋଚର ସମୟରେ ହିଲର, ଧ୍ୟାନ କରିବା ସାଧକ କିମ୍ବା ରିସର୍ଚ କରୁଥିବା ଲୋକଙ୍କୁ ବିଶେଷ ଭାବରେ ଭଲ ଫଳ ମିଳିବ।
ଉପାୟ: ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଗୁଡ଼ ମିଶ୍ରିତ ଜଳ ଅର୍ପଣ କରନ୍ତୁ।
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର କ୍ୟାରିଅର ଘର ଅର୍ଥାତ ଦଶମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ସପ୍ତମ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହାର ଫଳସ୍ଵରୂପ ସୂର୍ଯ୍ୟଙ୍କର ବୃଷ ରାଶିରଏ ଗୋଚର ସମୟରେ ଆପଣଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟର ସିଧା ପ୍ରଭାବ ଆପଣଙ୍କର ମାନ-ସମ୍ମାନ ଉପରେ ପଡ଼ିବ। ଆପଣ କମ ସମୟରେ ପ୍ରସିଦ୍ଧତା ପ୍ରାପ୍ତ କରିବେ କିନ୍ତୁ ଏହା ଆପଣଙ୍କର ବଦନାମୀର କାରଣ ହୋଇପାରେ ସେଥିପାଇଁ ସାବଧାନ ରୁହନ୍ତୁ।
ସୂର୍ଯ୍ୟଙ୍କର ଗୋଚର ସମୟରେ, ବିଛା ରାଶିର ଲୋକମାନଙ୍କୁ ସେମାନଙ୍କ ଜୀବନସାଥୀ ଏବଂ ବ୍ୟବସାୟିକ ପାର୍ଟନରମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ବହୁତ ସତର୍କ ରହିବାକୁ ପଡ଼ିବ ଏବଂ ଆପଣଙ୍କୁ ସେମାନଙ୍କ ଭାବନାକୁ ଅଣଦେଖା ନ କରିବାକୁ ହେବ। ସପ୍ତମ ଘରେ ସୂର୍ଯ୍ୟଙ୍କ ଉପସ୍ଥିତି ହେତୁ ଏହି ସମୟ ଆପଣଙ୍କ କ୍ୟାରିୟର ପାଇଁ ସୁଗମ ହେବ। ଏପରି ପରିସ୍ଥିତିରେ, ଆପଣ ଚାକିରି ଛାଡ଼ି ନିଜର ବ୍ୟବସାୟ ଆରମ୍ଭ କରିପାରିବେ। ତଥାପି, ଏହି ସମୟରେ ଆପଣଙ୍କୁ ତରବରରେ କୌଣସି ନିଷ୍ପତ୍ତି ନେବାରୁ ଦୂରେଇ ରହିବାକୁ ପଡ଼ିବ କାରଣ ଏହା କରିବା ପାଇଁ ଏହା ଏକ ଭଲ ସମୟ ନୁହେଁ। ସୂର୍ଯ୍ୟଙ୍କ ଏହି ଗୋଚର ସମୟରେ, ଆପଣଙ୍କ ସାଥୀଙ୍କ ମାର୍ଗଦର୍ଶନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ଏପରି ପରିସ୍ଥିତିରେ, ଆପଣଙ୍କ ପାଇଁ କମ୍ କହିବା ଏବଂ ଅଧିକ ଶୁଣିବା ଫଳପ୍ରଦ ହେବ। ଆପଣଙ୍କ ଜୀବନରେ ସକାରାତ୍ମକ ଊର୍ଜା ସଞ୍ଚାର ହେବ ଯାହା ଆପଣଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିବ।
ଉପାୟ: ଆପଣଙ୍କ କର୍ମକ୍ଷେତ୍ରରେ ସୂର୍ଯ୍ୟ ଯନ୍ତ୍ର ସ୍ଥାପନ କରନ୍ତୁ ଏବଂ ଏହାକୁ ନିୟମିତ ପୂଜା କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ଧନୁ ରାଶି
ଧନୁ ରାଶିର ଲୋକଙ୍କ ପାଇଁ, ସୂର୍ଯ୍ୟ ଆପଣଙ୍କ ଭାଗ୍ୟେଶ ଘର ଅର୍ଥାତ୍ ନବମ ଘରର ଅଧିପତି। ଏବେ ସେ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବାକୁ ଯାଉଛନ୍ତି। ଯେବେ ସୂର୍ଯ୍ୟ ମହାରାଜ ଷଷ୍ଠ ଘରେ ପ୍ରବେଶ କରନ୍ତି, ଲୋକ ନିଜର ଜୀବନର ସମସ୍ଯା ଓ ଶତ୍ରୁଙ୍କ ଉପରେ ବିଜୟୀ ଲାଭ କରନ୍ତି। ଏହି ଘରେ ସୂର୍ଯ୍ୟଙ୍କ ଗୋଚର ଏହା ମଧ୍ୟ ସୂଚାଇଥାଏ ଯେ ଆପଣଙ୍କ ଭାଗ୍ଯରେ ସେବା କରିବା ଲେଖା ହୋଇଛି ତେଣୁ ଆପଣ ସେବା କାର୍ଯ୍ୟରେ ଅଂଶଗ୍ରହଣ କରିବା ଉଚିତ ଏବଂ ଯଥାସମ୍ଭବ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ।
ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର ସମୟରେ ଆପଣଙ୍କ ସାମ୍ନାରେ ଆପଣଙ୍କର ତ୍ରୁଟି ଆଣିବ। ଯଦି ଆପଣ ଆତ୍ମସଚେତନ, ତେବେ ଆପଣ ଏହି ତ୍ରୁଟିଗୁଡ଼ିକୁ ଚିହ୍ନିପାରିବେ ଏବଂ ସେଗୁଡ଼ିକୁ ସୁଧାରିବା ପାଇଁ ପ୍ରୟାସ କରିବେ। କିନ୍ତୁ, ଯଦି ଆପଣ ଟିକେ ଅହଂକାରୀ, ତେବେ ଆପଣ ନିଜ ସହିତ ଯୁଦ୍ଧ କରୁଥିବାର ଦେଖାଯାଇପାରନ୍ତି। ଆପଣଙ୍କୁ କାର୍ଯ୍ୟରେ ଅସଫଳତା ମିଳିବାର ଆଶଙ୍କା ଅଛି।
ଷଷ୍ଠ ଘରେ ବସିଥିବା ସୂର୍ଯ୍ୟଙ୍କର ସ୍ଥିତି ଯୁଦ୍ଧରେ ଲଢ଼ୁଥିବା ରାଜାଙ୍କ ସହିତ ସମାନ। ଏପରି ପରିସ୍ଥିତିରେ, ଆପଣଙ୍କ ଶତ୍ରୁ ଏବଂ ଜୀବନରେ ସମସ୍ୟା ସହିତ, ରୋଗ ଇତ୍ୟାଦି ମଧ୍ୟ ଦେଖାଦେଇପାରେ। ଏହାର ପରିଣାମସ୍ଵରୂପ, ଆପଣ ଜୀବନର ସମସ୍ଯାକୁ ଠିକ ଭାବରେ ଦେଖି ପାରିବେ ଓ ଏବେ ସେଥିରୁ ବହରିବା ପାଇଁ ଚେଷ୍ଟା କରିବେ।
ଉପାୟ: ପ୍ରତିଦିନ ଗୁଡ଼ ସେବନ କରନ୍ତୁ।
ମକର ରାଶି
ମକର ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଆପଣଙ୍କର ଅଷ୍ଟମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବାକୁ ଯାଉଛନ୍ତି। ଅଷ୍ଟମ ଘରର ସ୍ବାମୀ ରୂପରେ ସୂର୍ଯ୍ୟ ଆପଣଙ୍କର ପଞ୍ଚମ ଘରେ ଗୋଚର କରି ଆପଣଙ୍କର ଜିଜ୍ଞାସା ବଢ଼ାଇବେ। ଆପଣଙ୍କର ଆଗ୍ରହ ବିଜ୍ଞାନ ଓ ଅଧ୍ୟାତ୍ମିକତା ପ୍ରତି ରହିବ।
ବୃଷ ରାଶିରେ ସୂର୍ଯ୍ୟଙ୍କ ଗୋଚର ମକର ରାଶିର ଛାତ୍ରଛାତ୍ରୀମାନଙ୍କୁ ସମସ୍ୟା ମାଧ୍ୟମରେ ନୂଆ ଜିନିଷ ଶିଖିବାରେ ସାହାଯ୍ୟ କରିବ। ଏହି ସମୟ ସେହି ଛାତ୍ରମାନଙ୍କ ପାଇଁ ଫଳପ୍ରଦ ହେବ ଯେଉଁମାନେ ନିଜ ପାଠପଢ଼ା ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ, କାରଣ ଏହି ସମୟ ମଧ୍ୟରେ ଆପଣଙ୍କର ସ୍ମୃତି ଏବଂ ଏକାଗ୍ରତା କ୍ଷମତା ଉନ୍ନତ ହେବ। ଯଦି ଆପଣ ଛାତ୍ର, ଶିକ୍ଷକ କିମ୍ବା ଟ୍ରେନର ତେବେ ଏହି ସମୟରେ ଆପଣ ସଫଳତା ପାଇଁ ଖୁସି ହେବେ। ଏହା ବ୍ୟତୀତ, ଆପଣ ଛାତ୍ରଛାତ୍ରୀମାନଙ୍କ ଜୀବନରେ ଉଚ୍ଚ ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ସେମାନଙ୍କୁ ଶିଷ୍ଟାଚାର ଶିଖାଇବା ପ୍ରତି ଆପଣଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଦେଖିବେ। ଏହି କ୍ଷେତ୍ରରେ, ଆପଣ ଛାତ୍ରମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବେ ଏବଂ କଥାବାର୍ତ୍ତାରେ ହାସ୍ୟରସ ମଧ୍ୟ ଅନ୍ତର୍ଭୁକ୍ତ କରିବେ।
ପଞ୍ଚମ ଘରେ ଉପସ୍ଥିତ ସୂର୍ଯ୍ୟଙ୍କ ଦୃଷ୍ଟି ଆପଣଙ୍କର ଏକାଦଶ ଘରେ ପଡ଼ିବ। ଏହା ଆପଣଙ୍କ ଜୀବନରେ ହଠାତ୍ ଲାଭ, ଆୟରେ ଅପ୍ରତ୍ୟାଶିତ ବୃଦ୍ଧି ଏବଂ ବ୍ୟବସାୟରେ ଲାଭ ଆଣିପାରେ। କହି ରଖୁଛୁ ଯେ ମକର ରାଶିର ଲୋକଙ୍କୁ ସ୍ବାସ୍ଥ୍ୟ ପ୍ରତି ସାବଧାନ ରହିବା ଉଚିତ।
ଉପାୟ: ରବିବାର ଦିନ ମନ୍ଦିରରେ ଡାଳିମ୍ବ ଦାନ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଆପଣଙ୍କର ସପ୍ତମ ଘରର ସ୍ବାମୀ ଓ ଏହି ଘରର ସମ୍ବନ୍ଧ ଜୀବନସାଥୀ ଓ ବିଜନେସ ପାର୍ଟନର ସହିତ ଅଛି। ଏବେ ସୂର୍ଯ୍ୟ ଦେବ ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହା କୁମ୍ଭ ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ହେବ। ଏହି ସମୟ ଆପଣଙ୍କ ବୈବାହିକ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରେ, ବ୍ୟବସାୟରେ ବ୍ୟବସାୟିକ ସହଭାଗୀତା ବୃଦ୍ଧି କରିପାରିବ ଏବଂ ଯେକୌଣସି ସମସ୍ୟା କିମ୍ବା ବିବାଦର ସମାଧାନ କରିପାରିବ।
ଏହା ବ୍ୟତୀତ, ସୂର୍ଯ୍ୟ ଗୋଚର ସମୟରେ, ଆପଣଙ୍କର ସମସ୍ତ ଧ୍ୟାନ ପରିବାର ଉପରେ ରହିବ। ଏପରି ପରିସ୍ଥିତିରେ, ଆପଣ ଆପଣଙ୍କ ପାରିବାରିକ ଜୀବନରେ କିଛି ବଡ଼ ପରିବର୍ତ୍ତନ ଦେଖିପାରନ୍ତି। ସପ୍ତମ ଘରର ଅଧିପତି ପ୍ରଭୁ ସୂର୍ଯ୍ୟ ଦେବ ଚତୁର୍ଥ ଘରେ ବସି ଆପଣଙ୍କର ଦଶମ ଘରକୁ ଦେଖୁଛନ୍ତି। ଚାରିଟି କେନ୍ଦ୍ର ଘର ମଧ୍ୟରୁ ତିନୋଟି ସୂର୍ଯ୍ୟ ଦ୍ୱାରା ପ୍ରଭାବିତ ହେବ। କୁମ୍ଭ ରାଶିର ସ୍ବାମୀ ଶନି ଦେବ ଯିଏ କେବେ କେବେ ଇଚ୍ଛା ଓ ଦାୟିତ୍ବ ଯୋଗୁଁ ଆପଣଙ୍କର ଜୀବନରେ ସମସ୍ଯା ସୃଷ୍ଟି କରିପାରେ। ଯଦି ଆପଣ ଏହି ପରିସ୍ଥିତିକୁ ସମ୍ଭାଳିବାରେ ସଫଳ ହେବେ ତେବେ ଏହି ଗୋଚର ଆପଣଙ୍କ ପାଇଁ ବିଶେଷ ଭାବରେ ଶୁଭ ରହିବ। ଏହା ଆପଣଙ୍କୁ ନୂଆ ସମ୍ପତିକୁ ପ୍ରବନ୍ଧିତ କରିବାର ସୁଯୋଗ ପ୍ରଦାନ କରିବ।
ଉପାୟ: ପାରିବାରିକ ଜୀବନର ଖୁସି ପାଇଁ, ଘରେ ଗାୟତ୍ରୀ ହୋମ କରନ୍ତୁ।
ମୀନ ରାଶି
ମୀନ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ଷଷ୍ଠ ଘରର ସ୍ବାମୀ ଓ ଆପଣଙ୍କର ଜାତକରେ ଏହି ଘର ପ୍ରାରବ୍ଧ କର୍ମ (ନିତ୍ୟ କର୍ମ)ର ପ୍ରତିନିଧିତ୍ବ କରେ। କହି ରଖୁଛୁ ଯେ ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର ଆପଣଙ୍କର ତୃତୀୟ ଘରେ ହେବ ଓ ଏହା ଆପଣଙ୍କ ପାଇଁ ବହୂତ ଭଲ ହେବ କାରଣ ତୃତୀୟ ଘର କ୍ଷମତାର ଓ ଷଷ୍ଠ ଘର ଦାୟିତ୍ବର।
ସୂର୍ଯ୍ୟଙ୍କର ଏହି ସ୍ଥିତି ଆପଣଙ୍କୁ ଆତ୍ମବିଶ୍ବାସୀ କରିବ, ସାହାସି କରିବ, ଓ ନିଜର ଧର୍ମ ଓ ନିଜ ପ୍ରତି ସଚ୍ଚିତ ରହିବାକୁ ସାହାଜ୍ୟ କରିବ। ତୃତୀୟ ଘରେ ବସିଥିବା ସୂର୍ଯ୍ୟଙ୍କର ଦୃଷ୍ଟି ଆପଣଙ୍କର ନବମ ଘର ଉପରେ ରହିବ ଓ ଏହା ଆପଣଙ୍କୁ ସାହାସରେ ଭରପୁର କରିବ ଯାହା ସାହାଜ୍ୟରେ ଆପଣ ଜୀବନର ସମସ୍ଯା ସମାଧାନ କରିବେ। ତଥାପି, ଜୀବନରୁ ନକାରାତ୍ମକତା ଦୂର କରିବା, ଆପଣଙ୍କ ଚାରିପାଖର ପରିବେଶକୁ ପବିତ୍ର କରିବା ଏବଂ ସ୍ଥିରତା ଏବଂ ଆରାମର ଏକ ନୂତନ ପରିଭାଷା ସ୍ଥାପନ କରିବା ପାଇଁ ସୂର୍ଯ୍ୟ ଗୋଚରର ସମୟ ସର୍ବୋତ୍ତମ ପ୍ରମାଣିତ ହେବ।
ଏହା ବ୍ୟତୀତମ ସୂର୍ଯ୍ୟଙ୍କର ଏହି ଗୋଚର ଆପଣଙ୍କୁ ଶତ୍ରୁଙ୍କ ଉପରେ ବିଜୟୀ ଲାଭ କରାଇବ।। ଆପଣଙ୍କ ପାଇଁ ଏହି ସମୟରେ ହନୁମାନ ଚାଳିସା ପାଠ କରିବା ଶୁଭ ରହିବ।
ଉପାୟ: ପ୍ରତିଦିନ ସକାଳେ ଗାୟତ୍ରୀ ମନ୍ତ୍ର ୧୦୮ ଥର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ସୂର୍ଯ୍ୟ କେବେ ବୃଷ ରାଶିରେ ଗୋଚର କରିବେ?
ସୂର୍ଯ୍ୟ ଦେବ ୧୪ ମଇ ୨୦୨୫ରେ ବୃଷ ରାଶିରେ ଗୋଚର କରିବେ।
2. ନଅଟି ଗ୍ରହ ମଧ୍ୟରେ ସୂର୍ଯ୍ୟ ଦେବତାଙ୍କୁ କେଉଁ ପଦ ମିଳିଛି?
ନଅଟି ଗ୍ରହ ମଧ୍ୟରେ ସୂର୍ଯ୍ୟଙ୍କୁ ରାଜାର ମାନ୍ୟତା ମିଳିଛି।
3. ବୃଷ ରାଶିର ସ୍ବାମୀ କିଏ?
ଭଗବାନ ଶୁକ୍ରଙ୍କୁ ବୃଷ ରାଶିର ସ୍ଵାମୀ ବୋଲି ବିବେଚନା କରାଯାଏ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






