ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର
ଆଷ୍ଟ୍ରୋସେଜ ଏଆଇ ନିଜର ପାଠକଙ୍କୁ ଜ୍ଯୋତିଷ ଦୁନିଆରେ ହେବାକୁ ଥିବା ପ୍ରତ୍ଯେକ ଛୋଟ ବଡ଼ ପରିବର୍ତ୍ତନ ବିଷୟରେ ସମୟ ସମୟରେ ଅବଗତ କରାଏ।ଏବେ ସୂର୍ଯ୍ୟ ମହାରାଜ 12 ଫେବ୍ରୁଆରୁ 2025 ରାତି 09:40 ମିନିଟ ରେ କୁମ୍ଭ ରସୁଇଏ ଗୋଚର କରିବେ। ଆମର ଏହି ଲେଖା ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର ସମ୍ବନ୍ଧିତ ସମସ୍ତ ସୂଚନା ପ୍ରଦାନ୍ କରିବ। ସୂର୍ଯ୍ୟଙ୍କର ଏହି ଗୋଚର ସମସ୍ତ 12ଟି ରାଶିକୁ କିପରି ପ୍ରଭାବିତ କରିବ ଏହି ବିଷୟରେ ମଧ୍ୟ ଜଣାଇବ। ଯଦି ଆପଣଙ୍କର ମନରେ ପ୍ରଶ୍ନ ଉଠୁଛି ଯେ ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର ଆପଣଙ୍କୁ କିପରି ପରିଣାମ ଦେବ, ତେବେ ଆସନ୍ତୁ ଜାଣିବା।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଜ୍ଯୋତିଷଶାସ୍ତ୍ରରେ ସୂର୍ଯ୍ୟ ଦେବ ବ୍ୟକ୍ତିର ପରିଚୟ, ଇଚ୍ଛା ଶକ୍ତି ଓ ସ୍ବୟଂର ପ୍ରତିନିଧିତ୍ବ କରନ୍ତି। ସେ ପ୍ରତ୍ଯେକ ବ୍ୟକ୍ତିର କୁଣ୍ଡଳୀରେ ମହତ୍ୱପୂର୍ଣ ଗ୍ରହ ବୋଲି ବିବେଚିତ ଯିଏ ଦର୍ଶାନ୍ତି ଯେ ଆପଣ କିଏ ଓ ଆପଣ ସ୍ବୟଂକୁ କିପରି ବ୍ୟକ୍ତ କରନ୍ତି, ଜୀବନରେ ଆପଣଙ୍କୁ କ’ଣ ପ୍ରେରଣା ଦିଏ। ସୂର୍ଯ୍ୟ ଦେବତା ମସ୍ତିଷ୍କ, ଇଚ୍ଛାଶକ୍ତି, ଜୀବନର ଉଦ୍ଦେଶ୍ୟ ଏବଂ ଅହଂକାରକୁ ନିୟନ୍ତ୍ରଣ କରନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ମଧ୍ୟ ବ୍ୟକ୍ତିତ୍ୱର ଏକ କାରକ। କିନ୍ତୁ, ଆପଣଙ୍କ ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟ ଦେବତା ଆପଣଙ୍କୁ କି ପ୍ରକାରର ଫଳ ଦେବେ ତାହା କେବଳ ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ଦ୍ୱାରା ଜାଣିପଡ଼ିବ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
କୁମ୍ଭ ରାଶିରେ ସୂର୍ଯ୍ୟ ଗୋଚର: ବିଶେଷ କଥା
ଯେବେ ସୂର୍ଯ୍ୟ ଦେବ କୁମ୍ଭ ରାଶିରେ ଥାଆନ୍ତି, ଏପରି ଲୋକଙ୍କ ଭିତରେ କିଛି ବିଶେଷ ଗୁଣ ଦେଖିବାକୁ ମାଇଲ। କୁମ୍ଭ ରାଶିର ସ୍ବାମୀ ଶନି ଦେବ ଯିଏ ଆବିଷ୍କାର, ସବୁଠାରୁ ବିଶିଷ୍ଟ ଓ ଭବିଷ୍ୟ ବିଷୟରେ ଭାବିବା ଲୋକ ହୋଇଥାଆନ୍ତି। ଏଠାରେ ଆମେ ଆପଣଙ୍କୁ କୁମ୍ଭ ରାଶିରେ ସୂର୍ଯ୍ୟ ଥିବା ବେଳେ ଜନ୍ମ ହୋଇଥିବା ଲୋକଙ୍କଠାରେ ଦେଖାଯାଉଥିବା ସାଧାରଣ ଗୁଣଗୁଡ଼ିକ ବିଷୟରେ କହିବାକୁ ଯାଉଛୁ।
ସ୍ଵତନ୍ତ୍ରତା
କୁମ୍ଭ ରାଶିର ଲୋକ ନିଜ ଜୀବନରେ ସ୍ଵତନ୍ତ୍ରତାକୁ ବହୁତ ମହତ୍ଵ ଦେଇଥାନ୍ତି ଓ ପ୍ରାୟତଃ ଏପରି ଜିନିଷ ବିରୁଦ୍ଧରେ ସ୍ୱର ଉଠାଇଥାନ୍ତି ଯାହା ସେମାନଙ୍କ ସ୍ୱାଧୀନତାକୁ ସୀମିତ କରିବାକୁ ଚେଷ୍ଟା କରେ। ସେମାନେ ଜୀବନରେ ନିଜର ପଥ ନିଜେ ତିଆରି କରନ୍ତି।
ବୁଦ୍ଧି ଏବଂ ବିଶ୍ଳେଷଣ
କୁମ୍ଭ ରାଶିର ଲୋକ ବହୁତ ବୁଦ୍ଧିମାନ ହୋଇଥାଆନ୍ତି ଓ ଏମାନେ ନୂଆ ଆଇଡିୟା, ସିଦ୍ଧାନ୍ତ ଓ ଭିନ୍ନ ଚିନ୍ତାଧାରା ରଖନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସମାଜର ପୁରୁଣା ଧାରଣା ଏବଂ ପରମ୍ପରା ଉପରେ ପ୍ରଶ୍ନ ଉଠାଇଥିବା ଦେଖାଯାଏ। ସେମାନେ ସମସ୍ୟାର ସମାଧାନ ଖୋଜିବାରେ ବିଶେଷଜ୍ଞ।
ମାନବିକତା ଏବଂ ଆଶାବାଦୀ
କୁମ୍ଭ ରାଶିରେ ସୂର୍ଯ୍ୟ ଥିବା ଲୋକମାନେ ନ୍ୟାୟ ପ୍ରେମୀ ହୋଇଥାନ୍ତି ଏବଂ ତେଣୁ ଜୀବନରେ ସର୍ବଦା ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ଦିଅନ୍ତି। ଏହା ସହିତ, ସେମାନେ ସେମାନଙ୍କ ଚାରିପାଖର ଦୁନିଆ ଉନ୍ନତ କରିବାରେ ବିଶ୍ୱାସ କରନ୍ତି ଏବଂ ସମାନତା, ସ୍ୱାଧୀନତା, ସାମାଜିକ କଲ୍ୟାଣ ଏବଂ ପ୍ରଗତିକୁ ପ୍ରୋତ୍ସାହିତ କରନ୍ତି।
ରଚନାତ୍ମକ
ଯେଉଁ ଲୋକଙ୍କର ଜନ୍ମ କୁମ୍ଭ ରାଶିରେ ସୂର୍ଯ୍ୟ ଥିବା ବେଳେ ହୋଇଛି ସେ ଦୂରଦର୍ଶୀ ହୋଇଥାନ୍ତି ଓ ଲଗାତାର ଭବିଷ୍ୟ ବିଷୟରେ ଭାବନ୍ତି। ଏମାନଙ୍କର ରଚନାତ୍ମକତା ସବୁଠାରୁ ଭିନ୍ନ ହୋଇଥାଏ ଯାହାର ଝଲକ ଏମାନଙ୍କର ବିଚାରରେ ଦେଖିବାକୁ ମିଳିଥାଏ। ଏହି ଲୋକଙ୍କର ବିଶେଷ ରୁଚି ଟେକନିକ ଓ ବିଜ୍ଞାନରେ ଥାଏ।
ଡେଟାଚମେଣ୍ଟ
କୁମ୍ଭ ରାଶିରେ ସୂର୍ଯ୍ୟ ଥିବା ଜନ୍ମିତ କେତେବେଳେ ଭାବପ୍ରବଣ ହୋଇ ନିଜକୁ ଦୂରେଇ ରଖିପାରନ୍ତି । ସେମାନେ ଜୀବନରେ ଭିନ୍ନ ଚିନ୍ତାଧାରାକୁ ଗୁରୁତ୍ୱ ଦିଅନ୍ତି ଏବଂ କେତେବେଳେ ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିବାରେ କିମ୍ବା ନିଜକୁ ପ୍ରକାଶ କରିବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏମାନେ ପ୍ରତ୍ଯେକ ପରିସ୍ଥିତିକୁ ଭିନ୍ନ ଦୃଷ୍ଟିରୁ ଦେଖିବାକୁ ଚେଷ୍ଟା କରନ୍ତି।
ବିରୋଧୀ ସ୍ଵଭାବ
କୁମ୍ଭ ରାଶି ବାୟୁ ତତ୍ଵର ସ୍ଥିର ରାଶି ଓ ଏହି ରାଶିର ଲୋକ ବିଦ୍ରୋହୀ ସ୍ଵଭାବର ହୋଇଥାଆନ୍ତି। ଏହି ଲୋକ ଭିଡ଼ରେ ଭାଗ ନେବା ପସନ୍ଦ କରନ୍ତି ନାହିଁ, ବରଂ ଭିଡ଼ ଭିତରେ ନିଜର ସ୍ଥାନ ତିଆରି କରନ୍ତି। ଏମାନେ ନିଜର ବ୍ଯକ୍ତିତ୍ବ, ଆଇଡିୟା କିମ୍ବା ଜୀବନ ନିଜ ହିସାବରେ ବଞ୍ଚିବା ପସନ୍ଦ କରନ୍ତି।
ସାମାଜିକ ଓ ମେଳାପୀ
ଆମେ ଆପଣଙ୍କୁ କହିଛୁ ଯେ ଏମାନେ ସ୍ୱାଧୀନ ପ୍ରକୃତିର ଏବଂ ଲୋକଙ୍କଠାରୁ ଦୂରରେ ରୁହନ୍ତି। କିନ୍ତୁ, ସେମାନେ ମେଳାପୀ ଏବଂ ଲୋକଙ୍କ ସହିତ ମିଶିବାକୁ ଭଲ ପାଆନ୍ତି। ସେମାନେ ବନ୍ଧୁତାର ଗୁରୁତ୍ୱ ବୁଝନ୍ତି ଏବଂ ବିଭିନ୍ନ ପ୍ରକାରର ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରନ୍ତି।
ହଠାତ କାମ କରୁଥିବା ବାଲା
କୁମ୍ଭ ରାଶିରେ ସୂର୍ଯ୍ୟ ଥିବା ଲୋକ ହଠାତ କାର୍ଯ୍ୟ କରିବା ବାଲା ହୋଇଥାଆନ୍ତି ଓ ଅନେକ ଥର ଏମାନଙ୍କର କାମ ଲୋକଙ୍କଊ ଆଶ୍ଚର୍ଯ୍ୟ କରିଦେଇ ପାରେ। ଏମାନଙ୍କର ଏହି ଗୁଣ ସବୁଠାରୁ ଅଲଗା ହୋଇଥାଏ।
ପ୍ରଗତିଶୀଳ
ଯେଉଁ ଲୋକଙ୍କର ଜାତକରେ ସୂର୍ଯ୍ୟ କୁମ୍ଭ ରାଶିରେ ଥାଆନ୍ତି, ତାଙ୍କର ଚିନ୍ତାଧାରା ପ୍ରାୟତଃ ସମୟଠାରୁ ବହୁତ ଆଗକୁ ଥାଏ ଏବଂ ସେମାନେ ସର୍ବଦା ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତି। ନୂଆ ଟେକନିକ, ନୂଆ ଆଇଡିୟା ଏବଂ ସାମାଜିକ ଗତିବିଧି ଏମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରେ ଯାହା ଦ୍ବାରା ଏମାନଙ୍କୁ ଏକ ନୂଆ ପରିବର୍ତ୍ତନ ଆଣିବାର ପ୍ରେରଣା ମିଳେ।
ଦୃଢ଼ ବ୍ଯକ୍ତିତ୍ବ ଥିବା ବାଲା
କୁମ୍ଭ ରାଶିର ଲୋକଙ୍କର ବ୍ୟତୀତ୍ଵ ବହୁତ ଦୃଢ଼ ହୋଇଥାଏ ସେଥିପାଇଁ ଏମାନଙ୍କୁ ନିଜ ଉପରେ ଗର୍ବ ଅନୁଭବ ହୁଏ। ଏମାନେ ନିଜକୁ ଏପରି ଯକ୍ତ କରନ୍ତି ଯାହା ଦ୍ବାରା ଅନ୍ୟ ଲୋକଙ୍କ ନଜରରେ ଏମାନଙ୍କର ଭିନ୍ନ ପରିଚୟ ସୃଷ୍ଟି ହୁଏ।
ସରଳ ଶବ୍ଦରେ କହିଲେ, କୁମ୍ଭ ରାଶିରେ ସୂର୍ଯ୍ୟ ଥିବା ଲୋକ ଭବିଷ୍ୟ ବିଷୟରେ ଭାବିବା ବାଲା, ବୁଦ୍ଧିମାନ ଓ ସ୍ବତନ୍ତ୍ର ସ୍ଵଭାବର ହୋଇଥାଆନ୍ତି। ଏମାନଙ୍କ ଭିତରେ ଦୁନିଆକୁ ଭଲ କରିବାର ତୀବ୍ର ଇଚ୍ଛା ଦେଖିବାକୁ ମାଇଲ। ଏମାନଙ୍କୁ ନୂଆ ନିଆ ଜିନିଷ ଆକର୍ଷିତ କରେ ଓ ଏମାନଙ୍କର ଦୃଷ୍ଟିକୋଣ ସକାରାତ୍ମକ ହୋଇଥାଏ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର: ବିଶ୍ବ ଉପରେ ପ୍ରଭାବ
ଆପଣ ଜାଣି ନଥିବେ ଯେ କୁମ୍ଭ ରାଶିର ସ୍ବାମୀ ଶନି ମହାରାଜ ନିଜର ରାଶିରେ ବିରାଜମାନ ରହିବେ। ସୂର୍ଯ୍ୟ ଦେବ ଶନି ମହାରାଜ ସଂଯୋଗ ନିର୍ମାଣ କରିବେ ସେଥିପାଇଁ ଆମ ଦ୍ବାରା ଦିଆଯାଇଥିବା ଭବିଷ୍ୟବାଣୀ ଏହି ସଂଯୋଗକୁ ଧ୍ୟାନରେ ରଖି କରାଯାଇଛି। ଆମକୁ ଏହି କଥା ଧ୍ୟାନରେ ରଖିବା ଉଚିତ ଯେ ସୂର୍ଯ୍ୟ ଓ ଶନିଙ୍କ ବ୍ୟତୀତ ବୁଧ ଗ୍ରହ ମଧ୍ୟ କୁମ୍ଭ ରାଶିରେ ଉପସ୍ଥିତ ରହିବେ ଓ ଏହି ତିନୋଟି ଗ୍ରହ ଏକା ସହିତ ଗୋଟିଏ ରାଶିରେ ସ୍ଥିତ ହେବା ଯୋଗୁଁ ତ୍ରିଗ୍ରହୀ ଯୋଗ ମଧ୍ୟ ନିର୍ମାଣ ହେବ।
ସରକାର ଏବଂ ମେଡିକାଲ କ୍ଷେତ୍ର
- କୁମ୍ଭ ରାଶିରେ ହେବାକୁ ଥିବା ସୂର୍ଯ୍ୟ ଓ ଶନିଙ୍କ ସଂଯୋଗ ସୂଚାଇ ଦିଏ ଯେ ଏହି ଗୋଚର ସମୟରେ ଆମ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ସେବା ପ୍ରଗତି ପଥରେ ଆଗକୁ ବଢ଼ିବ।
- ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇପାରିବ କିମ୍ବା ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇପାରିବ ଯାହା ସମାଜର ଅସହାୟ ଏବଂ ଗରିବ ଲୋକଙ୍କୁ କମ ମୂଲ୍ୟରେ ଚିକିତ୍ସା ସହାୟତା ଯୋଗାଇବ।
- ଚିକିତ୍ସା କ୍ଷେତ୍ରରେ ନୂତନ ଉଦ୍ଭାବନ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଆସିପାରେ ଯାହା ଅନେକ ଲୋକଙ୍କ ପାଇଁ ଆଶାର କିରଣ ହେବ। ସାରା ବିଶ୍ୱରେ ଗବେଷଣା କାର୍ଯ୍ୟ ଦ୍ରୁତ ଗତିରେ ଅଗ୍ରଗତି କରିବ।
- ସୂର୍ଯ୍ୟକର ଗୋଚର ସମୟରେ ମେଡିକାଲ ଉପକରଣ ଉପରେ ଶୁଳ୍କ ଛାଡ଼ କରାଯାଇପାରେ।
- ବିଶ୍ବର ଲୋକଙ୍କୁ ନୂଆ ଭାଇରସ୍, ରୋଗ ହଇରାଣ କରିପାରେ।
ବ୍ୟବସାୟ ଏବଂ ଟ୍ରେଡ
- କୁମ୍ଭ ରାଶିରେ ସୂର୍ଯ୍ୟଙ୍କ ଗୋଚର ସମୟରେ, ଫର୍ଣ୍ଣିଚର, କଞ୍ଚା କାଠ ଇତ୍ୟାଦି କାଠ ଜିନିଷର ବ୍ୟବସାୟ କରୁଥିବା ଲୋକମାନେ ଭଲ ଲାଭ ପାଇବେ।
- ସୁନାର ଦରରେ କିଛି ହ୍ରାସ ହେବାର ଆଶଙ୍କା ଅଛି।
- ଏନଭାୟରନମେନ୍ଟ ଇଞ୍ଜିନିୟର, ବୈଜ୍ଞାନିକ, କଳାକାର ଏବଂ ସାମାଜିକ କର୍ମୀ ଭାବରେ କାମ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଟିକେ କଷ୍ଟକର ହୋଇପାରେ।
- ପଶମ, ପଶମ ସାମଗ୍ରୀ ଏବଂ ବୁଣା ପୋଷାକ ସହିତ ଜଡ଼ିତ ବାଣିଜ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଏହା ବ୍ୟତୀତ ସେମାନଙ୍କର ବାଣିଜ୍ୟ ଏବଂ ରପ୍ତାନି ମଧ୍ୟ ବୃଦ୍ଧି ପାଇବ।
- କୃଷି ସହିତ ଜଡ଼ିତ କ୍ଷେତ୍ରର ଲୋକପ୍ରିୟତା ବଢ଼ିବ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର: ଶେୟାର ବଜାର ଭବିଷ୍ୟବାଣୀ
ଆସନ୍ତୁ ଏବେ ଦେଖିବା ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର ଭାରତର ଶେୟାର ବଜାରକୁ କେଉଁ ପ୍ରକାର ପ୍ରଭାବିତ କରିବ।
- ମାସର ଦ୍ଵିତୀୟ ସପ୍ତାହରେ ଶେୟାର ବଜାରରେ ଦ୍ରୁତ ଗତି ଆସିବ ଯାହା ଫଳରେ ମାର୍କେଟରେ ଉନ୍ନତି ଦେଖିବାକୁ ମିଳିବ।
- ସୂର୍ଯ୍ୟ ଗୋଚର ସମୟରେ ଏମଆରଏଫ ଟାୟର୍ସ, ଆଇଚର ମେସିନାରୀ, ଆଦାନୀ ଗ୍ରୁପ୍, କୋଲ୍ ଇଣ୍ଡିଆ, ସିମେଣ୍ଟ, କଫି, କେମିକାଲ୍ସ ଏବଂ ବ୍ୟାଙ୍କିଂ ଶିଳ୍ପ ଇତ୍ୟାଦିର ସେୟାର ମୂଲ୍ୟ ବୃଦ୍ଧି ପାଇବାର ଆଶା କରାଯାଉଛି।
- ଏହି ମାସର ତୃତୀୟ ସପ୍ତାହରେ ଶନି ଦେବଙ୍କର ପ୍ରଭାବ ଯୋଗୁଁ ବଜାରର ଗତି ଧୀର ହୋଇଯିବ ଯାହା ମାର୍କେଟକୁ ନକରାତ୍ମକ ରୂପରେ ପ୍ରଭାବିତ କରିବ ସେଥିପାଇଁ ଏହି ଲୋକଙ୍କୁ ବହୁତ ସାବଧାନ ରହିବାକୁ ହେବ।
- କୃଷି ସହିତ ଜଡ଼ିତ ବ୍ୟବସାୟ କରୁଥିବା କମ୍ପାନୀ, ଜୋମାଟୋ, ଏକ୍ସାଇଡ୍, ଗୋଲ୍ଡେନ୍ ଟବାକୋ, କିର୍ଲୋସ୍କର, ଡାବର, ଆଗ୍ରୋଟେକ୍, ଆଦାନୀ ପାୱାର ସମେତ ଅନ୍ୟାନ୍ୟ କ୍ଷେତ୍ରର କମ୍ପାନୀଗୁଡ଼ିକର ଷ୍ଟକ୍ ହ୍ରାସ ପାଇବାର ସମ୍ଭାବନା ରହିଛି।
- ଚା, ଷ୍ଟେସନାରୀ, ବସ୍ତ୍ର ଏବଂ ଔଷଧ ଭଳି କ୍ଷେତ୍ରର ଶେୟାରରେ ସାମାନ୍ୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।
କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର: ଏହି ରାଶିଙ୍କୁ ପ୍ରତ୍ଯେକ କ୍ଷେତ୍ରରେ ମିଳିବ ସଫଳତା
ମେଷ ରାଶି
ମେଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ପଞ୍ଚମ ଘରର ସ୍ବାମୀ ଓ ଏବେ ଆପଣଙ୍କର ଏକାଦଶ ଘରେ ଗୋଚର କରିବେ। ଯେଉଁ ଲୋକଙ୍କ ଜନ୍ମ ବୃଷ ରାଶିରେ ହୋଇଛି ତାଙ୍କ ପାଇଁ ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର କରିବା ଶୁଭ ପ୍ରମାଣିତ ହେବ। ଏହି ସମୟ ମଧ୍ୟରେ ଆପଣ ଆପଣଙ୍କର ଲକ୍ଷ୍ୟ ହାସଲ କରିପାରିବେ ଏବଂ ଆପଣଙ୍କ ପ୍ରୟାସରେ ସଫଳତା ପାଇବେ। ଏହା ସହିତ, ଆପଣ ଆପଣଙ୍କ ପିଲାମାନଙ୍କର ପ୍ରଗତି ଦେଖିପାରିବେ ଏବଂ ପ୍ରତ୍ୟେକ ପଦକ୍ଷେପରେ ସେମାନଙ୍କ ସମର୍ଥନ ପାଇବେ।
ଆପଣ ଆପଣଙ୍କ ବୃତ୍ତିଗତ ଜୀବନରେ କିଛି ବଡ଼ ସଫଳତା ହାସଲ କରିବାରେ ସଫଳ ହେବେ। ଏହା ବ୍ୟତୀତ, ଆପଣଙ୍କୁ ପ୍ରଶଂସା ସହିତ ପୁରସ୍କାର ଏବଂ ପଦୋନ୍ନତି ମଧ୍ୟ ମିଳିବାର ସମ୍ଭାବନା ଅଛି। ସେହି ସମୟରେ, ଯେଉଁମାନେ ସରକାରୀ କ୍ଷେତ୍ରରେ କାମ କରନ୍ତି, ସେମାନେ ନିଜ କାମରେ ସଫଳତା ପାଇପାରିବେ। ଏହି ସମୟ ମଧ୍ୟରେ, ଆପଣ ଆପଣଙ୍କର ବୃତ୍ତିଗତ ଜୀବନକୁ ବିସ୍ତାର କରିପାରିବେ ଏବଂ ନୂତନ ଚାକିରି ସୁଯୋଗ ମଧ୍ୟ ପାଇବେ। ଆପଣଙ୍କୁ ବିଦେଶ ଭ୍ରମଣର ସୁଯୋଗ ମିଳିପାରେ ଯାହା ଆପଣଙ୍କ କ୍ୟାରିୟରରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ। ଯଦି ଆପଣ ପଦୋନ୍ନତି କିମ୍ବା ଅନ୍ୟାନ୍ୟ ସୁବିଧା ଆଶା କରୁଛନ୍ତି, ତେବେ ଏହି ସମୟ ଆପଣଙ୍କ ଅନୁକୂଳ ରହିବ।
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର ଚତୁର୍ଥ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦଶମ ଘରେ ଗୋଚର କରିବାକୁ ଯାଉଛନ୍ତି। କ୍ୟାରୀଅର ବିଷୟରେ କହିଲେ ସୂର୍ଯ୍ୟଙ୍କର ଗୋଚର ଆପଣଙ୍କ ପାଇଁ ଭାଗ୍ୟଶାଳୀ ହେବ କାରଣ ଏହା ଆପଣଙ୍କ ପାଇଁ ଅନସାଇଟ ଚାକିରିର ସୁଯୋଗ ଆଣି ଆସିବ। ଏହି ଲୋକଙ୍କୁ ବିଦେଶରେ ମଧ୍ୟ ଚାକିରିରେ କିଛି ଭଲ ସୁଯୋଗ ମିଳିବ ଓ ଏହି ସୁଯୋଗ ଆପଣଙ୍କ ପାଇଁ ବହୁତ ଫଳଦାୟୀ ହେବ କରନ ଆପଣଙ୍କର ପ୍ରଗତି ପଥ ଖୋଲିଯିବ।
ସୂର୍ଯ୍ୟଙ୍କର ଏହି ଗୋଚର ସମୟରେ ଆପଣ କାର୍ଯ୍ୟକ୍ଷେତ୍ରରେ ଚାଲିଥିବା ପରିସ୍ଥିତିକୁ ସ୍ଵୀକାର କରି କାମରେ ସଫଳତା ପାଇବାରେ ସକ୍ଷମ ହେବେ। ଏହି ସମୟରେ ଆପଣ ଚାକିରିରେ ଉଚ୍ଚ ପଦ ଯେପରି ଟୀମ ଲୀଡାର କିମ୍ବା ମ୍ଯାନେଜର ଇତ୍ୟାଦି ପାଇବାରେ ସକ୍ଷମ ହେବେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କୁ ବିଦେଶରୁ ମିଳିବାକୁ ଥିବା ସୁଯୋଗ ସଫଳ କରିବାରେ ସାହାଜ୍ୟ କରିବ କାରଣ ଏହା ମାଧ୍ୟମରେ ଆପଣ ବହୁତ ଧନ ଲାଭ କରିବାରେ ସଫଳ ହେବେ। କିଛି ନିର୍ଦ୍ଦିଷ୍ଟ ବ୍ୟବସାୟିକ ଧାରଣା ଅନୁସରଣ କରି, ଆପଣ ଜଣେ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହେବେ ଏବଂ ଏହିପରି ଭାବରେ, ଆପଣ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା କରିବାରେ ସଫଳ ହେବେ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର ନବମ ଘରେ ରହିବେ ଯିଏ ଏବେ ଆପଣଙ୍କର ତୃତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହାର ପରିଣାମସ୍ବରୂପ ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ଆପଣଙ୍କର ଭାଗ୍ୟ ସହିତ ବୃତ୍ତିଗତ ଜୀବନରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିବ। ଏହି ଅବଧିରେ ଆପଣଙ୍କ ଦ୍ବାରା କରାଯାଇଥିବା ଯାତ୍ରା ଫଳଦାୟୀ ହେବ। ଯଦି ଆପଣ ଏହି ସମୟରେ ବିଦେଶ ଯାତ୍ରା କରିବାକୁ ଯାଉଛନ୍ତି ତେବେ ଏହି ଯାତ୍ରା ବହୁତ ଭଲ ଫଳ ଦେବ।
ଏହି ରାୟର ଯେଉଁ ଲୋକ ଚାକିରି କରନ୍ତି, ତାଙ୍କୁ ସୂର୍ଯ୍ୟ ଗୋଚର ସମୟରେ କ୍ୟାରୀଅରରେ ଭଲ ପ୍ରଗତି ଦେଖିବାକୁ ମିଳିବ। ସମ୍ଭାବନା ଅଛି ଯେ ଏହି ସମୟରେ ଆପଣଙ୍କୁ କ୍ୟାରୀଅର ଉପରେ ସଫଳତା ପ୍ରଦାନ କରିବ। ଯେଉଁ ଲୋକଙ୍କର ସମ୍ବନ୍ଧ ବ୍ୟବସାୟ ସହିତ ଅଛି ସେମାନେ ଭଲ ପଇସା ରୋଜଗାର କରିବେ ଓ ବିଦେଶରେ ମଧ୍ୟ ତାଙ୍କୁ କିଛି ଭଲ ସୁଯୋଗ ମିଳିପାରେ ଯାହା ଫଳରେ ଆପଣ ଉନ୍ନତି ହାସଲ କରିବେ। ଆପଣଙ୍କୁ ଏପରି ଅନୁଭବ ହେବ ଯେ ଆପଣ ଧୀରେ ଧୀରେ ବ୍ୟବସାୟରେ ପାରଙ୍ଗମ ହେବେ ଓ ବିରୋଧୀଙ୍କୁ ଟକ୍କର ଦେବା ପାଇଁ ଏଯ ଦୃଢ଼ ପ୍ରତିଦ୍ଵନ୍ଦୀ ହୋଇପାରିବେ। ବିଦେଶରେ ମିଳିବାକୁ ଥିବା ସୁଯୋଗ ଯୋଗୁଁ ଆପଣଙ୍କର ଲାଭ ବଢ଼ିବ।
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଗ୍ରହ ଆପଣଙ୍କର ଦ୍ଵାଦଶ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହାର ଫଳସ୍ବରୂପ, ସୂର୍ଯ୍ୟଙ୍କର ଏହି ଗୋଚର ଆପଣଙ୍କୁ ପୈତୃକ ସମ୍ପତି କିମ୍ବା ଅଜ୍ଞାତ ସ୍ରୋତ ମାଧ୍ୟମରୁ ହଠାତ ଲାଭ କରାଇପାରେ। ଏହି ସମୟରେ ଆପଣଙ୍କର ଆୟରେ ହଠାତ ବୃଦ୍ଧି ହେବ ଓ ଆପଣ ନିଜର ଦାୟିତ୍ବ ସହଜରେ ପୂରଣ କରିବାରେ ସକ୍ଷମ ହେବେ।
ଏହି ଲୋକଙ୍କର କ୍ୟାରୀଅର ସ୍ଥିର ହେବ ଓ ଏହି ସମୟରେ କୌଣସି ବଡ଼ ସମସ୍ଯା ହେବ ନାହିଁ। ଯଦି ଆଓନ ଚାକିରି କରନ୍ତି, ତେବେ ଏହି ଅବଧିରେ ଆପଣଙ୍କୁ ପ୍ରଗତି ହାସଲ କରିବାରେ ସହଜ ହେବ ଓ ଆଓନ ନିଜର କ୍ଷମତା ପ୍ରଦର୍ଶନ କରିବାରେ ସକ୍ଷମ ହେବେ। ଏହି ଲୋକଙ୍କୁ ମିଳୁଥିବା ଅନ ସାଇଟ ସୁଯୋଗ ଫଳଦାୟୀ ସିଦ୍ଧ ହେବ ଓ ଆପଣଙ୍କୁ କାମ ପାଇଁ ବିଦେଶ ଯାତ୍ରା କରିବାର ସୁଯୋଗ ମିଳିପାରେ। ଦୃଢ଼ ଏକାଗ୍ରତା ଯୋଗୁଁ ଆପଣ ଭବିଷ୍ୟରେ ହେବାକୁ ଥିବା କ୍ଷତିକୁ ପ୍ରଥମରୁ ମାପି କାମ କରିବାକୁ ସକ୍ଷମ ହେବେ। ଏହା ବ୍ୟତୀତ, ସୂର୍ଯ୍ୟଙ୍କର ଏହି ଗୋଚର ସମୟରେ ଆପଣ ପ୍ରତିଦ୍ଵନ୍ଦୀଙ୍କୁ କଠିନ ଟକ୍କର ଦେଇପାରିବେ।
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଗ୍ରହ ଆପଣଙ୍କର ଏକାଦଶ ଘରର ସ୍ବାମୀ ଓ ଏବେ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବାକୁ ଯାଉଛନ୍ତି। ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଆପଣଙ୍କର ଜୁଆ ଓ ଅନିଶ୍ଚିତ ସ୍ରୋତରୁ ଧନ ଲାଭ କରାଇ ପାରେ। ଆପଣ ନିଜର ସନ୍ତାନର ବିଶ୍ବାସ ଜିତିବାରେ ସଫଳ ହେବେ ଓ ତାଙ୍କୁ ସମୟ ସହିତ ବଡ଼ ହେଉଥିବାର ଦେଖିବେ।
କ୍ୟାରୀଅର ବିଷୟରେ କହିଲେ ଏହି ଲୋକ ସୂର୍ଯ୍ୟ ଗୋଚର ସମୟରେ ନିଜର ପଦରେ ଖୁସି ରହିବେ ନାହିଁ ଓ ନିଜର ଇଚ୍ଛା ପୂରଣ କରିପାରିବେ ନାହିଁ ଯାହା ଫଳରେ ଆପଣ ଅସନ୍ତୁଷ୍ଟ ଦେଖାଯିବେ। ଯଦି ଆପଣ କାମ ପାଇଁ ବିଦେଶରେ ବସବାସ କରିବାକୁ ଚାହୁଁଛନ୍ତି ତବେ ଆପଣ ପ୍ରଗତି ପାଇବା ସହିତ ସତୁଷ୍ଟ ଦେଖାଯିବେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ଏହି ସମୟରେ ହରହାରି ପରିଣାମ ପାଇବେ। ଯଦି ଆପଣ ନିଜର କମ୍ପାନୀ ବିଦେଶରେ ସ୍ଥାନାନ୍ତରିତ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କର ନୂଆ ସମ୍ପର୍କ ଓ ଲାଭ ପାଇବାର ମାର୍ଗ ପ୍ରଶସ୍ତ ହେବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
କୁମ୍ଭ ରାଶିରେ ସୂର୍ଯ୍ୟ ଗୋଚର: ଏହି ରାଶିର ଲୋକଙ୍କଊ ରହିବାକୁ ପଡ଼ିବ ସାବଧାନ
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ଜାତକର ଦ୍ଵିତୀୟା ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ନବମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହାର ଫଳସ୍ବରୂପ, ସୂର୍ଯ୍ୟଙ୍କର କୁମ୍ଭ ରାଶିରେ ଗୋଚର ଆପଣଙ୍କୁ ଚାପ ଦେଇପାରେ ଯାହାର ପ୍ରଭାବ ଆପଣଙ୍କର ପ୍ରଗତି ଉପରେ ପଡ଼ିପାରେ। ଏହି ସମୟରେ ଆପଣଙ୍କର ଆଖି ସମ୍ବନ୍ଧିତ ସମସ୍ୟା ହୋଇପାରେ ସେଥିପାଇଁ ତାହା ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର ଅବହେଳା ଓ ଧ୍ୟାନର ଅଭାବ ଯୋଗୁଁ କ୍ଷତି ହୋଇପାରେ।
ଚାକିରିରେ ସନ୍ତୋଷର ଅଭାବ ରହିପାରେ ଓ ଏହାର ପରିଣାମସ୍ବରୂପ ଆପଣଙ୍କୁ ସମସ୍ଯା ଦେଇ ଗତି କରିବାକୁ ପଡ଼ିପାରେ। ଏହି ସମୟରେ ଆପଣଙ୍କ ଉପରେ କାମର ବୋଝ ବଢ଼ିପାରେ ଯାହାକୁ ସମ୍ଭାଳିବା କଷ୍ଟକର ହୋଇପାରେ। ଆପଣଙ୍କୁ ସହକର୍ମୀଙ୍କ ସହିତ ମଧ୍ୟ ମଧୁର ସମ୍ବନ୍ଧ ରଖିବା କଷ୍ଟକର ହୋଇପାରେ ଯାହା ଫଳରେ ଆପଣଙ୍କର ସମସ୍ଯା ବଢ଼ିପାରେ।
ମକର ରାଶି
ମକର ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ଅଷ୍ଟମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହି ଲୋକଙ୍କ ମଣରେ ଅସୁରକ୍ଷା ଭାବନା ସୃଷ୍ଟି ହୋଇପାରେ ଓ ଏହା ଆପଣଙ୍କର ଉନ୍ନତିର ମାର୍ଗରେ ସମସ୍ଯା ସୃଷ୍ଟି କରିପାରେ। ଏହା ବ୍ଯତୀତ, ଆପଣଙ୍କୁ ପୈତୃକ ସମ୍ପତି ଓ ଜୁଆ ପରି ଅନିଶ୍ଚିତ ସ୍ରୋତରୁ ହଠାତ ଲାଭ ମିଳିପାରେ। ଯଦି ଆପଣଙ୍କର ଇନଟୁଇସନ କ୍ଷମତା ଭଲ ଅଛି ଯେ ତେବେ ଏହି ସମୟରେ ଆପଣ ନିଜକୁ ଜାଣିବା ଓ ବୁଝିବାରେ ସକ୍ଷମ ହେବେ। ଆପଣ ନିଜର ବ୍ଯକ୍ତିତ୍ବ ବିଷୟରେ ସକାରାତ୍ମକ ଜିନ୍ସ ଜାଣିପାରିବେ।
କ୍ୟାରୀଅର ବିଷୟରେ କହିଲେ, ଆପଣଙ୍କ ସାମ୍ନାରେ ଏପରି ସ୍ଥିତି ଆସିପାରେ ଯେଉଁଥିରେ ଆପଣଙ୍କୁ ଚାକିରିରେ ପରିବର୍ତ୍ତନ କିମ୍ବା କାମ କରିବାର ଢଙ୍ଗ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଆପଣଙ୍କୁ ହଠାତ ବିଦେଶ ଯାତ୍ରା କରିବାକୁ ପଡ଼ିପାରେ। ସମ୍ଭାବନା ଅଛି ଯେ ବିଜନେସରେ ଆପଣଙ୍କର ପ୍ରଦର୍ଶନ ଭଲ ହେବା ସତ୍ବେ ଆପଣ ନିଜର କ୍ୟାରୀଅରରେ ପରିବର୍ତ୍ତନ କରି ପାରନ୍ତି।
କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଗୋଚର ସମୟରେ ଆପଣାନ୍ତୁ ଏହି ଉପାୟ
- ପ୍ରତିଦିନ ସକାଳେ ଭଗବାନ ସୂର୍ଯ୍ୟଙ୍କୁ ତମ୍ବା ଢାଳରେ ଜଳ ଅର୍ପଣ କରନ୍ତୁ।
- ପ୍ରତି ରବିବାର ଦିନ ଆଦିତ୍ୟ ସ୍ତୋତ୍ର ପାଠ କରନ୍ତୁ।
- ଗରିବ ଓ ଅଭବ୍ୟ ଲୋକଙ୍କୁ ନାଲି ରଙ୍ଗର ବସ୍ତ୍ର ଦାନ କରନ୍ତୁ।
- ଗରିବଙ୍କୁ ହରଡ଼ ଡାଲି ଦାନ କରନ୍ତୁ।
- ଅସହାୟ ଲୋକଙ୍କର ସାମର୍ଥ୍ୟ ଅନୁସାରେ ସେବା କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ସୂର୍ଯ୍ୟ କେଉଁ ରାଶିର ସ୍ବାମୀ?
ସୂର୍ଯ୍ୟ ମହାରାଜ ରାଶି ଚକ୍ରର ପଞ୍ଚମ ରାଶି ସିଂହର ସ୍ବାମୀ।
2. କୃତିକା ନକ୍ଷତ୍ରର ସ୍ବାମୀ କିଏ?
ଜ୍ଯୋତିଷ ଅନୁସାରେ କୃତିକା ନକ୍ଷତ୍ରର ସ୍ବାମୀ ସୂର୍ଯ୍ୟ ଦେବ।
3. ଶନି ଗ୍ରହଙ୍କର ରାଶି କେଉଁଟି?
ଶନି ଦେବଙ୍କୁ ମକର ରାଶି ଓ କୁମ୍ଭ ରାଶି ଉପରେ ଆଧିପତ୍ୟ ପ୍ରାପ୍ତ ହୋଇଛି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






