ଧନୁ ରାଶିରେ ବୁଧ ଅସ୍ତ
ଆଷ୍ଟ୍ରୋସେଜର ଏହି ଲେଖାରେ ଆମେ ଆପଣଙ୍କୁ ଧନୁ ରାଶିରେ ବୁଧ ଅସ୍ତ ବିଷୟରେ ସମସ୍ତ ସୂଚନା ପ୍ରଦାନ କରିବୁ। ବୈଦିକ ଜ୍ଯୋତିଷଶାସ୍ତ୍ରରେବୁଧ ଗ୍ରହ ବୁଦ୍ଧି, ତାର୍କିକ କ୍ଷମତା, ବୁଝିବାର ଶକ୍ତି, ନିଜର ଭାବନାକୁ ପ୍ରକାଶ କରିବାର କ୍ଷମତାକୁ ଦର୍ଶାଏ। ବୁଧଙ୍କୁ ଏକ ସ୍ଥିର ଗ୍ରହ ରୂପରେ ଦେଖାଯାଏ। ବୁଧ ବୁଦ୍ଧି, ବାଣୀ, ବ୍ୟବସାୟ ଓ ଯାତ୍ରାର କାରକ ଅଟନ୍ତି। ଏହା ବ୍ୟତୀତ ଏହି ଗ୍ରହଙ୍କୁ ନବଗ୍ରହଙ୍କର ରାଜକୁମରର ଉପାଧି ଦିଅଯାଇଛି ଓ ତାଙ୍କୁ କିଶୋର ମଧ୍ୟ କୁହାଯାଏ। ଏହି କାରଣରୁ ଯେଉଁ ଲୋକଙ୍କ ଉପରେ ବୁଧଙ୍କର ପ୍ରଭାବ ଥାଏ, ସେ ନିଜର ବୟସ ଠାରୁ ଛୋଟ ଲାଗନ୍ତି।
ଏହା ବ୍ୟତୀତ ଜ୍ଯୋତିଷଙ୍କ ଅନୁସାରେ ବୁଧ କିମ୍ବା ସୂର୍ଯ୍ୟଙ୍କର ସମାନ ଘରେ ରୁହନ୍ତି କିମ୍ବା ଡିଗ୍ରୀରେ ନିକଟତର ରୁହନ୍ତି। ଚନ୍ଦ୍ର ରାଶି ଆଧାରରେ, ଏହି ଲେଖାରେ କୁହାଯାଇଛି 18 ଜାନୁଆରୀ 2025ରେ ବୁଧ ଧନୁ ରାଶିରେ ଅସ୍ତ ହେବା ଲୋକଙ୍କର ବ୍ୟବସାୟ, କ୍ୟାରୀଅର, ଶିକ୍ଷା, ପ୍ରେମ ଜୀବନ ଓ ପାରିବାରିକ ଜୀବନ ଇତ୍ୟାଦି ଉପରେ ପ୍ରଭାବ ପକାଇବ। ସାଙ୍ଗରେ, ସକାରାତ୍ମକ ପ୍ରଭାବକୁ ବଢ଼ାଇବା ପାଇଁ ଜ୍ୟୋତିଷୀୟ ଉପାୟ ଜାଣିବେ।
ବୁଧଙ୍କର ଧନୁ ରାଶିରେ ଅସ୍ତ ହେବା ସମୟରେ ସତୋଟି ରାଶିର ଲୋକଙ୍କୁ ସାବଧାନ ରହିବାର ଆବଶ୍ୟକତା ଅଛି। ଆଗକୁ ଏହି ରାଶି ବିଷୟରେ ବିସ୍ତୃତରେ କୁହାଯାଇଛି କିନ୍ତୁ ତାହା ପୂର୍ବରୁ ଏହା ଜାଣି ରଖନ୍ତୁ ଯେ ବୁଧ 18 ଜାନୁଆରୀରେ କେଉଁ ସମୟରେ ଅସ୍ତ ହେଉଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ବୁଧ ଧନୁ ରାଶିରେ ଅସ୍ତ: ସମୟ
ବୁଧ ବହୁତ କମ ସମୟ ପାଇଁ ଗୋଟିଏ ରାଶିରେ ଗୋଚର କରନ୍ତି ଓ ପାଖାପାଖି 23 ଦିନ ଭିତରେ ରାଶି ପରିବର୍ତ୍ତନ କରନ୍ତି। ଏବେ 18 ଜାନୁଆରୀ 2025 ସକାଳ 06:54 ରେ ବୁଧ ଧନୁ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି। ତେବେ ଚାଲନ୍ତୁ ଏବେ ଜାଣିବା ଯେ ଧନୁ ରସିରେ ଅସ୍ତ ହେବ ଲୋକଙ୍କୁ ଓ ଦେଶ-ଦୁନିଆ ଉପରେ କିପରି ପ୍ରଭାବ ପକାଇବ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ବୁଧ ଧନୁ ରାଶିରେ ଅସ୍ତ: ବିଶେଷ କଥା
ବୁଧ ଗ୍ରହଙ୍କର ଧନୁ ରାଶିରେ ଅସ୍ତ ହେବାର ଅର୍ଥ ସେ ସୂର୍ଯ୍ୟଙ୍କର ବହୁତ ନିକଟତର ଅର୍ଥାତ 8 ରୁ 10 ଡିଗ୍ରୀ ଭିତରେ ରୁହନ୍ତି।ସୂର୍ଯ୍ୟ ଗ୍ରହଙ୍କର ବୁଧ ଉପରେ ଶକ୍ତିଶାଳୀ ପ୍ରଭାବ ପଡ଼ିବା ଯୋଗୁଁ ବୁଧଙ୍କର ଶକ୍ତି ଦୁର୍ବଳ ହୋଇଯାଏ। ଜ୍ଯୋତିଷଶାସ୍ତ୍ରରେ ଗ୍ରହଙ୍କର ଅସ୍ତ ଅବସ୍ଥା ସେହି ସ୍ଥିତି ଯେତେବେଳେ କୌଣସି ଗ୍ରହ ନିଜର ସମସ୍ତ ଶକ୍ତି ହରାଇ ଦିଏ ଓ ଶକ୍ତିହୀନ ହୋଇଯାଏ।
ଧନୁ ରାଶି ବିସ୍ତାର ଓ ସାହସିକ ଊର୍ଜାର ପ୍ରତୀକ ଅଟେ ଯେବେକି ବୁଧ ଗ୍ରହ ସଞ୍ଚାର କୌଶଲ ଓ ବୌଦ୍ଧିକ କ୍ଷମତାର କାରକ ଅଟନ୍ତି। ଧନୁ ରାଶିରେ ବୁଧ ଅସ୍ତ ହେବା ପରେ ଏହି ଗୁଣର ମେଳ ହୋଇଥାଏ। ଯେବେ ସୂର୍ଯ୍ୟଙ୍କର ପ୍ରଭାବ ବୁଧଙ୍କ ଉପରେ ଭାରି ପଡ଼ିପାରେ ଓ କେବେ କେବେ ଏହି ଗୁଣକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପାରେ। ଏହି ସ୍ଥିତିରେ ବ୍ୟକ୍ତି ପକ୍ଷରେ ଉଚ୍ଚ ବିଚାର ଓ ଜ୍ଞାନ ପାଇବାର ଆଗ୍ରହ ଥାଏ କିନ୍ତୁ କିନ୍ତୁ ସେଥିରେ ସ୍ପଷ୍ଟତା, ଫୋକସ ଓ ନିଜକୁ ପ୍ରଭାବି ଭାବରେ ପ୍ରକାଶ କରିବା ମାମଲାରେ ସଂଘର୍ଷ କରିବାକୁ ପଡ଼ିପାରେ। ଧର୍ଯ୍ୟ ବିକଶିତ କରି ଓ ନିଜର ସଂଚାର କୌଶଲ ଭଲ କରି ଏହି ସମସ୍ଯାରୁ ମୁକ୍ତି ପାଇପାରିବେ।
ବୁଧ ଧନୁ ରାଶିରେ ଅସ୍ତ ହେବାର ନିମ୍ନଲିଖିତ ବିଶେଷ କଥା:
ବୌଦ୍ଧିକ ସ୍ତରରେ ସଂଘର୍ଷ ଓ ସ୍ପଷ୍ଟତା
- ବୁଧ ବୁଦ୍ଧି, ଯୋଗାଯୋଗ ଏବଂ ଶିକ୍ଷାର ଗ୍ରହ ହୋଇଥିବାବେଳେ ଧନୁ ରାଶି ଉଚ୍ଚ ଜ୍ଞାନ, ଦର୍ଶନଶାସ୍ତ୍ର ଏବଂ ଜଟିଳ ଚିନ୍ତାଧାରା ସହିତ ଜଡ଼ିତ। ଅବଶ୍ୟ, ଯେତେବେଳେ ବୁଧ ଧନୁ ରାଶିରେ ଅସ୍ତ ହୁଅନ୍ତି, ଜଟିଳ ଚିନ୍ତାଧାରାକୁ ବୁଝିବା କିମ୍ବା ସ୍ପଷ୍ଟ ଭାବରେ ପ୍ରକାଶ କରିବାର କ୍ଷମତାର ଅଭାବ ହୋଇପାରେ। ବ୍ୟକ୍ତି ଜଣକ ତାଙ୍କର ଉଚ୍ଚ ଚିନ୍ତାଧାରାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
- ଅଧିକ ଭାବିବା କିମ୍ବା ସରଳ କରିଦେବା: ଏହି ପରିସ୍ଥିତିରେ, ବ୍ୟକ୍ତିର ଧାରଣାକୁ ଅଧିକ ଜଟିଳ କରିବାର ପ୍ରବୃତ୍ତି ଥାଇପାରେ କିମ୍ବା ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଅଧିକ ପରିମାଣରେ ବଢ଼ାଇପାରେ।
ଅପ୍ରାକୃତିକ ଭାବରେ କଥାବାର୍ତ୍ତା କରିବା
- ଧନୁ ରାଶି ଅଗ୍ନି ତତ୍ଵର ଏକ ରାଶି ଏବଂ ଏହା ସିଧାସଳଖ କଥାବାର୍ତ୍ତା ଏବଂ ଇମ୍ପୁଲସିଭ୍ ଗୁଣକୁ ଦର୍ଶାନ୍ତି। ଯେତେବେଳେ ବୁଧ ଏହି ରାଶିରେ ଅସ୍ତ ହୁଅନ୍ତି, ବ୍ୟକ୍ତି ଅସାବଧାନତାର ସହିତ କଥା ହୋଇପାରେ। ଏହାର ପରିଣାମ ବିଷୟରେ ଚିନ୍ତା ନକରି ସେମାନେ କଥାବାର୍ତ୍ତା କରିପାରନ୍ତି ଯେଉଁଥିପାଇଁ ବେଳେବେଳେ ଭୁଲ ବୁଝଅମଣା କିମ୍ବା ପାର୍ଥକ୍ୟର ଭୟ ବଢ଼ିଥାଏ। ।
- ଆଶାବାଦୀ କିନ୍ତୁ ଅସ୍ଥିର: ସେମାନଙ୍କର କଥା ଆଶାବାଦୀ ଏବଂ ଉତ୍ସାହୀ ହୋଇପାରେ କିନ୍ତୁ ସେମାନଙ୍କ ଚିନ୍ତାଧାରାରେ ସ୍ଥିରତାର ଅଭାବ ଦେଖାଯାଏ।
ଧ୍ୟାନ ଦେବାରେ ଅସୁବିଧା
- ଧନୁ ରାଶି ଲୋକମାନଙ୍କର ଦୁଃସାହସିକ କାର୍ଯ୍ୟ ଏବଂ ଅନୁସନ୍ଧାନ କରିବା ପାଇଁ ଇଚ୍ଛା ସେମାନଙ୍କୁ ଅନେକ ସମୟରେ ଅସ୍ଥିର ଏବଂ ବିଭ୍ରାନ୍ତ କରିଥାଏ। ଏହି ଶକ୍ତି ହେତୁ, ଯେତେବେଳେ ବୁଧ ଅସ୍ତ ହୁଅନ୍ତି, କୁଣସି କାର୍ଯ୍ୟ ଉପରେ ଧ୍ୟାନ ରଖିବାରେ ଅସୁବିଧା ହୋଇପାରେ।
- ଶିଖିବାକୁ ନେଇ ଧର୍ଯ୍ୟହୀନତା: ଗୋଟିଏ କାର୍ଯ୍ୟ ସମାପ୍ତ କିମ୍ବା ଆୟତ୍ତ ନକରି ଅନ୍ୟ ଧାରଣା କିମ୍ବା ପ୍ରସଙ୍ଗକୁ ଯିବାର ପ୍ରବୃତ୍ତି ଥାଇପାରେ।
ଅଧିକାର କିମ୍ବା ପାରମ୍ପରିକ ଜ୍ଞାନକୁ ନେଇ ସଂଘର୍ଷ
- ଧନୁ ଆତ୍ମନିର୍ଭରଶୀଳତା ଏବଂ ପ୍ରତିବନ୍ଧକରୁ ମୁକ୍ତ ହେବାର ଇଚ୍ଛାକୁ ଦର୍ଶାନ୍ତି।| ଯେତେବେଳେ ବୁଧ ଏହି ରାଶିରେ ଅସ୍ତ ହୁଅନ୍ତି, ବ୍ୟକ୍ତି ଜଣକ ପାରମ୍ପାରିକ ଭାବରେ କିମ୍ବା ଜ୍ଞାନର ପ୍ରତିଷ୍ଠିତ ନିୟମକୁ ସମ୍ମାନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସେମାନେ ପାରମ୍ପାରିକ ଜ୍ଞାନକୁ ସମ୍ପୂର୍ଣ୍ଣ ବୁଝି ନ ପାରି ପ୍ରଶ୍ନ କିମ୍ବା ପ୍ରତ୍ୟାଖ୍ୟାନ କରିପାରନ୍ତିध।
- ସଂରଚିତ ଶିକ୍ଷା ସହିତ ସମ୍ବନ୍ଧିତ ସମସ୍ଯା: ଏହି ପରିସ୍ଥିତିରେ, ବ୍ୟକ୍ତି ଆନୁଷ୍ଠାନିକ ଶିକ୍ଷା କିମ୍ବା ଏକ ସଂରଚିତ ପରିବେଶକୁ ପ୍ରତିବନ୍ଧକ ଭଳି ଲାଗିପାରେ ଏବଂ ପାରମ୍ପାରିକ ଶିକ୍ଷାଗତ ପରିବେଶରେ ସଂଘର୍ଷ କରିପାରେ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ବୁଧ ଧନୁ ରାଶିରେ ଅସ୍ତ: ବିଶ୍ବ ଉପରେ ପ୍ରଭାବ
ସରକାରୀ ଓ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧ
- ଭାରତ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଲାଭର ହଠାତ ସମ୍ଭାବନା ଅଛି।
- ବୁଧଙ୍କର ଅସ୍ତ ହେବା ଯୋଗୁ ଭାରତ ସମେତ ବିଶ୍ବର ଅନ୍ୟ ମହାଶକ୍ତିଙ୍କୁ ଧନ ହାନିର ଆଶଙ୍କା ଅଛି।
- ପଡ଼ୋଶୀ ଦେଶଙ୍କର ସମ୍ବନ୍ଧ ଓ କଥାବାର୍ତାରେ ହ୍ରାସ ଘାଟିପାରେ ଓ ଏହି କାରଣରୁ ଅନେକ ସୁଯୋଗ ହାତ ଛଡ଼ା ହୋଇପାରେ।
- ବିଶ୍ବ ସ୍ତରରେ ବୁଧଙ୍କର ଅସ୍ତ ହେବା କାନାଡା ଓ ୟୁକେ ପରି ଦେଶଙ୍କର ବ୍ୟବସାୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ।
- ଧନୁ ରାଶିରେ ବୁଧ ଅସ୍ତ ସମୟରେ ପ୍ରମୁଖ ଦେଶଙ୍କ ମଧ୍ୟରେ କୌଣସି ନିଷ୍ପତି ନେବା ପ୍ରତିକୂଳ ପ୍ରମାଣିତ ହୋଇପାରେ ଓ ଏହାର ପରିଣାମସ୍ବରୂପ ପ୍ରମୁଖ ଦେଶଙ୍କ ସହିତ ସମ୍ବନ୍ଧ ଖରାପ ହୋଇପାରେ କିମ୍ବା ଭାଙ୍ଗିପାରେ।
ବ୍ୟବସାୟ, ସୂଚନା ପ୍ରଦ୍ୟୋଗିକୀ ଓ ମିଡିଆ
- ସଫ୍ଟୱେୟାର୍, ଦୂରସଞ୍ଚାର ଓ ନେଟୱର୍କିଂ ପରି କ୍ଷେତ୍ରରେ ହ୍ରାସ ଘାଟିପାରେ ଓ ଏହି କାରଣରୁ ଏହି କ୍ଷେତ୍ରରେ ସମସ୍ଯା ଓ କ୍ଷତି ଦେଖିବାକୁ ମିଳିପାରେ।
- ବୁଧ ଅସ୍ତ ହେବା ଯୋଗୁଁ ନେଟୱର୍କିଂ, ଯାନ ଓ ସଫ୍ଟୱେୟାର୍ କ୍ଷେତ୍ରରେ ମଧ୍ୟ ସମସ୍ଯାା ଆସିବାର ଆଶଙ୍କା ଅଛି।
- ଏହି ସମୟରେ ବ୍ୟବସାୟ ଧୀର ହୋଇପାରେ କିମ୍ବା ସେଥିରେ କ୍ଷତି ହୋଇପାରେ।
ଗୁଢ଼ ବିଜ୍ଞାନ ଓ ଅଧ୍ୟାତ୍ମ
- ଏହି ସମୟରେ ଗୁଢ଼ ବିଜ୍ଞାନ ଇତ୍ୟାଦି କ୍ଷେତ୍ର ବହୁତ ପ୍ରଗତି କରିବ।
- ବୁଧ ବୃହସ୍ପତିଙ୍କର ରାଶି ଧନୁରେ ଅସ୍ତ ହେବାକୁ ଯାଉଛନ୍ତି ସେଥିପାଇଁ ଏହି ସମୟ ଜ୍ଯୋତିଷ, ଟାରୋ ରିଡରଙ୍କୁ ଆଲୋଚନାର ସାମ୍ନା କରିବାକୁ ପଡ଼ିପାରେ।
କ୍ୟାରୀଅରର ହେଉଛି ଟେନ୍ସନ ! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ବୁଧ ଧନୁ ରାଶିରେ ଅସ୍ତ: ସ୍ଟକ ମାର୍କେଟ ଉପରେ ପ୍ରଭାବ
- ଶେୟାର ମାର୍କେଟ ରିପୋର୍ଟ୍ ଅନୁସାରେ ମିଡିଆ ଓ ପ୍ରସାରଣ, ଦୂର ସଞ୍ଚାର ଓ ଡାକ୍ତରଖାନା ପ୍ରବନ୍ଧନ କ୍ଷେତ୍ର ଭଲ ପ୍ରଦର୍ଶନ କରିବେ।
- ବୁଧଙ୍କର ଧନୁ ରାଶିରେ ଅସ୍ତ ହେବା ଯୋଗୁଁ ଟ୍ରାଂସପୋର୍ଟ୍ କର୍ପୋରେଶନର ଉଦ୍ଯୋଗ କାରବାରରେ ହ୍ରାସ ଦେଖିବାକୁ ମିଳିପାରେ।
- ଏହି ସମୟରେ ଅନୁଷ୍ଠାନ, ଆମଦାନୀ ଏବଂ ରପ୍ତାନି କ୍ଷେତ୍ର ସବୁ ସମୃଦ୍ଧ ହେବ।
- ଫାର୍ମାସିଟିକ୍ଯାଲ ଓ ସାର୍ବଜନୀକ ଦାଂ କ୍ଷେତ୍ରରେ ଦୃଢ଼ ପ୍ରଦର୍ଶନ କରିବାର ସଙ୍କେତ ଅଛି।
- ରିସର୍ଚ ଆଣ୍ଡ ଡେଭେଲପମେନ୍ଟ କ୍ଷେତ୍ରରେ ମଧ୍ୟ ପ୍ରଗତି ଦେଖିବାକୁ ମିଳିପାରେ।
ବୁଧ ଧନୁ ରାଶିରେ ଅସ୍ତ: ଏହି ରାଶିର ଲୋକଙ୍କର ହେବ କ୍ଷତି
ମେଷ ରାଶି
ମେଷ ରାଶିର ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ବୁଧ ଗ୍ରହ ଅଟନ୍ତି ଓ ଏବେ ଧନୁ ରାଶିରେ ଅସ୍ତ ହେବା ସମୟରେ ଆପଣଙ୍କର ନବମ ଘରେ ରହିବେ।ଧନୁ ରାଶିରେ ବୁଧ ଅସ୍ତ ସମୟରେ ମେଷ ରାଶିର ଲୋକଙ୍କୁ ନିଜର ପିତାଙ୍କର ମାର୍ଗଦର୍ଶନ ମିଳିବ।
ଆପଣଙ୍କର ଏଡଭାନ୍ସ ପାଠ୍ୟକ୍ରମ ସମାପ୍ତ କରିବାକୁ ଆପଣ କଠିନ ପରିଶ୍ରମ କରିବେ କିନ୍ତୁ ବୁଧଙ୍କର ଅସ୍ତ ସମୟରେ ଏଥିରେ ସଫଳତା ପାଇବାର ସମ୍ଭାବନା କମ ଅଛି। ଦୂର ଯାତ୍ରା କିମ୍ବା ତୀର୍ଥଯାତ୍ରାରେ ବାଧା ସୃଷ୍ଟି ହେବାର ସମ୍ଭାବନା ଅଛି। ଆପଣ ନିଜର ଭଲ କାର୍ଯ୍ୟ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବେ ଏବଂ ଏହା ସହିତ ଆପଣଙ୍କର ଆଗ୍ରହ ମଧ୍ୟ ଆଧ୍ୟାତ୍ମିକ ପଥ ଆଡ଼କୁ ବୃଦ୍ଧି ପାଇବ, କିନ୍ତୁ ଆପଣ ଏହି ସମୟ ମଧ୍ୟରେ ଆଧ୍ୟାତ୍ମିକ ପଥ ଅନୁସରଣ କରିବାରେ ସମର୍ଥ ନ ହୋଇପାରନ୍ତି। ବୁଧଙ୍କର ଆପଣଙ୍କର ତୃତୀୟ ଘର ଉପରେ ପଡ଼ୁଥିବା ଦୃଷ୍ଟି ଯୋଗୁଁ ଆପଣଙ୍କର ନିଜର ଛୋଟ ଭାଇ-ଭଉଣୀଙ୍କ ସହିତ ଝଗଡ଼ା ହୋଇପାରେ।
ମିଥୁନ ରାଶି
ମିଥୁନ ରାଶିର ପ୍ରଥମ ଓ ଚତୁର୍ଥ ଘରର ସ୍ବାମୀ ବୁଧ ଗ୍ରହ ଓ ଏବେ ସେ ଆପଣଙ୍କର ସପ୍ତମ ଘରେ ଅସ୍ତ ହେବାକୁ ଯାଉଛନ୍ତି। ବୁଧଙ୍କର ଚତୁର୍ଥ ଘରର ସ୍ବାମୀ ହେବା ଯୋଗୁଁ ବିବାହିତ ଲୋକଙ୍କୁ ନିଜର ଜୀବନସାଥୀ ସହିତ ସମ୍ପର୍କ ରଖିବାରେ ସମସ୍ଯା ହୋଇପାରେ। ଆପଣ ଓ ଆପଣଙ୍କର ପାର୍ଟନର ଘରେ ଶାନ୍ତିପୂର୍ଣ ପରିବେଶ ରଖିବାକୁ ଅସମର୍ଥ ହେବେ।
ଯଦି ଆପଣ ଏକ ଗାଡ଼ି କିମ୍ବା ସମ୍ପତ୍ତି କିଣିବାକୁ ଚାହାଁନ୍ତି, ସେଥିପାଇଁ ଏହା ଉପଯୁକ୍ତ ସମୟ ନୁହେଁ। ଯେହେତୁ ବୁଧ ବ୍ୟବସାୟର ଗ୍ରହ, ତେଣୁ ଧନୁ ରାଶିରେ ବୁଧଙ୍କର ଅସ୍ତ ହେବାବେଳେ ଆପଣ କୁଣସି ନୂତନ ବ୍ୟବସାୟ ଡୀଲରେ ସ୍ୱାକ୍ଷର କରିବା ଠାରୁ ଦୂରେଇ ରହିବା ଉଚିତ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ବୁଧ ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ ଓ ଏବେ ଆପଣଙ୍କର ପଞ୍ଚମ ଘରେ ଅସ୍ତ ହେବାକୁ ଯାଉଛନ୍ତି। ଆପଣଙ୍କୁ ନିଜର ସନ୍ତାନର ଶିକ୍ଷା ଓ ବିକାଶକୁ ନେଇ ଧନ ବିନିଯୋଗ କରିବାକୁ ପଡ଼ିପାରେ। ପଞ୍ଚମ ଘର ଜୁଆ ଓ ସ୍ଟକ ମାର୍କେଟକୁ ମଧ୍ୟ ଦର୍ଶାଏ। ବୁଧଙ୍କର ଅସ୍ତ ହେବା ସମୟରେ ଆପଣଙ୍କୁ ବଡ଼ ବିନିଯୋଗରେ ଧନ ହାନି ହେବାର ଆଶଙ୍କା ଅଛି ସେଥିପାଇଁ ଆପଣ ବିନିଯୋଗ ସମୟରେ ସାବଧାନ ରୁହନ୍ତୁ।
ବୁଧ ବୁଦ୍ଧିର କାରକ ଗ୍ରହ ସେଥିପାଇଁ ଛାତ୍ରଙ୍କୁ ଏହି ସମୟରେ ଧ୍ୟାନ ରଖି ପଢ଼ିବାରେ ଅସୁବିଧା ହୋଇପାରେ।ଧନୁ ରାଶିରେ ବୁଧ ଅସ୍ତ ହେବା ଦ୍ବାରା ବୁଧଙ୍କ ଆମ୍ବନ୍ଧୀତ ପାଠ୍ୟକ୍ରମ ଯେପରି ଲେଖା, ଗଣିତ, ମାସ କମ୍ଯୁନିକେଶନ ଓ ଅନ୍ୟ କୌଣସି ଭାଷା ପଢ଼ୁଥିବା ଛାତ୍ରଙ୍କର ଶିଖିବା କ୍ଷମତା ପ୍ରଭାବିତ ହୋଇପାରେ। ଆପଣଙ୍କୁ କୋର୍ସକୁ ପୂରଣ କରିବାରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ବୁଧ ଧନୁ ରାଶିରେ ଅସ୍ତ: ଏହି ରାଶିର ଲୋକଙ୍କୁ ହେବ ଲାଭ
ବୃଷ ରାଶି
ବୃଷ ରାଶ ଲୋକଙ୍କର ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ ବୁଧ ଗ୍ରହ ଓ ଏବେ ସେ ଆପଣଙ୍କର ଅଷ୍ଟମ ହଜରେ ଅସ୍ତ ହେବାକୁ ଯାଉଛନ୍ତି। ବୃଷ ରାଶିର ଲୋକଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ ନାହିଁ।। ଜାତକରେ ଅଷ୍ଟମ ଘରର ସମ୍ବନ୍ଧ ହଠାତ ଘଟଣା କିମ୍ବା ପରିବର୍ତ୍ତନ ସହିତ ଅଛି।
ସମ୍ଭାବନା ଅଛି ଯେ ଆପଣଙ୍କର ଚାକିରି ପଳାଇ ଯାଇପାରେ କିମ୍ବା ଯେଉଁ ପ୍ରୋମୋସନର ଆପଣ ଆଶା କରୁଛନ୍ତି, ତାହା ଆପଣଙ୍କୁ ନ ମିଳିପାରେ। ଏହା ବ୍ୟତୀତ ଆପଣଙ୍କୁ ପଇସା ମିଳିବାରେ ଡେରି ହୋଇପାରେ କିମ୍ବା ଆପଣଙ୍କୁ ବୃତ୍ତିଗତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
କର୍କଟ ରାଶି
କର୍କଟ ରାଶିର ଷଷ୍ଠ ଘରେ ବୁଧ ଅସ୍ତ ହେବାକୁ ଯାଉଛନ୍ତି ଏବଂ ଏହି ରାଶିର ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ବୁଧ ଗ୍ରହ ଅଟନ୍ତି। ଦ୍ଵାଦଶ ଘରର ସ୍ବାମୀ ଷଷ୍ଠ ଘରେ ରହିବା ଯୋଗୁଁ ଆପଣଙ୍କୁ କୋର୍ଟ କଚେରୀ ମାମଲା କିମ୍ବା ବିଲ ଇତ୍ୟାଦିକୁ ନେଇ ସମସ୍ଯା, ଡେରି କିମ୍ବା ନିରାଶ ହେବାର ଆଶଙ୍କା ଅଛି। ଏହି ପ୍ରକାର ଏହି ସମୟ ଆପଣଙ୍କ ପାଇଁ ସମସ୍ଯା ଆଣିପାରେ।
ଯଦି ଆପଣ ଋଣ ନେଇଛନ୍ତି, ତେବେ ଏହି ସମୟରେ ତାହାକୁ ନ ଶୁଝି ପାରିବା ଯୋଗୁଁ ଆପଣଙ୍କର ଚିନ୍ତା ବଢ଼ିପାରେ। ଆପଣଙ୍କର ଖର୍ଚ୍ଚ ବଢ଼ିବାର ଦେଖାଯିବ। ଏହି କାରଣରୁ ଆପଣ ସମସ୍ଯାରେ ପଡ଼ି ପାରନ୍ତି ଓ ଆପଣ ବୁଝି ପରିବେଣୀ ଆପଣଙ୍କୁ କ’ଣ କରିବା ଉଚିତ।
ବୁଧଙ୍କର ଧନୁ ରାଶିରେ ଗୋଚର କରିବା ସମୟରେ କରନ୍ତୁ ପ୍ରତିକାର
- ବୁଧ ଗ୍ରହଙ୍କର ପୂଜା କରିବାର ସବୁଠାରୁ ଭଲ ଉପାୟ ହେଉଛି ଭଗବାନ ବୁଧଙ୍କର ‘ଓଁ ବ୍ରାଂ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ ଜପ କରନ୍ତୁ।
- ବୁଧଙ୍କୁ ଶାନ୍ତ କରିବା ପାଇଁ ଆପଣ ଶୁଆ, ପାରା ଓ ଅନ୍ୟ ପକ୍ଷୀଙ୍କୁ ଦାନା ଦେଇପାରିବେ।
- ବୁଧଙ୍କର ଅଶୁଭ ପ୍ରଭାବକୁ କମ କରିବା ପାଇଁ ନିୟମିତ ଭାବରେ ନିଜେ ଭୋଜନ କରିବା ପୂର୍ବରୁ ପ୍ରଥମେ ଗାଈକୁ ଚାରା ଦିଅନ୍ତୁ।
- ସବୁଜ ପରିବା ଯେପରି ପାଳଙ୍ଗ ଶାଗ ଓ ଅନ୍ୟ ପତ୍ର ଜାତୀୟ ପାରିବା ଖାସକରି ଗରିବ ପିଲାଙ୍କୁ ଖୁଆନ୍ତୁ କିମ୍ବା ଦାନ କରନ୍ତୁ।
- ଓଦା ସବୁଜ ମୂଗ ଡାଲି ପକ୍ଷୀଙ୍କୁ ଖୁଆନ୍ତୁ ଓ ଏହା ଦ୍ବାରାଜାତକରେ ବୁଧଙ୍କର ସ୍ଥିତି ଦୃଢ଼ ହେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଗ୍ରହ ଅସ୍ତ ହେବାର ଅର୍ଥ କ’ଣ ?
ଯେତେବେଳେ ଗୋଟିଏ ଗ୍ରହ ସୂର୍ଯ୍ୟଙ୍କଠାରୁ କିଛି ଡିଗ୍ରୀ ଦୂରକୁ ପଳାଇଯାଏ, ସେତେବେଳେ ଏହା ଅସ୍ତ ବୋଲି ଧରାଯାଏ।
2. କ’ଣ ବୁଧ ପ୍ରାୟତଃ ଅସ୍ତ ହୁଅନ୍ତି?
ହଁ, ସୂର୍ଯ୍ୟଙ୍କ ନିକଟତର ହେବା ହେତୁ ବୁଧ ପ୍ରାୟତଃ ଅସ୍ତ ହୁଅନ୍ତି।
3. କ’ଣ ଧନୁ ରାଶିରେ ବୁଧ ଆରାମଦାୟକ ଅଟନ୍ତି?
ହଁ, ଅଧିକାଂଶ ସମୟରେ ବୁଧ ଧନୁ ରାଶିରେ ଆରାମଦାୟକ ଅଟନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






