ଗୁରୁ ମିଥୁନ ରାଶିରେ ମାର୍ଗୀ
ଆଷ୍ଟ୍ରୋସେଜ ଏଆଇ ନିଜର ପାଠକଙ୍କୁ ଜ୍ଯୋତିଷ ଦୁନିଆରେ ହେବାକୁ ଥିବା ପ୍ରତ୍ଯେକ ଛୋଟ-ବଡ଼ ପରିବର୍ତ୍ତନ ବିଷୟରେ ସମୟ ସମୟରେ ଅବଗତ କରାଇଥାଏ। ଏବେ 04 ଫେବ୍ରୁୟାରୀ 2025 ଦ୍ଵିପ୍ରହର 01:46 ରେ ଗୁରୁ ମିଥୁନ ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି। ଆମର ଏହି ଲେହ ଗୁରୁଙ୍କର ମାର୍ଗୀ ସମ୍ବନ୍ଧିତ ସମସ୍ତ ସୂଚନା ପ୍ରଦାନ କରିବ। ଏହି ମାର୍ଗୀ ଅବସ୍ଥା ସମସ୍ତ 12ଟି ରାଶି ସହିତ ଦେଶ ବିଦେଶକୁ କିପରି ପ୍ରଭାବିତ କରିବ, ତାହା ମଧ୍ୟ ଜଣାଇବ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହାନ୍ତି ଯେ ଗୁରୁଙ୍କର ମାର୍ଗୀ ଚଳନ କିପରି ପରିଣାମ ଦେବ, ତେବେ ଏହି ଲେଖା ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ସନ୍ତାନର ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସମସ୍ତ ଗ୍ରହ ତୁଳନାରେ ଶନି ଦେବଙ୍କ ପାରେ ବୃହସ୍ପତି ଗ୍ରହଙ୍କୁ ନିଜର ରାଶି ଚକ୍ର ସମ୍ପୂର୍ଣ କରିବାରେ ବହୁତ ସମୟ ଲାଗିଯାଏ। କହି ରଖୁଛୁ ଯେ ଗୋଟିଏ ରାଶିରୁ ଅନ୍ୟ ରାଶିରେ ପ୍ରବେଶ କରିବାରେ 13 ମାସ ସମୟ ଲାଗିଯାଏ ଓ ଏହି ପ୍ରକାର ଏହା ପ୍ରତ୍ଯେକ ରାଶିରେ 13 ମାସ ରୁହନ୍ତି।
ଜ୍ୟୋତିଷୀୟ ଦୃଷ୍ଟିରୁ ଗୁରୁ ମାର୍ଗୀର ମହତ୍ଵ
ଜ୍ଯୋତିଷରେ ଗୁରୁ ଗ୍ରହଙ୍କର ମାର୍ଗୀ ହେବାର ଅର୍ଥ ସେହି ଅବସ୍ଥା ଯେତେବେଳ ଗ୍ରହ ଓଲଟା ଚାଲିରୁ ପୁନର୍ବାର ଆଗକୁ ବଢ଼ିବାକୁ ଲାଗିଥାଏ। ସରଳ ଶବ୍ଦରେ କହିଲେ, ଯେତେବେଳେ ପୃଥିବୀରୁ କୌଣସି ଗ୍ରହକୁ ତା’ର କକ୍ଷପଥରେ ପୁନର୍ବାର ସୂର୍ଯ୍ୟ ଡ଼କୁ ଗତି କରୁଥିବାର ଦେଖାଯାଏ, ତାହାକୁ ଗ୍ରହର ମାର୍ଗୀ ଗତି କୁହାଯାଏ। କହି ରଖୁଛି ଯେ ଗୁରୁ ଗ୍ରହଙ୍କୁ ନିଜର ରାଶି ଚକ୍ର ସମ୍ପୂର୍ଣ କରିବାରେ ପାଖାପାଖି 12 ବର୍ଷ ଲାଗିଥାଏ ଓ ପ୍ରତି ବର୍ଷ ବୃହସ୍ପତି ଦେବ ପାଖାପାଖି 4 ମାସ ବକ୍ରୀ ଅବସ୍ଥାରେ ଥାଆନ୍ତି। ଯେବେ ସେ ମାର୍ଗୀ ହୁଅନ୍ତି, ତେବେ ସେ ଆଗକୁ ବଢ଼ିବାକୁ ଲାଗନ୍ତି।
ବୃହସ୍ପତି ଦେବ ବିସ୍ତାର, ସମୃଦ୍ଧି, ଜ୍ଞାନ ଓ ଉଚ୍ଚ ଶିକ୍ଷାର ଗ୍ରହ କୁହଯାଏ। ଯେବେ ସେ ମାର୍ଗୀ ଅବସ୍ଥାରେ ଆସନ୍ତି ତେବେ ସେ ଏହି ସବୁ କ୍ଷେତ୍ରରେ ସକାରାତ୍ମକ ପରିଣାମ ଦେବା ଆରମ୍ଭ କରନ୍ତି। ପ୍ରଗତି ଓ ସଫଳତାର ସୁଯୋଗ ଲୋକଙ୍କୁ ପ୍ରଦାନ କରନ୍ତି। ଗୁରୁ ଗ୍ରହଙ୍କର ମାର୍ଗୀ ଅବସ୍ଥାରେ ଆସିବା ଏମାନଙ୍କର ସମ୍ପୂର୍ଣ ଧ୍ୟାନ ଆଗକୁ ବଢ଼ିବା ଉପରେ କେନ୍ଦ୍ରିତ ଥାଏ। ଏହି ଅବଧିରେ ଲୋକ ଶାରୀରିକ ଓ ମାନସିକ ରୂପରେ ନିଜର ଲକ୍ଷ ପାଇବା ପ୍ରତି ଆତ୍ମବିଶ୍ବାସ ରେ ଭରି ରୁହନ୍ତି ଓ ଅଧିକରୁ ଅଧିକ ଯାତ୍ରା କରୁଥିବା ଦେଖା ଯାଆନ୍ତି।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଏହା ବ୍ୟତୀତ, ଗୁରୁ ଗ୍ରହ ସ୍ୟଭାଗ୍ୟ, ନୂଆ ଆଇଡିୟା ଓ ପରମ୍ପରା ସହିତ ମଧ୍ୟ ସମ୍ବନ୍ଧିତ। ଯେବେ ଗୁରୁ ନିଜର ମାର୍ଗୀ ଅବସ୍ଥାରେ ଥାଆନ୍ତି, ତେବେ ସେ ଆପଣଙ୍କ ପାଇଁ ଅନେକ ସୁଯୋଗ ଓ ସମ୍ଭାବନା ଆଣି ଆସନ୍ତି। ଏହି ସମୟ ଫିଲସଫି, ଶିକ୍ଷା ଓ ସଂସ୍କୃତି ବିଷୟରେ ଜାଣିବା ପାଇଁ ଶ୍ରେଷ୍ଠ ହୋଇଥାଏ।
ଗୁରୁ ମିଥୁନ ରାଶିରେ: ବିଶେଷ କଥା
ଯେତେବେଳେ ବୃହସ୍ପତିଙ୍କ ଲାଭଦାୟକ ଗୁଣଗୁଡ଼ିକ ମିଥୁନ ରାଶିର କୌତୁହଳପୂର୍ଣ ଏବଂ ଉତ୍କୃଷ୍ଟ ଯୋଗାଯୋଗ ଦକ୍ଷତା ସହିତ ମିଶିଯାଏ, ସେତେବେଳେ ଏହା କିଛି ଅତ୍ୟନ୍ତ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରେ। ଆସନ୍ତୁ ଜାଣିବା ଯେ ମିଥୁନ ରାଶିରେ ଗୁରୁ ମାର୍ଗୀ ସ୍ଥିତି କ’ଣ ଦର୍ଶାଉଛି:
ଜିଜ୍ଞାସା ଏବଂ ବୁଦ୍ଧିରେ ବୃଦ୍ଧି
- ଯେଉଁ ଲୋକଙ୍କ କୁଣ୍ଡଳୀରେ ମିଥୁନ ରାଶିରେ ବୃହସ୍ପତି ଥାଆନ୍ତି, ସେମାନେ ପ୍ରାୟତଃ ଜିଜ୍ଞାସୁ ସ୍ୱଭାବର ଏବଂ ଜ୍ଞାନ ଆହରଣ କରିବାର ଗଭୀର ଇଚ୍ଛା ରଖନ୍ତି। ଏହି ଲୋକଙ୍କୁ ନୂଆ ନୂଆ ଜିନିଷ ଶିଖିବା, ନୂଆ ବିଷୟ ଖୋଜିବା ଓ ଡିବେଟ୍ ରେ ଭାଗ ନେବାକୁ ଭଲ ଲାଗେ।
- ଏହି ଲୋକମାନଙ୍କର ବୁଦ୍ଧି ବହୁତ ତୀକ୍ଷ୍ଣ, ତେଣୁ ସେମାନଙ୍କୁ କୌଣସି ନୂତନ ଧାରଣା କିମ୍ବା କୌଣସି ନୂତନ ଜିନିଷ ଶିଖିବାକୁ ଅଧିକ ସମୟ ଲାଗେ ନାହିଁ। ସେମାନଙ୍କ ବ୍ୟକ୍ତିତ୍ୱ ଏପରି ଏକ ପରିବେଶରେ ବିକଶିତ ହୁଏ ଯେଉଁଠାରେ ସେମାନେ ପ୍ରତିଦିନ ନୂଆ ସୂଚନା ପାଆନ୍ତି କିମ୍ବା କିଛି ନୂଆ ଶିଖନ୍ତି।
ଦୃଢ଼ ଯୋଗାଯୋଗ ଦକ୍ଷତା
- ମିଥୁନ ରାଶିରେ ବୃହସ୍ପତି ଥିବା ଲୋକଙ୍କର ସବୁଠାରୁ ଶକ୍ତିଶାଳୀ କ୍ଷେତ୍ର ହେଉଛି ସେମାନଙ୍କର ଉତ୍କୃଷ୍ଟ ଯୋଗାଯୋଗ ଦକ୍ଷତା। ଏପରି ଲୋକମାନେ ଅନ୍ୟମାନଙ୍କ ସମ୍ମୁଖରେ ସେମାନଙ୍କର ଚିନ୍ତାଧାରା ସ୍ପଷ୍ଟ ଭାବରେ ଉପସ୍ଥାପନ କରନ୍ତି ଏବଂ ବକ୍ତା କିମ୍ବା ଲେଖକ ହୋଇପାରନ୍ତି।
- ଏହି ଲୋକମାନେ ସାମାଜିକ ଜୀବନରେ ମିଳା-ମିଶା କରିବାକୁ ପସନ୍ଦ କରନ୍ତି।ଏମାନଙ୍କୁ ଡିବେଟ୍ ରେ ଭାଗ ନେବା ଓ ଜ୍ଞାନକୁ ଅନ୍ୟ ସହିତ ବାଣ୍ଟିବା ଭଲ ଲାଗେ। ସଞ୍ଚାର କୌଶଲ ବଳରେ ଲୋକଙ୍କ ସହିତ ଜଡ଼ିତ ହେବା ଯୋଗୁଁ ଏମାନେ ନେଟୱର୍କିଂ ଓ କାନେକଶେନ ତିଆରି କରିବାରେ ସଫଳ ହୁଅନ୍ତି।
ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତି
- ଯେଉଁମାନଙ୍କର ଜନ୍ମ କୁଣ୍ଡଳୀରେ ବୃହସ୍ପତି ମିଥୁନ ରାଶିରେ ଅବସ୍ଥିତ, ସେମାନେ ଶୀଘ୍ର କିଛି ଶିଖିଯାଆନ୍ତି। ଏହି ଲୋକମାନେ ସହଜରେ ଗୋଟିଏ ବିଷୟ, କାର୍ଯ୍ୟ କିମ୍ବା ଧାରଣାରୁ ଅନ୍ୟ ଏକ ବିଷୟକୁ ପରିବର୍ତ୍ତନ କରିପାରନ୍ତି। ଏହି ଲୋକମାନେ ଏକ ସ୍ଥିର ଦିନଚର୍ଯ୍ୟା ଅନୁସରଣ କରିବା ପରିବର୍ତ୍ତେ ପ୍ରତିଦିନ କିଛି ନୂଆ କରିବାରେ ବିଶ୍ୱାସ କରନ୍ତି।
- ଏହି ଗୁଣ ଏହି ଲୋକଙ୍କୁ ମଲ୍ଟି ଟ୍ଯାଲେନ୍ଟେଡ କରିଥାଏ ସେଥିପାଇଁ ଏହି ଲୋକ ଗୋଟିଏ ସମୟରେ ଗୋଟିଏ ରୁ ଅଧିକ ପ୍ରୋଜେକ୍ଟ କିମ୍ବା କାର୍ଯ୍ୟ କରି ପାରନ୍ତି।
ଅସ୍ଥିରତା ଏବଂ ମାନସିକ ଉତ୍ତେଜନା
- ଆମେ ଆପଣଙ୍କୁ କହିଛୁ ଯେ ଏମାନେ ନୂଆ ଜିନିଷ ଶିଖିବାକୁ ପସନ୍ଦ କରନ୍ତି, କିନ୍ତୁ ମିଥୁନରେ ବୃହସ୍ପତି ଥିବାରୁ, ଯଦି ସେମାନେ ମାନସିକ ଭାବରେ ସକ୍ରିୟ ନ ଥାନ୍ତି, ତେବେ ସେମାନେ ସହଜରେ ବିରକ୍ତ ହୋଇପାରନ୍ତି। ଏହି ଲୋକମାନେ ନୂତନ ଅଭିଜ୍ଞତା ହାସଲ କରିବାକୁ ଆଗ୍ରହୀ କିମ୍ବା ନିଜ ମନକୁ ସ୍ଥିର ରଖିବା ପାଇଁ କିଛି କରୁଥିବାର ଦେଖାଯାଇପାରନ୍ତି।
- ଏହି ଲୋକଙ୍କ ପାଇଁ ଜୀବନରେ ଗୋଟିଏ ରାସ୍ତାରେ ଚାଲିବ କଷ୍ଟକର ହୋଇପାରେ କାରଣ ଏମାନେ ପ୍ରତି ଦିନ କିଛି ନୂଆ ଜିନିଷକୁ ପ୍ରାଥମିକତା ଦେଇଥାନ୍ତି।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ସାମାଜିକ ଜୀବନ ଏବଂ ଖୋଲା ମନ
- ଗୁରୁଙ୍କର ମିଥୁନ ରାଶିରେ ରହିବା ଲୋକଙ୍କୁ ବହୁତ ମିଶାଣିଆ ଓ ଖୋଲା ବିଚାରର କରିଥାଏ। ଏମାନେ ନୂଆ ଆଇଡିୟା, ସଂସ୍କୃତି ଓ ପରମ୍ପରାରେ ବିଶ୍ବାସ ରଖନ୍ତି। ଏହି ଲୋକ ପେୟତଃ ସକାରାତ୍ମକ ଦୃଷ୍ଟିକୋଣ ରଖନ୍ତି ଓ ଜୀବନକୁ ବିଭିନ୍ନ ଭାବରେ ବଞ୍ଚିବାରେ ବିଶ୍ବାସ ରଖନ୍ତି।
- ଏମାନେ ଅଲଗା ଅଲଗା କ୍ଷେତ୍ର ସହିତ ସମ୍ବନ୍ଧ ରଖିଥିବା ଲୋକଙ୍କ ସହିତ ସମ୍ପର୍କ ରଖିବାରେ ପାରଙ୍ଗମ ହୋଇଥାନ୍ତି ସେଥିପାଇଁ ଏମାନଙ୍କର ସାମାଜିକ ଜୀବନ ବହୁତ ବ୍ୟାପକ ହୋଇଥାଏ।
ବୁଦ୍ଧିମତ୍ତା
- ବୃହସ୍ପତିଙ୍କୁ ବିସ୍ତାର ଏବଂ ପ୍ରଗତିର ଗ୍ରହ ଭାବରେ ବିବେଚନା କରାଯାଏ ଏବଂ ମିଥୁନ ରାଶିରେ ତାଙ୍କର ଉପସ୍ଥିତି ବ୍ୟକ୍ତିର ଜ୍ଞାନ ବୃଦ୍ଧି କରେ। ଏହା ସହିତ, ସେମାନଙ୍କ ମନରେ ଆସୁଥିବା ଧାରଣାଗୁଡ଼ିକ ପ୍ରତି ସେମାନଙ୍କର ଆତ୍ମବିଶ୍ୱାସକୁ ଦୃଢ଼ କରେ। ତେଣୁ, ଏହି ଲୋକମାନେ ଅନୁଭବ କରିପାରନ୍ତି ଯେ ବୌଦ୍ଧିକ ଏବଂ ମାନସିକ ବିକାଶ ହେଉଛି ବ୍ୟକ୍ତିଗତ ଅଭିବୃଦ୍ଧିର ଚାବିକାଠି।
- ଯେବେ କଥା ଆସେ ସଞ୍ଚାର କୌଶଲର, ଏହି ଲୋକଙ୍କର କହିବା କଥା ଯେ କଥାବାର୍ତ୍ତା, ପାରସ୍ପରିକ ବୁଝାମଣା ଓ ଶିଖିବା ସାହାଜ୍ୟରେ ପ୍ରତ୍ଯେକ ସମସ୍ଯା ଦୂର କରାଯାଇ ପାରିବ।
ଭ୍ରମଣ ଏବଂ ଅନୁସନ୍ଧାନ
- ମିଥୁନ ରାଶିର ସମ୍ବନ୍ଧ ବୁଦ୍ଧି, ଅଳ୍ପ ଦୂର ଯାତ୍ରା ଓ ସଞ୍ଚାର ସହିତ ଅଛି। ଯେଉଁ ଲୋକଙ୍କ କୁଣ୍ଡଳୀରେ ଗୁରୁ ମିଥୁନ ରାଶିରେ ଥାଆନ୍ତି, ତାଙ୍କୁ ଶିଖିବା, ନୂଆ ସଂସ୍କୃତିକୁ ଜାଣିବା କିମ୍ବା ନୂଆ ଲୋକଙ୍କ ସହିତ ମିଶିବା ସମ୍ବନ୍ଧରେ ଯାତ୍ରା କରିବାକୁ ପଡ଼ିଥାଏ।
- ଏହି ଲୋକମାନେ ରୋମାଞ୍ଚକର ସ୍ଥାନକୁ ଯିବା ଅପେକ୍ଷା ସେମିନାରରେ ଯୋଗଦେବା, ପାଠ ପଢ଼ିବା କିମ୍ବା ବିଭିନ୍ନ କ୍ଷେତ୍ରର ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି। ସରଳ ଭାଷାରେ କହିବାକୁ ଗଲେ, ସେମାନେ ଏପରି କାମ କରିବାକୁ ଆଗ୍ରହୀ ଯେଉଁଠାରେ ସେମାନେ ସେମାନଙ୍କର ବୁଦ୍ଧିମତା ବ୍ୟବହାର କରିପାରିବେ।
ଯେଉଁମାନଙ୍କର କୁଣ୍ଡଳୀରେ ବୃହସ୍ପତି ମିଥୁନ ରାଶିରେ ଅବସ୍ଥିତ, ସେମାନେ ବୁଦ୍ଧିମାନ, ସାହସୀ, ଜିଜ୍ଞାସୁ ଏବଂ ପ୍ରତିଭାଶାଳୀ ହୋଇଥାନ୍ତି। ସେମାନେ ଏପରି ଏକ ପରିବେଶରେ ରହିବାକୁ ପସନ୍ଦ କରନ୍ତି ଯେଉଁଠାରେ ସେମାନଙ୍କର ବୁଦ୍ଧିମତ୍ତା ବିକଶିତ ହୋଇପାରିବ ଏବଂ ସେମାନେ ଅନ୍ୟମାନଙ୍କ ସହିତ ନିଜର ଧାରଣା ବାଣ୍ଟି ପାରିବେ।ଗୁରୁ ମିଥୁନ ରାଶିରେ ମାର୍ଗୀ ଅନୁଯାୟୀଏହି ଲୋକ ବିଚଳିତ ନଜର ଆସିପାରନ୍ତି,କିନ୍ତୁ ଅନ୍ୟଙ୍କୁ ଜାଣିବା ଓ ନୂଆ ସୂଚନା ହାସଲ କରିବାର କ୍ଷମତା ଏମାନଙ୍କୁ ଆକର୍ଷକ କରିଥାଏ।
ମିଥୁନ ରାଶିରେ ଗୁରୁ ମାର୍ଗୀ: ବିଶ୍ବ ଉପରେ ପ୍ରଭାବ
ସରକାର ଏବଂ ଅଧିକାରୀ
- ସରକାରରେ ଉଚ୍ଚ ପଦରେ ଥିବା ଅଧିକାରୀ ଓ ରାଜନେତା ଦେଶ ବିଦେଶର ଆବଶ୍ୟକତାକୁ ଧ୍ୟାନରେ ରଖି କିଛି ନିୟମରେ ପରିବର୍ତ୍ତନ କରୁଥିବା ଦେଖାଯିବେ।
- ଗୁରୁ ମାର୍ଗୀ ସମୟରେ ଯଦି ସରକାର ଓ ନେତା ଜନତାଙ୍କ ମଧ୍ୟରେ ଭାବି ଚିନ୍ତି କଥା କହିବେ ନାହିଁ, ତେବେ ସମସ୍ଯା ବଢ଼ିପାରେ। ଏପରି ପରିସ୍ଥିତି ଆପଣଙ୍କ ପାଇଁ ସମସ୍ଯା ଆଣିପାରେ।
- ଦେଶ ଦୁନିଆରେ ସ୍ବାସ୍ଥ୍ୟ କ୍ଷେତ୍ରରେ ସ୍ୱାସ୍ଥ୍ୟଗତ ବ୍ୟବଧାନ ଦେଖାଦେବ, ତେଣୁ ଆପଣ ସେଗୁଡ଼ିକର ମୁକାବିଲା କରିବାକୁ ପ୍ରସ୍ତୁତ ରହିପାରିବେ।
ଶିଖେ ଏବଂ ତାହା ସମ୍ବନ୍ଧିତ କ୍ଷେତ୍ର
- ଯେଉଁମାନେ ଚାକିରି ଆଲୋଚନା କିମ୍ବା ବ୍ୟବସାୟ, ଆର୍ଥିକ ପରିଚାଳନା, ବ୍ୟାଙ୍କିଂ କିମ୍ବା କୌଣସି ବ୍ୟାଙ୍କ ସମ୍ବନ୍ଧୀୟ ପ୍ରତିଷ୍ଠାନ ସହିତ ଜଡ଼ିତ, ସେମାନେ ଏହି ସମୟ ମଧ୍ୟରେ ହ୍ରାସର ସମ୍ମୁଖୀନ ହୋଇପାରନ୍ତି।
- ଶିକ୍ଷା କ୍ଷେତ୍ର ସହିତ ଜଡ଼ିତ ପରାମର୍ଶଦାତା, ଶିକ୍ଷକ, ପ୍ରଶିକ୍ଷକ କିମ୍ବା ପ୍ରଫେସର ଭାବରେ କାର୍ଯ୍ୟ କରୁଥିବା ଲୋକମାନେ ଗୁରୁ ମାର୍ଗୀ ସମୟରେ ଉପକୃତ ହେବେ। କିନ୍ତୁ, କିଛି ଲୋକଙ୍କୁ ଜୀବନରେ ଅନିଶ୍ଚିତତା କିମ୍ବା ପ୍ରତିକୂଳ ପରିସ୍ଥିତି ସହିତ ସଂଘର୍ଷ କରିବାକୁ ପଡ଼ିପାରେ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ଲେଖା, ମିଡିଆ ଏବଂ ପୋଡକାଷ୍ଟିଂ
- ଯେବେ ଗୁରୁ ଗ୍ରହ ମାର୍ଗୀ ହେବେ, ସେହି ସମୟ ଲେଖକ ଓ ଫିଲସଫର ନିଜର ରିସର୍ଚ, କାହାଣୀ ଓ ପ୍ରକାଶିତ ହୋଇଥିବା କାମ ପ୍ରଶଂସା ମିଳୁଥିବାର ଦେଖିବେ। ଲେଖନ ଶୈଳୀରେ ପରିବର୍ତ୍ତନ ହେତୁ ଆପଣ ଚାପରେ ଥିବା ପରି ଦେଖାଯିବେ।
- ଏହି ସମୟରେ ବିଶ୍ବରେ ବୈଜ୍ଞାନିକ, ସରକାରୀ କୌନ୍ସେଲୋର ଓ ରିସର୍ଚର୍ଙ୍କୁ ଲାଭ ପ୍ରାପ୍ତ ହେବ କାରଣ ଆପଣ ଜିନିଷକୁ ଏକ ନୂଆ ଦୃଷ୍ଟିକୋଣରୁ ଦେଖିବେ। ଆପଣ ଜୀବନରେ ଆସୁଥିବା ସମସ୍ଯାକୁ ରଚନାତ୍ମକ ଭାବରେ ସମାଧାନ କରିବେ।
- ଯେବେ ବୃହସ୍ପତି ମାର୍ଗୀ ହେବେ ସେହି ସମୟରେ ପୋଡକାସ୍ଟର, ବ୍ଲଗର ଓ ସୋଶଲ ମିଡିଆ ଇନଫ୍ଲୁଏନସର ସଫଳତାର ଆନନ୍ଦ ନେବେ।
ମିଥୁନ ରାଶିରେ ଗୁରୁ ମାର୍ଗୀ: ସ୍ଟକ ମାର୍କେଟ
ଗୁରୁ ମହାରାଜ 04 ଫେବ୍ରୁୟାରୀ 2025 ଦିନ ନିଜର ବକ୍ରୀ ଅବସ୍ଥା ରୁ ବାହାରି ମିଥୁନ ରାଶିରେ ମାର୍ଗୀ ହେବେ। ଜ୍ଯୋତିଷ ଦୁନିଆରେ ଗ୍ରହଙ୍କର ସ୍ଥିତିରେ ହେବାକୁ ଥିବା ପରିବର୍ତ୍ତନ ବିଶ୍ବ ସହିତ ସ୍ଟକ ମାର୍କେଟ କୁ ମଧ୍ୟ ପ୍ରଭାବିତ କରିବ। ଆଷ୍ଟ୍ରୋସେଜ ଏଆଇ ଆପଣଙ୍କ ପାଇଁ ଶେୟାର ବଜାର ଭବିଷ୍ୟବାଣୀ ଆଣି ଆସିଛି ଯାହା ମାଧ୍ୟମରେ ଆମେ ଆପଣଙ୍କୁ ସୂଚନା ପ୍ରଦାନ କରିବୁ ଯେ ବୃହସ୍ପତି ମିଥୁନ ରାଶିରେ ମାର୍ଗୀ ହୋଇ ସ୍ଟକ ମାର୍କେଟ କୁ କିପରି ପ୍ରଭାବିତ କରିବେ।
- ଏହି ଅବଧିରେ ଶେୟାର ବଜାରରେ ବୃଦ୍ଧି ଘଟିବ, କିନ୍ତୁ ହଠାତ୍ ହ୍ରାସର ସମ୍ଭାବନା ମଧ୍ୟ ରହିଛି।
- ବ୍ୟାଙ୍କ, ଫାଇନାନ୍ସ, ସାର୍ବଜନୀନ କ୍ଷେତ୍ର, ଭାରୀ ଇଞ୍ଜିନିୟରିଂ, ବସ୍ତ୍ର ଶିଳ୍ପ, ହୀରା ଶିଳ୍ପ, ଚା-କଫି ଶିଳ୍ପ, କସମେଟିକ ସାମଗ୍ରୀ, ତମାଖୁ, ରିଲାଏନ୍ସ ଶିଳ୍ପ, ରିଲାଏନ୍ସ କ୍ୟାପିଟାଲ, ରିଲାଏନ୍ସ ପାୱାର, ଟାଟା ପାୱାର ଏବଂ ଆଦାନୀ ପାୱାର ଦ୍ରୁତ ଗତିରେ ଆଗକୁ ବଢ଼ିବେ। କିନ୍ତୁ ଆପଣଙ୍କୁ ହଠାତ କ୍ଷତି ହୋଇପାରେ।
- 18 ତାରିଖ ପାରେ ବଜାରରେ ମାନ୍ଦାବସ୍ଥା ଆସିପାରେ ଓ ଏପରି ସ୍ଥିତିରେ ବଜାର ଭୁଶୁଡ଼ି ଯାଇପାରେ ତେଣୁ କାମର ଗତି ମନ୍ଥର ହୋଇପାରେ।
- ବୈଦ୍ୟୁତିକ ଉପକରଣ, ସୂଚନା ପ୍ରଯୁକ୍ତିବିଦ୍ୟା, ସାର୍ବଜନୀନ କ୍ଷେତ୍ର ୟୁନିଟ୍, କମ୍ପ୍ୟୁଟର ସଫ୍ଟୱେର୍, କାଗଜ ମୁଦ୍ରଣ, ବିଜ୍ଞାପନ, ଔଷଧ ଶିଳ୍ପ ଏବଂ ପରିବହନ ଇତ୍ୟାଦି ସହିତ ଜଡ଼ିତ ବ୍ୟବସାୟ କ୍ଷେତ୍ରରେ ଦୁର୍ବଳତା ଦେଖାଯାଇପାରେ।
- ଫେବ୍ରୁୟାରୀ 2025ର ଶେଷରେ ଏକ ମାନ୍ଦାବସ୍ଥା ଦେଖାଦେଇପାରେ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶିରେ ଗୁରୁ ମାର୍ଗୀ: ଏହି ରାଶିଙ୍କ ପାଇଁ ରହିବ ଶୁଭ
ମେଷ ରାଶି
ମେଷ ରାଶିର ଲୋକଙ୍କ ପାଇଁ ଗୁରୁ ଦେବ ଆପଣଙ୍କର କୁଣ୍ଡଳୀରେ ନବମ ଘର ଓ ଦ୍ଵାଦଶ ଘରର ସ୍ବାମୀ ଓ ସେ ଏବେ ଆପଣଙ୍କର ତୃତୀୟ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ମିଥୁନ ରାଶିରେ ଗୁରୁ ମାର୍ଗୀ ହେବା ଦ୍ବାରା ଆପଣ କରୁଥିବା ପ୍ରୟାସ ତୁଳନାରେ ଅଧିକ ସଫଳତା ଓ ପ୍ରଗତି ପ୍ରାପ୍ତ ହେବ। ଏହି ସମୟରେ ଆପଣଙ୍କୁ ବହୁତ ଯାତ୍ରା କରିବାକୁ ପଡ଼ିପାରେ ଓ ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳିବ।
ଆପଣଙ୍କ ଚାକିରିରେ ଆପଣଙ୍କ କଠିନ ପରିଶ୍ରମର ଲାଭ ଆପଣଙ୍କୁ ମିଳିବ। ଏପରି ପରିସ୍ଥିତିରେ, ଆପଣ ଆପଣଙ୍କ ବୃତ୍ତିଗତ ଜୀବନରେ ମିଳୁଥିବା ବିଦେଶ ଭ୍ରମଣର ସୁଯୋଗର ଫାଇଦା ଉଠାଇ ପାରିବେ। ଯଦି ଆପଣ ନିଜର ବ୍ୟବସାୟର ମାଲିକ, ତେବେ ଆପଣଙ୍କୁ ଚାପକୁ ସଠିକ୍ ଭାବରେ ପରିଚାଳନା କରିବାକୁ ପଡ଼ିବ ଯାହା ଦ୍ଵାରା ଆପଣ ଆପଣଙ୍କର ଲାଭ ବୃଦ୍ଧି କରିପାରିବେ। ଆର୍ଥିକ ଜୀବନ ବିଷୟରେ କହିଲେ ଆପଣଙ୍କୁ ଭାଗ୍ଯର ସମର୍ଥନ କମ ମିଳିବାର ଆଶଙ୍କା ଅଛି। ସାଙ୍ଗରେ, ବଢ଼ୁଥିବା ଦର ସହିତ ଆପଣଙ୍କର ବଜେଟ ପ୍ରଭାବିତ ହୋଇପାରେ ସେଥିପାଇଁ ଭାବି ଚିନ୍ତି ବଜେଟ ପ୍ରସ୍ତୁତ କରନ୍ତୁ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ବୃହସ୍ପତି ମାହାରାଜ ଆପଣଙ୍କର ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଏକାଦଶ ଘରେ ମାର୍ଗୀ କରୁଛନ୍ତି। ଏହାର ପରିଣାମସ୍ବରୂପ, ଗୁରୁ ମିଥୁନ ରାଶିରେ ମାର୍ଗୀ ହୋଇ ଆପଣଙ୍କର ଇଚ୍ଛା ପୂରଣ କରିବେ ଯାହା ଫଳରେ ଆପଣଙ୍କୁ ହଠାତ ଧନ ଲାଭ ହେବ।
ଏହି ଅବଧିରେ ଆପଣ ଚାକିରିରେ ଲଗାତାର ପ୍ରଗତି ହାସଲ କରିବେ ଓ ଆପଣ ସଫଳତାର ମାର୍ଗ ପ୍ରଶସ୍ତ କରିବେ। ଯେଉଁ ଲୋକ ବ୍ୟବସାୟ କରନ୍ତି ବିଶେଷ ଭାବରେ ଟ୍ରେଡିଂ କିମ୍ବା ଜୁଆ ଇତ୍ୟାଦି, ତାଙ୍କ ପାଇଁ ଏହି ସମୟ ବହୁତ ଭଲ ଲାଭ ଅନ୍ୟପାରିବ ଓ ଆପଣଙ୍କୁ କିଛି ଭଲ ସୁଯୋଗ ମିଳିବାର ସମ୍ଭାବନା ଅଛି। ଆର୍ଥିକ ଜୀବନରେ ଆପଣଙ୍କୁ ବହୁତ ଲାଭ ମିଳିବାର ଯୋଗ ଅଛି। ଆପଣ ବହୁତ ସଞ୍ଚୟ କରିବାରେ ସଫଳ ହେବେ।
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ଗୁରୁ ମହାରାଜ ଆପଣଙ୍କର ଚତୁର୍ଥ ଘର ଓ ସପ୍ତମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦଶମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଆପଣଙ୍କୁ ସୁଖ ସୁବିଧାର ଅଭାବ ଅନୁଭବ ହେବ। କିନ୍ତୁ ସମ୍ଭାବନା ଅଛି ଯେ ଏହି ଲୋକ ନିଜର କ୍ୟାରୀଅର କୁ ନେଇ ସତର୍କ ରହିବେ।
କ୍ୟାରୀଅର ବିଷୟରେ କହିଲେ ଆପଣଙ୍କୁ ଚାକିରି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ ଯାହା ଆପଣଙ୍କ ପାଇଁ ସକାରାତ୍ମକ ପ୍ରମାଣିତ ହେବ। ଯେଉଁ ଲୋକ ବର୍ତ୍ତମାନ ବ୍ୟବସାୟ ଆରମ୍ଭ କରିଛନ୍ତି ତାଙ୍କୁ ଏହି ସମୟରେ ଭଲ ଲାଭ କରିବାର ସୁଯୋଗ ମିଳିବ ଯାହା ଫଳେର ସେମାନେ କିଛି ବଡ଼ ଆସେଟ ନିଜ ନାରେ କରିପାରିବେ। ଆର୍ଥିକ ଜୀବନ ବିଷୟରେ କହିଲେ, ଗୁରୁ ମାର୍ଗୀ ସମୟରେ ଆପଣଙ୍କର ଆୟ ବଢ଼ିବ ଯାହା ଫଳରେ ଆପଣଙ୍କୁ ଭାଗ୍ଯର ସାଥ ମିଳିବ।
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ଗୁରୁ ଦେବେ ଆପଣଙ୍କର ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ନବମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଏହାର ଫଳସ୍ବରୂପ, ଗୁରୁ ମିଥୁନ ରାଶିରେ ମାର୍ଗୀ ସମୟରେ ଏହି ଲୋକ ନିଜର କ୍ଷମତା ରୁ ଅଧିକ କାମ କରିବେ। ଆପଣଙ୍କୁ ଯାତ୍ରା କରିବାର ସୁଯୋଗ ମିଳିବ। ଏବେ ଆପଣଙ୍କୁ ନିଜର ପରିଶ୍ରମର ଫଳ ମିଳିବା ଆରମ୍ଭ ହେବ।
କ୍ୟାରିଅର କ୍ଷେତ୍ରରେ, ଆପଣଙ୍କୁ ବିଦେଶରେ କାମ କରିବାର ସୁଯୋଗ ମିଳିପାରେ ଏବଂ ଏପରି ସୁଯୋଗ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ। ଯଦି ଆପଣ ବର୍ତ୍ତମାନ ଏକ ବ୍ୟବସାୟ ଆରମ୍ଭ କରିଛନ୍ତି, ତେବେ ଆପଣ ଏକ ନୂତନ କମ୍ପାନୀ ଖୋଲିବା ବିଷୟରେ ବିଚାର କରିପାରିବେ ଯାହା ଆପଣଙ୍କୁ ଯଥେଷ୍ଟ ଲାଭ ଅର୍ଜନ କରିବାକୁ ସକ୍ଷମ କରିବ। ଆର୍ଥିକ ଦୃଷ୍ଟିରୁ, ଆପଣ ପ୍ରଚୁର ଟଙ୍କା ରୋଜଗାର କରିପାରିବେ, ବିଶେଷକରି ଭ୍ରମଣ ମାଧ୍ୟମରେ।
ମକର ରାଶି
ମକର ରାଶିର ଲୋକଙ୍କର କୁଣ୍ଡଳୀରେ ଗୁରୁ ମହାରାଜ ଆପଣଙ୍କର ତୃତୀୟ ଘର ଓ ଦ୍ଵାଦଶ ଘରର ସ୍ବାମୀ ଓ ଏବେ ଆପଣଙ୍କର ଷଷ୍ଠ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଗୁରୁଙ୍କର ମାର୍ଗୀ ଅବସ୍ଥା ସମୟରେ ଆପଣଙ୍କୁ ହଠାତ ଆଯ ପ୍ରାପ୍ତଈ ହେବାର ସମ୍ଭାବନା ଅଛି। ଆପଣଙ୍କ ପାଇଁ ଲୋନ ନେବା ଫଳଦାୟୀ ହେବ।
ବୃହସ୍ପତି ମାର୍ଗୀ ହେବା ଦ୍ବାରା ଆପଣଙ୍କର ରୁଚି କାର୍ଯ୍ୟରେ ବଢ଼ିବ ଓ ଆପଣ ସମ୍ପୂର୍ଣ ସମର୍ପଣ ସହିତ କାମ କରିବେ ଯାହା ଫଳରେ ଆପଣ ସନ୍ତୁଷ୍ଟ ଦେଖାଯିବେ। ଯଦି ଆପଣଙ୍କର ସମ୍ବନ୍ଧ ବ୍ୟବସାୟ ସହିତ ଅଛି ତେବେ ଆପଣଙ୍କୁ ବ୍ୟବସାୟ ଠିକ ଭାବରେ ଚଳାଇବାର ଆବଶ୍ୟକତା ରହିବ ଓ ଏହି ସମୟରେ ଆପଣଙ୍କୁ ଲାଭ କରିବାରେ ସମସ୍ଯା ହୋଇପାରେ। ଆର୍ଥିକ ଜୀବନରେ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇପାରେ ଏବଂ ସେହି ସମୟରେ ଆପଣଙ୍କୁ କ୍ଷତି ମଧ୍ୟ ସହିବାକୁ ପଡ଼ିପାରେ। ଏହି ସମସ୍ତ ପରିସ୍ଥିତି ଯୋଗୁଁ, ଆପଣଙ୍କୁ ଆପଣଙ୍କର ଦାୟିତ୍ୱ ନିର୍ବାହ କରିବା ପାଇଁ ଋଣ ନେବାକୁ ପଡ଼ିପାରେ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ମିଥୁନ ରାଶିରେ ଗୁରୁ ମାର୍ଗୀ: ଏହି ରାଶିର ଲୋକଙ୍କୁ କରିବ ନକରାତ୍ମକ ଭାବରେ ପ୍ରଭାବିତ
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ଗୁରୁ ଦେବ ଆପଣଙ୍କର ନବମ ଘର ଓ ଏକାଦଶ ଘରର ଅଧିପତି। ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଏହାର ଫଳସ୍ବରୂପ, ଗୁରୁ ମିଥୁନ ରାଶିରେ ମାର୍ଗୀ ସମୟରେ ଆପଣଙ୍କର ସାମ୍ନାରେ ବ୍ୟକ୍ତିଗତ ଓ ଆର୍ଥିକ ସମସ୍ଯା ଆଣି ପାରନ୍ତି। ଆପଣଙ୍କୁ ହଠାତ ଲାଭ ପ୍ରାପ୍ତି ହୋଇପାରେ।
ଚାକିରି ବିଷୟରେ କହିଲେ, ଏହି ଅବଧିରେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ନିଜର ମ୍ଯାନେଜର କିମ୍ବା ସହକର୍ମୀଙ୍କ ସହିତ ସମ୍ବନ୍ଧରେ ସମସ୍ଯା ହୋଇପାରେ। ଆଶଙ୍କା ଅଛି ଯେ ଏହି ସମୟରେ କାର୍ଯ୍ୟରେ କରାଯାଇଥିବା ପରିଶ୍ରମ ପାଇଁ ଆପଣଙ୍କୁ ପ୍ରଶଂସା ମଧ୍ୟ ନ ମିଳିପାରେ। ଯଦି ଆପଣଙ୍କର ନିଜର କମ୍ପାନୀ ଅଛି ତେବେ ଆପଣଙ୍କୁ ଗୁରୁଙ୍କର ମାର୍ଗୀ ଅବସ୍ଥା ଲାଭ ନ ଦେଇପାରେ। ଧନ ଯୋଜନା ଠିକ ଭାବରେ ନ କରିବାରୁ ଓ ଅଯଥା ଖର୍ଚ୍ଚ କରିବାରୁ ଆପଣଙ୍କୁ କ୍ଷତି ହୋଇପାରେ ଯାହାଫରେ ଆୟ ବୃଦ୍ଧି କରିବାର ସୁଯୋଗ କମ ରହିପାରେ।
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ବୃହସ୍ପତି ଦେବ ଆପଣଙ୍କର ସପ୍ତମ ଓ ଦଶମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଲଗ୍ନ/ପ୍ରଥମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଏପରି ସ୍ଥିତିରେ ଗୁରୁ ମିଥୁନ ରାଶିରେ ମାର୍ଗୀ ହେବା ଯୋଗୁଁ ଆପଣଙ୍କୁ ମନରେ କୌଣସି ପ୍ରଜାରର ନକରାତ୍ମକ ବିଚାର ଆଣିବାରୁ ଦୂରେଇ ରହିବାକୁ ପଡ଼ିବ ଓ ଏହି ସମୟରେ ଆପଣଙ୍କୁ ଅଧିକ ଧନ ଲାଭ ନ ହେବାର ଆଶଙ୍କା ଅଛି।
କ୍ୟାରିଅର ବିଷୟରେ କହିଲେ ଏହି ଲୋକଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ କିମ୍ବା ଚାକିରିରେ ପରିବର୍ତ୍ତନ ଆସିପାରେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ଏହି ସମୟରେ ଟିକେ ଚିନ୍ତିତ ଦେଖାଯିବେ କାରଣ ଆପଣଙ୍କୁ ମାନଲାଗି ଲାଭ ମିଳିବାର ସମ୍ଭାବନା ଅଛି। ଏହି ସମୟରେ ଆପଣଙ୍କର ସମ୍ପୂର୍ଣ ଧ୍ୟାନ ଧନ ରୋଜଗାର କରିବା ଉପରେ ରହିବ, କିନ୍ତୁ ତଥାପି ଆପଣ ନିଜର ଖର୍ଚ୍ଚକୁ ପୂରଣ କରିବା ପାଇଁ ଅସକ୍ଷମ ରହିବେ।
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ବୃହସ୍ପତି ଦେବ ଆପଣଙ୍କର ଷଷ୍ଠ ଓ ନବମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଏହାର ଫଳସ୍ବରୂପ, ଗୁରୁ ମାର୍ଗୀ ଚାଲିବା ବେଳେ ଦାୟିତ୍ବ ଏତେ ବଢ଼ିଜୀବ ଯେ ତାହାକୁ ପୂରଣ କରିବା ପାଇଁ ଆପଣଙ୍କୁ ଋଣ ନେବାକୁ ପଡ଼ିବ। ଏହାକୁ ପୂରଣ କରିବା କଠିନ ହୋଇପାରେ।
କ୍ୟାରୀଅର କୁ ଦେଖିଲେ, ଆପଣଙ୍କ ଉପରେ ଚାକିରିରେ କାମର ଚାପ ବଢ଼ିପାରେ। ବେବସାୟ କରୁଥିବା ଲୋକ ନୂଆ ବିଜନେସ କରି ପାରନ୍ତି ଯାହାଫଳରେ ଅଧିକ ଲାଭ କରିପାରିବେ। ବ୍ୟବସାୟରେ ସଫଳ ହେବା ପାଇଁ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରି ଚାଲିବାକୁ ହେବ। ଆର୍ଥିକ ଜୀବନରେ ଧନ ବିନିଯୋଗ କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଅନ୍ୟଥା ଅବହେଳା ଯୋଗୁଁ ଆପଣଙ୍କୁ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
ମିଥୁନ ରାଶିରେ ଗୁରୁ ମାର୍ଗୀ: ସରଳ ଏବଂ ପ୍ରଭାବି ଉପାୟ
ମନ୍ତ୍ର ଜପ: ପ୍ରତିଦିନ ଓଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରବେ ନମଃ 108 ଥର ଜପ କରନ୍ତୁ।
ହଳଦିଆ ବସ୍ତ୍ର: ଲୋକଙ୍କ ପାଇଁ ପୁଖରାଜ କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଫଳଦାୟୀ ହେବ।
ହଳଦିଆ ରଙ୍ଗର ବସ୍ତୁ ଦାନ: ଧାର୍ମିକ ବହି, ହଳଦୀ, ଚଣା ଡାଲି, ସୁନା, ହଳଦିଆ ବସ୍ତ୍ର କିମ୍ବା ହଳଦିଆ ରଙ୍ଗର ଫୂଳ ଇତ୍ୟାଦି ଦାନ କରନ୍ତୁ।
ଗୁରୁବାରର ବ୍ରତ: ଗୁରୁରବାର ବୃହସ୍ପତି ଦେବଙ୍କୁ ସମର୍ପିତ ସେଥିପାଇଁ ଏହି ଦିନ ଗୁରୁ ଗ୍ରହଙ୍କ ପାଇଁ ବ୍ରତ କରନ୍ତୁ।
ଭଗବାନ ଗଣେଶଙ୍କର ପୂଜା: ଗୁରୁବାର ଦିନ ଶ୍ରୀ ଗଣେଶଙ୍କର ପୂଜା କରନ୍ତୁ ଓ ତାଙ୍କୁ ହଳଦିଆ ରଙ୍ଗର ଫୂଳ ମାଳା ଏବଂ ମିଠା ଅର୍ପଣ କରନ୍ତୁ।
କଦଳୀ ବୃକ୍ଷର ପୂଜା: କଦଳୀ ଗଛର ପୂଜା କରିବା ସମୟରେ ହଳଦୀ, ଚଣା ଡାଲି ଓ ଗୁଡ଼ ଚଢ଼ାନ୍ତୁ।
ଶାକାହାରୀ ଭୋଜନ: ସମ୍ଭବ ହେଲେ ଶାକାହାରୀ ଭୋଜନ କରନ୍ତୁ। .
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. 2025 ରେ ଗୁରୁ କେବେ ମାର୍ଗୀ ହେବେ?
ବର୍ଷ 2025 ରେ ଗୁରୁ ଗ୍ରହ 04 ଫେବ୍ରୁୟାରୀ 2025 ରେ ମିଥୁନ ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି ।
2. ଗୁରୁ ଅସ୍ତ ହେଲେ କ’ଣ ହୁଏ?
ଜ୍ଯୋତିଷ ଅନୁସାରେ, ବୃହସ୍ପତି ଦେବ ଅସ୍ତ ହେବେ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ କରିବା ନିଷେଧ ହୁଏ।
3. ମିଥୁନ ରାଶିର ସ୍ବାମୀ କିଏ?
ରାଶି ଚକ୍ରର ଚତୁର୍ଥ ରାଶି ମିଥୁନର ସ୍ବାମୀ ବୁଧ ଗ୍ରହ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






