ଶୁକ୍ରଙ୍କର ମେଷ ରାଶିରେ ଗୋଚର
ଆଷ୍ଟ୍ରୋସେଜ ଏଆଇର ସବୁବେଳେ ଚେଷ୍ଟା ରହିଛି ଯେ ପ୍ରଥମେ ଯେ କୌଣସି ମହତ୍ୱପୂର୍ଣ ଜ୍ୟୋତିଷୀୟ ଘଟଣାର ନୂଆ ଅପଡେଟ ନିଜର ରୀଡର୍ସ ମାନଙ୍କ ପାଖରେ ସମୟ ଥାଇ ପହଞ୍ଚାଇ ପାରିବ ଓ ଏଥର ଆମେ ଆଣି ଆସିଛୁ ଶୁକ୍ରଙ୍କର ମେଷ ରାଶିରେ ଗୋଚର ସମ୍ବନ୍ଧିତ ଏହି ବିଶେଷ ଲେଖା। 31 ମଈ 2025 ରେ ଶୁକ୍ର ଗ୍ରହ ମଙ୍ଗଳଙ୍କର ରାଶି ମେଷରେ ପ୍ରବେଶ କରିବେ ଓ ରାଶି ସହିତ ଦେଶ ବିଦେଶ ଉପରେ ପ୍ରଭାବ ପକାଇବେ।
ରାତି ସମୟରେ ଆକାଶରେ ଚନ୍ଦ୍ରଙ୍କ ପରେ ଶୁକ୍ର ସବୁଠାରୁ ଅଧିକ ଉଜ୍ଜ୍ଵଳ ଦେଖାଯାଉଥିବା ପିଣ୍ଡ ଓ ସୂର୍ଯ୍ୟଙ୍କର ସବୁଠାରୁ ନିକଟତର ଗ୍ରହ। ସୂର୍ଯ୍ୟୋଦୟ ପରେ ଶୁକ୍ର ସବୁଠାରୁ ଅଧିକ ଉଜ୍ଜ୍ଵଳ ଦେଖାଯାନ୍ତି।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ବୈଦିକ ଜ୍ଯୋତିଷ ଅନୁସାରେ ଶୁକ୍ର ଗ୍ରହ ପ୍ରେମ, ସୌନ୍ଦର୍ଯ୍ୟ, ସନ୍ତୋଷ ଓ ବୈଭବର କାରକ ଅଟନ୍ତି। କୁଣ୍ଡଳୀରେ ପ୍ରତ୍ଯେକ ଗ୍ରହ 12ଟି ରାଶି ଓ 12ଟି ଘର ସହିତ ଜଡ଼ିତ। ଜ୍ଯୋତିଷମାନେ ଲୋକଙ୍କ ଲିଂ ଅନୁସାରେ କୁଣ୍ଡଳୀରେ ଶୁକ୍ରଙ୍କର ସ୍ଥାନ ଓ ସ୍ଥିତିର ଅଲଗା ଅଲଗା ଭୂମିକା ହୋଇଥାଏ ବୋଲି କହିଛନ୍ତି।
ମେଷ ରାଶିରେ ଶୁକ୍ରଙ୍କର ଗୋଚର: ସମୟ
ଶୁକ୍ର, ସୋମ୍ୟ ଓ ସ୍ତ୍ରୀ ତତ୍ଵର ଗ୍ରହ ଯିଏ ସୌନ୍ଦର୍ଯ୍ୟ ଓ ଭୋଗ ବୋଲାସକୁ ଦରଶାନ୍ତି। ଏବେ ଶଏ 31 ମଈ 2025 ସକାଳ 11:17 ରେ ମଙ୍ଗଳଙ୍କର ରାଶି ମେଷରେ ପ୍ରବେଶ କରିବେ। ଆଗକୁ ଜନତୁ ଯେ ଶୁକ୍ରଙ୍କର ଏହି ଗୋଚର ରାଶି ଏବଂ ଦେଶ-ବିଦେଶକୁ କିପରି ପ୍ରଭାବିତ କରିବ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା
ମେଷ ରାଶିରେ ଶୁକ୍ରଙ୍କର ଗୋଚର : ବିଶେଷ କଥା
ମେଷ ରାଶିରେ ଶୁକ୍ରଙ୍କର ରହିଲେ ବ୍ୟକ୍ତିକୁ ସୁନ୍ଦରତା, ଉତ୍ସାହ, ପ୍ରେମ, ସମ୍ପତି, ସୁଖ-ସମୃଦ୍ଧି ପ୍ରାପ୍ତ ହୁଏ। ଆପଣଙ୍କର ପତଳା କିମ୍ବା ଗୋରା ହେବା ସହିତ ସୁନ୍ଦର ଆଖି ଓ ବଡ଼ ଓଠ ହେବାର କାରଣରୁ ଲୋକ ପ୍ରାୟତଃ ଆପଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଏହା ଦ୍ବାରା ଆପଣଙ୍କୁ ଜୀବନର ଆନନ୍ଦ ନେବାର ପ୍ରେରଣା ମିଳେ। ଏହା ଦ୍ବାରା ଆପଣଙ୍କୁ ରଚନାତ୍ମକ ଭାବନା, ଓ କିଛି ଅଲଗା କରିବାରେ ମଧ୍ୟ ସାହାଜ୍ୟ ମିଳେ। ଏହା ଦ୍ବାରା ଲୋକଙ୍କର ଧ୍ୟାନ ଆପଣଙ୍କ ଉପରେ ଥାଏ ଏବଂ ଆପଣଙ୍କୁ ଗ୍ଲ୍ଯାମର ମିଳିଥାଏ। ଆପଣ ସଙ୍ଗୀତରେ ଘେରି ରହି ଥାଆନ୍ତି ଓ ଜନ୍ମୁରୁ ଆପଣଙ୍କ ଭିତରେ କଳା ଥାଏ। ଶୁକ୍ରଙ୍କର ମେଷ ରାଶିରେ ରହିବା ଆପଣଙ୍କୁ ବେଟିଂ ଇତ୍ୟାଦି ରୁ ଲାଭ ଦେଇପାରେ। ଏହା ସହିତ ଆପଣ ଉତ୍ସାହ ଓ ଆକର୍ଷଣରେ ଭାରି ରହି ଥାଆନ୍ତି।
ଶୁକ୍ର ଗ୍ରହ କ୍ୟାରିଅର ଓ ପ୍ରତିଷ୍ଠାର କାରକ ଏବଂ ଶଏ ଆପଣଙ୍କର ଶକ୍ତି, ପରିଚୟ ଓ ସମାଜରେ ମିଳୁଥିବା ଲୋକପ୍ରିୟତାର ମଧ୍ୟ ପ୍ରତିକ ଅଟନ୍ତି। ଶୁକ୍ରଙ୍କର ମେଷ ରାଶିରେ ରହିବା ଏକ ସାମାଜିକ କାର୍ଯ୍ୟକର୍ତ୍ତା ଓ ସମାଜସେବି ରୂପରେ ଆପଣ ନିଜର ବିଚାରର ଉପଯୋଗ କରିବେ ଓ ସମାଜ ପ୍ରତି ନିଜର ଦାୟିତ୍ବକୁ ପୂରଣ କରିବାକୁ ସକ୍ଷମ ହେବେ। ଶୁକ୍ର ପ୍ରେମ ଓ କରୁଣାର କାରକ ସେଥିପାଇଁ ଆପଣ ନିଜର ଶକ୍ତି ଓ ପ୍ରଭାବର ଉପଯୋଗ କରି ଅନ୍ୟର ସାହାଜ୍ୟ କରିବେ ଓ ଠିକ କାର୍ଯ୍ୟ କରିବା ପାଇଁ ପ୍ରେରିତ ହେବେ।
ଅନଲାଇନ ସଫ୍ଟୱେୟାର୍ ରେ ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ
ମେଷ ରାଶିରେ ଶୁକ୍ରଙ୍କର ଗୋଚର : ଏହି ରାଶିଙ୍କୁ ହେବ ଲାଭ
ମିଥୁନ ରାଶି
ମିଥୁନ ରାଶିର ପଞ୍ଚମ ଓ ଦ୍ଵାଦଶ ଘରର ସ୍ବାମୀ ଶୁକ୍ର ଏବେ ଆପଣଙ୍କର ଏକାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହି ସମୟରେ ଆପଣଙ୍କର ସନ୍ତାନ ଖୁସି ରହିବେ ଓ ତାଙ୍କର ପ୍ରୋତ୍ସାହନ ଦେଖି ଆପଣ ମଧ୍ୟ ପ୍ରସନ୍ନ ହେବେ। ଆପଣ ନିଜର ଲାଭ ବଢ଼ାଇବା ପାଇଁ ସକ୍ଷମ ହେବେ। କ୍ୟାରିଅର କ୍ଷେତ୍ରରେ ନୂଆ କାମ ମିଳିବ।
ଏହା ବ୍ୟତୀତ ଆପଣଙ୍କୁ ଅନସାଇଟ ସୁଯୋଗ ମିଳିବାର ସମ୍ଭାବନା ଅଛି। ଏହି ସମୟରେ ଆପଣ ସାମାନ୍ଯ ବ୍ୟବସାୟ ଅପେକ୍ଷା ବେଟିଂ ବ୍ୟବସାୟ ରେ ଅଧିକ ଲାଭ କରିବାକୁ ସଫଳ ହେବେ। ବୃତ୍ତି ବିଷୟରେ କହିଲେ ଆପଣଙ୍କର ରୋଜଗାର ବଢ଼ିବ ଓ ଏହା ସହିତ ଆପଣ ପଇସା ସଞ୍ଚୟ କରି ପାରିବେ। ଶୁକ୍ରଙ୍କର ମେଷ ରାଶିରେ ରହିବା ଧନ ସଞ୍ଚୟ କରିବାକୁ ଆପଣଙ୍କୁ ସକ୍ଷମ କରିବ।
କର୍କଟ ରାଶି
ଶୁକ୍ର ଆପଣଙ୍କର ଦଶମ ଘରେ ଗୋଚର କରିବାକୁ ଯାଉଛନ୍ତି। ଶୁକ୍ର ଆପଣଙ୍କର ଚତୁର୍ଥ ଓ ଏକାଦଶ ଘରର ସ୍ବାମୀ। ଆପଣ ରେଅଲ ଏସ୍ଟେଟ ରେ ବିନିଯୋଗ କରି ପାରିବେ, ନିଜର ସୁଖ-ସୁବିଧାକୁ ଭଲ କରି ପାରିବେ ଓ ନିଜର ଆୟ ଏବଂ ବ୍ୟୟକୁ ସନ୍ତୁଳିତ ରଖି ପାରିବେ। କ୍ୟାରିଅର ବିଷୟରେ କହିଲେ ଶୁକ୍ରଙ୍କର ମେଷ ରାଶିରେ ଗୋଚର ବେଳେ ଆପଣଙ୍କୁ କାମର ଚାପ ଅନୁଭବ ହେବ କିମ୍ବା ଆପଣଙ୍କୁ ଚାକିରି ବଦଳାଇବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ କାମର ଚାପ ବଢ଼ିପାରେ ଯାହା ଦ୍ବାରା ଆପଣ ଅଧିକ ଚାପ ଅନୁଭବ କରିବେ।
ବ୍ୟବସାୟ ବିଷୟରେ କହିଲେ ମେଷ ରାଶିରେ ଶୁକ୍ରଙ୍କର ଗୋଚର ସମୟରେ ଆପଣ ନିଜର ଲାଭ ବଢ଼ାଇବାକୁ ଅସମର୍ଥ ହେବେ। ଯଦି ଆପଣ କୌଣସି ପ୍ରକାରର ଲାଭ କରୁଛନ୍ତି ତେବେ ତାକୁ ଜାରି ରଖିବା କଷ୍ଟକର ହେବ। ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ରହିବ କିନ୍ତୁ ଆପଣ ଅତିରିକ୍ତ ଖର୍ଚ୍ଚ ରୁ ବଞ୍ଚି ପାରିବେ ନାହିଁ ଓ ଏହି କାରଣରୁ ଆପଣଙ୍କୁ ଚିନ୍ତା ହୋଇପାରେ।
ସିଂହ ରାଶି
ସିଂହ ରାଶି ପାଇଁ ମେଷ ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କର ନବମ ଗହରେ ହେବାକୁ ଯାଉଛି। ଶୁକ୍ର ଆପଣଙ୍କର ତୃତୀୟ ଓ ଦଶମ ଘରର ସ୍ବାମୀ। ଏବେ ଆପଣଙ୍କର ଭିତରେ ଅଧିକ ମୂଲ୍ୟ ଓ ନୈତିକ ଗୁଣ ରହିବ। ଆପଣଙ୍କୁ ଅଧିକ ତୀର୍ଥ ଯାତ୍ରା କରିବାର ସୁଯୋଗ ମିଳିବ। ଆପଣ କୌଣସି ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହୋଇ ପାରନ୍ତି। କ୍ୟାରିଅର ବିଷୟରେ କହିଲେ ଆପଣ ପ୍ରଗତି କରିବେ ଓ ଆପଣଙ୍କୁ ନିଜର କାମରୁ ଅତ୍ୟଧିକ ଲାଭ ହେବାର ଆଶା ଅଛି। ଆପଣଙ୍କୁ ରୋଜଗାରର ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି।
ବୃତ୍ତି ବିଷୟରେ କହିଲେ ମେଷ ରାଶିରେ ଶୁକ୍ରଙ୍କର ଗୋଚର ହେବା ଦ୍ବାରା ଆପଣ ଅଧିକ କାମ କରି ପାରିବେ। ଏହା ସହିତ ଆପଣ ପଇସା ସଞ୍ଚୟ କରିବାକୁ ମଧ୍ୟ ସକ୍ଷମ ହେବେ। ବ୍ୟବସାୟ ମାମଲାରେ ଆପଣଙ୍କୁ ନୂଆ ଅର୍ଡର ମିଳିପାରେ ଯାହା ଦ୍ବାରା ଆପଣ ବହୁତ ପଇସା ରୋଜଗାର କରିବେ। ବ୍ୟକ୍ତିଗତ ଜୀବନରେ ଆପଣ ବହୁତ ଖୁସି ରହିବେ ଓ ପାର୍ଟନର ସହିତ ସକାରାତ୍ମକ ସମ୍ବନ୍ଧ ରଖିବେ।
କୁମ୍ଭ ରାଶି
ଶୁକ୍ର ଆପଣଙ୍କର ତୃତୀୟ ଗହରେ ଗୋଚର କରିବାକୁ ଯାଉଛନ୍ତି ଏବଂ ଶଏ ଆପଣଙ୍କର ନବମ ଓ ଚତୁର୍ଥ ଘରର ସ୍ବାମୀ। ଆପଣଙ୍କ ପାଇଁ ସ୍ଥାନାନ୍ତରଣର ଯୋଗ ସୃଷ୍ଟି ହେଉଛି। ଏହି ସମୟରେ ଆପଣଙ୍କୁ ନିଜର ଭାଗ୍ଯର ସମର୍ଥନ ମିଳିବ।
ଶୁକ୍ରଙ୍କର ମେଷ ରାଶିରେ ଗୋଚର ସମୟରେ ଆପଣଙ୍କୁ କ୍ୟାରିଅରରେ ପ୍ରଗତି କରିବା ପାଇଁ ଭଲ ସୁଯୋଗ ମିଳିବାର ସମ୍ଭାବନା ଅଛି। ଆଗକୁ ମିଳିବାକୁ ଥିବା ଲାଭ ଦ୍ବାରା ଆପଣ ପ୍ରେରିତ ଅନୁଭବ କରିବେ। ବ୍ୟବସାୟ ବିଷୟରେ କହିଲେ, ଏହି ସମୟରେ ଆପଣ ଅଧିକ ଧନ ରୋଜଗାର କରିପାରିବେ ଓ ଆପଣଙ୍କୁ ନୂଆ କାମ ଆରମ୍ଭ କରିବାକୁ ସୁଯୋଗ ମିଳିବ।
କ୍ୟାରୀଅରର ହେଉଛି ଟେନ୍ସନ! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମେଷ ରାଶିରେ ଶୁକ୍ରଙ୍କର ଗୋଚର : ଏହି ରାଶିର ଲୋକଙ୍କର ହେବ କ୍ଷତି
ମେଷ ରାଶି
ମେଷ ରାଶିର ପ୍ରଥମ ଘରେ ଶୁକ୍ରଙ୍କର ଗୋଚର ହେବାକୁ ଯାଉଛି। ଏହି ରାଶିର ଦ୍ଵିତୀୟ ଓ ସପ୍ତମ ଘରର ସ୍ବାମୀ ଶୁକ୍ର ଗ୍ରହ। ଏହି ସମୟରେ ଆପଣଙ୍କୁ ବୃତ୍ତିଗତ ସମସ୍ଯାର ସାମ୍ନା କରିବାକୁ ପଡ଼ିପାରେ। ଯଦି ଆପଣ ପଇସା ରୋଜଗାର କରନ୍ତି ତେବେ ତାହାକୁ ସଞ୍ଚୟ କରିପାରିବେ ନାହିଁ। ଆପଣଙ୍କର ସମ୍ପର୍କରେ ମଧ୍ୟ ସମସ୍ଯା ଆସିପାରେ। କ୍ୟାରିଅର ବିଷୟରେ କହିଲେ, ଆପଣ ଓ ଆପଣଙ୍କର ସହକର୍ମୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ବନ୍ଧରେ ସମସ୍ଯା ଆସିପାରେ। ମେଷ ରାଶିରେ ଶୁକ୍ରଙ୍କର ଗୋଚର ସମୟରେ ଆପଣଙ୍କୁ ଚାକିରିରେ ଚାପ ଅନୁଭବ ହୋଇପାରେ।
ବ୍ୟବସାୟ ବିଷୟରେ କହିଲେ ଆପଣଙ୍କର ମାର୍ଗରେ କିଛି ସମସ୍ଯା ଆସିବାର ସଙ୍କେତ ଅଛି। ଏହି କାରଣରୁ ଆପଣ ଆବଶ୍ୟକ ଲାଭ କରିବାରେ ପଛରେ ରହି ଯାଇ ପାରନ୍ତି। ଧନ ମାମଲାରେ ଆପଣଙ୍କୁ ଲାଭ ଠାରୁ ଅଧିକ ଖର୍ଚ୍ଚ ଦେଖିବାକୁ ପଡ଼ିବ। ଆପଣଙ୍କର ସମ୍ପତି ହ୍ରାସ ପାଇପାରେ।
କନ୍ୟା ରାଶି
କନ୍ୟା ରାଶିର ଦ୍ବିତୀୟ ଓ ନବମ ଘରର ସ୍ବାମୀ ଶୁକ୍ର ଗ୍ରହ ଅଟନ୍ତି ଯିଏ ଏବେ ଏହି ରାଶିର ଅଷ୍ଟମ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହି ଗୋଚର ସମୟରେ ଆପଣ ନିଜର ଡର ଯୋଗୁଁ ଅସୁରକ୍ଷିତ ଅନୁଭବ କରି ପାରନ୍ତି। ଆପଣଙ୍କର ଖୁସିରେ ମଧ୍ୟ ହ୍ରାସ ଘଟିବ। କ୍ୟାରିଅର ମାମଲାରେ କିଛି ନିରାଶା ହୋଇପାରେ।
କମ୍ପାନୀରେ ମ୍ଯାନେଜମେନ୍ଟର ଅଭାବ ଯୋଗୁଁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଆପଣ ନିଜର ବ୍ୟବସାୟକୁ ବ୍ୟବସ୍ଥିତ ରଖିବାକୁ ଅସମର୍ଥ ହେବେ। ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ଅହଂକାର ସମ୍ବନ୍ଧିତ ସମସ୍ଯା ଯୋଗୁଁ ଆପଣ ନିଜର ପାର୍ଟନର ସହିତ ଦୁଃଖୀ ଦେଖାଯିବେ। ଏହି କାରଣରୁ ଆପଣଙ୍କ ପାଇଁ ନିଜ ଜୀବନସାଥୀ ସହିତ ସକାରାତ୍ମକ ସମ୍ବନ୍ଧ ରଖିବା କଷ୍ଟକର ହେବ।
ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ ନିଜର କୁଣ୍ଡଳୀର ସମ୍ପୂର୍ଣ ସୂଚନା
ମେଷ ରାଶିରେ ଶୁକ୍ରଙ୍କର ଗୋଚର : ବିଶ୍ବ ଉପରେ ପ୍ରଭାବ
ସରକାର ଓ ଶୁକ୍ରଙ୍କ ସମ୍ବନ୍ଧିତ କ୍ଷେତ୍ର
ମେଷ ରାଶିରେ ଶୁକ୍ରଙ୍କର ଗୋଚର ହେବା ସମୟରେ ହଠାତ ପ୍ରଶାସନର ସତ୍ୟନିଷ୍ଠା, ଦାୟିତ୍ୱ ଏବଂ ସେବାରେ ବୃଦ୍ଧି ଦେଖିବାକୁ ମିଳିବ।
ଏହି ଗୋଚର ବେଳେ ବସ୍ତ୍ର ଶିଳ୍ପ, ଶିକ୍ଷା କ୍ଷେତ୍ର, ଥିୟେଟର କଳା, ଆମଦାନୀ-ରପ୍ତାନି ବ୍ୟବସାୟ, କାଠ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭଳି କିଛି କ୍ଷେତ୍ର ଭଲ ପ୍ରଦର୍ଶନ କରିପାରନ୍ତି।
ଦେଶର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ପାଇଁ, ସରକାର ନୂତନ ଯୋଜନା ଆଣିପାରିବେ କିମ୍ବା ବିଦ୍ୟମାନ ନୀତିରେ କିଛି ପରିବର୍ତ୍ତନ କରିପାରିବେ।
ଏହି ଗୋଚରର ପ୍ରଭାବ ସରକାର ଉପରେ ମଧ୍ୟ ଦେଖିବାକୁ ପଡ଼ିବ ଯାହା ଦ୍ବାରା ଦେଶର ନିମ୍ନ ଆୟ ବର୍ଗର ଲୋକଙ୍କୁ ଟିକେ ଆରାମ ମିଳିବାର ଆଶା ଅଛି। ଏହି ସମୟରେ କ୍ଷୁଦ୍ର ଶିଳ୍ପଗୁଡ଼ିକ ମଧ୍ୟ ବୃଦ୍ଧି ପାଇପାରିବେ।
ଧାର୍ମିକ ବସ୍ତୁର ଡିମାନ୍ଡ ବଢ଼ିବା ଯୋଗୁଁ ଭାରତରୁ ଦେଶ ବିଦେଶରେ ଏହି ଜିନିଷର ରପ୍ତାନି ବଢ଼ି ପାରେ।
ମିଡିଆ। ଅଧ୍ୟାତ୍ମ, ଯାନ ଇତ୍ୟାଦି
ବିଶ୍ବ ସ୍ତରରେ ଆଧ୍ୟାତ୍ମିକ କାର୍ଯ୍ୟ ଓ ଧାର୍ମିକ ଅନୁଷ୍ଠାନରେ ବୃଦ୍ଧି ଘଟିବ।
ମେଷ ରାଶିରେ ଶୁକ୍ରଙ୍କ ଗୋଚର ସମୟରେ, ପରାମର୍ଶ, ଲେଖା, ସମ୍ପାଦନା, ସାମ୍ବାଦିକତା ଇତ୍ୟାଦି କଥା କହିବା ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକରେ ଉନ୍ନତି ହେବ ଏବଂ ଏହି କ୍ଷେତ୍ରରେ କାମ କରୁଥିବା ଲୋକମାନେ ଲାଭବାନ ହେବେ।
ଏହି ଗୋଚର ସମୟରେ ରେଳବାଇ, ଶିପ୍ପିଂ, ପରିବହନ ଏବଂ ଯାତ୍ରା କମ୍ପାନୀଗୁଡ଼ିକ ଲାଭ କରିବେ ବୋଲି ଆଶା କରାଯାଉଛି।
ଏହି ଗୋଚର ସମୟରେ, କୌଣସି ନା କୌଣସି ପ୍ରକାରେ ସାରା ବିଶ୍ୱରେ ଶାନ୍ତି ରହିବ।
ବିଶ୍ୱର ବିଭିନ୍ନ ଦେଶ କଳା, ସଙ୍ଗୀତ, ନୃତ୍ୟ ଇତ୍ୟାଦି ଉପରେ କେନ୍ଦ୍ରିତ ବଡ଼ କାର୍ଯ୍ୟକ୍ରମ କିମ୍ବା ମହୋତ୍ସବ ମାଧ୍ୟମରେ ପରସ୍ପର ସହିତ ସଂଯୋଗ ଏବଂ ପାରସ୍ପରିକ କ୍ରିୟା କରିବେ।
ମେଷ ରାଶିରେ ଶୁକ୍ରଙ୍କର ଗୋଚର : ସ୍ଟକ ମାର୍କେଟ ରିପୋର୍ଟ୍
31 ମଈ, 2025 ରେ ମେଷ ରାଶିରେ ଶୁକ୍ରଙ୍କର ଗୋଚର ହେବାକୁ ଯାଉଛି। ସ୍ଟକ ମାର୍କେଟ ଉପରେ ଶୁକ୍ରଙ୍କର ମହତ୍ୱପୂର୍ଣ ପ୍ରଭାବ ରହିବ ସେଥିପାଇଁ ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଶୁକ୍ରଙ୍କର ମେଷ ରାଶିରେ ଗୋଚର ସମୟରେ ଶେୟାର ମାର୍କେଟ ଭବିଷ୍ୟବାଣୀ 2025 ଅନୁସାରେ ସ୍ଟକ ମାର୍କେଟରେ କ’ଣ ପରିବର୍ତ୍ତନ ଦେଖିବାକୁ ମିଳିବ।
ଶୁକ୍ରଙ୍କର ଏହି ଗୋଚର ବସ୍ତ୍ର ଶିଳ୍ପ ଓ ତାହା ସହିତ ଜଡ଼ିତ ବ୍ୟବସାୟ ପାଇଁ ଲାଭକାରୀ ହେବ।
ଏହି ସମୟ ଫ୍ଯାଶନ ଇନଡସ୍ଟ୍ରି, ବସ୍ତ୍ର ଓ ପରଫିଉମ ଶିଳ୍ପରେ ଉତ୍ଥାନ-ପତନ ଦେଖିବାକୁ ମିଳିବ।
ପ୍ରକାଶନ, ଟେଲିକମ୍ ଏବଂ ପ୍ରସାରଣ ଶିଳ୍ପ ଏବଂ ପରାମର୍ଶ, ଲେଖା, ମିଡିଆ ବିଜ୍ଞାପନ କିମ୍ବା ଜନସମ୍ପର୍କ ସେବା ପ୍ରଦାନ କରୁଥିବା ବ୍ୟବସାୟଗୁଡ଼ିକର ବଡ଼ ବ୍ରାଣ୍ଡଗୁଡ଼ିକ ଅନୁକୂଳ ଫଳାଫଳ ପାଇବେ ବୋଲି ଆଶା କରାଯାଉଛି।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. କେଉଁ ଗ୍ରହର ଶୁକ୍ରଙ୍କର ସହିତ ମିତ୍ରତା ଅଛି କିନ୍ତୁ ଶଏ ସ୍ଵଭାବରେ ପୂରାପୂରି ବିପରୀତ ?
ଶନି ଗ୍ରହ
2. କ’ଣ ଶୁକ୍ର ଓ ରାହୁଙ୍କ ମଧ୍ଯରେ ମିତ୍ରତା ଅଛି?
ହଁ, ଶୁକ୍ର ଓ ରାହୁ ମିତ୍ର।
3. ଶୁକ୍ର କେଉଁ ରାଶିରେ ନିଚ୍ଚ?
କନ୍ୟା ରାଶି
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






