ଶୁକ୍ରଙ୍କର ମୀନ ରାଶିରେ ଗୋଚର
ଆଷ୍ଟ୍ରୋସେଜ ଏଆଇର ସବୁବେଳେ ଚେଷ୍ଟା ରହିଛି ଯେ ଏହା ବର୍ଷରେ ଘଟିବାକୁ ଥିବା ଯେ କୌଣସି ମହତ୍ଵପୂର୍ଣ ଜ୍ୟୋତିଷୀୟ ଘଟନାର ନୂଆ ଅପଡେଟ୍ ଆମର ପାଠକଙ୍କୁ ପ୍ରଥମେ ଦେଇପାରୁ। ଏହି ଥର ଆମେ ଆପଣଙ୍କ ପାଇଁ ଆଣି ଆସିଛୁ ଶୁକ୍ରଙ୍କର ମୀନ ରାଶିରେ ଗୋଚର ସମ୍ବନ୍ଧିତ ଏହି ବିଶେଷ ଲେଖା। ପ୍ରେମର ଦେବତା sଉକର 28 ଜାନୁଆରୀ 2025 ଦିନ ନିଜର ଉଚ୍ଚ ରାଶିରେ ପ୍ରବେଶ କରିବେ।
ଶୁକ୍ରଙ୍କୁ ପ୍ରେମର ଗ୍ରହ ଭାବରେ ଜଣାଯାଏ। ଭାଗ୍ୟର ସ୍ବାମୀ ରୂପରେ ପ୍ରସିଦ୍ଧ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ ଓ ଧନର ରୋମାନ ଦେବୀଙ୍କର ନାମ ଦିଆଯାଇଛି। ବୈଦିକ ଜ୍ଯୋତିଷରେ ଶୁକ୍ରଙ୍କର ସମ୍ବନ୍ଧ ସମସ୍ତ ପ୍ରକାରର ଭୌତିକ ଜିନିଷ ସହିତ ଜଡ଼ିତ। ଶୁକ୍ର ଗ୍ରହ ଅନ୍ୟମାନଙ୍କ ସହିତ ସଂଯୋଗ ସ୍ଥାପନ କରିବା, ପରିବେଶକୁ ପ୍ରଶଂସା କରିବା ଏବଂ ନିଜ ସହିତ ସମନ୍ୱୟ ରଖିବାର ପ୍ରତୀକ ଅଟନ୍ତି। ଏହି ଗ୍ରହ ଆପଣଙ୍କଜାତକରେ ଆପଣଙ୍କ ପ୍ରେମ କିମ୍ବା ହୃଦୟକୁ ଆଲୋକିତ କରନ୍ତି। ଯେତେବେଳେ ଅନ୍ତରଙ୍ଗତା, ପ୍ରେମ ଏବଂ ସମ୍ପର୍କ କଥା ଆସେ, ସେତେବେଳେ ଆପଣଙ୍କର ଶୁକ୍ର ଆପଣଙ୍କର ଇଚ୍ଛା ଏବଂ ଲକ୍ଷ୍ୟ ନିର୍ଣ୍ଣୟ କରନ୍ତି। ଏହା ଆପଣଙ୍କର ପ୍ରେମର ସୂକ୍ଷ୍ମ ଦିଗଗୁଡ଼ିକୁ ଏବଂ ଆପଣ ନିଜର ଭାବନାକୁ କିପରି ପ୍ରକାଶ କରନ୍ତି ତାହା ପ୍ରତିନିଧିତ୍ୱ କରନ୍ତି।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ମୀନ ରାଶିରେ ଶୁକ୍ରଙ୍କର ଗୋଚର: ସମୟ
28 ଜନଉଆରୀ ସକାଳ 06:42 ରେ ଶୁକ୍ର ଗ୍ରହ ମୀନ ରାଶିରେ ପ୍ରବେଶ କରିବେ। ମୀନ ଶୁକ୍ରଙ୍କର ଉଚ୍ଚ ରାଶି ଓ ଜାତକରେ ଏହି ସ୍ଥିତିକୁ ଶୁକ୍ରଙ୍କ ପାଇଁ ଉତ୍ତମ କୁହାଯିବ। ତେବେ ଚାଲନ୍ତୁ ଏବେ ଜାଣିବା ଯେ ଶୁକ୍ରଙ୍କର ମୀନ ରାଶିରେ ଗୋଚର କରିବା ରାଶି ଓ ଦେଶ ଦୁନିଆ ଉପରେ କିପରି ପ୍ରଭାବ ପକାଇବ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ମୀନ ରାଶିରେ ଶୁକ୍ର: ବିଶେଷ କଥା
ମୀନ ରାଶିରେ ଉପସ୍ଥିତିku ଅତ୍ୟଧିକ ରୋମାନ୍ଟିକ କୁହଯାଏ। ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ ଓ ସମ୍ବନ୍ଧର କାରକ କୁହଯାଏ ଓ ମୀନ ରାଶିରେ ଥିବା ଯୋଗୁଁ ସେ ନିଜର ଶକ୍ତିକୁ ବହୁତ ସୁନ୍ଦର ଓ ଆଦର୍ଶବାଦୀ କରିପାରିବେ। ମୀନ ରାଶିର ସ୍ବାମୀ ବୃହସ୍ପତି ଅଟନ୍ତି ଓ ଏହି ଗ୍ରହର ସମ୍ବନ୍ଧ ସହାନୁଭୂତି, ସହଜ ଜ୍ଞାନ ଓ ଅଧ୍ୟାତ୍ମ ସହିତ ଅଛି। ଶୁକ୍ରଙ୍କର ମୀନ ରାଶିରେ ରହିବାର ଏହି ବିଶେଷ ପ୍ରଭାବ ଅଛି:
ଆଦର୍ଶବାଦୀ ଓ ରୋମାନ୍ଟିକ
ଯେତେବେଳେ ଶୁକ୍ର ମୀନ ରାଶିରେ ଗୋଚର କରନ୍ତି, ସେତେବେଳେ ବ୍ୟକ୍ତି ପ୍ରେମ ପ୍ରତି ଏକ ଆଦର୍ଶବାଦୀ ଦୃଷ୍ଟିକୋଣ ଧାରଣ କରନ୍ତି। ସେମାନେ ଗଭୀର ଭାବପ୍ରବଣ ସ୍ତରରେ ସଂଯୋଗ ସ୍ଥାପନ କରିବାକୁ ଭଲ ପାଆନ୍ତି। ଏହି କାରଣରୁ, ଏହି ଲୋକମାନେ ସମ୍ପର୍କରେ ବହୁତ ରୋମାଣ୍ଟିକ ଏବଂ ଭାବପ୍ରବଣ ହୋଇପାରନ୍ତି।
ଦୟାଳୁ ଓ ସହାନୁଭୂତିପୂର୍ଣ
ମୀନ ରାଶିରେ ଶୁକ୍ର ଥିବା ବେଳେ ବ୍ୟକ୍ତି ଅତ୍ୟନ୍ତ ସହାନୁଭୂତିଶୀଳ ଏବଂ ଅନ୍ୟମାନଙ୍କ ଭାବନାକୁ ଭଲ ଭାବରେ ବୁଝିପାରନ୍ତି। ସେମାନେ ସେମାନଙ୍କ ସାଥୀଙ୍କର ବହୁତ ଯତ୍ନ ନିଅନ୍ତି ଏବଂ ସେମାନଙ୍କର ଭାବପ୍ରବଣ ଆବଶ୍ୟକତା ପ୍ରତି ଅଧିକ ସଚେତନ ରୁହନ୍ତି। ବେଳେ - ବେଳେ ସେମାନେ ସେମାନଙ୍କ ପାଇଁ ବଳିଦାନ ଦେବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ।
ରଚନାତ୍ମକ ଓ କଳାତ୍ମକ
ଶୁକ୍ରଙ୍କର ମୀନ ରାଶିରେ ରହିବା ବ୍ୟକ୍ତି ଭିତରେ ପ୍ରାକୃତିକ ଭାବରେ କଳାତ୍ମକ ଗୁଣ ଆଣିଥାଏ। ଏମାନେ କଳା, ସଙ୍ଗୀତ, ନୃତ୍ୟ କିମ୍ବା କବିତା ପରି ରଚନତ୍ମକ କ୍ଷେତ୍ର ପ୍ରତି ଆକର୍ଷିତ ରୁହନ୍ତି। ଏମାନଙ୍କର ଭାବନାକୁ ବୁଝିବାର ଶକ୍ତି, ରଚନାତ୍ମକତା ଓ କ୍ଷମତାକୁ ପ୍ରୋତ୍ସାହନ ଦେଇଥାଏ।
ରୋମାନ୍ଟିକ ହୋଇଥାଆନ୍ତି
ଶୁକ୍ର ଏହ ରାଶିରେ ରହିଲେ ବ୍ୟକ୍ତିର ନିଜର ପାର୍ଟନର କିମ୍ବା ସମ୍ପର୍କକୁ ଆଦର୍ଶ କରିବା ପାଇଁ ଆଗ୍ରହ ଆସିଥାଏ। କେବେ କେବେ ସେ ନିଜର ମାନଲାଗି ସମ୍ପର୍କ ପାଇବା ପାଇଁ ନିଜର ପାର୍ଟନରର ତୃତୀକୁ ଅଣଦେଖା କରିଦିଏ। ଯେତେବେଳେ ବାସ୍ତବତା ସେମାନଙ୍କ ପ୍ରେମର ଆଦର୍ଶ ସହିତ ମେଳ ଖାଏ ନାହିଁ, ସେତେବେଳେ ସେମାନେ ନିରାଶା ଅନୁଭବ କରିପାରନ୍ତି। ଯେତେବେଳେ ସମ୍ପର୍କରେ ସମସ୍ୟା ଆସେ, ସେମାନେ ପରିସ୍ଥିତିର ସାମ୍ନା କରିବା ପରିବର୍ତ୍ତେ ସେଥିରୁ ଦୌଡ଼ି ପଳାଇବାକୁ ଭାବନ୍ତି।
ସମ୍ବେଦନଶୀଳ ଓ ଅସୁରକ୍ଷିତ
ଏହି ବ୍ୟକ୍ତିମାନେ ଅନ୍ୟମାନଙ୍କ ଭାବନା ପ୍ରତି ବହୁତ ସମ୍ବେଦନଶୀଳ ହୋଇପାରନ୍ତି। ଏହି କାରଣରୁ, ସେମାନେ ସେମାନଙ୍କ ସମ୍ପର୍କରେ ଅତ୍ୟନ୍ତ ଅସୁରକ୍ଷିତ ଅନୁଭବ କରନ୍ତି ଏବଂ ଅନ୍ୟମାନଙ୍କ କଥା କିମ୍ବା କାର୍ଯ୍ୟ ଦ୍ୱାରା ସହଜରେ ଆଘାତ ପାଆନ୍ତି। ସେମାନଙ୍କର ପ୍ରାୟତଃ ପ୍ରେମ ଏବଂ ସ୍ନେହ ପାଇଁ ଏକ ଅବ୍ୟକ୍ତ ଇଚ୍ଛା ଥାଏ କିନ୍ତୁ ସେମାନଙ୍କର ଆବଶ୍ୟକତା ପ୍ରକାଶ କରିବାରେ ସେମାନେ ଅସୁବିଧା ସାମ୍ନା କରିପାରନ୍ତି।
ପ୍ରେମରେ ଆଧ୍ୟାତ୍ମିକ ଓ ଅପରମ୍ପରାଗତ
ମୀନ ରାଶିରେ ଶୁକ୍ରଙ୍କର ରହିବା ଅଧ୍ୟାତ୍ମିକତା କୁ ଦର୍ଶାଏ। ଏହି ଲୋକ ଏପରି ପ୍ରେମ ପ୍ରତି ଆକର୍ଷିତ ହୁଅନ୍ତି ଯାହା ଭୌତିକ ଦୁନିଆ ଠାରୁ ଅଲଗା ହୋଇଥାଏ। ସେମାନେ ଏପରି ସମ୍ପର୍କ କିମ୍ବା ସମାନ ଆଦର୍ଶ ଥିବା ସାଥୀମାନଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଏହି ଲୋକମାନଙ୍କ ମଧ୍ୟରୁ କିଛି ଲୋକ ଏପରି ଏକ ଜୀବନସାଥୀ ଖୋଜନ୍ତି ଯାହାଙ୍କ ସହିତ ସେମାନଙ୍କର ଭାଗ୍ୟ ଜଡ଼ିତ କିମ୍ବା ସେମାନଙ୍କ କର୍ମ ଜଡ଼ିତ।
ପ୍ରେମରେ ତ୍ୟାଗ କରିବା
ମୀନ ରାଶିରେ ଶୁକ୍ର ରହିବା ଯୋଗୁଁ ବ୍ୟକ୍ତି ଅନ୍ୟଙ୍କ ପାଇଁ ନିଜର ଆବଶ୍ୟକତା ତ୍ୟାଗ କରନ୍ତି। ଏମାନେ ପ୍ରଥମେ ପ୍ରିୟଜନଙ୍କ ବିଷୟରେ ଭାବନ୍ତି। ଏହା ଏକ ଭଲ ଗୁଣ ହୋଇପାରେ କିନ୍ତୁ ଏମାନେ ସୀମାରୁ ବାହାରକୁ ଯାଇ ବହୁତ କିଛି କରିଦିଅନ୍ତି ଯେଉଁଥିପାଇଁ ସମ୍ବନ୍ଧ ଖରାପ ହୋଇପାରେ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୀନ ରାଶିରେ ଶୁକ୍ରଙ୍କର ଗୋଚର: ଏହି ରାଶିର ଲୋକଙ୍କୁ ହେବ ଲାଭ
ମେଷ ରାଶି
ଶୁକ୍ର ମେଷ ରାଶିର ଦ୍ଵିତୀୟ ଓ ସପ୍ତମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି। ଶୁକ୍ର ଆପଣଙ୍କର ଦ୍ଵାଦଶ ଘରେ ରହିବେ ଯାହାର ଅର୍ଥ ଆପଣ ସୁଖ-ସୁବିଧା ଉପରେ ପଇସା ଖର୍ଚ୍ଚ କରିବେ। ବ୍ୟକ୍ତିଗତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଉପରେ ଦାୟିତ୍ବ ବଢ଼ିପାରେ କିମ୍ବା ତାଙ୍କୁ ପଦୋନ୍ନତି ମିଳିପାରେ। ଏହା ଦ୍ବାରା ତାଙ୍କର ଆୟରେ ବୃଦ୍ଧି ଦେଖିବାକୁ ମିଳିବ। ବ୍ୟବସାୟୀଙ୍କୁ ଆର୍ଥିକ ଲାଭ ହେବାର ସଙ୍କେତ ଅଛି ଏବଂ ଶୁକ୍ରଙ୍କର ମୀନ ରାଶିରେ ଗୋଚର କରିବା ସମୟରେ ନିଜର ବିଜନେସକୁ ଆଗକୁ ବଢ଼ାଇ ପାରିବେ। ଏମାନଙ୍କ ପାଇଁ ନିଜର କାର୍ଯ୍ୟକ୍ଷେତ୍ର କିମ୍ବା ବୃତ୍ତିରେ ପ୍ରଗତି କରିବା ପାଇଁ ଭଲ ସମୟ ଅଟେ। ଏମାନଙ୍କୁ ଅନ୍ତରାଷ୍ଟ୍ରୀୟ ପ୍ରୋଜେକ୍ଟ ମଧ୍ୟ ମିଳିପାରେ।
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ଶୁକ୍ର ପଞ୍ଚମ ଓ ଦ୍ଵାଦଶ ଘରର ସ୍ବାମୀ ଅଟନ୍ତି ଓ ଏବେ ସେ ଆପଣଙ୍କର କ୍ୟାରୀଅର ଘର ଅର୍ଥାତ ଦଶମ ଘରେ ଗୋଚର କରିବେ। ମିଥୁନ ରାଶିର ଲୋକଙ୍କ ପାଇଁ ଏହା ଭଲ ସମୟ ଅଟେ। ଆପଣ କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରୟବେ ଓ ଯଦି ଆପଣ ମ୍ଯାନେଜର ପଦରେ ଅଛନ୍ତି ତେବେ ଅଧିକାରୀ ଆପଣଙ୍କର ଆଲୋଚନା ଉପରେ ଧ୍ୟାନ ଦେବେ। ଶୁକ୍ରଙ୍କର ମୀନ ରାଶିରେ ଗୋଚର ସମୟରେ ଆପଣଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଅଯାଇଛି। ରଚନାତ୍ମକ କ୍ଷେତ୍ରରେ କାମ କରୁଥିବା ଲୋକ ଯେପରି କଳାକାର ଓ ଡିଜ଼ାଇନରଙ୍କୁ ଅଧିକ ଲାଭ ହେବାର ସଙ୍କେତ ଅଛି। ଏମାନଙ୍କ ପାଇଁ ଏହି ସମୟ ଭଲ ରହିବ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
କର୍କଟ ରାଶି
କର୍କଟ ରାଶିର ଚତୁର୍ଥ ଓ ଏକାଦଶ ଘରର ସ୍ବାମୀ ହେଉଛନ୍ତି ଶୁକ୍ର ଗ୍ରହ ଓ ଏବେ ସେ ଗୋଚର ସମୟରେ ଆପଣଙ୍କର ନବମ ଘରେ ରହିବେ। ଏହି ସମୟରେ କର୍କଟ ରାଶିର ଲୋକ ଆରମ ରେ ନିଶ୍ବାସ ନେଇ ପାରିବେ କାରଣ ଶୁକ୍ର ଚାକିରି କରିଥିବା ଲୋକଙ୍କୁ ଧନ ଲାଭ ଓ ପ୍ରୋମୋସନର ସୁଯୋଗ ଦେବେ। ଆପଣଙ୍କର କଠିନ ପରିଶ୍ରମ ପାଇଁ ଆପଣଙ୍କର ଦରମା ବୃଦ୍ଧି ହେବ। ଯେଉଁ ଲୋକଙ୍କର ବିଜନେସ ଲାଭ ରେ ଚାଲିଛି ସେମାନେ ଏହି ସମୟର ସୁଯୋଗ ଉଠାଇ ପାରିବେ। କ୍ୟାରୀଅର ସମ୍ବନ୍ଧରେ ଆପଣଙ୍କର ଅନୁଭବ ଆପଣଙ୍କ ପାଇଁ ସାହାଜ୍ୟକାରି ପ୍ରମାଣିତ ହେବ।
କନ୍ୟା ରାଶି
କର୍କଟ ରାଶିର ଦ୍ଵିତୀୟ ଓ ନବମ ଘରର ସ୍ବାମୀ ଶୁକ୍ର ଅଟନ୍ତି ଯିଏ ଏବେ ଆପଣଙ୍କର ସପ୍ତମ ଘରେ ପ୍ରବେଶ କରିବାକୁ ଯାଉଛନ୍ତି। ଆପଣ ନିଜର ଜୀବନସାଥୀର ସହଯୋଗ ଦ୍ବାରା ବିଜନେସରେ ବହୁତ ପଇସା ରୋଜାଗାର କରିବେ। ଆପଣଙ୍କୁ କର୍ପୋରେଟରେ ବିନିଯୋଗ ରୁ ଲାଭ ହେବାର ଆଶା ଅଛି। ଶୁକ୍ରଙ୍କର ମୀନ ରାଶିରେ ଗୋଚର କରିବା ସମୟରେ ପ୍ରାଇଭେଟ କ୍ଷେତ୍ରରେ ଚାକିରି କରୁଥିବା ଲୋକଙ୍କୁ ନିଜର ବୃତ୍ତିଗତ ନେଟୱାର୍କ୍ ର ସାହାଜ୍ୟ ରୁ ଭଲ ଚାକିରି ମିଳିପାରେ। ଏହି ସମୟରେ ଆପଣଙ୍କର ବସ ଆପଣଙ୍କର ପକ୍ଷରେ ରହି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାମକୁ ପରିଚୟ ଓ ଆପଣଙ୍କୁ ପ୍ରସିଦ୍ଧତା ମିଳିବ।
ବିଛା ରାଶି
ବିଛା ରାଶିର ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ ଶୁକ୍ର ଓ ବେ ସେ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବେ। ଏହି ସମୟରେ ଆପଣଙ୍କୁ ନୂଆ ବିଜନେସ ଡୀଲ ମିଳିପାରେ। ଏହା ବ୍ୟବସାୟୀଙ୍କ ପାଇଁ ଭଲ ସମୟ ଅଟେ। ଯେଉଁ ଲୋକ ରଚନାତ୍ମକ କ୍ଷେତ୍ରରେ କାମ କରନ୍ତି, ତାଙ୍କ ଭିତରେ କାମ କରିବା ପାଇଁ ନୂଆ ଉତ୍ସାହ ସୃଷ୍ଟି ହେବ ଓ ସେ ବୃତ୍ତିଗତ ଭାବରେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ। ପ୍ରାଇଭେଟ ଚାକିରି କରିଥିବା ଲୋକ ଅନେକ ନୂଆ ସ୍କିଲ ଶିଖିବେ କିମ୍ବା ତାଙ୍କ ପାଖରେ ଥିବା ସ୍କିଲ କୁ ଉନ୍ନତ କରି ନିଜର ପ୍ରୋଫାଇଲ୍ କୁ ଭଲ କରିବେ।
କୁମ୍ଭ ରାଶି
କୁମ୍ଭ ରାଶିର ଦ୍ୱିତୀୟ ଘରେ ଶୁକ୍ରଙ୍କ ଗୋଚର ହେତୁ, ଆପଣ ଧନ ସଂଗ୍ରହ କରିପାରିବେ ଏବଂ ଆର୍ଥିକ ସୁରକ୍ଷା ହାସଲ କରିପାରିବେ। ଯେତେବେଳେ ଆପଣଙ୍କର ଚତୁର୍ଥ ଏବଂ ନବମ ଘରର ସ୍ବାମୀ ଶୁକ୍ର ଆପଣଙ୍କର ଦ୍ୱିତୀୟ ଘରେ ପ୍ରବେଶ କରିବେ, ସେତେବେଳେ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଟୋମୋଟିଭ୍, ରିଅଲ୍ ଇଷ୍ଟେଟ୍ କିମ୍ବା ପାରିବାରିକ ବ୍ୟବସାୟରେ କାମ କରୁଥିବା ଲୋକଙ୍କ ପାଇଁ ଏହା ଏକ ଅନୁକୂଳ ସମୟ ହେବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୀନ ରାଶିରେ ଶୁକ୍ରଙ୍କର ଗୋଚର: ଏହି ରାଶିର ଲୋକଙ୍କୁ ହେବ କ୍ଷତି
ସିଂହ ରାଶି
ସିଂହ ରାଶିର ତୃତୀୟ ଏବଂ ଦଶମ ଘରର ସ୍ବାମୀ ଶୁକ୍ର ଏବେ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିବେ। ମୀନ ରାଶିରେ ଶୁକ୍ରଙ୍କ ଗୋଚର ସମୟରେ, ଆପଣ ଆର୍ଥିକ ସ୍ତରରେ ଉତ୍ଥାନ-ପତନର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଆପଣଙ୍କ ପାଇଁ ଟଙ୍କା ସଞ୍ଚୟ କରିବା କଷ୍ଟକର ହୋଇଯିବ। ବ୍ୟବସାୟୀମାନଙ୍କୁ ଟଙ୍କା ରୋଜଗାର କରିବା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ଏହି ଗୋଚର ସମୟରେ ଆପଣ ଷ୍ଟକ୍ ବଜାରରେ ନିବେଶ କରିବାରୁ ଦୂରେଇ ରହିବା ଉଚିତ।
ମୀନ ରାଶିରେ ଶୁକ୍ରଙ୍କର ଗୋଚର ବେଳେ କରନ୍ତୁ ଏହି ପ୍ରତିକାର
ଯଦି ଆପଣ ଶୁକ୍ରଙ୍କର ମୀନ ରାଶିରେ ଗୋଚରକୁ ନିଜ ପାଇଁ ଅଧିକ ଶୁଭ କରିବାକୁ ଚାହୁଁଛନ୍ତି ତେବେ ଆପଣ ଆଷ୍ଟ୍ରୋସେଜ ଏଆଇ ଦ୍ବାରା କୁହାଯାଇଥିବା ଜ୍ୟୋତିଷୀୟ ପ୍ରତିକାର କରିପାରିବେ।
- ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
- ଶୁକ୍ରଙ୍କର ବୀଜ ମନ୍ତ୍ର ଓଁ ଦ୍ରାଂ ଦ୍ରୀଂ ଦ୍ରୌଂ ସଃ ସୁକରାୟ ନମଃ ଜପ କରନ୍ତୁ।
- ନକରାତ୍ମକ ଶକ୍ତି ରୁ ବଞ୍ଚିବା ପାଇଁ ଓ ଘର ଶୁଦ୍ଧି କରିବା ପାଇଁ ଯଜ୍ଞ କରନ୍ତୁ।
- ଆପଣ ଅଧିକ ରୁ ଅଧିକ ଧଳା କିମ୍ବା ଗୋଲାପି ରଙ୍ଗର ବସ୍ତ୍ରର ବ୍ୟବହାର କରନ୍ତୁ।
- ଶୁକ୍ରବାର ଦିନ ବ୍ରତ ରଖନ୍ତୁ।
ମୀନ ରାଶିରେ ଶୁକ୍ରଙ୍କର ଗୋଚର: ବିଶ୍ବ ଉପରେ ପ୍ରଭାବ
ସରକାରୀ ଓ ଶୁକ୍ରଙ୍କ ସହିତ ସମ୍ବନ୍ଧିତ କ୍ଷେତ୍ର
- ମୀନ ରାଶିରେ ଶୁକ୍ରଙ୍କ ଗୋଚର ସମୟରେ ପ୍ରଶାସନର ସାଧୁତା, ଦାୟିତ୍ୱ ଏବଂ କାର୍ଯ୍ୟର ଗତିରେ ହଠାତ୍ ବୃଦ୍ଧି ଘଟିବ।
- ଶୁକ୍ରଙ୍କ ଏହି ଗୋଚର ସମୟରେ ଶିଳ୍ପ, ଶିକ୍ଷା କ୍ଷେତ୍ର, ନାଟ୍ୟ କଳା, ଆମଦାନୀ-ରପ୍ତାନି ସମ୍ବନ୍ଧୀୟ ବ୍ୟବସାୟ, କାଠ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭଳି କିଛି କ୍ଷେତ୍ର ଭଲ ପ୍ରଦର୍ଶନ କରିପାରନ୍ତି।
- ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କ ସାମାଜିକ ଏବଂ ଆର୍ଥିକ ବିକାଶ ପାଇଁ ସରକାର ନୂତନ ଯୋଜନା କରିପାରିବେ କିମ୍ବା ବର୍ତ୍ତମାନର ନୀତିରେ କୌଣସି ପରିବର୍ତ୍ତନ କରିପାରିବେ।
- ଏହାର ପ୍ରଭାବ ସରକାରଙ୍କ ଉପରେ ମଧ୍ୟ ଦେଖାଯାଇପାରେ ଏବଂ ଦେଶର ନିମ୍ନ ଆୟକାରୀ ଗୋଷ୍ଠୀ ଏଥିରୁ କିଛି ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି।
- ଧାର୍ମିକ ବସ୍ତୁର ଚାହିଦା ବଢ଼ିବା ଯୋଗୁଁ ବିଶ୍ବର ଅନ୍ୟ ଭାଗରେ ଭାରତରେ ଏହାର ରପ୍ତାନି ବୃଦ୍ଧି ପାଇପାରେ।
ମିଡିଆ, ଅଧ୍ୟାତ୍ମ, ଯାନ ଇତ୍ୟାଦି
- ବିଶ୍ବରେ ଆଧ୍ୟାତ୍ମିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ବୃଦ୍ଧି ଦେଖିବାକୁ ମିଳିବ।
- ମୀନ ରାଶିରେ ଶୁକ୍ରଙ୍କର ଗୋଚର କରିବା ସମୟରେ କୋଉନ୍ସେଲିଂ, ଲେଖନ, ସମ୍ପାଦନ ଓ ସାମ୍ବାଦିକତା ଇତ୍ୟାଦି କ୍ଷେତ୍ରରେ ଅଭିବୃଦ୍ଧି ହେବ ଏବଂ ଏହି କ୍ଷେତ୍ରରେ କାମ କରୁଥିବା ଲୋକମାନେ ଲାଭବାନ ହେବେ।
- ରେଲୱେ, ଶପିଂ, ଯାନ ଓ ଟ୍ରାଭେଲ କମ୍ପାନୀକୁ ଏହି ଗୋଚର ସମୟରେ ଲାଭ ମିଳିବାର ଆଶା ଅଛି।
- ଏହି ଗୋଚର ସମୟରେ, କୌଣସି ନା କୌଣସି ରୂପରେ ସାରା ବିଶ୍ୱରେ ଶାନ୍ତି ବିରାଜମାନ ରହିବ।
- ବିଶ୍ବର ଅଲଗା ଅଲଗା ଦେଶରେ କଳା, ସଙ୍ଗୀତ, ନୃତ୍ୟ ଇତ୍ୟାଦି ଉଓରେ କେନ୍ଦ୍ରିତ ବଡ଼ କାର୍ଯ୍ୟକ୍ରମ କିମ୍ବା ପର୍ବ ଦ୍ବାରା ପରସ୍ପର ସହିତ ଜଡ଼ିତ ହେବେ ଓ କଥାବାର୍ତ୍ତା ହେବେ।
ମୀନ ରାଶିରେ ଶୁକ୍ରଙ୍କର ଗୋଚର: ସ୍ଟକ ମାର୍କେଟ ଉପରେ ପ୍ରଭାବ
ଜାନୁଆରୀ 28 ତାରିଖ ସକାଳ 6:42 ରେ ଶୁକ୍ର ଗ୍ରହ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି।ଷ୍ଟକ୍ ମାର୍କେଟ ବିଷୟରେ କହିବାକୁ ଗଲେ, ଶୁକ୍ର ହେଉଛନ୍ତି ଭୌତିକ ସୁଖର କାରକ ଏବଂ ଏହା ଷ୍ଟକ୍ ମାର୍କେଟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ମୀନ ରାଶିରେ ଶୁକ୍ରଙ୍କ ଗୋଚର ସେୟାର ମାର୍କେଟ ଉପରେ କି ପ୍ରଭାବ ପକାଇବ ତାହା ଜାଣନ୍ତୁ।
- ଏହି ଗୋଚର ଟେକ୍ସଟାଇଲ ଶିଳ୍ପ ଏବଂ ଏହାର ସମ୍ପର୍କିତ ବ୍ୟବସାୟ ପାଇଁ ଲାଭଦାୟକ ପ୍ରମାଣିତ ହେବ।
- ଏହି ଗୋଚର ସମୟରେ ଫ୍ଯାଶନ ଏଜେଂସି, ବସ୍ତ୍ର ଓ ପରଫିଉମ ଉଦ୍ଯୋଗରେ ବୃଦ୍ଧି ଦେଖିବାକୁ ମିଳିବ।
- ପ୍ରକାଶନ। ଦୂରସଞ୍ଚାର ଓ ପ୍ରସାରଣ ଉଦ୍ଯୋଗର ବଡ଼ ବ୍ରାଣ୍ଡ ଓ ବ୍ୟବସାୟ କ୍ଷେତ୍ରରେ ପରାମର୍ଶ ଦେଉଥିବା ବ୍ୟବସାୟ, ଲେଖା, ମିଡିଆ ବିଜ୍ଞାପନ କିମ୍ବା ପିଆର ସାର୍ଭିସ ଦେଉଥିବା ବ୍ୟବସାୟକୁ ଅନୁକୂଳ ପରିଣାମ ପ୍ରାପ୍ତ ହେବ।
ମୀନ ରାଶିରେ ଶୁକ୍ରଙ୍କର ଗୋଚର: ରିଲିଜ ହେବାକୁ ଥିବା ଫିଲ୍ମ
| ଫିଲ୍ମର ନାମ | ସ୍ଟାର କାସ୍ଟ | ରିଲିଜ ତାରିଖ |
| ବୀରେ ଦି ୱେଡିଙ୍ଗ 2 | କରିନା କପୂର ଖାନ | 08-02- 2025 |
| ଶଙ୍କି | ଅହାନ ଶେଟ୍ଟି, ପୂଜା ହେଗଡ଼େ | 14-2-2025 |
| ଛାୱା | ଭିକି କୌଶାଲ, ରଶ୍ମୀକା ମନ୍ଦାନା | 14-2-2025 |
ମୀନ ରାଶିରେ ଶୁକ୍ରଙ୍କ ଗୋଚର ସିଧାସଳଖ ଚଳଚ୍ଚିତ୍ର ବ୍ୟବସାୟ ଉପରେ ପ୍ରଭାବ ପକାଇବ। ଶୁକ୍ର ହେଉଛନ୍ତି ମନୋରଞ୍ଜନ ଏବଂ ଚଳଚ୍ଚିତ୍ର ଶିଳ୍ପକୁ ଶାସନ କରୁଥିବା ମୁଖ୍ୟ ଗ୍ରହ। ଶୁକ୍ରଙ୍କ ଏହି ଗୋଚର ବୀରେ ଦି ୱେଡିଙ୍ଗ 2 ଏବଂ ଛାୱା ଉପରେ ସକାରାତ୍ମକ ପ୍ରଭାବ ପକାଇବ କିନ୍ତୁ ଏହି ଗୋଚର ଶଙ୍କି ପାଇଁ ବହୁତ ଅନୁକୂଳ ପ୍ରମାଣିତ ହେବ ନାହିଁ। ଆମେ ଆଶା କରୁଛୁ ଯେ ଏହି ସମସ୍ତ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବେ ଏବଂ ଆମେ ସମସ୍ତ ଷ୍ଟାରଙ୍କୁ ଶୁଭକାମନା ଜଣାଉଛୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଶୁକ୍ରଙ୍କୁ କେଉଁ ରାଶିର ସ୍ଵାମିତ୍ଵ ପ୍ରାପ୍ତ ହୋଇଛି?
ତୁଳା ଓ ବୃଷ ରାଶିର ସ୍ବାମୀ ହେଉଛନ୍ତି ଶୁକ୍ର।
2. ଶୁକ୍ରଙ୍କର ମୂଳ ତ୍ରିକୋଣ ରାଶି କେଉଁଟି?
ଏହା ତୁଳା ରାଶି ଅଟେ।
3. କ’ଣ ବୃହସ୍ପତି ଓ ଶୁକ୍ରଙ୍କ ମଧ୍ୟରେ ମିତ୍ରତା ଅଛି?
ନାହିଁ, ଏମାନେ ପରସ୍ପରର ଶତ୍ରୁ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






