ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର
ବୀରତ୍ଵ ଓ ସାହସର ପ୍ରତିକ ମଙ୍ଗଳ ଗ୍ରହ 20 ଅକ୍ଟୋବର 2024 ରେ କର୍କଟ ରାଶିରେ ପ୍ରବେଶ କରିଥିଲେ। କିନ୍ତୁ 7 ଡିସେମ୍ବର 2024 ରେ ସେ ବକ୍ରୀ ଅବସ୍ଥାରେ 21 ଜାନୁଆରୀ 2025 ରେ ପୁନର୍ବାର ମିଥୁନ ରାଶିରେ ଗୋଚର କରିଲେ। ଏବେ ମିଥୁନ ରାଶିରେ ମଙ୍ଗଳ 24 ଫେବ୍ରୁୟାରୀ 2025ରେ ମାର୍ଗୀ ହୋଇ 3 ଅପ୍ରିଲ 2025 ରାତି 01:32 re ପୁନର୍ବାର କର୍କଟ ରାଶିରେ ପ୍ରବେଶ କରୁଛନ୍ତି ଓ ମଙ୍ଗଳ ଦେବ ଏହି ରାଶିରେ 7 ଜୁନ 2025 ପର୍ଯ୍ୟନ୍ତ ରହିବେ। ଯେପରି ସମସ୍ତେ ଜାଣନ୍ତି ମଙ୍ଗଳ ଦେବ ସାହାସ, ପରାକ୍ରମ, ଶକ୍ତି, ସାମର୍ଥ୍ୟ, ସଂକଳ୍ପ, ଯୁଦ୍ଧ ଓ କ୍ରୋଧ ଇତ୍ୟାଦିର କାରକ ଗ୍ରହ ହେବା ସହିତ ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ଭୂକମ୍ପ, ଅଗ୍ନି ଓ ଦୁର୍ଘଟଣାର କାରକ ମଧ୍ୟ। ସେ ନକରାତ୍ମକ ପରିଣାମ ଦେଇ ପାରନ୍ତି। ଆସନ୍ତୁ ଜାଣିବା ମଙ୍ଗଳଙ୍କର କର୍କଟ ରାଶିରେ ଗୋଚରଭାରତକୁ କିପରୀ ପ୍ରଭାବିତ କରିବ।
କର୍କଟ ରାଶିରେ ମଙ୍ଗଳ ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଭାରତ ଉପରେ ମଙ୍ଗଳ ଗୋଚରର ପ୍ରଭାବ
ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ସମୟରେ ମଙ୍ଗଳ କର୍କଟ ରାଶିରେ ନିଜର ନିଚ୍ଚ ଅବସ୍ଥାରେ ରହିବା ଯୋଗୁଁ ଅନେକ ମାମଲାରେ ଆପଣଙ୍କୁ ନକରାତ୍ମକ ପରିଣାମ ଦେଇ ପାରନ୍ତି କାରଣ 3 ଅପ୍ରିଲ 205 ରୁ 7 ଜୁନ 2025 ପର୍ଯ୍ୟନ୍ତ ମଙ୍ଗଳ ଭାରତବର୍ଷର ଜାତକରେ ତୃତୀୟ ଘରେ ନିଚ୍ଚ ଅବସ୍ଥାରେ ରହିବେ। ଏପରି ସ୍ଥିତିରେ ସେ ମିଶ୍ରିତ ପରିଣାମ ଦେବେ। ତୃତୀୟ ଘରେ ମଙ୍ଗଳଙ୍କର ଗୋଚରକୁ ଭଲ ପରିଣାମ ଦେଉଥିବା ଗୋଚର ବୋଲି ବିବେଚନା କରାଯାଏ। ଏହି ସମୟରେ କିଛି ପଡ଼ୋଶୀ ରାଷ୍ଟ୍ର ସମସ୍ଯା ସୃଷ୍ଟି କରି ପାରନ୍ତି। କିଛି ସମସ୍ଯା ପରେ ଆମେ ଉପଦ୍ରବକୁ ଶାନ୍ତ କରି ପାରିବା କାରଣ ତୃତୀୟା ଘରେ ମଙ୍ଗଳ ଆମର ପରାକ୍ରମକୁ ବଢ଼ାଇବାର ମଧ୍ୟ କାମ କରିବେ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
हिंदी में पढ़ने के लिए यहां क्लिक करें: मंगल का कर्क राशि में गोचर
ସରଳ ଶବ୍ଦରେ କହିବାକୁ ଗଲେ, ଉତ୍ଥାନ-ପତନ ଦେଖିବାକୁ ମିଳିବ କିନ୍ତୁ ଆମର ପରାକ୍ରମରେ କୌଣସି ବଡ଼ ନକରାତ୍ମକତା ଦେଖିବାକୁ ମିଳିବ ନାହିଁ। ଆବଶ୍ୟକ ହେଲେ ନିଜର ସୁରକ୍ଷା କରିବାକୁ ସମର୍ଥ ହେବା କିନ୍ତୁ ଯିବା ଆସିବା ବେଳେ ଦୁର୍ଘଟଣାକୁ ନେଇ କିଛି ନିରାସଜନକ ସମାଚାର ମିଳିପାରେ। କିଛି ଜାଗାରେ ଅଗ୍ନିକାଣ୍ଡ ହୋଇପେର ଓ ସାଇବର୍ ଅପରାଧ ବଢ଼ିପାରେ। ସମସ୍ତ 12 ଟି ରାଶି ପାଇଁ ମଙ୍ଗଳଙ୍କର ଏହି ଗୋଚର କିପରି ହେବ ଆସନ୍ତୁ ଜାଣିବା।
To Read in English Click Here: Mars Transit in Cancer
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
କର୍କଟ ରାଶିରେ ମଙ୍ଗଳଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶିର ଲୋକଙ୍କ ପାଇଁ ମଙ୍ଗଳ ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଅଷ୍ଟମ ଘରର ମଧ୍ୟ ସ୍ବାମୀ। ଏବେ ମଙ୍ଗଳ କର୍କଟ ରାଶିରେ ଗୋଚର କରି ଆପଣଙ୍କର ଚତୁର୍ଥ ଘରେ ରହିବେ। ଏହା ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ରଉପରେ ଆପଣଙ୍କର ଚତୁର୍ଥ ଘରେ ନିଚ୍ଚ ହୋଇ ରହିବେ। ସେଥିପାଇଁ ଏହି ଗୋଚର ଆପଣଙ୍କୁ ଘର-ଗୃହସ୍ଥି ସହିତ ଜଡ଼ିତ ମାମଲାରେ ସାବଧାନ ରହିବାକୁ ପରାମର୍ଶ ଦେଉଛି । ଭୂମି , ଘର, ଯାନବାହାନ ଇତ୍ୟାଦିକୁ ନେଇ କିଛି ସମସ୍ଯା ଦେଖିବାକୁ ମିଳିପାରେ। ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ସମୟରେ ସ୍ବାସ୍ଥ୍ୟ ଦୁର୍ବଳ ହୋଇପାରେ। ଯଦି ମାତାଙ୍କର ସ୍ବାସ୍ଥ୍ୟ ଦୁର୍ବଳ ଅଛି ତେବେ ତାଙ୍କର ଯତ୍ନ ନିଅନ୍ତୁ।
ଉପାୟ: ବଡ଼ ଗଛ ମୂଳରେ ମିଠା କ୍ଷୀର ଢାଳନ୍ତୁ।
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହ ଆପଣଙ୍କର ଜାତକରେ ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ ଯିଏ ଏବେ ଗୋଚର କରି ଆପଣଙ୍କର ତୃତୀୟ ଘରେ ରହିବେ। ସପ୍ତମ ଘରର ସ୍ବାମୀଙ୍କର ନିଚ୍ଚ ହେବା ସାମାନ୍ଯ ଭାବରେ ଅନୁକୂଳ ନୁହେଁ। ଜୀବନସାଥୀର ସ୍ବାସ୍ଥ୍ୟରେ କିଛି ଦୁର୍ବଳତା ଦେଖିବାକୁ ମିଳିପାରେ। କିନ୍ତୁ ସକାରାତ୍ମକ କଥା ଏହା ଯେ ସ୍ବାସ୍ଥ୍ୟ ଠିକ ହେବା ସ୍ଥିତିରେ ଆପଣ ନିଜର ଜୀବନସାଥୀ ସହିତ ବୁଲିବାକୁ ଯାଇପାରିବେ। ଯଦି ଆପଣ ପାର୍ଟନର୍ଶିପରେ କାମ କରନ୍ତି ତେବେ ପାର୍ଟନର ସହିତ ତାଳମେଳ ରଖିବାକୁ ଚେଷ୍ଟା କରିବାକୁ ପଡ଼ିପାରେ। ଏହି ଗୋଚର ସମୟରେ ବିଦେଶ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ କିଛି ଲାଭ ମିଳିପାରେ। ମଙ୍ଗଳଙ୍କର ଏହି ଗୋଚର ଶାସନ-ପ୍ରଶାସନ ସହିତ ଜଡ଼ିତ ମାମଲାରେ ଅନୁକୂଳ ପରିଣାମ ଦେଇପାରେ।
ଉପାୟ: କ୍ରୋଧ ଓ ଅହଂକାରରୁ ଦୂରେଇ ରୁହନ୍ତୁ ଓ ଭାଇମାନଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହ ଆପଣଙ୍କର ଜାତକରେ ଷଷ୍ଠ ଘର ଓ ଏକାଦଶ ଘରର ସ୍ବାମୀ ଯିଏ ଏବେ ଦ୍ଵିତୀୟ ଘରେ ଗୋଚର କରି ନିଚ୍ଚ ହୋଇ ରହିବେ। ଦ୍ଵିତୀୟ ଘରେ ମଙ୍ଗଳଙ୍କର ଗୋଚରକୁ ଭଲ କୁହାଯିବ ନାହିଁ। କିନ୍ତୁ ଲାଭ ଘରର ସ୍ବାମୀ ଧନ ଘରକୁ ଯିବା କିଛି ମାତ୍ରାରେ ଅନୁକୂଳ କୁହାଯିବ। ଜ୍ୟୋତିଷ ଶାସ୍ତ୍ରରେ, ଧନ ଘରେ ମଙ୍ଗଳଙ୍କର ଗୋଚର ପୂର୍ବରୁ ସଞ୍ଚିତ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ କରେ ବୋଲି କୁହାଯାଏ। ଏହା ବ୍ୟତୀତ, ମଙ୍ଗଳ ଗ୍ରହ ନିଚ୍ଚ ସ୍ଥିତିରେ ରହିବେ, ତେଣୁ ଏହି ପରିସ୍ଥିତିକୁ ଭଲ ବୋଲି ବିବେଚନା କରାଯିବ ନାହିଁ। କର୍କଟ ରାଶିରେ ମଙ୍ଗଳଙ୍କ ଭ୍ରମଣ ସମୟରେ, ଆମେ ଆପଣଙ୍କୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବାକୁ ପରାମର୍ଶ ଦେବାକୁ ଚାହୁଁଛୁ। ଏହା ସହିତ, ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟର, ବିଶେଷକରି ଆପଣଙ୍କ ଖାଦ୍ୟପେୟର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ପଡ଼ିବ। ପରିବାର ସଦସ୍ୟଙ୍କ ସହିତ ଯେପରି କୌଣସି ମତଭେଦ ନ ହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।
ଉପାୟ: ନିୟମିତ ଭାବରେ ହନୁମାନ ଚାଳିସା ପାଠ କରନ୍ତୁ।
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ, ମଙ୍ଗଳ ଆପଣଙ୍କ କୁଣ୍ଡଳୀର ପଞ୍ଚମ ଏବଂ ଦଶମ ଘରର ସ୍ୱାମୀ ଅଟନ୍ତି। ଦୁଇଟି ଶୁଭ ଘରର ସ୍ବାମୀ ହୋଇଥିବାରୁ, ଏହାକୁ ଆପଣଙ୍କ ଜାତକ ପାଇଁ ସର୍ବୋତ୍ତମ ଗ୍ରହ କିମ୍ବା ଯୋଗକାରୀ ଗ୍ରହ କୁହାଯାଏ, କିନ୍ତୁ ନୀଚ ଅବସ୍ଥାରେ ଥିବାରୁ, ମଙ୍ଗଳ ଅନୁକୂଳ ଫଳାଫଳ ଦେବାରେ ପଛରେ ପଡ଼ିପାରେ। ପ୍ରଥମ ଘରେ ମଙ୍ଗଳ ଗୋଚରକୁ ଭଲ କୁହାଯିବ ନାହିଁ। ଗୋଚର ଶାସ୍ତ୍ର ଅନୁସାରେ ପ୍ରଥମ ଘରେ ମଙ୍ଗଳଙ୍କର ଗୋଚର ରକ୍ତ ବିକାର ସୃଷ୍ଟି କରିପାରେ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ପୂର୍ବରୁ ରକ୍ତ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ, ଏହି ସମୟରେ ବିଶେଷ ସତର୍କ ରହିବାର ଆବଶ୍ୟକତା ରହିବ। ବିବାହିତ ଲୋକ ନିଜର ଲାଇଫ ପାର୍ଟନର ସହିତ ଭଲ ସମ୍ବନ୍ଧ ରଖିବାକୁ ଚେଷ୍ଟା କରିବେ। କାର୍ଯ୍ୟକ୍ଷେତ୍ର ସମ୍ବନ୍ଧିତ ମାମଲାରେ ସାବଧାନ ରୁହନ୍ତୁ। ଯଦି ଆପଣ ଗୋଟିଏ ପିଲାର ପିତା, ତେବେ ପିଲା ସହିତ ମଧ୍ୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ।
ଉପାୟ: କୌଣସି ବ୍ୟକ୍ତି ଠାରୁ ମାଗଣା କୌଣସି ଜିନିଷ ସ୍ଵୀକାର କରନ୍ତୁ ନାହିଁ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହ ଆପଣଙ୍କର ଜାତକରେ ଚତୁର୍ଥ ତଥା ଭାଗ୍ୟ ଘରର ସ୍ବାମୀ। କେନ୍ଦ୍ର ଓ ତ୍ରିକୋଣର ସ୍ବାମୀ ହେବା ଯୋଗୁଁ ମଙ୍ଗଳ ଆପଣଙ୍କର ଜାତକ ପାଇଁ ଯୋଗକାରୀ ଗ୍ରହ ଜୟ ଗୋଚର କରି ଆପଣଙ୍କର ଦ୍ଵାଦଶ ଘରେ ନିଚ୍ଚ ହୋଇ ରହିବେ। ଏହି ଦୁଇଟି ସ୍ଥିତିକୁ ଭଲ କୁହାଯିବ ନାହିଁ। ଦ୍ଵାଦଶ ଘରେ ମଙ୍ଗଳଙ୍କୁ ବ୍ୟର୍ଥ ଖର୍ଚ୍ଚ କରାଉଥିବା ଗ୍ରହ କୁହାଯାଇଛି। ମଙ୍ଗଳ ଏପରି ସ୍ଥାନରେ କ୍ଷତି କରାନ୍ତି। ଆପଣଙ୍କୁ କୌଣସି ଯାତ୍ରାରେ ଯିବାଜକୁ ପଡ଼ିପାରେ କିମ୍ବା କିଛି ହଠାତ ପରିବର୍ତ୍ତନ ଚାକିରିରେ ଦେଖିବାକୁ ପଡ଼ିପାରେ। ଯଦି କୋର୍ଟରେ କୌଣସି ମାମଲା ଚାଲିଛି, ତେବେ ଏହି ସମୟ ମଧ୍ୟରେ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଚେଷ୍ଟା କରନ୍ତୁ। ବିଦେଶ ଯିବାକୁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ପଥ ସହଜ ହୋଇଯିବ। ଧାର୍ମିକ ଯାତ୍ରାରେ ଯିବା ସମ୍ଭବ ହେବ, କିନ୍ତୁ ଯାତ୍ରା ସମୟରେ କିଛି ସମସ୍ଯା ଦେଖିବାକୁ ମିଳିପାରେ।
ଉପାୟ: ହନୁମାନଙ୍କର ମନ୍ଦିରରେ ନାଲି ମିଠା ଭୋଗ କରନ୍ତୁ ଓ ପ୍ରସାଦ ଲୋକଙ୍କୁ ବାଣ୍ଟନ୍ତୁ, ବିଶେଷକରି ମିତ୍ରଙ୍କୁ ନିଶ୍ଚିତ ଦିଅନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ମଙ୍ଗଳ ଆପଣଙ୍କର ଜାତକରେ ତୃତୀୟ ତଥା ଅଷ୍ଟମ ଘରର ସ୍ବାମୀ ଯିଏ ଏବେ ଗୋଚର କରି ଆପଣଙ୍କର ଲାଭ ଘରେ ରହିବେ। ଲାଭ ଘର ମଙ୍ଗଳ ଗୋଚରକୁ ବହୁତ ଭଲ ପରିଣାମ ଦେବ ବୋଲି ବିବେଚନା କରାଯାଏ। ହୁଏତ, ମଙ୍ଗଳ ଗ୍ରହ ନିଚ୍ଚ ଅବସ୍ଥାରେ ଥିବାରୁ ସେପରି ଫଳାଫଳ ଦେଇପାରିବେ ନାହିଁ। ଯଦି ଆପଣଙ୍କ କୁଣ୍ଡଳୀର ଦଶା ଅନୁକୂଳ ଅଛି, ତେବେ ମଙ୍ଗଳଙ୍କର ଏହି ଗୋଚର ଯୋଗୁଁ ଆପଣଙ୍କୁ ବହୁତ ଭଲ ଫଳାଫଳ ମିଳୁଥିବା ପରି ମନେ ହେଉଛି। ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ସମୟରେ ଆପଣଙ୍କ ଆୟ ବୃଦ୍ଧି ପାଇପାରେ। ଯଦି ଆପଣ ଜଣେ ବ୍ୟବସାୟୀ, ତେବେ ଆପଣଙ୍କୁ ଭଲ ଲାଭ ମିଳିପାରେ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ ଏବଂ ଆପଣଙ୍କୁ ବନ୍ଧୁମାନଙ୍କଠାରୁ ମଧ୍ୟ ସମର୍ଥନ ମିଳିବ। ଯଦି ଆପଣଙ୍କର କାମ ସେନା କିମ୍ବା ସୁରକ୍ଷା ସହିତ ଜଡ଼ିତ କିମ୍ବା ଆପଣ କୌଣସି ନାଲି ପଦାର୍ଥର ବ୍ୟବସାୟ କରୁଛନ୍ତି ତେବେ ଏହି ଗୋଚର ବେଳେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିପାରେ।
ଉପାୟ: ଶିବଙ୍କର ମହୁ ସହିତ ଅଭିଷେକ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ମଙ୍ଗଳ ଆପଣଙ୍କର ଜାତକରେ ଦ୍ବିତୀୟ ତଥା ସପ୍ତମ ଘରର ସ୍ବାମୀ। ବର୍ତ୍ତମାନ ମଙ୍ଗଳ ଗୋଚର କରି ଆପଣଙ୍କର ଦଶମ ଘରେ ନିଚ୍ଚ ଅବସ୍ଥାରେ ରହିବେ। ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘରର ସ୍ବାମୀ ନୀଚ ହୋଇଗଲେ ଏହାକୁ ଭଲ ବୋଲି ବିବେଚନା କରାଯାଏ ନାହିଁ । ଏହା ସହିତ, ଦଶମ ଘରେ ମଙ୍ଗଳଙ୍କ ଗୋଚର ମଧ୍ୟ ବହୁତ ଭଲ ଫଳାଫଳ ଦେବ ନାହିଁ ବୋଲି କୁହାଯାଏ। ତଥାପି, ଏହି ସ୍ଥାନରେ ମଙ୍ଗଳ ଗ୍ରହ ଶକ୍ତିଶାଳୀ ଏବଂ ଏପରି ପରିସ୍ଥିତିରେ, କଠିନ ପରିଶ୍ରମ କରୁଥିବା ଲୋକମାନେ ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ଅନେକ କାର୍ଯ୍ୟ ସମାପ୍ତ କରିପାରିବେ। ଦ୍ୱିତୀୟ ଘରର ସ୍ବାମୀ ହୋଇଥିବାରୁ, ମଙ୍ଗଳ ନିଚ୍ଚ ହେବାକୁ ଯାଉଛନ୍ତି। ସଞ୍ଚିତ ଧନ ମଧ୍ୟ ଖର୍ଚ୍ଚ ହୋଇପାରେ, କିନ୍ତୁ ମଙ୍ଗଳ କର୍ମ ସ୍ଥାନରେ ବସିବା ଯୋଗୁଁ ଧନ ସାର୍ଥକ କାମରେ ଖର୍ଚ୍ଚ ହୋଇପାରେ। ଆପଣଙ୍କୁ ନିଜର କାମ/ବ୍ୟବସାୟରେ ସମୟାନୁବର୍ତ୍ତୀ ହେବାକୁ ପଡ଼ିବ। ଜୀବନସାଥୀ ହେଉ କିମ୍ବା ବ୍ୟବସାୟିକ ସାଥୀ; ଆପଣଙ୍କୁ ଉଭୟଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିବାକୁ ପଡ଼ିବ।
ଉପାୟ: ନିଃସନ୍ତାନ ବ୍ୟକ୍ତିଙ୍କର ସାହାଜ୍ୟ କରିବା ଶୁଭ ହେବ।
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ ମଙ୍ଗଳ ଆପଣଙ୍କର ଜାତକରେ ଲଗ୍ନ ଘର ଓ ଷଷ୍ଠ ଘରର ସ୍ବାମୀ ଯିଏ ଏବେ ଗୋଚର କରି ଆପଣଙ୍କର ଭାଗ୍ୟ ଘରେ ରହିବେ। ଲଗ୍ନ କିମ୍ବା ରାଶିର ସ୍ବାମୀଙ୍କର ଭାଗ୍ଯ ଘରକୁ ଯିବା କିଛି ମାମଲାରେ ଅନୁକୂଳ କୁହାଯିବ କାରଣ ଯେବେ ଲଗ୍ନ କିମ୍ବା ରାଶିର ସ୍ବାମୀ ଧର୍ମ ଘର ସହିତ ଜଡ଼ିତ, ବ୍ୟକ୍ତିର ମନରେ ଆଧ୍ୟାତ୍ମିକ ଭାବନା ଦୃଢ଼ ହୁଏ କିନ୍ତୁ ଲଗ୍ନର ସ୍ବାମୀ ନିଚ୍ଚ ଥିବାରୁ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ହୋଇପାରେ। କର୍କଟ ରାଶିରେ ମଙ୍ଗଳଙ୍କ ଗୋଚର ସମୟରେ ଆର୍ଥିକ କାରବାର ଭଲ ହେବ ନାହିଁ ଏବଂ ସରକାର ଏବଂ ପ୍ରଶାସନ ସହିତ ଜଡ଼ିତ ଲୋକଙ୍କ ସହିତ ବିବାଦରେ ପଡ଼ିବା ମଧ୍ୟ ଭଲ ହେବ ନାହିଁ। ସନ୍ତାନ ଏବଂ ଶିକ୍ଷା ସମ୍ବନ୍ଧୀୟ ମାମଲାରେ ଅଧିକ ସତର୍କତାର ସହିତ କାମ କରିବାର ଆବଶ୍ୟକତା ରହିବ।
ଉପାୟ: ଶିବଙ୍କର ଖୀର ସହିତ ଅଭିଷେକ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶିର ଲୋକଙ୍କ ପାଇଁ ମାନଗଳ ଆପଣଙ୍କର ଜାତକରେ ପଞ୍ଚମ ତଥା ଦ୍ଵାଦଶ ଘରର ସ୍ବାମୀ ଯିଏ ଏବେ ଗୋଚର କରି ଆପଣଙ୍କର ଅଷ୍ଟମ ଘରେ ରହିବେ। ସାମାନ୍ଯ ଭାବରେ ମଙ୍ଗଳଙ୍କର ଗୋଚରକୁ ଅଷ୍ଟମ ଘରେ ଭଲ କୁହାଯିବ ନାହିଁ ସେଥିପାଇଁ ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ସମୟରେ ଆପଣଙ୍କୁ ବିଭିନ୍ନ ମାମଲାରେ ସାବଧାନ ରହିବାକୁ ପଡ଼ିବ, ବିଶେଷକରି ବିଦେଶ ସମ୍ବନ୍ଧିତ ମାମଲାରେ। ଯଦି ଆପଣ ବିଦ୍ୟାର୍ଥୀ, ତେବେ ପଢ଼ା-ଲେଖାରେ କୌଣସି ପ୍ରକାରର ଅବହେଳା କରିବା ଠିକ ହେବ ନାହିଁ। ସହପାଠୀଙ୍କ ସହିତ ବିବାଦ କରିବା ଠିକ ହେବ ନାହିଁ। ଯଦି ଆପଣଙ୍କର ପ୍ରେମ ପ୍ରସଙ୍ଗ ଚାଲିଛି ତେବେ ସେହି ପ୍ରେମ ପ୍ରସଙ୍ଗକୁ ନେଇ କୌଣସି ବିବାଦ ସୃଷ୍ଟି ହୋଇପାରେ। ମଙ୍ଗଳଙ୍କର ଏହି ଗୋଚର ବେଳେ ଶରୀରରେ ଏସିଡ ମାତ୍ରା ବଢ଼ିପାରେ ଓ ଏସିଡିଟି ଭଳି ସମସ୍ଯା ବେଳେ ବେଳେ ହୋଇପାରେ। ଏହା ବ୍ୟତୀତ, ବିବାଦ, ଦୁର୍ଘଟଣା, ଇତ୍ୟାଦିର ଭୟ ରହିବ। ଏହି ସତର୍କତା ଅବଲମ୍ବନ କରି ଆପଣ ନକାରାତ୍ମକତାକୁ ଶାନ୍ତ କରିପାରିବେ।
ଉପାୟ: ଚଣା ଡାଲି ଦାନ କରିବା ଶୁଭ ହେବ।
ମକର ରାଶି
ମକର ରାଶିର ଲୋକଙ୍କ ପାଇଁ ମଙ୍ଗଳ ଆପଣଙ୍କର ଚତୁର୍ଥ ତଥା ଲାଭ ଘରର ସ୍ବାମୀ। ଏବେ ସେ ଆପଣଙ୍କର ସପ୍ତମ ଘରେ ନିଚ୍ଚ ଅବସ୍ଥାରେ ରହିବେ। ମଙ୍ଗଳ ଆପଣଙ୍କର ଜାତକରେ ଦୁଇଟି ମହତ୍ୱପୂର୍ଣ ସ୍ଥାନର ସ୍ବାମୀ ହୋଇ ନିଚ୍ଚ ରହିବେ। ଏହାକୁ ଭଲ କୁହାଯିବ ନାହିଁ। ବିଶେଷକରି ଯଦି ଆପଣ ବିବାହିତ, ତେବେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ ଯେ ଆପଣଙ୍କ ବୈବାହିକ ଜୀବନରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ସୃଷ୍ଟି ନ ହୁଏ। ଏହି ସମୟରେ ବ୍ୟର୍ଥ ଯାତ୍ରା ଟାଳିବା ମଧ୍ୟ ବୁଦ୍ଧିମାନ କାମ ହେବ। ଯଦି ଆପଣଙ୍କୁ ଦାନ୍ତ କିମ୍ବା ହାଡ଼ ସମ୍ବନ୍ଧିତ କୌଣସି ପିଢ଼ା ଅଛି ତେବେ ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ସମୟରେ ଆପଣଙ୍କ ପାଇଁ ଅବହେଳା କରିବା ଠିକ ହେବ ନାହିଁ। ବ୍ୟବସାୟ ସହିତ ଜଡ଼ିତ ମାମଲାଗୁଡ଼ିକୁ ମଧ୍ୟ ସତର୍କତାର ସହିତ ପରିଚାଳନା କରିବାକୁ ପଡ଼ିବ। ଘର-ଗୃହସ୍ଥି ମାମଲାରେ ମଧ୍ୟ ସାବଧାନ ରହିବାକୁ ହେବ। ଭୂମି, ଭବନ ଓ ଯାନ ସମ୍ବନ୍ଧିତ ମାମଲାରେ ବୁଝାମଣା ରଖି କାମ କରିବା ଜରୁରୀ। ଭାଇ, ବନ୍ଧୁ ଏବଂ ସହକର୍ମୀଙ୍କ ସହିତ ସମ୍ପର୍କ ବଜାୟ ରଖିବାକୁ ପଡ଼ିବ। ଯଦି ଏହି ଲୋକମାନେ କୌଣସି କାରଣରୁ ଆପଣଙ୍କ ଉପରେ ରାଗି ଯାଉଛନ୍ତି, ତେବେ ଆପଣ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ଫଳାଫଳକୁ ଉନ୍ନତ କରିପାରିବେ।
ଉପାୟ: କନ୍ୟାଙ୍କୁ ମିଠା ଖୁଆଇବା ଶୁଭ ରହିବ।
କୁମ୍ଭ ରାଶି
କୁମ୍ଭ ରାଶିର ଲୋକଙ୍କ ପାଇଁ ମଙ୍ଗଳ ଆପଣଙ୍କର ଜାତକରେ ତୃତୀୟ ତଥା ଦଶମ ଘରର ସ୍ବାମୀ ଯିଏ ଏବେ ଗୋଚର କରି ଆପଣଙ୍କର ଷଷ୍ଠ ଘରକୁ ଯିବେ। ସାଧାରଣତଃ, ଷଷ୍ଠ ଘରେ ମଙ୍ଗଳଙ୍କ ଗୋଚର ଭଲ ଫଳାଫଳ ପ୍ରଦାନ କରେ ବୋଲି ବିବେଚନା କରାଯାଏ, କିନ୍ତୁ ମଙ୍ଗଳ ନିଚ୍ଚ ସ୍ଥିତିରେ ଥିବାରୁ, ଭଲ ଫଳାଫଳ କମ୍ ହୋଇପାରେ। ମଙ୍ଗଳ ଗ୍ରହଙ୍କର ଏହି ଗୋଚର ଯୋଗୁଁ, ଆପଣ ଅନେକ ପରିମାଣରେ ଅନୁକୂଳ କିମ୍ବା ହାରାହାରି ଫଳାଫଳ ପାଇପାରିବେ। କାମରେ କୌଣସି ପ୍ରକାରର ପ୍ରତିକୂଳତା ଆସିବ ନାହିଁ, କିନ୍ତୁ ଛୋଟ ଛୋଟ ସମସ୍ୟା ପରେ କାମ ହୋଇଯିବ। ମଙ୍ଗଳ ଗ୍ରହର ଏହି ଗୋଚର ଯୋଗୁଁ ଆପଣଙ୍କୁ ଆର୍ଥିକ ଲାଭ ମଧ୍ୟ ମିଳିପାରେ। ଯଦି ଆପଣ ଶୃଙ୍ଖଳିତ ରୁହନ୍ତି ଏବଂ ଆପଣଙ୍କ ଖାଦ୍ୟପେୟ ଠିକ୍ ଥାଏ ଏବଂ ଆପଣଙ୍କ ଜୀବନଶୈଳୀ ମଧ୍ୟ ନିୟନ୍ତ୍ରିତ ଥାଏ, ତେବେ କେବଳ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ନାହିଁ ବରଂ ପୂର୍ବ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ପାଇବେ।
ଉପାୟ: ମିତ୍ରଙ୍କ ମଧ୍ୟରେ ଖାଇବା ପିଇବା ଜିନିଷ ବାଣ୍ଟିବା ଶୁଭ ରହିବ।
ମୀନ ରାଶି
ମୀନ ରାଶିର ଲୋକଙ୍କ ପାଇଁ ମଙ୍ଗଳ ଆପଣଙ୍କର ଦ୍ଵିତୀୟ ତଥା ଭାଗ୍ୟ ଘରର ସ୍ବାମୀ ଯିଏ ଏବେ ଗୋଚର କରି ଆପଣଙ୍କର ପଞ୍ଚମ ଘରେ ନିଚ୍ଚ ଅବସ୍ଥାରେ ରହିବେ। କର୍କଟ ରାଶିରେ ମଙ୍ଗଳଙ୍କ ଗୋଚର ଆପଣଙ୍କ ମନକୁ ଅସ୍ଥିର କରିପାରେ କିମ୍ବା ପେଟ ସମ୍ବନ୍ଧୀୟ କିଛି ସମସ୍ୟା ଦେଇପାରେ। ଯଦି ଆପଣ କୌଣସି ସନ୍ତାନର ମାଆ କିମ୍ବା ବାପା ଆପଣଙ୍କ ପିଲାମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଯେପରି ଖରାପ ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ପଡ଼ିବ। ଯଦି ଆପଣ ବିଦ୍ୟାର୍ଥୀ ତେବେ ନିଜର ପଢ଼ାରେ ମନ ଲଗାଇ କାମ କରିବା ଠିକ ହେବ। ନିଜର ମନକୁ ପବିତ୍ର ରଖନ୍ତୁ ଏବଂ ନିଜର ଦେବତାଙ୍କ ନାମ ନେଇ ଭଲ କାର୍ଯ୍ୟରେ ଲିପ୍ତ ରୁହନ୍ତୁ, ତେବେ ଫଳାଫଳ ଭଲ ରହିବ। ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର ସମୟରେ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମଧ୍ୟ ସମ୍ପର୍କ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ହେବ। କଥାରେ ପବିତ୍ର ଭାବନା ବୃଦ୍ଧି କରନ୍ତୁ। ଏହା କରିବା ଦ୍ୱାରା ଆପଣ ଅନୁକୂଳ ଫଳାଫଳ ଆଶା କରିପାରିବେ।
ଉପାୟ: ନିମ୍ବ ଗଛରେ ପାଣି ଦେବା ଶୁଭ ରହିବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. 2025 ରେ ମଙ୍ଗଳଙ୍କର କର୍କଟ ରାଶିରେ ଗୋଚର କେବେ ହେବ?
ମଙ୍ଗଳ ଦେବ 03 ଅପ୍ରିଲ 2025 ରେ କର୍କଟ ରାଶିରେ ଗୋଚର କରିବାକୁ ଯାଉଛନ୍ତି।
2. ମଙ୍ଗଳ ଗ୍ରହଙ୍କର ରାଶି କ’ଣ?
ରାଶି ଚକ୍ରରେ ମଙ୍ଗଳ ଗ୍ରହଙ୍କୁ ମେଷ ଓ ବିଛା ରାଶିର ସ୍ବାମୀ ବିବେଚନା କରାଯାଏ।
3. କର୍କଟ ରାଶିର ସ୍ବାମୀ କିଏ?
ମନର କାରକ ଚନ୍ଦ୍ର ଦେବଙ୍କୁ କର୍କଟ ରାଶି ଉପରେ ସ୍ଵାମିତ୍ଵ ପ୍ରାପ୍ତ ହୋଇଛି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






